Srimani Priyadarsini

Romance Fantasy Others

4.5  

Srimani Priyadarsini

Romance Fantasy Others

ପାଦଚିହ୍ନ

ପାଦଚିହ୍ନ

5 mins
227


"ହାୟ ୭ ବର୍ଷ ହେବ କେମିତି ଥିବ ସେ ? ହେଇପାରେ ସେ ଏବେ ବିବାହ କରିସାରିଥିବ । ଆଜିର ଦିନରେ ଏଇ ସମୁଦ୍ର କୂଳରେ ବୁଲି ଦୁହେଁ ନିଜ ଭବିଷ୍ୟତ ବିଷୟରେ ଭାବିଥିଲୁ ! ହେଲେ ଭାଗ୍ୟ ବୋଧେ ଆମକୁ ଅଲଗା କରିଦେଲା । ହେଲେ ସେ କିଏ ମୋର କାହିଁ ମନେ ପଡୁନି ?" ସମୁଦ୍ର ର ଢେଉ କୁ ଦେଖି ସମ୍ବିତ ଏପରି ଭାବୁଥିବା ବେଳେ ପଛରୁ ତାଙ୍କ ସ୍ତ୍ରୀ ସୁନୀତା କହି ଆସୁଥିଲେ ।


-" ତୁମେ ଏତେବେଳ ଯାଏଁ ସେଠି ବସି କଣ ଭାବୁଛ ଶୁଣେ ? ତୁମ ପୁଅ ବାଦାମ ଭଜା ଖାଇବ ବୋଲି ଜିଦ୍ କଲା ଯୋଗୁଁ ତାକୁ ନେଇ କେତେ ଆଡେ ଖୋଜି ସାରିଲିଣି ବାଦାମ ବିକାଳି କୁ ! ଶେଷରେ ତୁମ ନିକଟରେ କେତେବେଳୁ ଆସି ଠିଆ ହୋଇଛି ବାଦାମ ବିକାଳି ଟି ଯେ ତୁମେ ସେମିତି ଭାବନାରେ ମଗ୍ନ ! କଣ ଭାବୁଥିଲ କୁହ ମୁଁ ଶୁଣେ !"


- "ନା ସୁନୀତା ସେମିତି କିଛି ବି ନୁହେଁ !"

- "କହିବନି ମୋତେ ହେଉ ଠିକ୍ ଅଛି ।" କହି ରଗି ଯାଆନ୍ତି ସୁନୀତା,

- "ହାଃ ହାଃ, ଆରେ କୁଲ୍ ବାବା କୁଲ୍ ।" କହୁଛି ଶୁଣ ।

- "ମୋର କାହିଁ ମନେ ପଡୁଛି, ମୁଁ ସାତ ବର୍ଷ ତଳେ ଏଠାକୁ ଆସିଥିଲି । ସାଥିରେ ତୁମେ ବୋଧେ ନଥିଲ କି କିଏ ଥିଲା ମୁଁ ବି ଜାଣିନି, ମୋର କିଛି ବି ମନେ ପଡୁନି । "


- "ସେ କିଏ ଭାବୁଛ ସମ୍ବିତ ?"

- "ହେଇପାରେ ମୋର କୌଣସି ଝିଅ ବନ୍ଧୁ କିମ୍ବା ପ୍ରେମିକା । ମୋର କିଛି ବି ମନେ ପଡୁନି ଅତୀତ କଥା, ଚାଲ ଫେରିଯିବା ।" 

- "ସେ ତୁମ ପ୍ରେମିକା ଥିଲା ସମ୍ବିତ ।"

- "କଣ କହୁଛ ତୁମେ ? ମୋ ଅତୀତ ରେ କଣ ଘଟିଯାଇଛି ମୋର କିଛି ବି ମନେପଡୁନି, ହେଲେ ଏଇଟା ଚିହ୍ନା ଜାଗା ଭଳି ଲାଗୁଛି ଠିକ୍ ଏଇଠି ମୁଁ କୌଣସି ଏକ ଝିଅ ସହ ନିଶ୍ଚୟ ଥିଲି । ଛାଡ଼ ସୁନୀତା ସେ କିଏ ? ହେଇପାରେ ମୋ ପ୍ରେମିକା ସେ ଏବେ ତ ଘର ସଂସାରରେ ବ୍ୟସ୍ତ ଥିବ । କାରଣ ମୋର ସବୁ ଝିଅ ସାଙ୍ଗଙ୍କ ସହ ସିନା ପରିଚିତ ହୋଇ ପାରିଲା ହେଲେ ପ୍ରେମିକା କିଏ କେହି କହି ନଥିଲେ । ଓଃ ଛାଡ଼ ଏ ମୁଣ୍ଡ ବି ମୋର କଣ ହେଇଯାଉଛି ! ସେ ପ୍ରେମିକା ଥିଲା ନା ଝିଅ ସାଙ୍ଗ କିଛି ବି ମନେ ପଡୁନି !" 


"ବାବା..! ମୋର ଗୋଟେ ଫଟୋ ଉଠାଅ ନା ! ଏଇ ସୂର୍ଯ୍ୟଙ୍କ ପାଖେ । ସୁନ୍ଦର୍ ଲାଗୁଛି ନା ଏ ଜାଗା ଟି ?" କହିଉଠିଲା ସମ୍ବିତ ଙ୍କ ୫ ବର୍ଷ ର ପୁଅ ରାଜ୍ ।

-"ଓକେ ବେଟା, ଠିଆ ହଅ ଠିକ୍ ସେଇଠି ! ରେଡି ୱାନ୍, ଟୁ, ଥ୍ରୀ କ୍ଲିକ୍ !"

ସମ୍ବିତ ର ହାତରୁ ରାଜ୍ ମୋବାଇଲ୍ ଟି ନେଇ ସୁନୀତା ଙ୍କ ପାଖକୁ ଦୌଡ଼ିବାକୁ ଲାଗିଲା । 

- "ଓଃ ଦୁଷ୍ଟ ! ଧୀରେ ଯା ଧୀରେ !"


ସେତିକି ବେଳେ ନଜର ପଡିଲା ସୁନୀତା ଙ୍କ ଉପରେ । ସମୁଦ୍ର ଭିତରେ ଅନ୍ତର୍ଦ୍ଧାନ ହୋଇଯାଉଥିବା ସୂର୍ଯ୍ୟଙ୍କୁ ସେ ଦେଖୁଥିଲେ । ସମ୍ବିତ ପାଖକୁ ଯାଇ କହିଲେ, -"କଣ ମ୍ୟା'ମ ! ପୁରା ସୁନ୍ଦର ଦୃଶ୍ୟ ଟିକୁ ଉପଭୋଗ କରୁଛନ୍ତି ! ଆରେ ଇଏ କଣ ତୁମ ଆଖିରେ ଲୁହ ? ତୁମେ କାନ୍ଦୁଛ ?"

 ସମ୍ବିତ ଙ୍କ ହାତ କୁ ଜାବୁଡି ଭିଡ଼ିନେଇ ସୁନୀତା ଚାଲିଗଲେ କିଛି ଦୂରକୁ, ଏବଂ କହିଉଠିଲେ -" କୁହ ସମ୍ବିତ, ତୁମର କଣ କିଛି ବି ମନେ ପଡୁନି ? ଆଜି କଣ ?"

-"ଆରେ ଆଜି ରବିବାର । ରାଜ୍ ର ଜିଦ୍ ପାଇଁ ଏଠାକୁ ବୁଲି ଆସିଛେ । ଆଉ କଣ ଯେ ?

- " ନା ସମ୍ବିତ ତୁମେ ମନେ ପକାଅ ଆଜି କଣ ? କହି ସୁନୀତା ପୁଣି କାନ୍ଦିବାକୁ ଲାଗିଲେ ।

- " ଆରେ ପୁଣି ! ମୋର କିଛି ବି ମନେ ପଡୁନି ସୁନୀତା, ଠିକ୍ ସାତ ବର୍ଷ ତଳେ ଏଠାକୁ ଠିକ୍ ଆଜିର ଦିନରେ ଜଣକୁ ନେଇ ଆସିଥିଲି ବୋଧ ହୁଏ । ସେ କିଏ ମୋର କିଛି ବି ମନେ ପଡୁନି ।

- " କୁହ ସମ୍ବିତ ? ସେ କିଏ, ମୋତେ କୁହ ?

- " କଣ ସୁନୀତା ତୁମେ ଉପହାସ କରୁଛ ? 

- "ମୁଁ ଜାଣେ ସମ୍ବିତ ତୁମେ ସାତ ବର୍ଷ ତଳେ ଏକ ଦୁର୍ଘଟଣାରେ ନିଜ ସ୍ମୃତିଶକ୍ତି ହରାଇ ଦେଇଛ । ହେଲେ ଧୀରେ ଧୀରେ ସବୁ ଜାଣିପାରିଲ, ନିଜ ଲୋକ ଙ୍କୁ ବି ଚିହ୍ନି ପାରିଲ । ମୋ ସହ ବିବାହ କରି ମୋତେ ନିଜ ସ୍ତ୍ରୀ ର ମର୍ଯ୍ୟାଦା ଦେଇ ପାରିଲ । ହେଲେ ଆଜି ଯାଏଁ ଜାଣି ପାରିଲ ନାହିଁ ମୁଁ କିଏ ? 


- " ହାଃ ହାଃ ! କଣ ଯେ କହୁଛ ତୁମେ ? ସତରେ ପାଗଳି ହୋଇଯାଇଛ ନହେଲେ ଏଣୁ ତେଣୁ କଣ ଗପୁଛ ? ମୁଁ ତୁମ ସ୍ବାମୀ ତୁମେ ମୋ ସ୍ତ୍ରୀ ଆଉ ଜାଣିପାରିବି ନାହିଁ କେମିତି ? 

- " ମୁଁ ଆଉ କିଛି ଥିଲି ସମ୍ବିତ " ।

- " କଣ " ? 

- " ହଁ ସମ୍ବିତ କିଛି ମନେ ପକାଅ !"

- " ଓଃ କିଛି ବି ମନେ ପଡୁନି ସନ୍ଧ୍ୟା ହୋଇଗଲାଣି ଚାଲ ଯିବା ।"

- " ତୁମେ ମନେ ପକାଅ ସମ୍ବିତ " କହି ସୁନୀତା ସମ୍ବିତ ଠୁ ଦୂରକୁ ଚାଲିବାକୁ ଲାଗିଲା । ଏଣେ ସମ୍ବିତ ର ମୁଣ୍ଡ ବୁଲାଇ ଦେଲା ପରି ଲାଗିଲା । " ତୁମେ ମନେପକାଅ ସମ୍ବିତ" ଏଇ ପଦ କଥାଟି ମୁଣ୍ଡକୁ ଗୋଳମାଳ କରିଦେବାକୁ ଲାଗିଲା ଓ ବାରମ୍ବାର କାନ ପାଖରେ ପ୍ରତିଧ୍ବନିତ ହେବାକୁ ଲାଗିଲା । ସେଇ ସମୟରେ ତାଙ୍କ ଆଖି ପଡିଲା ସୁନୀତା ଙ୍କ ପାଦଚିହ୍ନ ଉପରେ । ଓଃ ଏ ମୁଣ୍ଡଟା କଣ ହେଇଯାଉଛି । ଏ ପାଦ ଚିହ୍ନ କାହିଁ ଚିହ୍ନା ଚିହ୍ନା ଲାଗୁଛି ! ଓଃ ସାତ ବର୍ଷ ତଳେ ଠିକ୍ ଏଇ ଜାଗାରେ ଏଇ ଚିହ୍ନ ! ଓଃ କିଛି ବି ମନେ ପଡୁନି କହି ସମ୍ବିତ ଙ୍କ ପାଟିରୁ ବାହାରି ଆସିଲା ଶବ୍ଦ ଟିଏ -" ସୋନା " ! ସୁନୀତା ଏଇ ଶବ୍ଦ ଟିକୁ ସତରେ ଅପେକ୍ଷା କରିଥିଲେ, ପଛକୁ ସମ୍ବିତ ଙ୍କୁ ଚାହିଁ କହିଲେ - " ହଁ ସମୀ ( ସମ୍ବିତ), ମୁଁ ସୋନା " ! ସମ୍ବିତ କାନ୍ଦି କାନ୍ଦି ଦୋୖଡି ଆସି ସୁନୀତା ଙ୍କୁ ଧରି କହିଲେ -" ତୁମେ ମୋ ସୋନା ! ଯାହା ସହ ସାତ ବର୍ଷ ତଳେ ଠିକ୍ ଏଇଠି, ତୁମ ସହ !


- " ତୁମର ମନେ ପଡ଼ିଗଲା ସମୀ ! କହି ଇଶ୍ୱରଙ୍କୁ ଧନ୍ୟବାଦ ଜଣାଏ ସୁନୀତା । 

-" ଜାଣିଛ ସମୀ, ମୁଁ ସିନା ତୁମକୁ ବିବାହ କଲି, କିନ୍ତୁ ଆମ ପ୍ରେମ କୁ ତୁମେ ଭୁଲି ହିଁ ଯାଇଥିଲ । ମୁଁ ଚାହୁଁ ନଥିଲି ସମୀ ତୁମେ ଆମ ପବିତ୍ର ପ୍ରେମକୁ ଭୁଲି ଯାଅ ବୋଲି ! ଯେତେବେଳେ ତୁମର ଆକ୍ସିଡେଣ୍ଟ ହେଲେ, ତୁମେ ସ୍ମୃତି ଶକ୍ତି ହରେଇ ମୋତେ କଣ କାହାକୁ ବି ଚିହ୍ନି ପାରିଲ ନାହିଁ । ଆମ ବିବାହ ପାଇଁ ଦୁଇ ପରିବାରର ସମ୍ମତି ଥିଲା ସତ କିନ୍ତୁ ତୁମେ କେବେ ଜାଣିପାର ନାହିଁ ଯେ ମୁଁ ତୁମ ପ୍ରେମିକା ଥିଲି ! ବିବାହ ପରେ ତୁମ ପ୍ରେମରେ କିଛି ଅଭାବ ନଥିଲା ହେଲେ, ତୁମ ଭିତରେ ପୁରୁଣା ସମୀ କୁ ମୁଁ ଅନେକ ଖୋଜିଛି ! ସମସ୍ତେ କୁହନ୍ତି ତୁ ସମ୍ବିତ କୁ ତୋ ପରିଚୟ ଦେଇଦେ । ମୁଁ ବହୁବାର ମନା କରେ କାହିଁକି ଜାଣିଛ ମୁଁ ଚାହୁଁଥିଲି ତୁମ ସ୍ମୃତିଶକ୍ତି ଫେରାଇ ଆଣିବାକୁ ତା ସହ ଆମ ପ୍ରେମ ମଧ୍ୟ । ତେଣୁ ଆଜିର ଦିନଟି ମୋର ମନେ ଥିଲା, ପୁଅର ବାହାନା ଦେଇ ତୁମ ସହ ଚାଲି ଆସିଲି ଏଠାକୁ । ହେଲେ ତୁମେ ? ତୁମେ କେମିତି ସ୍ମୃତି ଶକ୍ତି ଫେରିପାଇଲ ? ଆଶ୍ଚର୍ଯ୍ୟ ‌ ଲାଗୁଛି ତା ସହ ଖୁସି ବି ଲାଗୁଛି ।"


-" ଦେଖ ତୁମର ଏଇ ପାଦ ଚିହ୍ନ ଗୁଡ଼ିକୁ । ସାତ ବର୍ଷ ତଳେ ଏମିତି ହିଁ ଦେଖୁଥିଲେ ଆମ ପାଦ ଚିହ୍ନ ଗୁଡ଼ିକୁ । ତୁମେ ଆଗକୁ ଚାଲି ଯାଉଥିବା ବେଳେ ତୁମର ଏକା ପାଦ ଚିହ୍ନ ଗୁଡ଼ିକୁ ଦେଖି ମୋ ମୁଣ୍ଡ ଟା କାହିଁ କଣ ହୋଇଗଲା, ସେଥିରେ କିଛି ହଜିଯାଇଥିବା ଭଳି ଲାଗିଲା । ଧୀରେ ଧୀରେ ତୁମ ମୁହଁ ମୋ ଆଖି ଆଗରେ ଭାସି ଆସିଲା । ମୁଁ ବି ଜାଣି ଦେଲି ତୁମେ ମୋ ସୋନା, ଠିକ୍ ସେତିକି ବେଳେ ସବୁ କିଛି ମନେ ପଡ଼ିଗଲା ମୋର ! ଏଇ ଦେଖ ମୁଁ ତୁମ ପାଖକୁ ଚାଲି ଆସିଲି ବୋଲି ଓଦା ବାଲିରେ ଆମ ପାଦଚିହ୍ନ ଅଗଠୁ କେତେ ସୁନ୍ଦର ଦେଖା ଯାଉଛି ନା । ହେଲେ ରାଜ୍ କାହିଁ ?"

-" ୱାଃ, ବାବା ମାମା ମଝିରେ ବି ମୋ ପାଦ ଚିହ୍ନ ଏବେ ହୋଇଗଲା ସୁନ୍ଦର୍ ? ତୁମେ ଦୁହେଁ ସେମିତି ଠିଆ ହୋଇ ଥାଅ ! ମୁଁ ଫଟୋ ଟେ ଉଠାଏ ଏ ପାଦ ଚିହ୍ନ ର । ରେଡି ୱାନ, ଟୁ, ଥ୍ରୀ କ୍ଲିକ୍ ।"



Rate this content
Log in

Similar oriya story from Romance