Basanti Parida

Crime Others

3  

Basanti Parida

Crime Others

ପାଚେରୀ

ପାଚେରୀ

3 mins
413


ଇଞ୍ଚ ଦୁଇ ଇଞ୍ଚ ଜାଗା ପାଇଁ କଳି। ବିଶ୍ୱାସ ହୁଏନି। କିନ୍ତୁ ଇତିହାସ ସାକ୍ଷୀ ଅଛି, ଏପରି ହୁଏ। ମହାଭାରତ ଯୁଦ୍ଧ ପୂର୍ବରୁ ଦୂର୍ଯୋଧନର ସେହି ବାକ୍ୟ- "ବିନା ଯୁଦ୍ଧେ ନ ଦେବି ମୁଁ ଛୁଞ୍ଚି ଅଗ୍ରେ ମେଦିନୀ ।" ଏମିତି ଅନେକ କିଛି।


ପଡୋ଼ଶୀ....ତାର ଜାଗା, ଯେତିକି ମୋ ଘର ପାଚେରୀକୁ ଲାଗିଛି ସେତିକି ତାକୁ ନିଅଣ୍ଟ ହୋଇ ଯାଉଛି, କାହିଁକି ନା- ମୁଁ କରି ଥିବା ପାଚେରୀ ତାର ଦୁଇ ଇଞ୍ଚ ଜାଗା ମାଡ଼ି ବସଛି। ପାଚେରୀ ତିଆରି ବେଳେ,ନିୟମ କଥା ଉଠିଲା, ପାଞ୍ଚ ଇଞ୍ଚ ତାର,ପାଞ୍ଚ ଇଞ୍ଚ ମୋ ଜାଗାରେ ପାଚେରୀ ତିଆରି କରିବାକୁ ମୁଁ ସିଧାସଳଖ କହିଲାଉତ୍ତାରୁ ; ଧାଇଁ ଆସିଲା ଗୋଟାଏ କଟୁରୀ ଧରି "ଯିଏ ଏ କଞ୍ଚା ବାଡ଼ ଉଠେଇ ବାକୁ ଚେଷ୍ଟା କରିବ ତା ହାତ କାଟି ଦେବି "ବଡ଼ ପାଟିରେ ଚିତ୍କାର କରିବାକୁ ଲାଗିଲା ହାଣି ଦେବି କାଟି ଦେବି.... ଇତ୍ୟାଦି ଇତ୍ୟାଦି।


ଜୀବନ ଜାକର ସଞ୍ଜୟ ଢାଳି ଛୋଟିଆ ଜାଗାଟେ ନେଇ ଛୋଟିଆ ଘର ଖଣ୍ଡେ କରିଛି। ପଡୋଶୀ କଞ୍ଚା ବାଡ଼ ଏମିତି ଘେରିଲା ତା ବାଡ଼ ଚାଲି ଚାଲି ଆସି ମୋ ଘର ଝରକା ତଳେ ପହଞ୍ଚି ଗଲା ମାତ୍ର ଦୁଇଟା ବର୍ଷରେ। ମୁଁ ଘରେ ରହିବି କେମିତି? ଝରକା ଖୋଲିଲା ବେଳକୁ ଝଟା ଲାଗୁଥାଏ।


ଆଶ୍ଚର୍ଯ୍ୟ ଲାଗିଲା ମୋତେ। ମୂଳଦୁଆ ନିଅଁ,(ଫାଉଣ୍ଡେସନ) ପଡ଼ିଲା ବେଳେ ଆମେ ଭଲଭାବରେ ହିସାବ କରି ପକେଇ ଥିଲୁ..ଯେମିତି ଘର ଓ ପାଚେରୀ ଭିତରେ ପାଞ୍ଚ ଫୁଟ ଫାଙ୍କା ରହିବ। ସେ ପାଞ୍ଚ ଫୁଟ ଜାଗା ଏତେ ବେଳକୁ ତା ବଗିଚାରେ ପଶିଗଲାଣି।


ପୋଲିସ ପାଖକୁ ଗଲେ କଣ ହେବ କୋର୍ଟ କଚେରୀ ଗଲେ କଣ ହେବ, ଏସବୁ ଜଣା ପଡୁଥିଲା। ଖାଲି ହଟହଟା ହେବା ଛଡ଼ା କିଛି କାମ ହେବନାହିଁ। ମୋତେ ଯେମିତି ହେଲେ ପକ୍କା ପାଚେରୀଟା କରି ଦେବାକୁ ପଡ଼ିବ।


ମୋ ସ୍ଵାମୀ ଦଉଡ଼ିଲେ ଜାଗା ମାଲିକଙ୍କ ପାଖକୁ। ସବୁ କଥା କହିଲେ। ଜାଗା ମାଲିକ ଅସନ୍ତୁଷ୍ଟ ହେଲେ। କହିଲେ "ମୁଁ ତ ଜାଗା ବିକ୍ରି କରି ସାରିଛି। ଆପଣ ଘେରି ପାରିଲେ ନାହିଁ।"କିଛି ସମୟ ଚୁପ୍ ଚାପ୍ ବସି ରହିଲେ। ତାପରେ କହିଲେ"ମୁଁ ବହୁତ ଜାଗା ବାଡ଼ି ବ୍ୟବସାୟ କରିଛି। ତେଣୁ ଆପଣଙ୍କୁ ବୁଦ୍ଧି ବତେଇ ଦେବି। ମୁଁ କିଛି କରିବିନି କି କହିବିନି। ଟିକେ ଦୂରରେ ଠିଆ ହୋଇ ରହିବି।"


ତାପରେ କିଛି ଦିନ ଗଲା। ପାଖାପାଖି ମାସଟିଏ। ପଇସା ଭଲଭାବରେ ଜୋଗାଡ଼ ସରିଥାଏ। ଗୋଟିଏ ଛୁଟି ଦିନ ଠିକ୍ ହେଲା। ତା ପୂର୍ବଦିନ ଇଟା, ବାଲି, ସିମେଣ୍ଟ, ଛଡ଼, ପାଇଲିଂ ଫାଉଣ୍ଡେସନ ପାଇଁ ଯନ୍ତ୍ରପାତି ଜୋଗାଡ଼ ସରିଥାଏ। ଓପନ ଫାଉଣ୍ଡେସନ କଲେ ସମୟ ଲାଗିବ ବୋଲି,ଜାଗା ମାଲିକ, ପାଇଲିଂ କରିବାକୁ ବୁଦ୍ଧି ଦେଇ ଥିଲେ।


ପ୍ରକୃତରେ ଏକା ଦିନରେ ପୁରା ପାଚେରୀ ଉଠି ଯାଇ ,କିପରି କାମ ସରିବ, ସେହି ଯୋଜନା ହୋଇଥିଲା। ଏତେ ଲୋକ ଏକାଠି ହୋଇ ଥିଲେ ସେଦିନ ସକାଳୁ ଯେ ଅନ୍ୟ ପଡୋଶୀ ଘର ଲୋକେ ଆସି ପଚାରିଥିଲେ "ଏଠି କଣ କରିବେ।"ବଡ଼ ଚୁଲା ହେଇ ଥିଲା ସମସ୍ତଙ୍କ ଖାଇବା ବ୍ୟବସ୍ଥା ହେଲା।


ଅଚାନକ ଦଳେ ଗଲେ ଭୂଷଭାଷ୍ କରି କଞ୍ଚା ବାଡ଼ ଉଠେଇ ଆଣି ପଡ଼ିଆରେ ଗଦା କରି ଦେଲେ। ଆଉଦଳେ ଯାଇ ସୀମା ପଥର ଖୋଜାଖୋଜି କରି ବାହାର କରି, ସୁତା ବାନ୍ଧି ଚୂନ ଗୁଣ୍ଡରେ ଗାର ପକେଇ ଦେଲେ। ସେତେବେଳେ ସେ ଉଦ୍ଧତ ପଡୋଶୀ ଦଉଡ଼ି ଆସିଲା କଟୁରୀ ଧରି। ଖାଲି ଚିତ୍କାର କରୁଥିଲା"ହାଣି ଦେବି,କାଟି ଦେବି,......."


ମୂଲିଆ ମିସ୍ତ୍ରୀ ସବୁ ଭୟଭୀତ ହୋଇ ଯାଉଥିଲେ।


ସେତେବେଳେ ଆମ ବାବୁ ମଧ୍ୟ ପାଟି ତୁଣ୍ଡ କଥା କଟା କଟି ଆରମ୍ଭ କରିଦେଲେ।"ଆସ ହାଣିବ ତ, ଆସ।,"ସେତେ ବେଳକୁ କାମ ଆରମ୍ଭ ହୋଇ ଯାଇ ଥାଏ ଜୋର ସୋର।ବାଡ଼ ତ ଉଠି ଯାଇଥାଏ।ବାବୁ ଯାଇ ଠିଆ ହୋଇଗଲେ ତାର ବଗିଚା ମଝିରେ।ତାକୁ ମିସ୍ତ୍ରୀ ମାନଙ୍କ ପାଖକୁ ଆସିବାକୁ ଦେଉନଥାଆନ୍ତି।ମୋତେ କାମ ମିଳିଥାଏ, ଏଇଆ ଯେ ମୁଁ ଆମ ବାବୁଙ୍କୁ ଯାଇ ଟାଣିବି ବିକଳ ହୋଇ"ତମେ ଘରକୁ ଚାଲ ପ୍ଲିଜ, ପ୍ଲିଜ ତୁମେ ଘରକୁ ଚାଲ, ନହେଲେ ନ ହେଉ।......."


ପାଟି ତୁଣ୍ଡ ଭିତରେ ଦିନ ଦୁଇ ପହର ବେଳକୁ ଫାଉଣ୍ଡେସନ ପଡ଼ି ସରିଥାଏ।ସେତେବେଳେ ପଡୋ଼ଶୀ ଯାଇଥିଲା ଥାନାକୁ। ମିଛ କମ୍ପ୍ଲେନ୍ ଗୁଡାଏ ଲେଖାଇ ଥିଲା। ପୋଲିସ ଆସି ଥିଲା। ଦୂରେଇ ଠିଆ ହୋଇଥିଲେ ଜାଗା ମାଲିକ। ତାଙ୍କୁ କଣ ସବୁ ପଚରାଉଚରା କଲା। ଆମକୁ ପଚାରିଲା ବେଳକୁ ଆମେ ସବୁ ଘଟଣା ଆରମ୍ଭରୁ ଶେଷ ଗାଇ ଗଲୁ। ପୋଲିସ ପଳେଇଗଲା।


ଆମ ଘର ପାଚେରୀ ନିର୍ମାଣ ହେଇଗଲା। ଏକା ଦିନରେ, ସେଇ ଗୋଟିଏ ପଟ ପାଚେରୀ। ଆନ୍ଯ ପଟ ପାଚେରୀ ସବୁ ଧୀରେ ଧୀରେ ସୁସ୍ଥେ ତିଆରି ହୋଇ ଥିଲା ଅଳ୍ପ ଅଳ୍ପ ପଇସା, ସଞ୍ଚି ସଞ୍ଚି।



Rate this content
Log in

Similar oriya story from Crime