STORYMIRROR

Basanti Parida

Classics

3  

Basanti Parida

Classics

ଗଛର ଆତ୍ମକଥା

ଗଛର ଆତ୍ମକଥା

1 min
583

ବହୁତ ବଡ଼ ଝଡ଼ ବାତ୍ୟା ଗଲା। ଗଛଟିଏ ମୁଁ। ଧାଇଁ ଯାଇ ପାରିଲି ନାହିଁ କୋୖଣସି ନିରାପଦ ଜାଗାକୁ। କେତେ ମାଡ଼ ଖାଇଲି ମୁଁ କେମିତି ବର୍ଣ୍ଣନା କରିବି। ମୋ ଦେହର ସବୁ ଡାଳପତ୍ର ବାତ୍ୟା ମାଡ଼ରେ ମୋଡି ମକଚି ଭାଙ୍ଗି ଛିନ୍ନ ଛତ୍ର ହୋଇ ଗଲା। ମୋ ଚାରି ପଟେ ଥିଲେ ସାଙ୍ଗ ଭାଇ ମାନେ। ମୂଳରୁ ଉପୁଡି଼ ଗଲେ। ମୋ ଡାଳପତ୍ର ରେ ଖେଳି ବୁଲୁଥିଲେ ଚଢେ଼ଇ ଗୁଣ୍ଡୁଚି ମୂଷା ମାଙ୍କଡ଼, ଖୁସି ରେ ମୁଁ ଚମକି ଉଠୁଥିଲି। କୁଆଡେ ଗଲେ ସେମାନେ। ମୁଁ ଏକା ବଞ୍ଚି ଛି।


ମୂଳରୁ ଉପୁଡି଼ ଯାଇ ଥିବା ଗଛ ମାନଙ୍କୁ ଗଡ଼ ଗଡ଼ କରି କଟା ଯାଉଛି। ମୋ ଭାଗ୍ୟ କଣ ଜଣାପଡୁନାହିଁ। ପୂର୍ବରୁ ଅନେକ ଜିଅନ୍ତା ଗଛ କୁ ଏମିତି କଟା ଯାଇଛି ମୋ ସାମନାରେ। ମୋ ବିଷୟରେ କୁହାଯାଏ "ଇଏ ଟିକେ ବଡ଼ ହେଇ ଯାଉ।


ଓଃ! ଭାରି ଖରା କାଟୁଛି। ଭାରି ଶୋଷ ଲାଗୁଛି। ମୋତ କେଉଁ ଆଡ଼େ ନିଆ ଯାଉଛି, ଭୁଇଁରୁ ଅଲଗା କରି। ମୋ ପରି ଆହୁରି ଅନେକ ଅଛନ୍ତି ମୋ ସାଙ୍ଗରେ।


ଓ....! ସହରି କରଣ। ସୋଉନ୍ଦର୍ଯ୍ଯ କରଣ। କଙ୍କ୍ରିଟ ବଣ ଏହାର ଫଳ ଭୋଗି ସାରିଲେଣି ତାହେଲେ । ମୋ ଭଳି ଗଛ ମାନଙ୍କୁ ପୁନଃ ରୋପଣ କରାଯାଉଛି।

ଏବେ ଯେତେ ରୋପିଲେ କଣ ହେବ! ପଚାଶ ବର୍ଷ, ଶହେ ବର୍ଷ ପୁରୁଣା ଗଛ ସବୁ ମୂଳପୋଛ କରି କୋଠା ତୋଳିଛ। ସେମାନଙ୍କ ହକ୍ ର ଶହଶହ ଏକର ଜାଗା, ସେମାନଙ୍କୁ ଜୀବନରେ ମାରି ଆଦାୟ କରିଛ। ଏବେ ଆମଭଳି କେତେଟା ଛୋଟ ବଡ଼ ଗଛ, ସେ ଅଭାବ କେମିତି ପୂରଣ କରିବା। ଅମ୍ଳଜାନ ନିଅଣ୍ଟ ହେଉଛି?

ମୋତେ ଖାଲି ଚେର ଧରି ଯିବାକୁ ଦିଅ। ମୁଁ ମୋର ସବୁ କ୍ଷମତା ଲଗେଇ ଦେବି ସବୁଜ ହେବାରେ। ସବୁ କ୍ଷମତା ଲଗେଇ ଦେବି ଅମ୍ଳଜାନ ବାଣ୍ଟିବାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics