STORYMIRROR

Basanti Parida

Classics

3  

Basanti Parida

Classics

ଶୀତ ସକାଳ

ଶୀତ ସକାଳ

1 min
541

ମୋର ପାଞ୍ଚ ରୁ ପନ୍ଦର ବର୍ଷ ଭିତରେ ଅନୁଭୂତି। ସବୁ ଦିନ ସକାଳୁ ଆଖି ଖୋଲି ଲା ବେଳକୁ ଆସୁଥବ କ୍ଷୀର ଫୁଟୁଥିବା ର ବାସ୍ନା। ତାପରେ ମୋ ମାଆର ଦେହ ଆଉ ଭଲ ରହିଲା ନାହିଁ, କି ସେ ଆଉ ଗାଈଗୋରୁ ଚର୍ଚ୍ଚା କରି ପାରିଲାନାହିଁ। ସବୁ ବିକ୍ରୀ କରି ଦେଲା। ଘରେ କ୍ଷୀର କିଣା ହେଲା।

ମାଆ କହେ ଶୀତ ଦିନ ରେ ଗାଈ କ୍ଷୀର ମିଠା ହେଇଯାଏ। ସତ କଥା, ଖରା ଦିନ ବିଚରା ଶୁଖି ଯାଆନ୍ତି। ବର୍ଷା ଦିନ ରେ ପିଲା ଦିଅନ୍ତି, ଆଉ କ୍ଷୀର ପାଣିଚିଆ ଲାଗେ,ଟିକେ ଟିକେ ଆଇଁଷିଆ ଗନ୍ଧାଏ।

ସେତେବେଳେ ମୁଁ ଛୋଟ, ମୋ ଭାଇ ଟିକେ ବେଶୀ ବଡ଼, ମୋ ପୁତୁରା, ଝିଆରୀ ମୋ ପାଖାପାଖି। ଶୀତ ଦିନ ସକାଳ। କମ୍ବଳ ଭିତରୁ ବାହାରି ଚୁପ୍ କିନା କ୍ଷୀର ଉପର ସର ଟାକୁ କାଢ଼ି ଖାଇ ଦିଆ ଯିବ। ଦାନ୍ତ ଘଷା ହେବ ପଛେ, ସମସ୍ତ ଙ୍କୁ ଦେଖେଇ ଦେଖେଇ। ମା ଯେତେବେଳେ ପାଟି କରିବ " ଘିଅ କରିବି,ଯେ ସର କୁଆଡ଼େ ଗଲା, କିଏ ଖାଇଲା, " ସେତେବେଳେ କୁନି ବାଛୁରୀ ସାଙ୍ଗରେ ଖେଳ ଆରମ୍ଭ ହେଇଯିବ। କଅଁଳିଆ ଖରା କୁ ଆମେ ଚାରିଟା ଛୁଆ, ଆଉ କୁନି ବାଛୁରୀ ଦିଟା, ଡିଆଁ ଡେଇଁ କଲାବେଳେ ଶୀତ କୁଆଡ଼େ ଚାଲି ଯାଏ ଜାଣି ହୁଏନି।ଭାଉଜ ମିଠା ମିଠା ରାଗ ଦେଖେଇ କହୁଥାନ୍ତି"" ଏମାନଙ୍କୁ ଶୀତ ନାହିଁ"।। ହେଲେ କଣ ହେଲା ଗାଧୋଇ ବାକୁ ଯେତେବେଳେ ମାଆ ଡାକେ," ଆମେ ଗାଧୋଇ ସାରିଛୁ "କହି ବହି ବସ୍ତାନୀ ଧରି ଦଉଡ଼ି ଦଉଡ଼ି ସ୍କୁଲ ପଳେଇ ଯାଉ।

ଏବେ ର ଶୀତ ସକାଳ ବଦଳି ଯାଇଛି। ଆରମ୍ଭ ହେଉଛି ଆଣ୍ଠୁ ଗଣ୍ଠି ବଥାରୁ,,ଚା କପ୍ ରୁ। ଛୋଟ ପିଲା ମାନେ ବି ଚା ପିଉ ଛନ୍ତି। ଅନ୍ୟ ମାନେ, ଯେଉଁ ମାନେ ସ୍ଵାସ୍ଥ୍ୟ ସଚେତନ ଗରମ ପାଣି, ଆଥବା ଗରମ ପାଣିରେ ମହୂ ପକେଇ ପିଉଛନ୍ତି ଶୀତ ସକାଳ ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics