STORYMIRROR

Basanti Parida

Classics

2  

Basanti Parida

Classics

ପଞ୍ଚକ

ପଞ୍ଚକ

1 min
695

ତୁଳସୀ ମୂଳ ରେ ରାଧାକୃଷ୍ଣ ଛବି ଆଙ୍କି, ଫୁଲ ଟିଏ, ଦୀପଟିଏ ରଖୁଥିଲା। ବୁଢ଼ୀ ମାଆର ଏଇଟା କାର୍ତ୍ତିକ ମାସ ସାରା ବ୍ରତ,ପୂଜା।ସଞ୍ଜ ବେଳେ ଥରଟିଏ ହବିଷ।

ଶେଷ ପାଞ୍ଚ ଦିନ କୁ ବେମାର ପଡ଼ି, କଷ୍ଟ ପାଇବା ନିଶ୍ଚିତ।

ରାସ ପୂର୍ଣ୍ଣିମା ଦିନ ଆ କା ମା ବୈ.... ଡାକି, ପିଲା ମାନଙ୍କ ଡଙ୍ଗା ଗୁଡିକ ମଙ୍ଗୁଳେଇ ପୋଖରୀ କୂଳରେ ଭସେଇ ସାରିଲେ, ତା ମନକୁ ଶାନ୍ତି ମିଳେ।

ଆଜି ବୁଢ଼ୀ ମାଆ ନାହିଁ।କଉ କାଳରୁ ସେ ଗଲାଣି।ଜଳ ବାୟୁ ପରିବର୍ତ୍ତନ କାରଣ ରୁ ସେ କାଳର ହାଡ଼ ଭଙ୍ଗା ଶୀତ ବି ଏବେ ଆଉ ନାହିଁ।ତଥାପି ମୁଁ ମୋ ପିଲାଙ୍କ ପାଇଁ ସେତିକି କଲା ବେଳକୁ ଦେହ ହାତ ଭାଙ୍ଗି ପଡୁଛି।

ଏବେ ମୁଁ ଭାବୁଛି ବୁଢ଼ୀ ମାଆ ପାଖରେ ଏତେ ବଳ କୋଉଠୁ ଆସୁଥିଲା।ସେତେବେଳର ଖାଦ୍ୟ ରୁ

ସେତେବେଳର ସାମାଜିକ ସଂସ୍କାର ରୁ

ସେତେବେଳର ଜଳବାୟୁ ରୁ

ସେତେବେଳର ମାନସିକତା ରୁ

ଆମର ସ୍ନେହ ମମତା ରେ କିଛି ଉଣା ହେଇଯାଇଛି କି....ଆହା! ସେ ଦିନ କୁଆଡେ ଗଲା, ଝୁରି ହଉଛି ମୁଁ ସବୁବେଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics