STORYMIRROR

Basanti Parida

Inspirational

3  

Basanti Parida

Inspirational

ବାବା

ବାବା

1 min
589

ଛଅଜଣ ଭାଇ ଭଉଣୀଙ୍କ ଭିତରେ ଆମେ ତିନି ଭଉଣୀ। ମୋ ବାବା ମାଆ ମିଳି ମିଶି ବହୁତ କଷ୍ଟରେ ଆମ ଛଅଜଣଙ୍କୁ ମଣିଷ କରିଛନ୍ତି।ବଡ଼ ନାନୀର ବାହାଘର ହେଲା ବହୁତ ବଡ଼ ଜମିଦାର ଘରେ। ସେଠି ନାନୀ ବହୁତ ଖଟିଲା,ସମସ୍ତଙ୍କୁ ଖୁସିରେ ରଖିଲା। ଧୀରେ ଧୀରେ ପରିବାର ବଢ଼ିଲା ।ପାଞ୍ଚ ପାଞ୍ଚଟି ଛୁଆ ସମ୍ଭାଳି କାମ କରିବା ଭିତରେ କିଛି ଭୁଲ୍ ଭଟକା ହୋଇ ଗଲେ ଅଚାନକ ତାକୁ ଶୁଣିବାକୁ ପଡ଼ିଛି,"ତୋ ବାପମାଆ କିଛି ଶିଖେଇ ନାହାନ୍ତି"। ନାନୀ ବିରକ୍ତ ହୁଏ, କହେ"ଯାହା କହୁଛ ମୋତେ କୁହ, ମୋ ବାଵାମାଆଙ୍କ ନାଁ କାହିଁକି ନଉଛ।"


ୟା ଭିତରେ ସାନ ନାନୀ ବହା ହୋଇ ତାର ଦୁଇଟି ଯାକ ଛୁଆ ଜନ୍ମ ହୋଇ ସାରିଥିଲେ।ତା ଘରେ ବି ସେଇ ଏକା କଥା।


ମୁଁ ଟିକେ ଟିକେ ବଡ଼ ହେଉଥିଲି।ବାବାଙ୍କ ଚେଷ୍ଟା ଥିଲା ମୋତେ ପଢେଇ ଲେଖେଇ ଭଲ ମଣିଷ କରିବା। ଆର ଦୁଇ ଭଉଣୀଙ୍କ ଶାଶୂଘରୁ ବହୁତ କିଛି ଶୁଣି ସାରି ଥିଲେ। କିଛି ଶିଖେଇ ନାହାନ୍ତି? ଅକଥନୀୟ ଯାତନା..... ଅବହେଳିତ.......


ଏଥର ମୋ ପାଳି ପଡ଼ିଲା।ବାହା ହୋଇ ଶାଶୂଘର ଯିବା ବେଳେ ଯେଉଁ ବାବା ,ଅନ୍ୟ ଦୁଇ ଭଉଣୀଙ୍କୁ ଶିଖେଇ ଥିଲେ "ସମସ୍ତଙ୍କ ମନ ନେଇ ଚଳିବୁ ", ସେଇ ବାବା ମୋତେ ଶିଖେଇ ଥିଲେ "ମାଆ ରେ ! ଆପେ ବଞ୍ଚିଲେ ବାପର ନାଁ। ଆପେ ବଞ୍ଚ ବାପର ନାଁ ରଖ । କାହିଁକି ନା ସେଠି ମୁଁ ତ ନ ଥିବି। "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational