STORYMIRROR

Basanti Parida

Others

3  

Basanti Parida

Others

ସ୍ଵାମୀ

ସ୍ଵାମୀ

1 min
361

ସ୍ଵାମୀ ମୋର ବର୍ତ୍ତମାନର ସବୁଠାରୁ ପ୍ରୀୟ ଅଚିହ୍ନା ମଣିଷ। କେମିତି ଛନ୍ଦି ହୋଇ ଗଲି। ବାପା ମାଆ ହାତ ତୋଳି ଦେଇ ଦେଲେ ମୋ ହାତ ତାଙ୍କ ହାତରେ, ଆଉ ମୁଁ ବି ହାତ ଧରି ଚାଲି ଆସିଲି, ଅଚିହ୍ନା ମଣିଷର ସେଇ ଅଚିହ୍ନା ରାଇଜକୁ।


ପ୍ରତି ମୁହୂର୍ତ୍ତରେ ଗୋଟେ ଗୋଟେ ନୂଆ ପୃଷ୍ଠା ଖୋଲେ ତାଙ୍କ ବ୍ୟକ୍ତିତ୍ୱର ।


ମୋର ପସନ୍ଦ ତାଙ୍କ ନା ପସନ୍ଦ। ତାଙ୍କର ଅତି ପସନ୍ଦ ମୋ ପାଇଁ ଘୃଣା ଇତ୍ୟାଦି ଇତ୍ୟାଦି ଭିତରେ ଆଖିର ଲୁହ ଚାପି ନେଇ ଭାବେ.... ଭଲ ଭାବରେ ପରିଚୟ ହୋଇ ଗଲେ ସବୁ ଠିକ୍ ହୋଇଯିବ।


କିନ୍ତୁ ସେମିତି କିଛି ବି ହୁଏ ନାହିଁ।


ଓଲଟା ମୁଁ ହିଁ ତାଙ୍କ ପାଇଁ ଅଚିହ୍ନା ମଣିଷ ପାଲଟି ଯାଏ। ସବୁ ଦିନ ନୂଆ ମୁହଁଟେ, ନୂଆ ରୂପଟେ ନେଇ ତାଙ୍କୁ ଦେଖା କରେ।


ତାଙ୍କୁ ଭଲ ଭାବରେ ଚିହ୍ନିଲା ପରେ , ମୁଁ, ଜାଣି ପାରିଲି ତାଙ୍କୁ ଏଇଆ ଭଲ ଲାଗେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍