ଗୋଟିଏ ଦିନ ମିତ୍ର ସହିତ
ଗୋଟିଏ ଦିନ ମିତ୍ର ସହିତ
ମୋ ସାଙ୍ଗ, ମୋ ମିତ୍ର, ତା ନାଁ ନେଲେ କଣ କେହି ଚିହ୍ନି ପାରିବେ।ସେ ମୋ ପିଲା ଦିନ ସାଙ୍ଗ।ଏକା ସାଙ୍ଗରେ ସ୍କୁଲ ଯିବା, ଖେଳିବା, ବରକୋଳି କଣ୍ଟେଇ କୋଳି ତୋଳିବା ଏମିତି କେତେ କାମ।
ଦିନକର କଥା।ଆମେ ପଞ୍ଚମ ଶ୍ରେଣୀ ରେ ପଢୁଥିଲେ।ସକାଳ ଛଅଟାରୁ ଦଶଟା ସ୍କୁଲ।ଶୀତ ଦିନ।ବରକୋଳି ପାଚିବା ସମୟ।ସ୍କୁଲ ରୁ ଫେରିବା ବାଟରେ ବହି ବାକ୍ସ ଟା ଥୋଇଦେଇ କୋଳି ଗଛ ମୂଳେ ସମସ୍ତେ ରୁଣ୍ଡ।ପଥର ଟେକା ବାଡ଼ି ମାରି କୋଳି ଝାଡିବାବେଳେ, ପାଖ ଘର ସ୍ତ୍ରୀ ଲୋକ ଟା ଭାରି ରାଗେ।ରାଗିଯାଇ ଦଉଡ଼ି ଆସିଲେ ସମସ୍ତେ ପ୍ରାଣ ବିକଳରେ ସେଠୁ ଖସି ପଳେଇ ଯାଉ।ସେଦିନ ମୋତେ ଭାରି ରାଗ ମାଡ଼ି ଥିଲା।ବୁଢ଼ୀ, କହିଲା କଣ ନା ,"ତମ ବାପା ମାଆ ତମକୁ ସମ୍ଭାଳି ପାରୁ ନାହାଁନ୍ତି।"ମୋ ମୁଣ୍ଡକୁ ପିତ୍ତ ଚଢ଼ି ଥିଲା।ବୁଢ଼ୀ ଦଉଡ଼ି ଆସିଲା ବେଳକୁ, ମୁଁ ଗୋଟାଏ ପଥର ଉଠେଇ ଲି,ବୁଢ଼ୀ କୁ ମାରିବା ପାଇଁ।ସମସ୍ତେ ଅତର୍ଛ୍ଯା ଦଉଡ଼ି ପଳେଇ ଗଲେ।ମୁଁ ଠିଆ ହୋଇ ଥିଲି, ପଥର ମାରିବି ବୋଲି।ମୋ ସାଙ୍ଗ ଦଉଡ଼ି ଯାଉ ଯାଉ ଅଟକି ଗଲା, ମୋତେ ହାତ ଧରି ଟାଣିବାକୁ ଲାଗିଲା।ବାରମ୍ବାର କହୁଥାଏ"ଚାଲ୍ ପଳେଇ ଯିବା"ମୁଁ ଆଦୌ ନ ଗଲାରୁ ସେ ବୁଢ଼ୀ କୁ ଆଢୁଆଳକରି ଠିଆ ହେଲା।
ବୁଢ଼ୀ ମୋତେ ଦେଖି କହିବା ଆରମ୍ଭ କଲା" ଛୁଆ! ସ୍କୁଲକୁ ଯାଉଚୁ ନା ଫେରୁଛୁ"।ମୁଁ ସ୍କୁଲ ୟୁନିଫର୍ମ ପିନ୍ଧି ଥାଏ।ମୋ ମନ ଟିକିଏ ସ୍ଥିର ହୋଇ ଗଲା।ମୁଁ ଆଉ ଫଥର ଟା ମାରି ପାରିଲିନି।ପୁଣି ବୁଢ଼ୀ ଆରମ୍ଭ କଲା" କିରେ କୋଳି କାଇଁ ଖାଉଛ?...କଫହବ କାଶ ହବ।ଯା ଘରକୁ ।ଏ କୋଳି ଗୁଡା ନେଇ ଯା ମାଆ ଙ୍କୁ ଦବୁ ଆଚାର କରିଦେବେ।"ଏତିକି କହି ବୁଢି ଗୋଟିଏ କାଗଜ ଠୁଙ୍ଗାରେ କିଛି କୋଳି ମୋ ହାତକୁ ବଢ଼ାଇ ଦେଲା।ତା ଦେଖି ମୋ ସାଙ୍ଗ ବାହାରି ଆସି କହିଲା"ମାଉସୀ!ମୋତେ ବି ଦିଅ ନା"ବୁଢ଼ୀ ତାକୁ ବି କୋଳି ଦେଲା।ଦି ସାଙ୍ଗ ସେଦିନ ଭାରି ଖୁସି ରେ ଲୁଣ ଲଙ୍କା ଚକଟି ସାଙ୍ଗ ହୋଇ କୋଳି ଖାଇ ଥିଲୁ।ବଳକା କୋଳି ଆଚାର କରି ଥିଲୁ।