STORYMIRROR

Basanti Parida

Inspirational

2  

Basanti Parida

Inspirational

ମୋର ପ୍ରଥମ ଲେଖା

ମୋର ପ୍ରଥମ ଲେଖା

1 min
577

ମୋର ଶିକ୍ଷା ଆରମ୍ଭ କେମିତି ହୋଇଛି ମୋର ମନେ ନାହିଁ।ଯାହା ମନେ ପକାଇ ପାରୁଛି-ମୁଁ ବାବାଙ୍କ କୋଳରେ ବସିଥିଲି, ଶୀତ ସକାଳ, ମୁଁ ସ୍ଵେଟର ଟୋପି ପିନ୍ଧି ଥାଏ, ବାବା ଚଦର ଘୋଡେ଼ଇ ହୋଇ ଚଷମା ପିନ୍ଧି ଥାଆନ୍ତି, ବାବା ମୋତେ ସିଲଟ ଖଡ଼ି ରେ ମିଶାଣ ଫେଡାଣ ଶିଖଉ ଥିଲେ," ୨+୩=୫.....//+///...ଏବେ ଗଣିଲୁ......"ଇତ୍ୟାଦି ଇତ୍ୟାଦି ।


ବାବା ପ୍ରାୟ ଆବୃତି କରନ୍ତି " ଏକ ଚନ୍ଦ୍ର, ଦୁଇ ପକ୍ଷ,ତିନି ନେତ୍ର, ଚାରି......."

ତାଙ୍କ ସାଙ୍ଗକୁ ପାଳି ଧରି ଆବୃତ୍ତି କରିବା ଅଭ୍ୟାସରେ ପଡ଼ି ଯାଇ ଥିଲା। ଦିନେ ଅଚାନକ ମୋ ପାଟିରୁ ବାହାରି ଗଲା "ସକାଳ ଖରା, ବଣି ଚଢେ଼ଇ...."

ବାବା କହିଲେ " ହୁଁ ହୁଁ ତାପରେ..."

ତା ପରେ ମୁଁ.. " ଖୁଣ୍ଟି ଖାଉଛନ୍ତି ଭାତ

ସେଠି ମୋ ମାଆ ଭଳିଆ

ମାଆ ଟେ ଅଛି

ଭାତ ଗୋଟେଇ

ଖୁଏଇ ଦଉଛି

ଥଣ୍ଟରେ ଉଠେଇ, ଥଣ୍ଟରେ ଦଉଛି........."

ଆଗକୁ ଆଉ ମନେ ପଡୁନାହିଁ।ତା ପରେ କେବଳ ବାବାଙ୍କର ହସ ହସ ମୁହଁଟା ମନେ ଅଛି। ସେହି ଠାରୁ ଆରମ୍ଭ ହୋଇଥିଲା ମୋର କବିତା ଲେଖିବାର ଯାତ୍ରା।ସେତେବେଳେ ଓଡ଼ିଆ ଭାଷାର ଆଦର କମି କମି ଯାଉଥିଲା।ଇଂରାଜୀ ମାଧ୍ୟମ ଶିକ୍ଷା ଜୋର ଧରୁଥିଲା।ସ୍କୁଲରେ ସାର୍, ଦିଦି ମାନେ, ଘରେ ବାବା ରଚନା ଘୋଷାନ୍ତି।ପରୀକ୍ଷାରେ ମୁଁ କିଛି ଅଲଗା ଲେଖିଥାଏ।ଅର୍ଥ ସମାନ ଆସୁଥିଲେ ବି, ନମ୍ବର କମ୍ ଆସୁଥାଏ।ଦିନେ ହେଡସାର ଭାସ୍କର ଚନ୍ଦ୍ର ଦାସ ,ଆମ ଘରକୁ ଆସିଲେ।ମୁଁ ଯାଇ ଲୁଚି ଗଲି।ସେ ଗଲା ପରେ ମୁଁ ବାହାରି ଖେଳି ବାକୁ ପଳେଇ ଗଲି।ସଞ୍ଜ ହେଲା ପରେ ବି ଘରକୁ ଫେରି ବାକୁ ଡରି ଲାଗୁଥାଏ।ସାଙ୍ଗ ଘରକୁ ପଳେଇ ଗଲି।ବାବା ଖୋଜି ଖୋଜି ପହଞ୍ଚିଲେ।ଆଉ ମୋତେ ଘରକୁ କାଖରେ ଜାକି ନେଇ ଆସିଲେ।କହିଲେ "ହେଡସାର ଙ୍କୁ ତୋ ର "ମୋ ସାଙ୍ଗ"ରଚନା ଭାରି ଭଲ ଲାଗିଲା।ପରୀକ୍ଷାରେ ତ ନମ୍ବର ଦିଆ ସରିଛି।ଆଉ କିଛି କରି ହେବ ନାହିଁ।ବାର୍ଷିକ ପରୀକ୍ଷା ସରିଗଲା, ପଞ୍ଚମ ଶ୍ରେଣୀ ବି ହେଇଗଲା।ସେ କହିଲେ ତୁ ସେମିତି ଲେଖିବୁ ସବୁବେଳେ, ତୋର ଯେମିତି ମନ ହେବ, ଠିକ୍ ଅଛି...?


ବୁଝିଲୁ ?

ବୁଝିଲୁ ନା ନାହିଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational