STORYMIRROR

Basanti Parida

Others

2  

Basanti Parida

Others

କିଏ କାହାର(ପ୍ରତାରଣା)

କିଏ କାହାର(ପ୍ରତାରଣା)

2 mins
573


ଶୂନ୍ୟ ବାଣୀ ହେଲା,... ସ ତୋର ସ୍ଵାମୀ... ପ ତୋର ପୁତ୍ର..... କ ତୋର କନ୍ୟା....।

ବୁଝି ଗଲି, କେହି ଜଣେ ଅଜଣା ଅଚିହ୍ନା ଯୁବକ ଜଣକ ତୋ ହାତ ଧରି ନେଇ ଗଲେ ତା ଘରକୁ ,ଫେରିବା ବାଟ ଯେତେବେଳେ ବନ୍ଦ ହୋଇଗଲା, ନିଜ ଯୁବା ବୟସର ସବୁ କିଛି ଢାଳି ଦେଇ ନିଜର କରି ନେବାକୁ ହୁଏ।ସେହି ତୋର ସ୍ଵାମୀ ତା ଘର ତୋର ଘର।ଯେଉଁଠି ତୋର ବୋଲି କିଛି ନାହିଁ।ନିଜର ବୋଲି କିଛି ଦାବି କରି ହେବ ନାହିଁ।ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଚାଲିବ ବୋଲି ସାଙ୍ଗ ହୋଇ, ହାତ ଧରା ଧରି ହୋଇ ,ଶପଥ ନେଇଥିଲେ।ଅପନ୍ତରାରେ ଏକା ଛାଡି ସ୍ଵାମୀ ଆଗେଇ ଚାଲି ଗଲା ବେଳେ ଦଉଡ଼ି ଦଉଡ଼ି ସାଙ୍ଗରେ ଯିବାକୁ ହୁଏ।ନହେଲେ ଶପଥ ତୁଟିଯିବ।ଏଠି ପ୍ରତାରଣା ଅନୁଭବ କରିବା ବି ପାପ।ପାପର ଫଳ ମୃତ୍ୟୁ ବି ହୋଇ ପାରେ।ମୃତ୍ୟୁ ପୁର୍ବରୁ ଶହେ ଥର ମୃତ୍ୟୁ ଦଣ୍ଡ ଭୋଗିବାକୁ ବି ପଡ଼ି ପାରେ।


ବୁଝି ଗଲି, କେହିଜଣେ ତୋ ଭିତରେ ସତ୍ତା ପାଇଛି।ତୁ ଅନ୍ତଃସତ୍ତ୍ଵା।ପୁତ୍ର ସନ୍ତାନ ଲାଭ କରିବା ଖୁସିରେ ବିଭୋର, ସବୁ ଯାତନା ଭୁଲି ଯିବାର ସ୍ଥିତି।ତାକୁ ଦେଖି ତୋତେ ଭୁଲି ଯିବାକୁ ହେଲା ସମୟ କାହାକୁ କହନ୍ତି।ଅତୀତ, ବର୍ତ୍ତମାନ, ଭବିଷ୍ୟତ।ଅନିଶ୍ଚିତ ଭବିଷ୍ୟତ ବିଷୟରେ ଅନଭିଜ୍ଞ ତୁ ଗାଇ ଚାଲିଲୁ ନାନାବାୟା ଗୀତ ମଧୁର ସ୍ଵରରେ।ପୁଅକୁ ବାଟ କଢାଇବା ଆଳରେ ଛାଟ ପାହାର ଦେଇ, ପୁଅ ପ୍ରତି ନିଜ ମମତାକୁ ପ୍ରତାରଣା କଲାବେଳେ, ମାଆ ବୁଝି ପାରିଲା ନାହିଁ କି, ଏପରି କରିବା ପାପ। ପାପର ଫଳ ମୃତ୍ୟୁ ବି ହୋଇ ପାରେ। ମୃତ୍ୟୁ ପୂର୍ବରୁ ଶହେ ଥର ମୃତ୍ୟୁ ଦଣ୍ଡ ଭୋଗିବାକୁ ବି ପଡ଼ି ପାରେ।


ବୁଝି ଗଲି, କେହିଜଣେ ତୋ ପରି, ଠିକ୍ ଠିକ୍ ତୋର ଚାରିତ୍ରିକ ପ୍ରତିଛବି, ଆସିଲା, ତୋତେ ଆଇନା ଦେଖାଇ ବା ପାଇଁ।ତୁ କନ୍ୟା ସନ୍ତାନ ପ୍ରସବ କରିବା ଦିନ ହିଁ ଅନୁଭବ କଲୁ ତୋ ଆଗରେ ଛିଡା ହେଲା ତୋର ପ୍ରତିଛବି, ପାର୍ଶ୍ଵ ପରିବର୍ତ୍ତନ କରି। ତାକୁ ନିଜ ହାତରେ ସ୍ପର୍ଶ କରିବା ପୂର୍ବରୁ ହିଁ ମନରେ ଘର ବାନ୍ଧି ଗଲା ଗୋଟିଏ ସ୍ଵପ୍ନ କନ୍ଯା ର ବିବାହ।ଆଶ୍ଚର୍ଯ୍ୟ, ସ୍ଵାସ୍ଥ୍ୟ ,ଶିକ୍ଷା,ଆହାର ,ବସ୍ତ୍ର, ସଂସ୍କାର... ସବୁକିଛି ପଛକୁ ଥିଲା।ମାଆ ଚାହୁଁଥିଲା ସେ କନ୍ୟା ରୂପରେ ଯାହା ଯାହା ଦୁଃଖ ଭୋଗିଛି ତା କନ୍ୟା ତା ଭୋଗିବ ନାହିଁ।ପ୍ରତାରଣା ର ରୂପ ତ ଏଠି ଅଲଗା ପ୍ରକାର ଥିଲା।କନ୍ୟାର କୋମଳ ମନ ତଳର ପ୍ରେମ ନିରୁଦ୍ଦିଷ୍ଟ ହୋଇ ଅନାଥ ଭାବେ ବୁଲିଲା ବେଳେ, ସ୍ଵଭାବ ରୁକ୍ଷ ରୂପ ନେଉଥିଲା। ଧନୀ ମାନୀଗୁଣୀ ବ୍ୟକ୍ତି ବୋଲି ,କନ୍ୟାର ଅନିଚ୍ଛା ସତ୍ତ୍ୱେ ବିବାହ,... ଏପରି କରିବା ପାପ। ପାପର ଫଳ ମୃତ୍ୟୁ ବି ହୋଇପାରେ।ମୃତ୍ୟୁ ପୂର୍ବରୁ ଶହେ ଥର ମୃତ୍ୟୁ ଦଣ୍ଡ ଭୋଗିବାକୁ ବି ପଡ଼ି ପାରେ।

ସତରେ ଏଠି କିଏ କାହାର !?


Rate this content
Log in