STORYMIRROR

Basanti Parida

Abstract

2  

Basanti Parida

Abstract

ବାହାଘର

ବାହାଘର

1 min
494

ଜେଜି କହିଲା- ଝିଅକୁ ପଦାକୁ ଛାଡ଼ନି,କଳା ପଡ଼ି ଯିବ। ଯାହା ପଢୁଛି ଶିଖୁଛି, ଘରେ ବସି ଶିଖୁ।

ବାପା କହିଲେ- ଝିଅ ପାଠ ପଢ଼ୁ,ନିଜ ଗୋଡ଼ରେ ନିଜେ ଛିଡ଼ା ହେଉ। ଭଲ ପ୍ରସ୍ତାବ ଆସିବ। ଭଲ ବର ମିଳିବ।

ମାଆ କହିଲା- ଝିଅ ରୋଷେଇ ବାସ ଶିଖୁ, ପଛକୁ ଘର ସମ୍ଭାଳିବାରେ ସୁବିଧା ହେବ।

ମାମୁଁ କହିଲେ- ଝିଅ ବାହାଘର କରିଦିଅ, ଏମିତି ଭଲ ପ୍ରସ୍ତାବ ପଛକୁ ଆସି ନ ପାରେ।

ଏତେ କଥା ସବୁ ଝିଅ ପାଇଁ

ପୁଅ ପାଇଁ କଣ

ଯାହା କରୁଛି କରୁ, ଦି ପଇସା ରୋଜଗାର କଲେ ହେଲା। ବାହାଘର କରିଦବା।

ଆରେ ବାହାରେ ଦୁନିଆ ଝିଅ ରାଗି ଯାଇଛି।। ଖାଲି ବାହାରେ ବୁଲୁଛି।।ପାଠ ପଢୁନି।।ରୋଷେଇ ବାସ ଶିଖୁନି।।ବାହା ବି ହଉନି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract