Gopal Das

Romance Tragedy Inspirational

3.5  

Gopal Das

Romance Tragedy Inspirational

ନିଷିଦ୍ଧ ଜହ୍ନରାତି

ନିଷିଦ୍ଧ ଜହ୍ନରାତି

10 mins
3.1K


ସବୁ ଦିନେ ମର୍ଣ୍ଣିଙ୍ଗ୍ ୱାକ୍ ସମୟରେ ଦେଖା ହୁଅନ୍ତି ମିସେସ ମହାପାତ୍ର, ଆଉ ମିସେସ ମହାପାତ୍ର ବି ହାତ ହଲାଇ ଅଭିନନ୍ଦନଟିଏ ଦେଇ ଚାଲିଯାଆନ୍ତି ନିଜ ରାସ୍ତାରେ। କିଛି ଦିନ ଭିତରେ ତାଙ୍କ ସହିତ ଗୋଟିଏ ସୂକ୍ଷ୍ମ ସମ୍ପର୍କଟିଏ ଗଢି ଉଠିଥିଲା ସବୁ ଦିନ ଦେଖା ହେବା ଫଳରେ।

*****

ମିସେସ ମହାପାତ୍ରଙ୍କ ବୟସ ୬୦ ବର୍ଷ , ଗୋରା ଚେହେରା ସାଙ୍ଗକୁ, ହସ ହସ ସୁନ୍ଦର ଦେବୀ ପ୍ରତିମା ଭଳି ମୁହଁ । ତାଙ୍କ ମୁହଁରୁ ଜଣେ ସଂଭ୍ରାନ୍ତ ଶ୍ରେଣୀୟ ବୋଲି ପ୍ରତୀତ ହୋଇଥାଏ, ଦେଖିଲେ ଯେମିତି ମନରେ ଶୋଇ ରହିଥିବା ସମ୍ମାନ ଆଉ ଭକ୍ତି ଭାବ ଆପେ ଚାଲିଆସେ ମୋର।


ଆମର ବନ୍ଧୁତା କେବଳ ମର୍ଣ୍ଣିଙ୍ଗ୍ ୱାକ୍ରେ ହାୟ , ବାୟରେ ହିଁ ସୀମିତ ରହିଥିଲା। ଯଦି କୌଣସି ଦିନ ମିସେସ ମହାପାତ୍ର ନ ଆସନ୍ତି କାହିଁକି କେଜାଣି ଏକା ଏକା ଭାରି ବୋର ଲାଗେ ମର୍ଣ୍ଣିଙ୍ଗ୍ ୱାକ୍ ସମୟଟା, ତେଣୁ ମୁଁ ସବୁ ଦିନେ ଆଶା କରେ ମିସେସ ମହାପାତ୍ରଙ୍କ କମ୍ପାନୀ ମର୍ଣ୍ଣିଙ୍ଗ୍ ୱାକ୍ ସମୟରେ ।


ଆଜି ୧୯୯୫ ମସିହା ଡିସେମ୍ବର ମାସ ୨୪ ତାରିଖ, ସବୁଦିନ ପରି ଆଜି ସକାଳ ୬ଟାରୁ ନିତ୍ୟକ୍ରମ ସାରି ବାହାରି ଯାଇଥାଏ ମର୍ଣ୍ଣିଙ୍ଗ୍ ୱାକ୍ ପାଇଁ । କେବେ କେବେ ରାସ୍ତାରେ , ନହେଲେ ତାଙ୍କ ଘର ଆଗରେ ଦେଖା ହୋଇ ଯାଆନ୍ତି ମିସେସ ମହାପାତ୍ର, ଆଜି ବି ତାଙ୍କ ଘର ଆଗରେ ଦେଖା ହେଲେ।

ଠିକ୍ ସବୁ ଦିନ ପରି ଆଜି ବି ହାତ ହଲାଇ ଅଭିବାଦନ ଦେଇ, ଚାଲିଲେ ମୋ ସହିତ, ହେଲେ ଆଜି ମୁଁ କିଛିଟା ଅଭାବ ପରିଲକ୍ଷିତ କରୁଥିଲି ତାଙ୍କ ସହିତ ଚାଲିବା ଭିତରେ, ତାଙ୍କ ମୁଖ ମଣ୍ଡଳରେ,ସବୁ ଦିନ ପରି ଅତି ସୁନ୍ଦର ଭାବରେ ଝଟକୁ ଥିବା ମୁହଁଟିରେ ଯେମିତି ଗୋଟିଏ ଅସ୍ତଗାମୀ ସୂର୍ଯ୍ୟର ମଳିନତା ଉପଲବ୍ଧି ହେଉଥିଲା ମୋତେ!!! ପଚାରିବାକୁ ସାହସ ନ କରି ପାରି ମନେ ମନେ ଭାବୁଥାଏ, ମିସେସ ମହାପାତ୍ରଙ୍କର କଣ୍ କିଛି ଅସୁବିଧା ହେଲା କି? କାରଣ ଯେବେ ଠୁଁ ଜାଣିଛି, ମିସେସ୍ ମହାପାତ୍ର ଜଣେ ଉଚ୍ଚାଭିଲାଷୀ, ପରୋଉପକାରି, ନିଃସ୍ଵାର୍ଥପର ମଣିଷଟିଏ, ତା ସହିତ ଭୁବନେଶ୍ୱରରେ ନିଜର ତିନି ତାଲା ଅଟ୍ଟାଳିକା ଭିତରେ ଚାକର ବାକର ହାଉ ଯାଉ। ନିଜେ ମଧ୍ୟ ରମାଦେବୀ ମହାବିଦ୍ୟାଳୟର ଅଧ୍ୟାପିକା ଭାବରେ ଅବସରପ୍ରାପ୍ତ, ଏବଂ ମିଷ୍ଟର୍ ମହାପାତ୍ର(ତାଙ୍କ ସ୍ବାମୀ) ବି ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବରେ ଅବସରପ୍ରାପ୍ତ ।


 ତାପର ଦିନ ପାର୍କରେ ଅପେକ୍ଷା କଲି ମିସେସ ମହାପାତ୍ରଙ୍କୁ ଟିକେ ବିଳମ୍ବ ଯାଏଁ, ଆଉ ମିସେସ ମହାପାତ୍ର ବି ସବୁ ଦିନ ପରି ମର୍ଣ୍ଣିଙ୍ଗ୍ ୱାକରେ ଆସିଗଲେ, ସବୁଦିନ ପରି ହାୟ କରି ତାଙ୍କ ସହିତ ତାଳ ମିଳାଇ ଚାଲିବାକୁ ଲାଗିଲି, ଲାଗିଲା ଯେମିତି ମିସେସ୍ ମହାପାତ୍ର କିଛି ଗୋଟିଏ ଚିନ୍ତାରେ ବୁଡି ରହିଛନ୍ତି।


ସାହସ କରି ପଚାରି ଦେଲି, ମାଡ଼ାମ୍, କିଛି ଅସୁବିଧା ହୋଇଛି କି? ଅନ୍ୟମନସ୍କ ଭାବରେ ଉତ୍ତର ଦେଇଥିଲେ, ନା ନା ନିଶିକାନ୍ତ। ସେମିତି କିଛି ନୁହେଁ। ପୁଣି ଥରେ ଅନ୍ୟମନସ୍କ ଭାବରେ ପଚାରିଥିଲେ, ହଁ ନିଶିକାନ୍ତ, ତୁମେ କଣ କହୁଥିଲ????


ମୁଁ ପଚାରିଲି, ମାଡ଼ାମ୍, ଗୋଟିଏ କଥା ପଚାରିବି, ଖରାପ୍ ଭାବିବେନି???

ମୁଁ ତ ଆପଣଙ୍କ ପୁଅ ବୟସର? ଅବଶ୍ୟ ଆପଣଙ୍କ ନିଜ ବିଷୟରେ ପଚାରିବାଟା ଭୁଲ, ହେଲେ ସବୁଦିନ ପରି ଆପଣଙ୍କ ହସ ହସ ମୁହଁଟା ଆଜି ଯେମିତି ମଳିନ ପଡିଥିବାର ଲାଗୁଛି, କିଛି ଅସୁବିଧାରେ ପଡିଛନ୍ତି କି???

ମିସେସ ମହାପାତ୍ର ପାର୍କରେ ଥିବା ଚେୟାରରେ ବସିବାକୁ କହିଲେ, ଆମେ ଦୁହେଁ ବସିଗଲୁ। ଆଉ ସଙ୍ଗେ ସଙ୍ଗେ ମୋବାଇଲରେ ଫୋନ କରି ଘରକୁ , ବ୍ରେକ ଫାଷ୍ଟ ତିଆରି କରିବାକୁ କହି ଦେଇଥିଲେ ସେହି ଭିତରେ। ଆଉ ନିଜ ଘରକୁ ନିମନ୍ତ୍ରଣ କଲେ।

ମୁଁ ବି ଗୋଟିଏ ସ୍ଵତନ୍ତ୍ର ଜିଜ୍ଞାସାକୁ ଆଧାର କରି ତାଙ୍କ ନିମନ୍ତ୍ରଣ ରକ୍ଷାକରି ତାଙ୍କ ସହିତ ପହଞ୍ଚିଗଲି ମିସେସ ମହାପାତ୍ରଙ୍କ ଘରେ । 


ମିସେସ ମହାପାତ୍ର ଆଗରେ ପଶିଗଲେ ଘର ଭିତରକୁ। ହଠାତ୍ ମୋର ପାଦ ଦୁଇଟି ଅଟକି ଯାଇଥିଲି କାନ୍ଥରେ ଟଙ୍ଗା ହୋଇଥିବା ଗୋଟିଏ ସୁନ୍ଦରୀ ଝିଅ ସହିତ ଅନ୍ୟଜଣେ ସୁନ୍ଦର୍ ଯୁବକର ଫଟୋ ଆଉ ସେଥିରେ ସଦ୍ୟଜାତ ଫୁଲମାଳ ସହିତ ଜଳୁଥିବା ଅଗରବତୀକୁ ଦେଖି। 

ଆଉ ହତବାକ୍ ହୋଇ ଚାହିଁ ରହିଥିଲି, ସେହି ଫଟୋଟି ଭିତରେ ଥିବା ସୁନ୍ଦର ପ୍ରେମୀଯୁଗଳଙ୍କୁ ଦେଖି। ଆଉ ମନେ ମନେ ବହୁତ ରାଗ ଲାଗିଲା ଭଗବାନଙ୍କ ଉପରେ। ଏମିତି ସୁନ୍ଦର୍ କପୋତ କପୋତୀର ନୀଡକୁ ଅକାରଣରେ ଭାଙ୍ଗି ଦେଇଥିବାରୁ।****


ଫଟୋରେ ଥିବା ଝିଅଟିର ମୁହଁ ପୁରା ପୁରି ମିସେସ ମହାପାତ୍ରଙ୍କ ମୁହଁ ସହିତ ମେଳ ଖାଉଥିବାରୁ, ଅନୁମାନ କରି ନେଇଥିଲି ନିଶ୍ଚିତ ଭାବରେ ତାଙ୍କର ଝିଅ ବୋଲି।

ମିସେସ ମହାପାତ୍ର ମୋତେ ଡ୍ରଇଂ ରୁମରେ ବସିବାକୁ କହି, ଚାଲିଯାଇଥିଲେ ରୋଷେଇ ଘରକୁ ଆଉ , ଜଳଖିଆ ଧରି ଆସି କହିଲେ ,ନିଶିକାନ୍ତ ଷ୍ଟାର୍ଟ୍ କର!!!!


ମୁଁ କିଛି କହିବା ପୂର୍ବରୁ ମୋ ପାଟିରୁ କଥା ଛଡାଇ ନେଇ କହିଲେ, ଏ ମୋ ଝିଅ ମିତାଲି, ଆଉ ତା ସ୍ବାମୀ ସୁବାସ ରାୟ ସାମନ୍ତ।***


ମୁଁ ଟିକେ ସାନ୍ତ୍ଵନା ମୂଳକ କଣ୍ଠରେ କହିଲି, ମାଡାମ୍ ଜୀବନ ଆଉ ମରଣ ସବୁ ସେହି ଭଗବାନଙ୍କ ଇଚ୍ଛାରେ ପରିଚାଳିତ। ତେଣୁ ଦୁଃଖ କଲେ କିଛି ଲାଭ ନାହିଁ ବରଂ ନିଜେ ସେହି ଦୁଃଖର ବୁଢିଆଣୀ ଜାଲରେ ଛନ୍ଦିହୋଇ ଛଟପଟ ହେବା ସାର୍। ତଥାପି ଆପଣଙ୍କୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନଥିଲା, ସେଥିପାଇଁ କ୍ଷମା ଦେବେ। ଯଦି ଅନୁମତି ଦିଅନ୍ତି ତାହେଲେ ଏହି ସୁନ୍ଦର୍ ପ୍ରେମୀ ଯୁଗଳଙ୍କ ମୃତ୍ୟର କାରଣ ଜାଣି ପାରିବି କି?


ମିସେସ ମହାପାତ୍ର ଆଖିରୁ ବୋହି ଚାଲିଥିବା ଅମାନିଆ ଅଶ୍ରୁକୁ ପୋଛୁ ପୋଛୁ କହି ଚାଲିଥିଲେ!!!!

ଆଜକୁ ପ୍ରାୟ ୫ ବର୍ଷ ତଳେ ଦୁହେଁ ଆତ୍ମହତ୍ୟା କରିଥିଲେ, ନିଜର ଗାଆଁ ଘରେ , ବିଷ ପାନ କରି। 


ମିସେସ ମହାପାତ୍ରଙ୍କ ଆଖିରେ ଅଶ୍ରୁର ବନ୍ୟା, ଇଚ୍ଛା ହେଉଥିଲା ମୋ ବୋଉ ହୋଇଥିଲେ ଆଖିରୁ ବୋହି ଆସୁଥିବା ଲୁହଗୁଡାକୁ ହାତରେ ସାଉଁଟି ନେଇ କହିଥାନ୍ତି, ବୋଉ ମୁଁ ତୋ ପାଖରେ ଅଛି!!!

ତୋ ପାଇଁ ଜୀବନ ଦେବାକୁ ବି ପଛଘୁଞ୍ଚା ଦେବିନି। ହେଲେ ପାରିଲିନି। ମୋର ମନେ ହେଲା ଯେମିତି ମୋ ବୋଉ ଠିକ୍ ଏହି ଭଳି ଆଖିରୁ ଲୁହ ଝରାଇ ଥିଲା ଯେଉଁଦିନ ମୁଁ ଇଞ୍ଜିୟରିଙ୍ଗ୍ ପଢ଼ିବାକୁ ରାଉଲକେଲା ଆସିଥିଲି।****


ମିସେସ ମହାପାତ୍ର ଅମାନିଆ ଲୁହରେ ଭିଜି ଥିବା ଆଖିକୁ ପୋଛି,ପୁଣି କହିଲେ ଖାଇବା ଷ୍ଟାର୍ଟ କର, ନିଶିକାନ୍ତ!!


ଆଜି ମିତାଲିର ପଞ୍ଚମ ଶ୍ରଦ୍ଧା ବାର୍ଷିକ।ପୁରୁଣା ଆଲବମ୍ ଖେଳାଉ ଖେଳାଉ କହି ଚାଲିଥିଲେ ମିତାଲିର ଜନ୍ମ ବୃତ୍ତାନ୍ତ, କେମିତି ମିତାଲି ଛୋଟ ବେଳେ ଦୁଷ୍ଟାମୀ କରୁଥିଲା, କେବେ ସେ ପ୍ରଥମେ ଚାଲି ଶିଖିଲା, ଆଉ ଏକମାତ୍ର ସନ୍ତାନ ହିସାବରେ ମିତାଲିର ସମସ୍ତ ସ୍ମୃତିକୁ ସାଉଁଟି ରଖିଥିଲେ ମିସେସ ମହାପାତ୍ର, ଯେଉଁ ଦିନ ମିତାଲି କଲେଜର ଆନୁଆଲ୍ ଫଙ୍କସନ୍ସରେ ନିଜର ସଙ୍ଗୀତରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରି ଦେଇଥିଲା, ଆଉ ମିଷ୍ଟର ମହାପାତ୍ର ଖୁସି ହୋଇ ମିତାଲି ପାଇଁ ଗୋଟିଏ ସ୍କୁଟି କିଣି ଦେଇଥିଲେ, ଏମିତି କେତେ କଣ??? ସବୁ ଫଟୋର ବର୍ଣ୍ଣନା କରି ଚାଲିଥାନ୍ତି ମିସେସ ମହାପାତ୍ର ଗୋଟିଏ ମାତୃତ୍ଵର ହୃଦୟ ନେଇ।***


ମିତାଲିକୁ ଯେତେ ବେଳେ ୨୫ ବର୍ଷ , ଭଲପାଇ ବସିଥିଲା ତାର ସହପାଠୀ ସୁବାସକୁ, ଆଉ ସୁବାସ ବି ଜଣେ ଉଦୀୟମାନ ଯୁବକ କହିଲେ କିଛି ଭୁଲ ହେବନି।!!!!


ମିସେସ ମହାପାତ୍ର ବି ସୁବାସଙ୍କର ଭଦ୍ର ଆଉ ମାର୍ଜିତ ବ୍ୟବହାର ପାଇଁ ମିତାଲିର ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ସେତେ ବେଳେ ସୁବାସ ଜଣେ ମେରାଇନ୍ ଇଞ୍ଜିନିୟର ଭାବେ ଚାକିରି କରିଥାନ୍ତି।

ଜଣେ ହୃଷ୍ଟ ପୃଷ୍ଟ , ଉଦୀୟମାନ ଯୁବକ ଆଉ ତା ସହିତ ଉଚ୍ଚ ବଂଶ ପରମ୍ପରାକୁ ଦେଖି ଘର ପରିବାର ସହିତ ସମସ୍ତ ବନ୍ଧୁ ବାନ୍ଧବ ବି ଖୁସିଥିଲେ ମିତାଲିର ବାହାଘରରେ।****


ବାହାଘର ବହୁତ୍ ଧୁମ୍ ଧାମରେ ହୋଇଥିଲା ଭୁବନେଶ୍ୱର ସହିଦ ନଗରସ୍ଥିତ କଲ୍ୟାଣୀ ମଣ୍ଡପରେ। ବରକନ୍ୟା ବିଦା ହେଲା ବେଳେ ମିସେସ ମହାପାତ୍ରଙ୍କ ମାତୃତ୍ଵ ଥରେ ବିଳାପ କରି ଉଠିଥିଲା ଦୁନିଆର ସମସ୍ତ ମା ମାନଙ୍କ ଭଳି।****


ସୁବାସ ବର୍ଷକୁ ଛ ମାସ ଜାହାଜରେ ସମୁଦ୍ରକୁ ଗଲେ, ଛ ମାସ ଘରେ ରୁହନ୍ତୀ ଆଉ ସେହି ସମୟରେ ମିତାଲି ସୁବାସ ସହିତ ରହେ, ଏବଂ ଅନ୍ୟ ଛଅ ମାସ ଶାଶୁ ଶଶୁର, ନହେଲେ ମିସେସ୍ ମହାପାତ୍ରଙ୍କ ସହିତ।***


ବିବାହର ପ୍ରଥମ ମାସପରେ ସୁବାସ ଚାଲି ଯାଇଥିଲେ ଚାକିରିରେ ଯୋଗ ଦେବାକୁ,ଆଉ ସୁବାସ ଯିବା ଦିନ ମିତାଲି ବି ବହୁତ୍ ମନା ଦୁଃଖ କରିଥିଲା, ଆଉ ଚାହିଁ ବସିଥିଲା ସୁବାସର ଆଗମନକୁ।****


ସୁବାସ ଜାହାଜରେ ଗଲେ ପ୍ରାୟ ଫୋନରେ କଥା ହେବା ବି ସମ୍ଭବ ହୋଇ ନଥାଏ। ଆଉ ବିବାହ ପରେ ସୁବାସଙ୍କ ପୋର୍ଟ ମ୍ୟାନେଜରର ପ୍ରମୋସନ୍ ସହିତ ବହୁତ୍ କାମ!!! ବହୁତ୍ କମ୍ ସମୟ ମିଳିଥାଏ କଥା ହେବାକୁ। କେବେ କେବେ କଥା ହେବାର ସୁଯୋଗ ବି ମିଳି ନଥାଏ।!!!


ଏପଟେ ମିତାଲି ସବୁ ବେଳେ ଅନାଇ ବସିଥାଏ କେବେ , ୬ମାସ ପୂରିବ ଆଉ ସୁବାସ ଆସିବେ।***

ଏମିତି ବହୁତ୍ କିଛି ରଙ୍ଗୀନ୍ ସ୍ବପ୍ନରେ ନିଜକୁ ସଜାଇ ଥାଏ ମିତାଲି ସବୁଦିନେ। ଆଉ ରାତି ହେଲେ କାନ୍ଦି କାନ୍ଦି ତକିଆ ଭିଜେଇ ଥାଏ, ସୁବାସଙ୍କ ବିରହରେ।****


ଆଉ ଠିକ୍ ଯିବାର ଛଅମାସ ପରେ ସୁବାସ ଆସିଥିଲେ, ମିତାଲି ବି ବହୁତ୍ ଖୁସୀ ଥିଲା, ସୁବାସର ଆଗମନରେ, ଯେମିତି ଦୁଇଟି କପୋତ, କପୋତୀ ନିଜ ତିଆରି ନୀଡରେ, ସେହି ପ୍ରେମବୋଳା ଜହ୍ନରାତିର ଫଗୁଣକୁ ଆଲିଙ୍ଘନ କରିବା ପାଇଁ ତତ୍ପର ହୋଇ ଥାନ୍ତି। 


ମୁଁ ଲକ୍ଷ୍ୟ କରୁଥାଏ ମିସେସ ମହାପାତ୍ରଙ୍କ ମାତୃତ୍ଵକୁ, କିଭଳି ଭାବରେ ସେ ଆତ୍ମ ବିଭୋର ହେଉଥାନ୍ତି ନିଜର ଏକମାତ୍ର ଅଲିଅଳି ଝିଅ ମିତାଲିର ଛୋଟିଆ ଛୋଟିଆ ଖୁସି ସବୁକୁ ସାଉଁଟି ଧରି, ଆଉ ଗୋଟିଏ ଖୁସିର ପାହାଡ କରି ଗଢି ତୋଳିଛନ୍ତି ସେସବୁକୁ ନେଇ।!!!!  


ଆଉ ସୁବାସ ଆସିବାର ୨ ଦିନ ଭିତରେ ମନାଲି ଯିବା ପାଇଁ ଟିକେଟ ବି ଵୁକ୍ କରି ଦେଇଥାନ୍ତି। ବହୁତ୍ ଖୁସି ଥାଏ ମିତାଲି, ଯେମିତି ଲାଗୁଥାଏ। ଏହି ଫଗୁଣର ପହିଲି ଜହ୍ନରାତି କେବଳ ସେହି ଦୁଇ ନିଷ୍ପାପ କପୋତ, କପୋତୀଙ୍କ ପାଇଁ ଅପେକ୍ଷା କରି ରହିଛି, କେଜାଣି କେଉଁ ଯୁଗରୁ!!!****


ସେଦିନ ଥାଏ ଇଂରାଜୀ ନଭେମ୍ବର ୧୯୦୦ ମସିହା, ୧୧ ତାରିଖ, ଓଡ଼ିଆ ବଡ଼ ପର୍ବ ଦୀପାବଳି। ଆଉ ଠିକ୍ ଦୁଇ ଦିନ ପରେ ୧୩ ତାରିଖ ଦିନ ସେହି ଦୁହିଁ କପୋତ, କପୋତୀ ଉଡିଯିବେ ଅନ୍ୟ ଏକ ସହରକୁ ଫଗୁଣର ସେହି ପ୍ରେମ ବୋଳା ଫଗୁଣର ଜହ୍ନ ରାତିକୁ ମନ ଭରି ଉପଭୋଗ କରିବା ପାଇଁ।****

ଦୀପାବଳୀରେ ଦୀପ ଜାଳି ମା କାଳୀଙ୍କ ପାଖରେ ସୁବାସଙ୍କ ଦୀର୍ଘାୟୁ କାମନା କରି ମିତାଲି ଫେରି ଆସି , ଦେଖେ ତ ସୁବାସ ଭୀଷଣ ଜ୍ଵରରେ କମ୍ପୁଛନ୍ତି । ମିତାଲି ବିଳମ୍ବ ନକରି ଥର୍ମୋମିଟର ସାହାଯ୍ୟରେ ମାପି ଦେଖିଥିଲା ସୁବାସଙ୍କ ତାପମାତ୍ରା।

ଓଃ ମାଇ ଗଡ୍, ୧୦୪ ଡିଗ୍ରୀ ସେଣ୍ଟିଗ୍ରେଡ଼। ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଫୋନ କରି ଆପଏଣ୍ଟମେଣ୍ଟ୍ ନେଇ ହସ୍ପିଟାଲକୁ ଯାଇଥିଲା ସୁବାସଙ୍କୁ ନେଇ। ଡାକ୍ତର ସଙ୍ଗେ ସଙ୍ଗେ ସୁବାସଙ୍କୁ ରକ୍ତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇ କିଛି ଔଷଧ ଲେଖି ଦେଇଥିଲେ। 

ରକ୍ତ ପରୀକ୍ଷା କେନ୍ଦ୍ରରେ ରକ୍ତ ଦେଇ ଔଷଧ ନେଇ ଚାଲି ଆସି ଥିଲେ ଦୁହେଁ ପ୍ରେମୀ ଯୁଗଳ, ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ମିତାଲି ସୁବାସଙ୍କ ମୁଣ୍ଡରେ ପାଣି କପଡା ପକାଇ ଚାଲିଥିଲା ଟେମ୍ପେରେଚରକୁ ଆୟାତ କରିବା ପାଇଁ , ଔଷଧର ପ୍ରକୋପରୁ ଜ୍ଵର ତ କମି ଯାଇଥିଲା, କିଛି ସମୟ ପାଇଁ। ଆଉ ତାପରେ ସୁବାସ ଉଠି ବସିଥିଲେ ସୁସ୍ଥ ପିଲାଟି ପରି ଆଉ କହିଥିଲେ , ମିତାଲି ସବୁ ଜିନିଷ ପ୍ୟାକିଂ କରି ସାରିଛ ତ???

ଆରେ ଆମକୁ ଆଉ ଦୁଇ ଦିନ ପରେ ଯିବାର ଅଛି, ଶୁଣ ସକାଳ ୮ଟା ଭିତରେ ବାହାରିବାକୁ ପଡ଼ିବ।!!!


ମିତାଲି ମନକୁ ଦୃଢ କରି କହିଲା, ଯିବା କ୍ୟାନ୍ସଲ୍ !!!, ତୁମ ରିପୋର୍ଟ୍ ଆସିଲା ପରେ ଆମେ ଦେଖିବା। 

ସୁବାସ କହିଲେ ଆରେ ଟିକେ ଜ୍ଵର ପାଇଁ କଣ ଏତେ ଭାବୁଛ!!!! ହୋଇ ଦେଖ ମୁଁ ପୁରା ସୁସ୍ଥ ହୋଇଗଲିଣି।

ମିତାଲି ପୁଣି ଥରେ କହିଲା, ନା ରିପୋର୍ଟ ନ ଆସିଲା ଯାଏଁ ଯିବାର ପ୍ରଶ୍ନ ଉଠୁନାହିଁ।!!!

ସୁବାସ ନିରୁପାୟ ହୋଇ:-ଜୋ ଆଜ୍ଞା ମହାରାଣୀ!!! ଦୁହେଁ ହସି ଉଠିଥିଲେ !, ହଠାତ୍ କଣ ହେଲା କେଜାଣି, ସୁବାଷଙ୍କ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ ହେବାରୁ, ଆମ୍ବୁଲାନ୍ସ ସାହାଯ୍ୟରେ ପୁଣିଥରେ ହସ୍ପିଟାଲରେ ଆଡ଼ମିଶନ ହେବାକୁ ପଡିଥିଲା ସୁବାସକୁ। 


ଆଉ ଠିକ୍ ୩ ଦିନ ପରେ ସୁବାସଙ୍କ ବ୍ଲଡ଼ ପରୀକ୍ଷାର ରିପୋର୍ଟ ଆସିଥିଲା ଡାକ୍ତର ମିଷ୍ଟର ମହାପାତ୍ର(ମିତାଲି ବାପା) ଆଉ ମିତାଳୀକୁ ଡାକି ଥିଲେ ତାଙ୍କ ଚ୍ୟାମ୍ବରକୁ ଆଉ ବସିବାକୁ କହି,

ବ୍ଲଡ଼ ରିପୋଟକୁ ଅତି ନିଖୁଣ ଭାବରେ ତନ ତନ କରି ଦେଖି ସାରିଲା ପରେ , କହିଥିଲେ।

ସାର୍, ଏ ପେସେଣ୍ଟ ଆପଣଙ୍କର କଣ ହେବେ?, ଏଵଂ ପେସେଣ୍ଟର ଇତିହାସ ମୋ ଆଗରେ କୁହନ୍ତୁ।!!!!

ମିତାଲି ଟିକିଏ ଚିହିଁକି ଉଠି ପଚାରିଲା, କଣ ହେଲା ସାର୍, କିଛି ଅସୁବିଧା ହୋଇଛି କି? ଆଖିରେ ଆଖିଏ ପ୍ରଶ୍ନ ବାଣ ନେଇ ପଚାରୁଥିଲା ମିତାଲି???


ତାପରେ, କହି ଚାଲିଲା, ସୁବାସଙ୍କ ଜବ ପ୍ରୋଫିଲ୍ର ସମସ୍ତ ଘଟଣା, ଆଉ ସବୁ ଶୁଣି ସାରିଲା ପରେ ଡାକ୍ତର କହିଥିଲେ, ପେସେଣ୍ଟ ଇଜ୍ H IV infected.

ମୀତଲିର ଗୋଡ଼ ତଳୁ ପୃଥିବୀଟା ଖସିଯିବା ଭଳି ମନେ ହେଉଥିଲା, ଆଉ ମୁଣ୍ଡ ଉପରର ଆକାଶଟା ଯେମିତି ଛିଡି ପଡିଲା ପରି ଲାଗିଲା।!!!! 


ମିତାଲି ମନେ ମନେ ଭାବୁଥାଏ, ଯେଉଁ କଥାକୁ ଶୁଣିବାକୁ ପୃଥିବୀର ସମସ୍ତ ବାପା ମା ଅପେକ୍ଷା କରି ରହି ଥାଆନ୍ତି, ସୁବାସକୁ ସେହି ସମ୍ବାଦ ଦେଇ ଆଜି ଖୁସି କରିଦେବାର, ଯେଉଁ ସ୍ଵପ୍ନର କାଚ ଘରଟି ଝଣ୍ ଝଣ୍ ହୋଇ ଭାଙ୍ଗିବାର ଦେଖୁଥିଲା ନିଜ ଆଖି ଆଗରେ। ଆଉ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରି ବିଫଳ ହୋଇ ପଡି ଯାଇଥିଲା, ଆଉ ସଙ୍ଗେ ସଙ୍ଗେ ଡାକ୍ତର ନର୍ସଙ୍କୁ ଡାକି ଆଡ଼ମିଶନ କରିବାକୁ ପରାମର୍ଶ ଦେଇଥିଲେ। 


ଆଉ ଚେକ୍ ଅପ୍ ପରେ ଜଣା ପଡିଥିଲା, ମିତାଲି ତିନି ମାସର ଅନ୍ତସତ୍ତ୍ଵା।


ଡାକ୍ତର ମିଷ୍ଟର ଦାସଙ୍କୁ କହିଥିଲେ, ଦେଖନ୍ତୁ ବ୍ୟସ୍ତ ହେବାର ସେମିତି କିଛି ନାହି। ସବୁ HIV infected ପେସେଣ୍ଟ ଯେ AIDS , ସେମିତି କିଛି ମାନେ ନାହିଁ, 


ହେଲେ ମିତାଲିର ରକ୍ତ ପରୀକ୍ଷା କରିବାକୁ ହେବ। ଯଦି ହେବ ତ 

ଗର୍ଭସ୍ଥ ସନ୍ତାନ ପାଇଁ ବିପଦ, ତେଣୁ ମୋ ହିସାବରେ ଗର୍ଭପାତ କରାଇବା ହିଁ ଶ୍ରେୟସ୍କର।***


ଆଉ ମୁଁ ଏପଟେ ଦେଖି ଚାଲିଥିଲି ଗୋଟିଏ ଅସହାୟ ମାତୃତ୍ଵର ବିଳାପ, ଆଉ ମନରେ ବହୁତ୍ ରାଗ ଆସିଥାଏ ସୁବାସ ଉପରକୁ।


ମିସେସ୍ ମହାପାତ୍ର ଆଖିକୁ ଲୁଗା କାନିରେ ପୋଛି, ପାଣି ଟିକିଏ ପିଇ ପୁଣି ଆରମ୍ଭ କଲେ ତାଙ୍କ ଅଧାରେ ଛାଡିଥିବା କଥା। 


ଏକଥା ଗୋଟିଏ , ଦୁଇଦିନ ପରେ ସୁବାସ ଜାଣିବାକୁ ପାଇଥିଲେ। ଆଉ ଜିଦ୍ ଧରିଥିଲେ ନିଜ ଗାଁକୁ ଯିବା ପାଇଁ। କାରଣ ମୃତ୍ୟୁ ଯାହାର ସୁନିଶ୍ଚିତ ତା ପାଖରେ ଆଉ କଣ ଅଛି ହରାଇବା ପାଇଁ। ***


ସୁବାସଙ୍କ କଥାକୁ ନ ଟାଳି , ମିତଲି ଆଉ ସୁବାସ ଆସିଥିଲେ ନିଜ ଗାଆଁକୁ, ଆଉ ଜୀବନର ଶେଷ ମୁହୂର୍ତ୍ତରେରେ ନିଜର ଗାଆଁ ମାଟି ସହିତ ଟିକେ ମନ ଭରି ଉପଭୋଗ କରିବ, ଗାଆଁ ପଡିଆରେ ଫଗୁଣ ମାସର ଜହ୍ନ ରାତିକୁ ଆଉ ଥରେ ମନ ଭରି ଦେଖିତ ପାରିବ ତ ଜୀବନର ଶେଷ ମୁହୂ୍ତ୍ତରେ???


ମିତାଲି ବି ରାଜି ହୋଇ ଯାଇଥିଲା ସୁବାସଙ୍କ କଥାରେ, ଗାଆଁକୁ ଆସିବାର ୨/୩ ମାସ ଭିତରେ ପ୍ରଘଟ ହୋଇ ଯାଇଥିଲା କଥା।

ଆଉ ଗାଆଁର ଲୋକ ମାନେ ସୁବାସର ପରିବାରକୁ ଏକ ଘରିକିଆ କରି ଫିଙ୍ଗି ଦେଇଥିଲେ ଗୋଟିଏ ଅଳିଆ ଗଦାକୁ ଅଳିଆ ଫିଙ୍ଗିଲା ଭଳି।


 ସୁବାସ ବି ନିରୁପାୟ ଥିଲା, ନିଜର ଭାଗ୍ୟକୁ ନିନ୍ଦିବା ଛଡା ଆଉ କଣ କରି ପାରିବ ବିଚରା???***


ମିତାଲି ଆଖିରେ ଯେମିତି ଶ୍ରାବଣର ବର୍ଷା ପରି ସବୁ ବେଳେ ବୁନ୍ଦା ବୁନ୍ଦା ଲୁହ ସବୁ ଅଜାଡ଼ି ହେବାର ଲାଗିଥାଏ।

ଆଉ ସବୁ ଦିନେ ଜଗନ୍ନାଥଙ୍କୁ ଡାକୁ ଥାଏ, ହେ ପ୍ରଭୁ ବରଂ ମୁଁ ମରି ଯାଏ ହେଲେ ସୁବାସକୁ ବଞ୍ଚାଇ ଦିଅ।!!!***


ସେଦିନ ଥାଏ ଡିସେମ୍ବର ମାସ ୨୫ ତାରିଖ, ସୁବାସର ଭାରି ମାନେ ହେଉଥିଲା ଟିକେ ପୁରୁଣା ସାଙ୍ଗ ମାନଙ୍କ ଖଟିକୁ ଟିକେ ଯାଇଁ ପୂର୍ବ ପରି ଗୁଲି ଖଟି କରିବାକୁ। କାହାକୁ କିଛି ନକହି ଦିନ ୧୦ଟା ବେଳେ ନିଜ ବୁଲେଟ ଧରି ଚାଲିଲା ଖଟି ଆଡେ। 

ସୁବାସ ଆସିବାର ଦେଖି କିଛି ସାଙ୍ଗ ଅନ୍ୟତ୍ର ଚାଲିଯିବାର ଉଦ୍ୟମ କରୁଥାନ୍ତି, ଆଉ କିଛି ସାଙ୍ଗ ମାନେ ତା ଠାରୁ ପ୍ରାୟ ୩ ଫୁଟ ଦୂରରେ ଠିଆ ହୋଇ କଥା ହେଉଥିଲେ। 


ସୁବାସ ଭାବୁଥାଏ, ଯେଉଁ ସାଙ୍ଗ ମାନେ ସୁବାସ ଆସିବା ବାଟକୁ ଚାହିଁ ବସିଥାନ୍ତି ବର୍ଷ ବର୍ଷ ଧରି, ଆଉ ସୁବାସ ନ ଆଶୁ ଣୁ ଘରେ ମଦ ପିଇବା ପାଇଁ ଲାଇନ୍ ଲଗାଇ ଥାଆନ୍ତି , କିମ୍ବା ନୂଆ ନୂଆ imported ଜିନିଷ ପାଇବା ପାଇଁ କେତେ କଣ ଚାଟୁକାର କଥା କହି ଥାଆନ୍ତି, ଆଜି ସେମାନେ ତା ଠାରୁ ୩ ଫୁଟ ଦୂରରେ ରହି କଥା ହେଉଛନ୍ତି। ଆଉ ତାକୁ ଛି ଛାକର୍ କରିବାକୁ ବି ପଛାଉ ନାହାନ୍ତି। !!!


ଏହି ସାଙ୍ଗ ମାନେ ମୋତେ କେତେ ପ୍ରଶଂସା କରୁଥିଲେ, ଆଜି ସେମାନେ ମୁହଁ ଉପରେ ଏଡସ୍‌ ପେସେଣ୍ଟ କହି ତିରସ୍କାର କରିବାକୁ ବି ପଛାଉ ନାହାନ୍ତି। *** ହେଃ ଭଗବାନ୍, ଏମାନଙ୍କୁ ସଦ ବୁଦ୍ଧି ଦିଅ!!!


***ରୋଗକୁ ଘୃଣା କର , ରୋଗୀକୁ ନୁହେଁ।***


ସୁବାସ ସବୁ କଥାକୁ ସହି ଯାଇ କହିଲା ଆରେ ଆଜି ବଡ଼ଦିନ ଚାଲ ଭୋଜି କରିବା ଆଉ ସାଙ୍ଗମାନେ କହିଲେ,ଏଡସ୍‌ ପେସେଣ୍ଟ ସହିତ ମିଶି ବା ମନା , କଣ ନା ଭୋଜି କରିବ???? ବହୁତ ତିରସ୍କାର କରିଥିଲେ ସୁବାସ କୁ। 

ସୁବାସର ଆଖିରୁ ଦୁଇଟୋପା ଲୁହ ଅନ୍ୟାୟସରେ ବୋହି ଆସିଥିଲା ଗଣ୍ଡ ଦେଶକୁ। କାହାକୁ କିଛି ନକହି ଗାଡ଼ି ଧରି ଚାଲି ଯାଇଥିଲା ପାଖ ମାର୍କେଟ କୁ। 


୨୦୦ ଟଙ୍କାର ଘାସମରା ଔଷଧ କିଣି ଆଣିଥିଲା ସମସ୍ତଙ୍କ ଅଗୋଚର ରେ। ରାତି ୯ଟା ବେଳେ ପହଞ୍ଚି ଥିଲା ଘରେ।

ମିତାଲି ସେମିତି ଅପେକ୍ଷା କରି ବସିଥାଏ ସୁବାସର ବାଟ ଚାହିଁ।


ସୁବାସ ଆସି ,ମିତାଲିକୁ ଧରି କଇଁ କଇଁ ହୋଇ କାନ୍ଦିଚାଲିଥିଲା ଗୋଟିଏ ଅବୋଧ ଶିଶୁଟିଏ ଭଳି, ଆଉ କହି ଚାଲିଥିଲା, ମିତାଲି ମୋତେ ବିଶ୍ୱାସ କର, ମୁଁ କେବେ ବି କୌଣସି ଭୁଲ୍ କାମ କରିନି!!!

ଆଉ ମିତାଲି ସାହସ ଦେଇ କହିଥିଲା ସୁବାସ , ଯଦି ଭଗବାନ୍ ବି ଆସି କହିବେ ତାହେଲେ ବି ମୁଁ ବିଶ୍ୱାସ କରି ପାରିବିନି!!!!

ତୁମେ ବ୍ୟସ୍ତ ହୁଅନ୍ତି କିଛି ହେବନି ତୁମର।**** 


ସୁବାସ ଭିତରୁ ଯେମିତି ଭାଙ୍ଗି ପଡିଥିଲା ପୁରା ପୁରି ଭାବରେ ଆଉ କହି ଚାଲିଥିଲା ପାଗଳ ଭଳି, ଏ ଜୀବନ ରଖି ଲାଭ ନାହିଁ ମିତାଲି।

ଆଉ ମୋ ଯୋଗୁ ତୁମ ଜୀବନ ବି ବରବାଦ୍ ହୋଇଛି। ମୋତେ କ୍ଷମା କରି ଦିଅ।*** ଦୁଇଟି ଜୀବନର ସେହି ନିଷିଦ୍ଧ ଜହ୍ନ ରାତିରେ ଆକାଶକୁ ଲକ୍ଷ୍ୟ କରି ଚାଲିଥିଲେ ଦୁଇ କପୋତ କପୋତୀ ନିଜର ଛୋଟିଆ ନିଡରେ ବସି।


ସୁବାସ କହିଥିଲା, ମିତାଲି ଆସ ଆମେ ଆଜି ଛାତ ଉପରେ ଶୋଇବା ଆଉ ମନ ଭରି ଉପଯୋଗ କରିବା ଏହି ଫଗୁଣର ଜହ୍ନ ରାତିକୁ।


ମିତାଲି କଣ ଭାବିଲା କେଜାଣି ସୁବାସର ପ୍ୟାଣ୍ଟ୍ ପ୍ୟାକେଟ ଅଣ୍ଡାଳୁ ଅଣ୍ଡାଳୁ ପାଇଥିଲା ସେହି ହଳାହଳ ବିଷ, ଆଉ କହିଥିଲା ସୁବାସ ଆମେ ଯଦି ମରିବା ସାଙ୍ଗ ହୋଇ ମରିବା, ନହେଲେ ସାଙ୍ଗ ହୋଇ ଜିଇଁବା। 


ଦିଅ ଆମେ ଦୁହେଁ ଆଜିର ଏହି ଜହ୍ନ ରାତିରେ ଆଉ ଥରେ ଆଲିଙ୍ଗନ କରି ହସି ହସି ବିଦାୟ ନେବା ଏହି ଅସମ୍ଭବ ଦୁନିଆ ରୁ। ଦୁଇଜଣ ଛାତ ଉପରକୁ ଯାଇ ବହୁତ୍ କାନ୍ଦିଥିଲେ, ଆଉ ବେଡ୍ ରୁମକୁ ଆସି ବିଷ ପଇ ଶୋଇ ପଡ଼ିଥିଲେ ସବୁ ଦିନ ପାଇଁ। ****


ଗୋଟିଏ ଯୁଗର ପରି ସମାପ୍ତି ବୋଲି ଭାବିଥିଲେ ଦୁହେଁ, ଆଉ ହସି ହସି ଶୋଇ ପଡ଼ିଥିଲେ ଚିର ନିଦ୍ରାରେ।


ତା ପର ଦିନ ପରିବାର ଲୋକେ ପୋଲିସ ଷ୍ଟେସନକୁ ଫୋନ କରି କବାଟ ଭାଙ୍ଗି ଦୁଇଟି ମଉଳା ଗୋଲାପର ଶବକୁ ଉଦ୍ଧାର କରି ସବ୍ ବ୍ୟବଚ୍ଛେଦ ପାଇଁ ପଠାଥିଲେ ନିକଟସ୍ଥ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ। ଆଉ ପରି ଶେଷରେ ରିପୋର୍ଟ ଆସିଥିଲା No HIV infected. ଆଉ ଶେଷରେ ଜଣା ପଡିଥିଲା, ପ୍ରଥମେ କରାଯାଇଥିବା ରିପୋର୍ଟଟି ଭୁଲ୍ ବଶତଃ ବଦଳି ଯାଇଥିଲା ଜଣେ ବଙ୍ଗାଳୀ ରୋଗୀର ରିପୋର୍ଟ ସହିତ।****


ଆଉ ମୁଁ ଏକଥା ଶୁଣି ନିଜକୁ ସମ୍ଭାଳି ପାରି ନଥିଲି, ଆଉ ମିସେସ୍ ମହାପାତ୍ର!!!!

ଓଃ କି କଷ୍ଟ, କଥାରେ ଅଛି, ମା କେବଳ ଜାଣି ପାରେ ସନ୍ତାନ ହରାଇବାର ଦୁଃଖ!!!


ଆଉ ମୁଁ ସବୁ ଦିନ ପାଇଁ ସେହି ନିଷିଦ୍ଧ ଜହ୍ନ ରାତିରେ ବୁଲିବାର ସାହସ ହରାଇ ଦେଇଥିଲି ନିଜ ଭିତରେ।


        



Rate this content
Log in

Similar oriya story from Romance