Gopal Das

Abstract Tragedy Inspirational

4.0  

Gopal Das

Abstract Tragedy Inspirational

ମିନି ର ସ୍ୱାଭିମାନ

ମିନି ର ସ୍ୱାଭିମାନ

10 mins
265


ମୋ ଆପଟମେଣ୍ଟ ଟି ଏତେ ବଡ଼ ନୁହେଁ, ମାତ୍ର ୫୦ ଟି ଫ୍ଲାଟ୍ କୁ ନେଇ ଛୋଟିଆ ଆପଟମେଣ୍ଟ । ଆଉ ସେଥିରେ ପୁଣି ବହେ ରାଜନୀତି। ଛାଡ଼ନ୍ତୁ ସେସବୁ। କାରଣ ନିଜେ କେବେ ନିଜର ଖରାପ କହିବାକୁ ଭଲ ଲଗେନି।


ଶୀତ ଦିନ ରାତି, ହଟାତ୍ ମନ ପଡ଼ିଲା, ଅଫିସ ରୁ ଆସିଲା ବେଳେ କିଛି ଆପେଲ ଓ ଅଙ୍ଗୁର ଆଣିଥିଲି ଆଉ ସେ ସବୁ କାର ଭିତରେ ରହି ଯାଇଛି। ରାତି ପ୍ରାୟ ବାରଟା କଣ କରିବି, ଭାବିଲି ସିକୁରିଟୀ ଗାର୍ଡ କୁ ଟିକେ ଇଣ୍ଟର କମ୍ ରେ ଫୋନ କରି ଦିଏ ତାପରେ ଯିବି।

  ଅପ୍ରିୟ ସତ କଥା ହେଲା ମୋତେ ଟିକେ ଭୂତ ପ୍ରେତ ଙ୍କ ପ୍ରତି ଭୟ । ମୁଁ ନଂ ଲଗାଇଲି , ଫୋନ ରିଙ୍ଗ ହେଲା ହେଲେ କେହି ଉଠାଇଲେ ନାହିଁ, ମନେ ମନେ ବିରକ୍ତ ହେଲା ପରେ, ତୃତୀୟ ଥର ରିଙ୍ଗ ହେଲା ପରେ ସେପଟୁ ଗୋଟିଏ ଉତ୍ତର ଆସିଲା, 


ଗାର୍ଡ(ପଞ୍ଚାବନ ବର୍ଷ ର ଲୋକଟିଏ):-ସାର୍ ପଛପଟ କୁ ଯାଇଥିଲି, ହେଲେ ମୋର ବିଶ୍ୱାସ ହେଲା ନାହିଁ। ମୁଁ କହିଲି ତଳକୁ ଆସୁଛି ମୋ କାର ପାଖକୁ ଆସ।


ଲିଫ୍ଟ ରେ ଆସି ଦେଖେ ତ ଗାର୍ଡ ର ହାତ ରୁ ରକ୍ତ ବୋହୁଛି, ଆଉ ନିଜ ଗାମୁଛା ରେ ରକ୍ତ କୁ ଚାପି ଧରି ବାକୁ ବହୁତ୍ ଚେଷ୍ଟା କରି ଚାଲିଛି ।


ଲୋକଟାର ଏ ଅବସ୍ତା ଦେଖି ମୋ ରାଗ ଟିକେ ଶାନ୍ତ ହୋଇଗଲା , ଆଉ ମୋତେ ଦେଖିବା କ୍ଷଣି ଗାର୍ଡ ଜଣକ ସେହି ଲହୁ ଲୁହାଣ ହାତ ରେ ସାଲ୍ୟୁଟ ଟିଏ ମାରିଲା।


ମୁଁ ପଚାରିଲି, ହାତରେ କଣ ହୋଇଛି? ଏତେ ରକ୍ତ ବହୁଛି ଯେ।?

ସଙ୍ଗେ ସଙ୍ଗେ ସେ ଉତ୍ତର ଦେଲା, ନାଇଁ ସାର୍ ସେ କିଛି ନୁହେଁ। ଆପଣଙ୍କ ଫୋନ ଉଠାଇବାକୁ ଦୌଡ଼ି ଆସୁ ଆସୁ ପଡ଼ିଗଲି। ଉତ୍ତର ଟି ମୋ ଅହଙ୍କାର କୁ ଯେମିତି ଗୋଟିଏ ଶକ୍ତ ଧକ୍କା ଟିଏ ମାରିଲା ଭଳି ଲାଗିଲା ଆଉ ମୁଁ ତକ୍ଷଣାତ୍ ଉତ୍ତର ଦେଲି, ଏମିତି କେତେ ଜୋର ରେ ପଡ଼ିଗଲ ଯେ , ହାତରେ ଏତେ ବଡ କ୍ଷତ ହୋଇଗଲ!!!


 ଅଫିସ ରୁମ ରୁ first ⛑️ aid ବକ୍ସ ଆଣି ଲଗାଇବାକୁ କହିଲି, ହେଲେ ସଙ୍ଗେ ସଙ୍ଗେ ଗାର୍ଡ ଜଣକ କହିଲା , ନାଇଁ ସାର୍ କିଛି ହୋଇନି, ମୋ ଦେହି ଏ ଔଷଧ କାମ ଦେବନି!!! ଟିକେ ବନ୍ ମାଟି ଲଗାଇଲେ କାଲି କୁ ଭଲ ହୋଇଯିବ ନି!!!


ତାପରେ ଟିକେ ନରମ ଗଳା ରେ ଡରି ଡରି କହଲା


   ସାର ମୋର କାଲି ଛୁଟି ଦରକାର୍।

ଆପଣ ଟିକେ ସାହାଯ୍ୟ କଲେ ଛୁଟି ମିଳିଯିବ। ମୁଁ କହିଲି, ଆରେ ହଁ ଯେ, ହେଲେ କାଲି କି ପୁଣି କିଏ ଆସିବ?


 ଗାର୍ଡ ଜଣକ କହିଲା, ସାର କାଲି ମୋ ସ୍ତ୍ରୀ ର କେମୋ ନବାର ଅଛି। ମୁଁ ଆଶ୍ଚର୍ଯ ହୋଇ ପଚାରିଲି କଣ ହୋଇଛି ତାଙ୍କର? ମୋ ପାଟିରୁ କଥା ନ ସରୁଣୁ, ସେପଟୁ ଉତ୍ତର ଆସିଲା, ସାର ମୋ ସ୍ତ୍ରୀ କୁ ସ୍ତନ କର୍କଟ!

 ମୋ ପୁଅ , ବୋହୂ ମାନେ କେହି ପଚାରୁ ନାହାନ୍ତି। ଯେତେ ଦିନ ପାରିବି ଚିକିତ୍ସା କରିବି, ନହେଲେ ବୁଢ଼ୀର ଆଇଶ ଯେତେ ଦିନ ଥିବ?( ଆଖି କଣ ରୁ ଦୁଇ ଟୋପା ଲୁହ ର ବୋହି ଆସୁ ଥିବାର ଦେଖିଥିଲି ମୁଁ)


ତାପରେ ସବୁ ବୃତ୍ତାନ୍ତ ବର୍ଣ୍ଣନା କରିଥିଲା ମୋ ଆଗରେ, କେମିତି ସେମାନେ ଜୀବନ ଅତିବାହିତ କରୁଛନ୍ତି। ପାଖ ଶିଖରଚଣ୍ଡୀ ବସ୍ତି ରେ ଘର ଖଣ୍ଡି ଟିରେ ତିନି ଜଣ ଲୋକ, ସ୍ବାମୀ ସ୍ତ୍ରୀ ଆଉ ଜଣେ ୧୦ ବର୍ଷ ର ଗୋଟିଏ ଛୋଟିଆ ଝିଅ ମିନି। ମନ ରେ ଉତ୍କଣ୍ଠା ଜାତ ହେଲା, ଆଉ ପଚାରି ଦେଲି, କଣ, ସେ ଝିଅ ଟି ତୁମର।(କାରଣ security guard ଙ୍କୁ ୫୦ କିମ୍ବା ୫୫ ବର୍ଷ) 


ନାଇ ସାର, ଆଜି କୁ ତିନି ବରଷ ତଳେ ମୁଁ ମାଷ୍ଟରକ୍ୟାଣ୍ଟିନ ପାଖ ରିଲିଆନ୍ସ ଷ୍ଟୋର ରେ ନାଇଟି ଡୁଟୀ କରୁଥାଏ , ରାତି ଗୋଟିଏ ଖଣ୍ଡ ହେବ, ଦେଖିଲି ଜଣେ ଚବିଶ ପଚିଶି ବର୍ଷ ର ଝିଅ ଟିଏ ଗୋଟିଏ ପିଲା କୁ ନେଇ ଷ୍ଟେସନ ଆଡ଼କୁ ଯାଉଛି। ଭାବିଲି ବୋଧେ ଟ୍ରେନ ଧରିବାକୁ ବୋଧେ ଯାଉଛି, ହେଲେ ସେ ଝିଅଟି ଷ୍ଟେସନ୍ ଆଡେ ନ ଯାଇ ଟ୍ରେନ ଲାଇନ ଆଡେ ଜାଉ ଥାଏ। ମନରେ ଟିକେ ଶଙ୍କା ଆସିଲା , ତା ପଛେ ପଛେ ଗଲି ଆଉ ଯାହା ଦେଖିଲି, ସେକଥା ଏବେ ବି କହିଲେ ମୋ ରୁମ ମୂଳ ଟଙ୍କୁରୁ ଉଠୁଛି।

ସେ ମହିଳା ଜଣଙ୍କ, ଏ ପିଲା ଟିକୁ ଟ୍ରେନ ଲାଇନ କଡ଼ ରେ ଛାଡି ଦେଇ ଟ୍ରେନ ଲାଇନ ର ମଝିକୁ ପଳାଇ ଗଲାଣି, ଆଉ ଏପଟେ ପାଞ୍ଚ ବର୍ଷ ର ପିଲା ଟି କାନ୍ଦି କାନ୍ଦି ତାର କୋମଳ କଣ୍ଠ ରେ କହୁଛି, ବୋଉ, ବୋଉ...


ମୋ ମନ ସମ୍ଭାଳି ହେଲାନି ସାର, ମୁଁ ପିଲା ଟିକୁ ପ୍ରଥମେ କୋଳେଇ ନେଲି ଆଉ ଦେଖୁ ଦେଖୁ ଅଭାଗିନୀ ମାଆ ଟି ତାର ରାଜଧାନୀ ଏକ୍ସପ୍ରେସର ଆଗକୁ ଡେଇଁ ପଡ଼ିଲାଣି। ମୁଁ ଭୟ ରେ ଆଖି ଖୋସି ଦେଲି ସାର, ମୋର ଧର୍ଯ୍ୟର ପରି ସମାପ୍ତି ଘଟିସାରିଥିଲା। ଆଉ ଏହିଁ ଝିଅ ଟିକୁ ଧରି ରାତା ରାତି ଘରକୁ ପଳାଇ ଆସିଲି।


 ଆଉ ମୋ ସ୍ତ୍ରୀ କମଳା ଭି ଅତି ଆଦରରେ ତାକୁ କୋଳେଇ ନେଲା। ସେହି ଦିନରୁ ତା ନା ଆମେ ମିନି ଦେଲୁ ଆଉ ମୋ ଝିଅ ବୋଲି ପରିଚୟ ଦେଲି। ହେଲେ , ମିନି ଟି ମୋର ବହୁତ୍ ଭଲ, ଯିଏ ଯାହା କହୁଛି କହୁ।


ସାର ଆପଣ ବିଶ୍ବାସ କରିବେନି, ୧୦ ବର୍ଷ ର ମିନି ଟି ମୋର ସବୁ କାମ ଜାଣିଛି, ତା ମାଆ ର ଦେହ ଖରାପ ହେଲା ଦିନଠୁ ସେ ସବୁ ରୋଷେଇ ବାସ କରିବା ସଙ୍ଗେ ସଙ୍ଗେ , ତା ମାର ପୁରା ଜତ୍ନ ନେଉଛି। ଏବେ ବି ତା ମାର ସବୁ ଔଷଧ ସେ ମନେ ରଖେ, ଆଉ କେତେବେଳେ କଣ ଖାଇବାର ଅଛି ମୋ ମିନି ଟି ସବୁ ଜାଣେ। ନିଜେ ନିଜେ ଦୋକାନ ସଉଦା କରେ , ହାଟ ବାଟ କୁ ସେ ଆଗ। 


 ଆପଣ ତା ପାଖରୁ ଗୋଟିଏ ନୂଆ ପିଇସାଟିଏ ଠକି ପାରିବେନି !!

ଥରେ ଆମ ବସ୍ତି ର ପଦିଆ ଦୋକାନ ମାଲିକ କୁ ହିସାବ ରେ ପାଣି ପେଇ ଦେଇଛି , ସେଦିନରୁ ପଦିଆ ସମସ୍ତ ଙ୍କ ସଉଦା ପଛ କରି ଆଗେ ମିନି କୁ ଦିଏ। 


ଆଉ ସାର ମୋ ସ୍ତ୍ରୀ ର ଗୋଟିଏ କଥା,ଯଦି ସେ କେବେ ମରିଯାଏ ତାହେଲେ ତା ଶବ କୁ ମିନି ହିଁ କେବଳ ନିଆଁ ଦେବ। ମୋ ସ୍ତ୍ରୀ ତା ଜୀବନ ଠୁଁ ଅଧିକ ଭଲ ପାଏ ମିନି କୁ। ଆମ ବସ୍ତିରେ ସମସ୍ତେ ତାକୁ ମିନି ମା , ମୋତେ ମିନି ବାପା ବୋଲି ଡାକନ୍ତି। ମିନି ପାଖ ସ୍କୁଲ ରେ ପଢୁଛି,ଆଉ ବାବୁ ବସ୍ତି ର ସମସ୍ତେ ମୋ ମିନି କୁ ବହୁତ୍ ଭଲ ପାଆନ୍ତି।


ଏହି ଆଗ ବର୍ଷ ରେ ମୋ ସ୍ତ୍ରୀ ର ଦେହ ବେଶୀ ଖରାପ ହେଲାରୁ ହସ୍ପିଟାଲ୍ ଗଲୁ, ସେଠି ଡାକ୍ତର ବାବୁ କଣ କଣ ସବୁ ପରୀକ୍ଷା କରି କହିଲେ ,ସ୍ତନ କର୍କଟ। 


ମୋର ଅଲକ୍ଷୟରେ ଗାର୍ଡ ଜଣକ ର ଆଖିରୁ ଦୁଇ ଧାର ଲୁହ ଗଣ୍ଡ ଦେଶକୁ ବୋହି ଆସିବା ସମୟରେ ,ସେ ଲୁହ ସବୁ କୁ ପୋଛି ବାରେ ବ୍ୟସ୍ତ ହୋଇ ଯାଇଥାଏ।


ମନେ ମନେ ଭାବିଲି, ଆଗକୁ new year celebration କଣ ସତରେ ତାକୁ ଛୁଟି ମିଳିପାରିବ, ମନରେ ଦମ୍ଭ ରଖି ପଚାରିଲି, ଆଜି ଡିସେମ୍ବର ୨୯ ତାରିଖ, ତୁମେ ୩୧ ତାରିଖରେ ରହିବ ତ ??


ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ , ହଁ ସାର ମୁଁ ୩୧ ତାରିଖ ସଖାଳୁ ଡୁଟି ରେ ଜଏନ କରିବି। ମୁଁ ଭାବିଲି ଥରେ ଆମ ଆପର୍ଟମେଣ୍ଟ ର president ସାର ଙ୍କ ସହିତ କଥା ହୋଇ ଦେଖେ। ମୁଁ ପଚାରିଲି ହସ୍ପିଟାଲ୍ ଖର୍ଚ୍ଚ କେମିତି ଉଠାଉଛ??


 ଗାର୍ଡ ଜଣକ ନରମ ଗଳା ରେ କହିଲା, ସାର ପ୍ରାୟ ସବୁ ଔଷଧ ମିଲିଯାଉଛି, ହେଲେ କିଛି କିଛି କିଣିବାକୁ ପଡୁଛି। ମୁଁ ପକେଟ୍ ଅଣ୍ଡାଳି ୫୦୦ ଟଙ୍କିଆ ନୋଟ୍ ଖଣ୍ଡେ ବାହାର କଲି ଆଉ କହିଲି, ଏଇଟା ମୋ ତରଫ ରୁ ତୁମ ପାଇଁ କିଛିଟା ସାହାଯ୍ୟ। ସେ ହାତ ଯୋଡ଼ି କହିଲେ, ସାର ମିନି ମା ମୋତେ ନିୟମ ପକାଇ କି କହିଛି, କାହା ପାଖରୁ କିଛି ସାହାଯ୍ୟ ଆଣିବନି, ଯଦି ମୋ ଭାଗ୍ୟରେ ଲେଖା ଥିବ ମୁଁ ବଞ୍ଚିବି, ନହେଲେ ମରିଯିବି, ହେଲେ ମଲା ପରେ ମୁଁ କାହାର ଋଣ ଧରି ଯମ ପୂର୍ ରେ ହନ୍ତ ସନ୍ତ ହେବାକୁ ଚାହେଁ ନା।


ଯଦି ସାର କିଛି କରିବେ ତାହେଲେ ମୋତେ କାଲି ଗୋଟିଏ ଦିନ ଛୁଟି ଦେଇ ଦିଅନ୍ତୁ ଆଉ ମିନି ବୋଉ, chemo ନେଲା ପରେ ମୁଁ ତାକୁ ଘରେ ଛାଡ଼ିଲା ପରେ ମୋତେ ଟିକେ ଶାନ୍ତି ଲାଗିବ।ମୋ ଆଗରେ ହାତ ଯୋଡ଼ି ଠିଆ ହୋଇଥାଏ ଗାର୍ଡ ଜଣକ, ଯେମିତି କିଛି ଗୋଟିଏ ରାୟ ପାଇବା ପାଇଁ।


ମୁଁ ବି ଗୋଟିଏ ବଡ଼ ସମସ୍ୟା ରେ ପଡ଼ିଗଲି, ଆଉ ଭାବିଲି, ଆଜି ରାତି ୧୨ ଟା ହେଲାଣି ଜଣ କରିବି? ଏବେ president sir ଙ୍କୁ କଲ୍ କରିବା ଟା ଠିକ୍ ହେବନି।

ଆଉ କାଲି ସଖାଳ ନ ଟା ଭିତରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ।


ଏପଟେ ମୋ ଅଫିସ ଭି ଦିନ ୧୦ଟା ରେ କଣ କରିବି, 

ଏପଟେ ଖାଇ ତ ସେପଟେ ନଈ।

ମନ ରେ ଏକ ପ୍ରକାର ର ଦ୍ଵନ୍ଦ ଆଉ ଦ୍ଵିବିଧା ରେ ଭରି ଯାଇଥାଏ। ଆଉ ମୋ ଅଜାଣତରେ ମୋ ପାଟିରୁ ବାହାରି ଆସିଲା, ଚିନ୍ତା କରନି, କାଲି ମିନି ବୋଉ ହସ୍ପିଟାଲ୍ କୁ ଯିବ।


ଆଉ security ଗାର୍ଡ ଜଣକ ମୋ କଥା ରେ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କଲା ପରି ଲାଗିଲା। 


ଆଉ ମୋତେ ଲାଗିଲା, ମଣିଷ ସତରେ କେତେ ଅସହାୟ, ଆଉ କେମିତି ପରିସ୍ଥିତି ର ଦାସ।


ଫ୍ଲାଟ୍ କୁ ଫେରି ଆସି, ଶୋଇବାକୁ ଚେଷ୍ଟା କଲି ହେଲେ ଆଖି ଆଗରେ  ଗାର୍ଡ ର କଥା ଗୁଡା ଯେମିତି ପ୍ରରିବିମ୍ବିତ ହେଲା ପରି ଲାଗିଲା। ଶୋଇବାକୁ ଯେତେ ଚେଷ୍ଠା କଲି ହୋଇପାରିଲା ନାହିଁ, ତାପରେ ପୁଣି intercom ରେ ଆଉ ଥରେ ରିଙ୍ଗ କଲି , ଆଉ ପଚରିଲି ତୁମ address ଟା ଦିଅ ତ? address କାଗଜରେ ଲେଖି ଭାବିଲି, କଣ କଲେ ସମସ୍ୟା ର ସମାଧାନ ହୋଇ ପାରିବ?


 ଭାବୁ ଭାବୁ କେତେବେଳେ ନିଦ ଲାଗି ଯାଇଚି ଜଣା ନାହିଁ, ଆଉ ସ୍ଵପ୍ନ ରେ ଭି ସେହି ଗାର୍ଡ ର କଥା ସବୁ ଦେଖୁଛି । 


ହଟାତ ନିଦ ଭାଙ୍ଗି ଗଲା। ହାତ ଘଣ୍ଟା କୁ ଲକ୍ଷ୍ୟ କଲି ସଖଳ ୭ଟା। ତଳକୁ ଏକ ମୁହାଁ ହୋଇ ଧାଇଁଲି ଆଉ ଦେଖେ ତ, ଗାର୍ଡ ଜଣକ ମୁଣ୍ଡ ତଳକୁ ପୋତି ଚୌକି ରେ ବସିଛି। 


ତାପରେ ସଙ୍ଗେ ସଙ୍ଗେ ଗାଡ଼ି ବାହାର କଲି ଆଉ ଏକା ମୁହାଁ ହୋଇ ଚାଲିଲି ଶିଖରଚଣ୍ଡୀ ବସ୍ତି କୁ , ମନେ ମନେ ଭାବୁଥାଏ, ଅଫିସ ରେ ଆଜି ହଂଗାମା ହେବ, କାରଣ ଆଜି client ସହିତ demo ଅଛି। ଯାହା ହେବ, ହେବ ମୋତେ ଶୁଣିବାକୁ ପଡ଼ିବ, ନହେଲେ ମୋର ଏ ବର୍ଷ ର appraisal ଗଲା। ଯାହା ହେବ ଦେଖା ଯିବ!!!



 ଗାଡ଼ି ଚଳାଇବା ବେଳେ ଯେମିତି ଲାଗୁଥାଏ , କେହି ଗୋଟିଏ ଅଦୃଶ୍ୟ ଶକ୍ତି ମୋ ଗାଡ଼ି କୁ ଆପେ ଆପେ ବାଟ କଢ଼େଇ ନେଉଛି, ଆଉ ମନର ସମସ୍ତ ଗ୍ଲାନୀ କୁ କେହି ଜଣେ ସାନ୍ଵାନା ଦେଉଛି। 


ସେ ଯାହା ହେଉ ଗାଡ଼ି ଚଲାଇ ପହଞ୍ଚିଗଲି ବସ୍ତିରେ, ଆଉ ମିନି ଘର ଖୋଜିବାକୁ ଅସୁବିଧା ହେଲାନି। ଘର ଆଗରେ ପହଞ୍ଚି କହିଲି ମିନି, ତୁମ ବାପା ପଠାଇଛନ୍ତି, ତୁମ ମାଁ ଆଉ ତୁମକୁ ହସ୍ପିଟାଲ୍ କୁ ନେବାପାଇଁ। ଆସି ଗାଡ଼ି ରେ ବସ। କଥା ନ ସରୁଣୁ, ଜଣେ ଦଶ ବର୍ଷ ର ପରୀଟିଏ ଆସି ଗାଡ଼ି ଆଗ ରେ ହାଜର। ମୋତେ ଦେଖି ପଚାରିଲା, uncle ବାପା ଆସିଲେନି??? 


 ତାକୁ ଦେଖି ସତରେ ଲାଗିଲା, ଯେ ମିନି ଗୋଟିଏ ମଣିଷ ନୁହେଁ , କୌଣସି ଦେବୀ ମା ବୋଧେ ମାନବୀ ରୂପରେ ମୋ ଆଗରେ ଠିଆ ହୋଇଛି, ତାର ଛୋଟ ଛୋଟ ନାଲିଆ ଓଠ ଦୁଇଟି ସହିତ ଆଖିର ଭ୍ରୁଲତା ଯେମିତି ସମ୍ଭ୍ରାନ୍ତ ପରିବାର ର ଭ୍ରମ ସୃଷ୍ଟି କରିଥାଏ। ତା ସହିତ ଗୋରା ଚେହେରା ଆଉ ଗୋଟିଏ ନାଲି ଫ୍ରକ୍ ପିନ୍ଧି ଯେମିତି ଲାଗୁଥାଏ, ବୋଧେ ପରୀ ରାଇଜରୁ କୁନି ପରୀ ଟିଏ ବାଟ ବଣା ହୋଇ ପଳାଇ ଆସିଛି।

ଆଉ କଥା ହେଲା ବେଳକୁ ତାର ଓଠ ଯୋଡ଼ିକ ଯେମିତି ମେଘ ର ତାଳେ ତଳେ ମୟୂର ନାଚିବା ର ଭ୍ରମ ସୃଷ୍ଟି କରୁଛି।




ମୁଁ ଟିକେ ପ୍ରକୁସ୍ତିତ ହୋଇ କହିଲି, ବାପା ମୋତେ ପଠାଇଛନ୍ତି, ଆଉ ଗାଡ଼ି ଭଡ଼ା ବି ଦେଇଛନ୍ତି, ଆଉ କହିଛନ୍ତି କି, ହସ୍ପିଟାଲ କାମ ସରିଲେ ତୁମ ମା କୁ ଆଣି ଘରେ ଛାଡ଼ିବାକୁ। 

ଆଜି ବହୁତ୍ କାମ ତ ତେଣୁ ତୁମ ବାପା ମୋତେ ପଠାଇଛନ୍ତି।

 ମିନି ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ବାବା କଣ ସତରେ ପଠାଇଛନ୍ତି, ନା ତୁମେ ଆମ କୁ କେଉଁଟି ନେଇ ଯିବନି ତ??? ମୁଁ ଟିକେ ହସି କହିଲି, ମିନି ଗୋଟିଏ କାମ କରିବା, ତୁମେ ମୋ ଗାଡ଼ି ରେ ଆଗରେ ବସ ଆଉ ମୋତେ ରାସ୍ତା କୁହ। ମିନି ଟିକେ ରହି , ଅଣ୍ଟା ରେ ହାତ ଦେଇ କହିଲା, ନା uncle ମୋତେ ଲାଗୁଛି, ତୁମେ ସତ କହୁଛ!!! 

ତାର ସେହି ଛୋଟିଆ ଓଠରେ ଦୁଇ ଚେନା ହସ ଉକୁଟୀ ଆସିଲା ଆଉ ଘର ଭିତରକୁ ଦଉଡ଼ିଗଲା। 


କିଛି ସମୟ ପରେ ମିନି ମା ଆଉ ମିନି ଦୁଇଜଣ ଆସି ମୋ ଗାଡ଼ି ରେ ବସିଲେ, ଆଉ ଗାଡ଼ି ଟି ଧାଇଁ ଚାଲିଲା ହସ୍ପିଟାଲ୍ ଅଭିମୁଖେ। କିଛି ସମୟ ବ୍ୟବଧାନ ରେ ଆମେ ପହଞ୍ଚି ଗଲୁ ହସ୍ପିଟାଲ୍ ରେ, ତାପରେ ସଙ୍ଗେ ସଙ୍ଗେ chemo ଦେବାର ବନ୍ଦୋବସ୍ତ ହୋଇଗଲା, ଏପଟେ ମୁଁ ଡାକ୍ତର ସାର ଙ୍କ ପାଖକୁ ଯାଇ ସବୁ କଥା ବୁଝିଲି, ଡାକ୍ତର ସାର ଙ୍କ କଥା ଶୁଣି ମୋର ପାଦତଳ ର ମାଟି ଗୁଡା ଖସିବାକୁ ଲାଗିଲା ଯେମିତି।


ଡ଼ାକ୍ତର ସାର କହିଲେ , ଏଇଟା ଶେଷ chemo treatment ତାପରେ ତାର ଆଉ treatment କରି ଲାଭ ନାହିଁ, କାରଣ surgery ହୋଇ ପାରିବନି, ଶରୀର ର ୯୦ ପ୍ରତିଶତ କ୍ଷେତ୍ର impact ହୋଇସାରିଲାଣି। ଯାହା ହେବ ଭଗବାନ୍ ଙ୍କ ହାତରେ।


ମୋତେ ଲାଗିଲା, ମଣିଷ ଟିଏ ସତରେ କେତେ ଅସହାୟ , କଣ କରାଯାଇ ପାରିବ। 


ଯାହା ହେଉ ଯାହା ହେବାର ଥିବା ହେବ। ମୁଁ ପଚାରିଲି ସାର ଏକଥା କଣ ସେମାନେ ଜାଣିଛନ୍ତି, ଡ଼ାକ୍ତର ସାର ଜଣଙ୍କ ଉତ୍ତର ଦେଲେ , ସେହି ଛୋଟିଆ ଝିଅଟି ସବୁ ଜାଣିଛି। ଆଉ ମୋ ଗୋଡ଼ ଧରି କେତେ କାନ୍ଦିଛି ବିଚରା, ହେଲେ କଣ କରି ହେବ କୁହନ୍ତୁ ତ, ମଣିଷ କେବଳ ଚେଷ୍ଠା କରି ପାରିବ, ତା ଛଡା ଆଉ କିଛି ନାହିଁ। ହେଲେ ଗୋଟିଏ ବଡ କଥା ତା ମାଆ ଜାଣିନି, ଏ ଝିଅ ଟି କେଉଁ ଜନ୍ମ ରେ ତାର ମା ଥିଲା କେଜାଣି, ଆଜି ଭି ସେ ମାର କର୍ତ୍ତବ୍ୟ କରୁଛି।

କିଛି ଔଷଧ ଲେଖି ଦେଇଛି କିଣି ଆଣନ୍ତୁ, ଏଇଟା govt hospitals ରେ ମିଳିବନି, ସେ discharge ହେବେ।


ମୁଁ ସଙ୍ଗେ ସଙ୍ଗେ ଯାଇ ଔଷଧ ଦୋକାନ ରୁ ଔଷଧ ସବୁ ଆଣି ଦେଲି ଆଉ ସବୁ ବିଲ କୁ ଚରି ପକାଇଦେଇଥିଲି, ନ ହେଲେ ଏ ମିନି କଣ ଛାଡ଼ିଥାନ୍ତା, କେଉଁଠୁ ନା କେଉଁଠୁ ପଇସା ଆଣି ଧରାଇ ଦେଇଥାନ୍ତା ହାତରେ।


କିଛି ସମୟପରେ ମା ଝିଅ ଆସିଲେ , ମୁଁ କହିଲି ମିନି ଏ ଔଷଧ ସବୁ ମୁଁ ନିରାମୟ ଔଷଧାଳୟ ରୁ ଆଣି ଦେଇଛି। କଣ ବୁଝିଲା କେଜାଣି ଗୋଟିଏ ସ୍ମିତ ହାସ୍ୟ ଟିଏ ଦେଇ ମା କୁ ଧରି ଗାଡ଼ି ରେ ବସିଲା ଆଉ କିଛି ବାଟ ଗଲା ପରେ କହିଲା uncle କେତେ ପଇସା ହେଲା କୁହନ୍ତୁ? ଆଉ ଧରା ପଡ଼ିଯିବା ଭୟରେ କହିଲି, ଆରେ ସବୁ ଗୁଡା ପରା ଫ୍ରୀ ରେ ମିଳିଲା।


 ମିନି ଟିକେ ରାଗି କହିଲା, uncle ମିଛ କହି ଯଦି ଧରା ପଡ଼ିବେ ତାହେଲେ ମିଛ କହି ଲାଭ ନାହିଁ!!!

ମୁଁ ବାପା ଙ୍କୁ କହିବି, ଡ୍ରାଇଭର uncle କୁ ଦରମା ପାଇଲେ ଦୁଇ ଦିନ ପରେ ଦେଇ ଦେବେ । ହେଲେ uncle ଆପଣକଂ କେତେ ଭଡ଼ା? ମୁଁ କହିଲି, ବାପା ଦେଇ ଦେଇଛନ୍ତି।


ମିନି ପୁଣି ଥରେ କହିଲା uncle ଆପଣ ଏବେ ବି ମିଛ କହୁଛନ୍ତି, ଆପଣ ମିଛ କହିଲେ ଆପଣକଂ ନାକ ଟା ଆପେ ଆପେ ଫୁଲି ଯାଏ। 


ମୋତେ ଲାଗିଲା ସତରେ ମିନି ଗୋଟିଏ ଦେବୀ, ନହେଲେ ଯେଉଁଟା ମୋ ପରିବାର ଲୋକେ ନୋଟିସ କରି ନାହାଁନ୍ତି , ସେ ଏହି ଦୁଇ/ତିନି ଘଣ୍ଟା ରେ ଜାଣି ଦେଲା। ସେ ଯାହା ହେଉ , ଗାଡ଼ି ଆସି ପହଞ୍ଚିଗଲା ଘର ଆଗରେ, ଆଉ ଦେଖେ ତ ବୁଢା security ଗାର୍ଡ ଜଣକ ଘର ଆଗରେ ଖଣ୍ଡିଆ chair ରେ ବସିଛନ୍ତି।


ମୋ ଗାଡ଼ି କୁ ଦେଖି ଦେଇ ହଟାତ ଉଠି ପଡ଼ି ସାଲ୍ୟୁଟ ମାରିବାକୁ ଉଦ୍ୟମ କରନ୍ତି ତ ମୁଁ ଆଖିର ଇଶାରା ରେ ମନା କଲି ଆଉ କହିଲି, ଏମାନଙ୍କୁ ଘରକୁ ନିଅ। ମିନି କୁ ଶୁଣାଇବାକୁ ଯାଇ ଜୋର ରେ କହିଲି ମୋର ଆହୁରି ଦୁଇଟା ଭଡ଼ା ଅଛି। 


ମିନି ଗାଡିରୁ ଓହ୍ଲାଇ ଘର ଭିତର କୁ ଯାଇ କହିଲା ବାପା ଡ୍ରାଇଭର uncle କୁ ଛାଡ଼ିଦିଅ, ତାଙ୍କର ଆଉ ରି ଦୁଇଟା ଭଡ଼ା ଅଛି।

 ମୋତେ ଲାଗିଲା ସତରେ ଯେମିତି ମିନି ସବୁ ଜାଣି କି ହିଁ କହୁଛି। ମନ ନଥିଲେ ବି, ମିନି ଭୟ ରେ ଗାଡ଼ି ନେଇ ଆପାଟମେଣ୍ଟ ରେ ପହଞ୍ଚିଲି। ଗାଡ଼ି ଥୋଇ ଦେଖେ ତ ମିନି ବସିଥିବା ଜାଗାରେ ଗୋଟିଏ କାଗଜ ଦୁଇ ଭାଙ୍ଗ ହୋଇ ପଡ଼ିଛି, ଆଉ ମନର ଉକଣ୍ଠା କୁ ପାଥେୟ କରି ଖୋଲି ପଢିଲି ମିନି ର ଅଙ୍କା ବଙ୍କା ଅକ୍ଷର ରେ ଲେଖା ଥିବା ଚିଠିଟିକୁ।


uncle,

ମୁଁ ଜାଣିଛି, ଆପଣ ଡ୍ରାଇଭର ନୁହନ୍ତି , ନା ମୋ ବାପା ଆପଣଙ୍କୁ ପଇସା ଦେଇ ଛନ୍ତି। ସେ ଯାହା ହେଉ ଆପଣ ଙ୍କ ସାହାଯ୍ୟ ବଦଳ ରେ ମୋର ପରିବାର ଆପଣକଂ ପାଖରେ ଚିର ରୁଣୀ। ହେଲେ uncle ଆଉ ଏକଥା ଭି ଜାଣିଛି, ଯେ ଏହି ଔଷଧ ଗୁଡା ଆପଣ କିଣିଛନ୍ତି। ଆଉ ତା ବଦଳରେ ମୋ ପରିବାର ପାଖରେ ସେମିତି କିଛି ଦୁର୍ଲଭ ଜିନିଷ ନାହିଁ ଦେବା ପାଇଁ । କେବଳ ଠାକୁରଙ୍କୁ ଡାକିବି, ସେ ଆପଣକୁ ଆଉ ଆପଣକଂ ପରିବାର କୁ ଭଲରେ ରଖିବେ। ଆଉ ମୋ ବାପା ଦରମା ମିଳିଲା ଦିନ ଆପଣକଂ ପଇସା ସୁଝି ଦେବେ।

ଆସନ୍ତା ନବ ବର୍ଷ ର ହାର୍ଦିକ ଶୁଭେଛା ଓ ଅଭିନନ୍ଦନ।


ଇତି,

ମିନି  



ଆପେ ଆପେ ମୋ ର ଦୁଇ ଆଖିରୁ ଦୁଇ ଟୋପା ଲୁହ ବୋହି ଆସିଥାଏ , ଯେମିତି ଲାଗିଲା, କେଉଁ ଜନ୍ମ ରେ କେବେ ବୋଧେ ବହୁତ୍ ପୁଣ୍ୟ ଅର୍ଜନ କରିଥିବା ମିନି ବାପା ଆଉ ମା, ଏହି ଭଳି ଗୋଟିଏ ଝିଅ ର ପାଳନ କର୍ତା ବୋଲି ଆଜି ଭଗବାନ୍ ତାଙ୍କୁ ସୁଯୋଗ ଦେଇଛନ୍ତି।

  

ଗଳ୍ପ ର ମର୍ମ 


ମଣିଷ ର ସବୁ ବେଳେ ଅହଙ୍କାର ବୁଡି ରହେ, ହେଲେ ଥରେ ଅହଙ୍କାର କୁ ସେପଟକୁ ଫିଙ୍ଗି ଦେଖିବାକୁ ଚେଷ୍ଟା କର, ଦେଖିବା କେତେ ସୁନ୍ଦର ଏ ପୃଥିବୀ ଆଉ କେତେ ସୁନ୍ଦର ଏହି ମଣିଷ ସମାଜ।




Rate this content
Log in

Similar oriya story from Abstract