Gopal Das

Tragedy Children

4  

Gopal Das

Tragedy Children

ବିଲୁଆ ବିଚାର

ବିଲୁଆ ବିଚାର

8 mins
298



ଥରେ ବଣ ରେ ସଭା ବସିଲା, ସମସ୍ତ ପଶୁ ପକ୍ଷୀ ମାନେ ଏକଜୁଟ ହେଲେ। ବଣ ର ମହାରାଜ ସିଂହ ସିଂହାସନ ରେ ବସି ଆଦେଶ ଦେଲେ 


 ମହାରାଜ ସିଂହ:- ମହମନ୍ତ୍ରି ଆଜି ର ସଭା କାଜ୍ୟ ଆରମ୍ଭ କରା ଯାଉ।

ତତକ୍ଷଣାତ୍, ବାଘ(ମହାମନ୍ତୀ) ଉଠି ପଡ଼ି କହିଲା


ବାଘ:- ମହାରାଜ, ଆଜିର ମଣିଷ ଆଉ ମଣିଷ ହୋଇ ନାହାନ୍ତି, ସେମାନେ ଆଗ ଭଳି ଆଉ ସମ୍ବେଦନ ଶିଳ ନହୋଇ ବରଂ ଆମ ଠାରୁ ଭି ଭୟଙ୍କର ପାଲଟି ଯାଇଛନ୍ତି।

ଦେଖନ୍ତୁ ଏହି ବୁଲା କୁକୁର ଟିକୁ ତାକୁ କେମିତି ମଣିଷ ଗୁଡା ମାରି ମାରି ଲହୁ ଲୁହାଣ କରି ଦେଇଛନ୍ତି।


କୁକୁର:- (କାନ୍ଦି କାନ୍ଦି) କହିଲା, ମହାରାଜ ଆପଣଙ୍କ କଥା ମାନି ମୁଁ ମଣିଷ ଙ୍କ ସେବାରେ ସବୁ ବେଳେ ରହିଲି, ଆଉ ସେମାନଙ୍କ ଆଇଁଠା ପତ୍ର ଖାଇ , ସେମାନଙ୍କ ମଳ ସଫା କରି ନିଜକୁ ଏକ ସ୍ବାମୀ ଭକ୍ତ ଭାବରେ ନିଜକୁ ପରିବର୍ତ୍ତନ କଲି, ହେଲେ ଦେଖନ୍ତୁ ମୋତେ ଖାଇବାକୁ ନ ଦେବାରୁ ମୋ ପେଟ ପୋଡ଼ି ଯିବାରୁ, ମୁଁ ଗୋଟିଏ ରୋଟି ଖାଇବା ପାଇଁ ଯେତେବେଳ ଘର ଆଗରେ ଭୋକ ରେ ଚିତ୍କାର କରୁଛି , ଠିକ୍ ସେତେବେଳେ ମୋ ଛୋଟ ଲଙ୍ଗୁଡ଼ ରେ ବାଣ ବାନ୍ଧି ନିଆଁ ଲଗାଇ ଦେଲେ। ସେତିକି ନୁହେଁ ମହାରାଜ ମୁଁ ରାଗିଯିବାରୁ ମୋତେ ବାଡୋଇ ବାଡେଇ ପେଟ୍ରୋଲ ଢ଼ାଳି ଦେଲେ। ନିଆଁ ଲଗାଇବାକୁ ଉଦ୍ୟତ ହୁଅନ୍ତେ ମୁଁ ପ୍ରାଣ ବିକଳେ ଦଉଡ଼ି ପଳାଇ ଆସିଲି।


କୁକୁର କଥା ନ ସରୁଣୁ, ସଙ୍ଗେ ଜୀର୍ଣ୍ଣ ସିର୍ଣ ଗାଈ ଟି ବହୁତ୍ କଷ୍ଟ ରେ ଉଠି କହିଲା, ମହାରାଜ ମୋ କଥା ଟିକେ ଶୁଣନ୍ତୁ।


ଗାଈ:- ଆପଣଙ୍କ କଥା ମାନି ମୁଁ ମୋ ନିଜ ପିଲା କୁ କ୍ଷୀର ନଦେଇ ମଣିଷ ପିଲାଙ୍କୁ କ୍ଷୀର ଦେଲି ହେଲେ, ମୋତେ ମଣିଷ ମାନେ ବହୁତ୍ ହଇରାଣ କଲେ ଆଉ ସେତିକି ନୁହେଁ,ମୋର ବଳ ବୟସ ଗଲାପରେ ସେମାନେ ମୋତେ ମାରି ଖାଇବାକୁ ବି ପଛାଉ ନାହାଁନ୍ତି, ମୋର ଭାଗ୍ୟ ଭଲ ମୁଁ କେମିତି ଖସିକି ପଲାଇ ଆସିଛି। ଆଉ ମୋ ପୁଅ କୁ ନସବନ୍ଦି କରି ନପୁସଂଗ ସଜାଇ ସବୁ କାମ କରାଇଲେ। ଶେଷରେ ଶଗଡ଼ ଭି ବୁହାଇଲେ , ହେଲେ ବୁଢ଼ା ହେବାରୁ ଆଜି ମାରି ଖାଇ ଦେଲେ। କାନ୍ଦି କାନ୍ଦି ଗଡ଼ି ଯାଉ ଥାଏ ବିଚରା ବୁଢ଼ୀ ଗାଈ ଟି।


ଗାଈ କଥା ସରୁଣୁ ସଙ୍ଗେ ବୁଢ଼ା ହାତୀ ଟି ସଙ୍ଗେ ସଙ୍ଗେ ଉଠି ପଡ଼ି କହିଲା,


ହାତୀ:- ମାଉସୀ ତୁ କଣ ଏକା, ମୋ କଥା ଦେଖୁନୁ, କେମିତି ଅବସ୍ଥା କରିଛି ଏହି ବେଇମାନ ମଣିଷ, ମୋତେ ମାରିବେ ବୋଲି କେମିତି ବିଦୂତ ତାର ସାହାଯ୍ୟ ନେଉଛନ୍ତି, ଆଉ ସବୁ ବର୍ଷ ଗଣେଶ ପୂଜା ରେ ମୋତେ ପୂଜା କରୁଛନ୍ତି, ଆଉ ଏପଟେ ମାରି ମୋ ହାଡ଼ , ଦାନ୍ତ କୁ ନେବାକୁ ବି ପଛାଉ ନାହାଁନ୍ତି। ଛି ଛି ଏ ମଣିଷ ଗୁଡା ଏତେ ବେଇମାନ୍।

ମହାରାଜ ମୁଁ ଜାଣିଥିଲେ କେବେ ବି ଜାଇ ନଥାଆନ୍ତି, ବରଂ ଆପଣ ମୋତେ ମାରି ଖାଇ ଦେଇ ଥାନ୍ତେ ହେଲେ କେବେ ବି ଏ ମଣିଷ ଗୁଡା ଙ୍କୁ ବିଶ୍ୱାସ କରି ନଥାନ୍ତି।


ହାତୀ କଥା ନ ସରୁଣୁ ସଙ୍ଗେ ସଙ୍ଗେ ଅନ୍ୟ ପଶୁ ପକ୍ଷୀ ମାନେ ଏକ ସ୍ଵର ରେ କହିଲେ ଦେଖନ୍ତୁ ମହାରାଜ ଆମେ ସମସ୍ତେ ଅବହେଳିତ, ନିଷ୍ପେସିତ ଆଉ ପ୍ରତାଡିତ।


ମହାରାଜ ସିଂହ ସିଂହାସନ ଉପରେ ବସି ସମସ୍ତଙ୍କୁ ଚୁପ୍ ହୋଇ ବସିବାକୁ କହିଲେ। ଆଉ ଗୁପ୍ତଚର ବିଲୁଆ କୁ କହିଲେ 


 ମହାରାଜ ସିଂହ:- ବିଲୁଆ ତୁମ ପାଖରେ ରେ ମଣିଷ ମାନଙ୍କ ର କଣ ସନ୍ଦେଶ ଅଛି କୁହ ?


ବିଲୁଆ ସଙ୍ଗେ ହସି ହସି ଗଡ଼ି ଗଲା ଆଉ କହିଲା ଛାମୁ ଯଦି ନ ରାଗିବେ ତାହେଲେ ଗୋଟିଏ କଥା କହିବି।.....


ସଙ୍ଗେ ସଙ୍ଗେ ମହାମନ୍ତ୍ରି ବାଘ ରାଗି ଜାଇ କହିଲା ବିଲୁଆ ତୁମେ ସଭାର ମର୍ଯ୍ୟାଦା ଉଲଂଘନ କରୁଛ। ଯାହା କହିବାର ଅଛି ମର୍ଯ୍ୟାଦା ରଖି କୁହ।


ବିଲୁଆ :- କ୍ଷମା କରିବେ ମହାରାଜ, ଯିଏ ମରିଯାଇଛି ତାକୁ ଆଉ କଣ ଦଣ୍ଡ ଦେବେ? ଯିଏ ନିଜେ ଅସହାୟ ତାକୁ କଣ ଦଣ୍ଡ ଦେବେ?


ଯଦି ଆପଣଙ୍କୁ ବିଶ୍ୱାସ ହେଉନି ଯାଆନ୍ତୁ ,ନିଜେ ଦେଖି ଆସିବେ। ଆଜିର ମଣିଷ ମାନେ କେମିତି ନିଜେ ନିଜକୁ ଡରୁଛି, ଖାଲି ସେତିକି ନୁହେଁ, ତାଙ୍କର ମା ଭଉଣୀ ଭି ସୁରକ୍ଷିତ ନୁହଁନ୍ତି, ମଣିଷ ସମାଜରେ। ଥରେ ଯାଇ ଦେଖନ୍ତୁ, ସବୁ ମଣିଷ ଙ୍କ ଆଖି କୁ, ଅବିଶ୍ବାସ, ଲୋଭ, ଆଉ କାମନା ରେ ପରିପୂର୍ଣ!!! ସମସ୍ତ ମଣିଷ ମାନଙ୍କ ମନ ରେ ଭରି ରହିଛି ହଳାହଳ ବିଷ, ଲାଛନା, କାମନା, ଲୋଭ ଆଉ ପ୍ରତିଶୋଧ।


ଏବେ ବି ମଣିଷ ଏକ ଇଞ୍ଚି ଜଗା ପାଇଁ ଲଢ଼ାଇ କରୁଛି। ଏବେ ବି ମଣିଷ ପେଟ ପାଇଁ ଆଉ ଗୋଟିଏ ମଣିଷ ର ତଣ୍ଟି କାଟୁଛି। ସେତିକି ନୁହେଁ ମହାରାଜ ମଣିଷ ପିଲା ଗୁଡା ଟିକେ ବଢି ଗଲେ ତାଙ୍କ ନିଜ ଜନ୍ମ କଲା ବାପା ମାଆ ଙ୍କୁ ତଢି ଦେଉଛନ୍ତି। ଆଉ ସବୁ ଠାରୁ ବଡ଼ ମଜା କଥା ହେଲା ମହାରାଜ, ବାପା ମାଁ ମାନେ ଫେସନ୍ ନା ରେ ଏବେ ତାଙ୍କ ଝିଅ ଆଉ ବୋହୂ ମାନକୁ ଛୋଟ ଛୋଟ କପଡ଼ା ପିନ୍ଧାଇ ବାରେ ବ୍ୟସ୍ତ ଆଉ ସେପଟେ ତାଙ୍କ ପୁଅ , ଭାଇ ମାନେ ଝିଅ ମାନଙ୍କୁ ବଳାତ୍କାର କରିବାରେ ବ୍ୟସ୍ତ।


ସେପଟେ ବାପା ମା ମାନେ ପୁଅ ଝିଅ ମାନଙ୍କୁ ପାଠ ପଢାଇବାରେ ବ୍ୟସ୍ତ ଆଉ ସେପଟେ ପିଲା ମାନେ କେବଳ ପାଠ ପଢି ପରୀକ୍ଷା ରେ ନମ୍ୱର୍ ଆଣି ସରିଲା ପରେ ଭି ସଭ୍ୟତା ଆଉ ସମାଜ କୁ ଭୁଖେପ ନ କରି ଦୁର୍ନୀତି, ଅନିତି, ଅନ୍ୟାୟ ଆଉ ପରଶ୍ରିକାତରତା ବସି ଭୂତ । କେହି କେବେ ଭାବୁ ନାହାନ୍ତି ଯେ ଏହାର ପରିଣାମ ଦିନେ କେତେ ଭୟଙ୍କର ହେବ। ଏପଟେ ଯଦି ମଣିଷ ନଦୀ ଜଳ କୁ ଅଟକାଇବା ପାଇଁ ଆମ ମାନକ ସାହାଯ୍ୟ ନେଉଛନ୍ତି, ଆଉ ସେପଟେ ସେହି ବନ୍ଧ ରେ ସିମେଣ୍ଟ ଭାଗ କମ କରି କେମିତି ଭାଙ୍ଗିବ ସେଇଟାର ଭି ଆକଳନ କରି ଦେଉଛନ୍ତି।


ଖାଲି ଏକଥା ନୁହେଁ ମହାରାଜ, ଏପଟେ ଏମାନେ ମାଛ କଙ୍କଡ଼ା କୁ ଧରି ନେଇ ମାରି ଖାଉଛନ୍ତି ଆଉ ସେପଟେ ମାଛ କୁ ଆକୁଆରୀୟଂ ରେ ରଖି ମଜା ନେଉଛନ୍ତି।


ହା ହା , କଣ କହିବି ଏ ବିଚିତ୍ର ମଣିଷ ମାନକୁ!!!! ନ କହିଲେ ଭଲ ହେବ ବରଂ!!!


ମହାରାଜ, ଗୋଟିଏ ଛୋଟ କଥା ଟିଏ କହୁଛି, ଅଳ୍ପ ଦିନ ତଳେ ମୁଁ ଟିକେ ସହର ଭିତରକୁ ଯାଇଥିଲି, ଆଉ ଦେଖିଲି ଗୋଟିଏ ଘରେ ବହୁତ୍ କୋଳାହଳ ଶୁଭୁଛି,ଆଲୁଅ ରେ ସୁସଜ୍ଜିତ। ତେଣୁ ପାଦ ଚିପି ଚିପି ଗଲି ଦେଖିଲି କିଛି ଲୋକ ବସିଛନ୍ତି, ଭାବିଲି ବୋଧେ ସେମାନେ କିଛି ଭଲ କାମ କରୁଛନ୍ତି ହେଲେ ଯାହା ଦେଖିଲି କହିବା ପାଇଁ ଡର ଲାଗୁଛି, ଯଦି ଅନୁମତି ଦେବେ ତାହେଲେ କହିବି।


ମହାରାଜ ସିଂହ କହିଲେ ନିର୍ଦ୍ଵନ୍ଦରେ କୁହ,


ବିଲୁଆ କହିଲା:- ମହାରାଜ ସେଇଟା ଗୋଟିଏ ବ୍ୟାଚଲର ପାର୍ଟୀ ଥିଲା, କିଛି ଯୁବକ ଙ୍କ ସହିତ ଜଣେ ସୁନ୍ଦରୀ ଯୁବତୀ।

 ଅତି ଆନନ୍ଦ ରେ ମଦ୍ୟ ପାନ କରୁଥିଲେ। ଟେବୁଲ୍ ଉପରେ ମଦ ବୋତଲ ସହିତ ସିଗାରେଟ ର ଉତ୍କଟ ଗନ୍ଧ ରେ ପରିପୂର୍ଣ ପରିବେଶ। ନିଜକୁ ସମ୍ଭାଳି ନେଲି ଜେନ ତେବେ ପ୍ରକାରେ, ଆଉ ଅପେକ୍ଷା କଲି ଶେଷ ଯାଏଁ । ଦେଖି ଯାହା ବୁଝିଲି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ମହାମାନ୍ୟ ବିଧାୟକ ଙ୍କ ପୁତ୍ର , ଅନ୍ୟ ଜଣେ ଉଚ୍ଚ ଆରକ୍ଷୀ ଅଧିକାରି ଙ୍କ ପୁତ୍ର , ଆଉ ଜଣେ ଜିଲ୍ଲା ମୁଖ୍ୟ ବିଚାର ଅଧିକାରୀଙ୍କ ପୁତ୍ର। ଅନ୍ୟ ଜଣେ ହେଉଛନ୍ତି ବିଶିଷ୍ଟ ସମାଜସେବୀ ଙ୍କ ପୁତ୍ର ଯାହାକୁ କି ଗତ ଥର ରାଷ୍ଟ୍ରପତି ଙ୍କ ତରଫରୁ ଉଚ୍ଚ ଆସନ(ପଦ୍ମ ବିଭୂଷଣ ସମ୍ମାନରେ) ସମ୍ମାନିତ କରାଯାଇଥିଲା ଓ ତାଙ୍କ ସହିତ ଅନ୍ୟ କିଛି ଉଦ୍ଧତ ଯୁବକ।


ମୋତେ ଲାଗିଲା ବୋଧେ ଏତେ ବଡ଼ ଘର ଆଉ ଏତେ ଉଚ୍ଚ ସ୍ବରରେ ଗୀତ ବୋଲିବା ବୋଧେ ଗୋଟିଏ ବ୍ୟାଚଲର ପାର୍ଟୀ ର ପ୍ରଥା ତେଣୁ ମୁଁ ନିଜକୁ ସହନ କରି ନେଇଥାଏ। ତାପରେ ମଦ୍ୟ ପାନ ସହିତ ସିଗାରେଟ ର ଧୁଆ ରେ ଘର ଟା ପୁରା ଉତେଜିତ।


ମୁଁ ପାଦ ଚିପି ଚିପି ଅନ୍ଧାରିଆ କଣ ରେ ଲୁଚି ଗଲି। ସେମାନଙ୍କ କଥା ବାର୍ତ୍ତା ରୁ ଜାଣିଲି ରାତି ପ୍ରାୟ ୧୧ ଟା ହେଲାଣି।


 ଆସ୍ତେ ଆସ୍ତେ ଆନ୍ୟମାନେ ପଳାୟନ କଲେ ହେଲେ ରହିଗଲେ ଏହି ମହାମାନ୍ୟ ଗଣ ଓ ସହିତ ଅତ୍ୟାଧୁନିକା ବେଶ ବୁଷା ରେ ସୁସଜ୍ଜିତ ନାରୀଟିଏ। ସମସ୍ତେ ପ୍ରାୟ ମଦ୍ୟ ନିଶା ରେ ନିଜର ଭାରସାମ୍ୟ ହରାଇବା ପରି ମନେ ହେଉଥାଏ, କେବଳ ସେହି ସୁନ୍ଦର୍ ଯୁବତୀ କୁ ଛାଡ଼ି। ମଝି ରେ ମଝିରେ ଅଶ୍ଵୀଳ ଇଙ୍ଗିତ ଓ ଅଟହାସ୍ୟ ରେ ଘର ଟି ଫାଟି ପଡୁଥାଏ।


ଝାପସା ଆଲୁଅ ଆଉ ଅନ୍ଧାର ଭିତରେ ନିଜର ଭାରସାମ୍ୟ ରକ୍ଷା କରି ନିଜକୁ ଦେଇଥାଏ । ଆଉ ସବୁ କିଛି ବୁଝିବାକୁ ଚେଷ୍ଟା କରୁଥାଏ। ହତାଟ୍ କାହାର ବିକଳ କ୍ରନ୍ଦନ ମୋ କାନ ରେ ବାଜିଲା, ଲୁଚି ଲୁଚି ଗୋଟିଏ ଘର ଭିତର କୁ ପଶିଗଲି ଆଉ ଯାହା ଦେଖିଲି ସେଥିରେ ମୋର ଆଖିରୁ ଭି ଲୁହ ଆସିଗଲା।""


ମୁଁ ଦେଖିଲି ସେହି ନିରୀହ ଆହାହାୟ ଯୁବତୀ (ତାକୁ ପରି ବୋଲି ଡାକୁଥିଲେ) ଜଣଙ୍କ ତଳେ ଉଲଗ୍ନ ହୋଇ ବିକଳ ରେ ବିଧାୟକ ଙ୍କ ପୁଅ ର ଗୋଡ଼ ଧରି କାନ୍ଦିବାରେ ଲାଗିଛି ଆଉ କହୁଛି ସାର୍ ମୋତେ ଛାଡ଼ି ଦିଅନ୍ତୁ ମୋ ସାନ ପୁଅ କୁ କ୍ୟାନ୍ସର ହୋଇଛି, ତା ର ଚିକିତ୍ସା ପାଇଁ ପଇସା ଦରକାର ।ହେଲେ ମୋ ପାଖରେ ପଇସା ନଥିବାରୁ ମୁଁ ଆଜି ଜଣେ ଲୋକଙ୍କୁ ଭେଟ କରିଥିଲି, ସେ ମୋତେ କହିଲେ ଯଦି ତୁ ଯିବୁ କେବଳ ମଦ ପିଇବା ପାଇଁ ସାହାଯ୍ୟ କରିବୁ ତାହେଲେ ତୋତେ ଗୋଟିଏ ରାତି କୁ ୧୦୦୦୦ ଟଙ୍କା ମିଳିବ।


 ଯଦି ମୁଁ ଜାଣି ଥାଆନ୍ତି ତାହେଲେ ବୋଧେ ଆସି ନଥାନ୍ତି। ହେଲେ ଦୟା କର ମୋତେ ଛାଡ଼ି ଦିଅ। ମୋ ସ୍ବାମୀ ପରାଲିଶିସ୍ ରୋଗୀ, ଘରେ ବୁଢ଼ୀ ଶାଶୁ କତରା ଲଗା ହୋଇ ପଡ଼ିଛି, ଏପଟେ ମୋ ସାନ ପୁଅ ବୟସ ମାତ୍ର ୩ ବର୍ଷ ଆଉ ତାକୁ ରକ୍ତ କର୍କଟ। ସେ ଏବେ ଡାକ୍ତଖାନାରେ ରେ ପଡ଼ିଛି, ଡାକ୍ତର ବାବୁ କହୁଛନ୍ତି, ଆଉ ୩ ଟି କେମୋ ଲାଗିବ। ମୋତେ ବାବୁ ପଇସା ନ ଦିଅ ପଛେ ଛାଡ଼ିଦିଅ। 


ବିଧାୟକ ଙ୍କ ପୁଅ ହସି ହସି କହୁଥାଏ, ଆଲୋ ଦେଖେ , କଣ ଛାଡ଼ିବା ପାଇଁ ଆମେ ତୋତେ ଡାକିଛୁ। ବେଶୀ ବାହାନା ନକରି ଚୁପ୍ ଚାପ୍ ଖଟ ଉପରକୁ ଆସେ। ଆଲୋ ମୁଁ ତୋତେ ୧୫୦୦୦ ଟଙ୍କା ଦେବି ଆଜି ରାତି ଙ୍କ ପାଇଁ। ତୁ ଏତେ ସୁନ୍ଦର୍ ହୋଇଛୁ , କେତେ ପଇସା ନେବୁ ନେ। ଆମ ସମସ୍ତ ଙ୍କୁ ଖୁସି କରି ଦେ ତୋ ପୁଅ ବଞ୍ଚି ଯିବ(ଅତାହାସ୍ୟ କରି)


ଯୁବତୀ ଜଣକ ଅତି କାକୁତି ମିନତି ହେଉଥାଏ, ଏପଟେ ବିଧାୟକ ଙ୍କ ପୁଅ ହଟାତ୍ ରାଗି ଜାଇ ନିଜ ପ୍ୟାଣ୍ଟ ରୁ ବେଲ୍ଟ ବାହାର କରି ଗୁଡ଼ାଇ ତୁଡାଇ ପିଟି ଚାଲିଲା, ଆଉ ଝିଅ ଟି ମରିଗଲି ଆଜ୍ଞା, ମରିଯିବି କହି ଗୋଡ଼ ତଳେ ନେହୁରା ହେଉଥାଏ।


ତାପରେ କିଛି ସମୟ ପରେ ବିଧାୟକ ଙ୍କ ପୁଅ ଥକି ଯାଇ ସିଗାରେଟ ଲଗାଇଲା । କଣ ଭାବିଲା କେଜାଣି ମଦ ବୋତଲ ଟି କୁ ଖୁବ୍ ଜୋର୍ ରେ ଯୁବତୀ(ପରି) ମୁଣ୍ଡରେ ପିଟି ଦେଲା । ଆଉ ପରି ର ମୁଣ୍ଡରୁ ଧାର ଧାର ରକ୍ତ ବୋହି ମୋ ଗୋଡ଼ ପାଖରେ ପହଞ୍ଚି ଯାଇଥାଏ। 


ମହାରାଜ ମୁଁ ତ ତୁଚ୍ଛ ମଂସା ହାରି ପଶୁ ଟିଏ । ପରି ର ବିକଳ କ୍ରନ୍ଦନ ରେ ମୋ ଦୁଇ ଆଖରେ ଲୁହ ଗୁଡା ବି ଅମାନିଆ ଭାବରେ ବହି ଜାଇ ପରି ର ରକ୍ତ ସହିତ ମିଶି ଯାଉଥାଏ।


କଣ କରିବି, ଖାଲି ଭଗବାନ ଙ୍କୁ ଡ଼ାକୁ ଥାଏ ହେ ଭଗବାନ୍ ମୋତେ କିମ୍ବା ମୋ ଚଉଦ ପୁରୁଷ କୁ ଆର ଜନମ ରେ କେବେ ଭି ମଣିଷ ଜନ୍ମ ଦେବ ନି!!! କି କଷ୍ଟ ବିଚାରି ର ହେଲେ ମୁଁ ତ ଛାର ବିଲୁଆ ଟିଏ!!!


 କିଛି ସମୟ ପରେ ବିଧାୟକ ପୁଅ ର ନିଶା କମିଲା ଅନ୍ୟ ସାଙ୍ଗ ମାନଙ୍କୁ ଡାକି ପରି ର ଶରୀର କୁ ନେଇ ଫାର୍ମ ହାଉସ ର ଶେଷ ମୁଣ୍ଡ କୁ ଗଲେ। ଆଉ ସମସ୍ତେ ଗାତ ଖୋଳି ପରି କୁ ପୋତି ଦେଲେ।

କିନ୍ତୁ ମୋ ମନ ମାନୁ ନଥାଏ, ମୋତେ ଲାଗିଲା ଏବେ ବି ସେ ନିସହାୟ ଯୁବତୀ ଟିର ପିଣ୍ଡ ରେ ପ୍ରାଣ ଅଛି। ମୁଁ ଜଗି ବସି ଥାଏ କେତେବେଳେ ମଣିଷ ଗୁଡାକ ଯିବେ। କିଛି ସମୟ ବ୍ୟବଧାନ ରେ ସେମାନେ ପଳାଇ ଗଲେ।


 ମୁଁ କାଳ ବିଳମ୍ବ ନକରି ମୋର ଛୋଟ ପାଦ ରେ ମାଟି ଖୋଳିବାରେ ଲାଗି ପଡ଼ିଲି। ମୋ ଡାକ ରେ ଆଉ କେତେ ଜଣ ବିଲୁଆ ଭି ଆସି ଗଲେ ସମସ୍ତେ ମିଶି ମାଟି ଖୋଳିଲୁ। ଆଉ ଶେଷରେ ପରି କୁ ବାହାର କରି ବାରେ ସକ୍ଷମ ହେଲୁ। ଭଗବାନ୍ ଙ୍କ ଅଶେଷ କୃପାରୁ ଜାଣିବାକୁ ପାଇଲୁ ପରି(ଯୁବତୀ) ଟି ର ନିଃଶ୍ୱାସ ପ୍ରଶ୍ୱାସ ଚାଲିଛି।


ହେଲେ ଆମେ ତ ପଶୁ ଜାତି, କଣ କରିବୁ, କିଛି ଭାବି ପାରୁ ନଥାଉ। କେବଳ ଆମ ଜିଭରେ ଚାଟି ଚାଟି ତାର ଦେହରୁ ମାଟି କାଦୁଅ ସବୁ ସଫା କରି ଦେଲୁ, ଆଉ ତାପରେ ମୁଣ୍ଡ ଫାଟି ଥିବା ଯାଗ ରେ ବନ ମାଟି ଆଣି ଲଗାଇ ଦେଲୁ। ଆଉ ବହୁତ୍ କଷ୍ଟରେ ପରିର ଶରୀରରେ ଲୁଗା ଗୁଡ଼ାଇ ଦେଇଥାଉ। ତାପରେ ଆମେ(ଅନ୍ୟ ବିଲୁଆ) ପରସ୍ପରର ଭିତରେ କଥା ହେଲୁ କଣ କରା ଜାଇ ପାରେ। ସଙ୍ଗେ ସଙ୍ଗେ ଆମ ପଶୁଙ୍କ ଡାକ୍ତର ମାଙ୍କଡ଼ ଭାଇ କୁ ରାତି ରେ ଉଠାଇ କି ଆଣିଲୁ ଯାହା ହେଉ ମାଙ୍କଡ଼ ଭାଇ ଆସିଲା ପରେ ଆମେ ବହୁତ କଷ୍ଟ ରେ ପରି କୁ ପାଣି ପିବାରେ ସାହାଯ୍ୟ କଲୁ, ପ୍ରାୟ ଆମେ ୩ ଘଣ୍ଟା କାଳ ପରି ପାଖରେ ବସିଲୁ। କିଛି ସମୟ ପରେ ପରିର ହୋଶ ଆସିଲା ଆଉ ହୋଶ ଆସିଲା ବିଚାରି ଜଣକ ଖାଲି ଆଦି ଆଦି ହେଉଥାଏ। ବୋଧ ହୁଏ ଆଦି ତା ସାନ ପୁଅ ହୋଇଥିବ। ଠିକ୍ ରେ ଚାଲି ଭି ପାରୁ ନଥାଏ ବିଚାରି। ବହୁତ୍ କଷ୍ଟ ରେ ଚାଲି ଚାଲି ବାହାରକୁ ଆସିଲା ପରି।


ସେତେବେଳ କୁ ସୂର୍ଯ୍ୟ କିରଣ ଟିକେ ଟିକେ ପଡି ରାସ୍ତା ଘାଟ ଫର୍ଚ୍ଚା ଦେଖା ଯାଉ ଥାଏ। ଆଉ ଟଳି ଟଳି ପରି ବିଦାୟ ନେଇଥିଲା ଯୁବତୀ ଜଣକ ଆମ ପାଖରୁ।


ବିଲୁଆ:- ମହାରାଜ ଆପଣ କୁହନ୍ତୁ, ଯଦି ମଣିଷ ତା ନିଜ ପାଇଁ ନୁହେଁ ସେ ଆମ ଭଳି ପଶୁ ମାନଙ୍କ କଥା କଣ ବୁଝିବ। ଏବେ ଆପଣ ବିଚାର କରନ୍ତୁ। 


ବରଂ ମୁଁ କହିବି, ଆମେ ଏହି ଭଳି ପଶୁ ହୋଇ ରହିବା ଭଲ, କେବେ ମଣିଷ ହେବାନି!!!!


ବିଲୁଆ ର କଥା ରେ ସମସ୍ତ ପଶୁ ଆଉ ପକ୍ଷୀ ଙ୍କ ର ଦୁଇ ଆଖିରୁ ଧାର ଧାର ଲୁହ ବୋହି ଆସୁ ଥାଏ। କେହି କେହି ତ ଜୋର ଜୋର ରେ କାନ୍ଦି ବାରେ ଲାଗିଥିଲେ। ଆଉ ଏକା ସ୍ଵର ରେ ଆକାଶ କୁ ଅନାଇ କହିଲେ ହେ ଭଗବାନ୍ ମଣିଷ କୁ ସଦବୁଦ୍ଧି ଦିଅ।


      


Rate this content
Log in

Similar oriya story from Tragedy