ଭିନ୍ନ ଏକ ସାବିତ୍ରୀ
ଭିନ୍ନ ଏକ ସାବିତ୍ରୀ
ତନୟା ବସିଥାଏ, ଜନ୍ମେଜୟ ର ବାଟ ଚାହିଁ, ରାତି ଆସି ୯ ଟା ହେଲାଣି, ଏ ଯାଏଁ ଆସି ନାହାଁନ୍ତି? ସବୁ ଦିନେ ଅଫିସ ରୁ ସାତ ଟା ରୁ ଆଠ ଟା ଭିତରେ ଆସି ଯାଆନ୍ତି, ଆଜି ପୁଣି ସାବିତ୍ରୀ ବ୍ରତ, ଜନ୍ମେଜୟ ଙ୍କୁ ବାର ବାର କି କହିଥିଲେ ଶୀଘ୍ର ଆସି ଯିବାକୁ।
ଆଜକୁ ଠିକ୍ ଦୁଇ ବର୍ଷ କୋଡ଼ିଏ ଦିନ ହେବ, ଦୂହେଁ ତନୟା ଓ ଜନ୍ମେଜୟ ଘର ଓ ସମାଜ ର ସମସ୍ତ ଶୃଙ୍ଖଳ କୁ ଭାଙ୍ଗି ରାମ ମନ୍ଦିରରେ ବିବାହ କରିଥିଲେ।
ଠିକ୍ 10 ବର୍ଷ ପଛକୁ ଫେରିଗଲେ:-
ବ.ଜେ.ବି କଲେଜରେ ପଢିବା ବେଳ ଠୁଁ, ଦୁହିଁଙ୍କ ମନ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମର କ୍ଷୀଣ ଝରଣା ଟିଏ ନଦୀ ର ରୂପ ନେଇ ଦୁହିଁ ଙ୍କୁ ବିବାହ ର ଶୃଙ୍ଖଳ ରେ ବାନ୍ଧି ପାରିଛି।
ଜନ୍ମଜୟ ସେତେବେଳେ ୩ କଳା ର ଛାତ୍ର ଆଉ ତନୟା ୨ ବିଜ୍ଞାନ ର ଛାତ୍ରୀ।
ଜନ୍ମେଜୟ ଜଣେ ମେଧାବୀ, ପରୋପକାରୀ, ଉଚ୍ଚାଭିଲାଶି ସଂଜମୀ ଓ ଉଚ୍ଚ ବ୍ୟକ୍ତିତ୍ବ ମାନର ଯୁବକ।
ଜନ୍ମେଜୟ ର ପରୋଉପକାର ଓ ଉଦାର ବ୍ୟକ୍ତିତ୍ବ ବୋଧ ହୁଏ ଅନେକ ଯୁବତୀ ଙ୍କ ହୃଦୟରେ ପ୍ରେମ ପକ୍ଷୀ ଉଡାଇବା ରେ ସକ୍ଷମ ସେକଥା ନିଜେ ବି ଜାଣି ନାହାନ୍ତି ଜନ୍ମେଜୟ।
ତନୟା ଦେଖିବାକୁ ଗୋଟିଏ ଚାଉଳ ରେ ଗଢା। ଗୋରା ତକ ତକ ଚେହେରା ସାଙ୍ଗକୁ ଦେବି ପ୍ରତିମା ପରି ମୁହଁ ଟିଏ ,ତା ସହିତ ପୋଟଳ ଚିରା ଆଖି ଯୋଡ଼ିକ ଯେକୌଣସି ସମ୍ଭ୍ରମି ପୁରୁଷ କୁ ଭ୍ରମିତ କରିବାକୁ ବେଶ ପାରଙ୍ଗମ।
ଜୁନ ମାସ କଲେଜ ସାରି ଫେରିବାକୁ ଥାଏ ହଷ୍ଟେଲ କୁ। ତନୟା ଙ୍କ ର ହଟାତ କଲେଜ ପଢ଼ିଆରେ ଗୁପଚୁପ୍ ବାଲା କୁ ଦେଖି ସାଙ୍ଗ ମାନକ ସହ ଗୁପଚୁପ୍ ଖାଇବାର ଲାଳସା ଯେମିତି ଦୁଇ ଗୋଡ଼ କୁ ବାନ୍ଧି ଧରିଲା ଆଉ ରୁମ୍ ମେଟ ମାମି କୁ ଲେଟ ହେବ ବୋଲି ଇଙ୍ଗିତ ଦେଇ କେତେବେଳେ ଗୁପଚୁପ ଠେଲା ଗାଡ଼ି ପାଖକୁ ଆପେ ଆପେ ଆସି ଯାଇଛି ନିଜେ ବି ଜାଣିନି ତନୟା।
ତନୟା, (ଗୁପଚୁପ ଅଙ୍କଲ) ଅଙ୍କଲ ଟିକେ ରାଗ ସହିତ ଖଟା କରିକି ଦେବେ, ସ୍ମିତା (ସାଙ୍ଗ) Uncle ଟିକେ ଭଲ କି ମଟର, ବାଦାମ ପକାଇ କି ଟେଷ୍ଟ କରିବେ! ତାପରେ କଥାରେ ମଜି ଯାଇଥିଲେ ଦୁହେଁ।
ଠିକ୍ ଏହି ସମୟ ରେ ତନୟା ର ଲକ୍ଷ୍ୟ ପଡ଼ିଥିଲା ଜନ୍ମେଜୟ ଙ୍କ ଉପରେ, ଆଉ ଯେମିତି ପ୍ରଥମ ଦେଖାରେ ଗୋଟିଏ ଅହେତୁକ ଆକର୍ଷଣ ରେ ଭରି ରହିଥିଲା ଜନ୍ମେଜୟ ଙ୍କ ବ୍ୟକ୍ତିତ୍ଵ। କେମିତି ଗୋଟିଏ ଅଜଣା ଚୁମ୍ବକୀୟ ଶକ୍ତି ଦ୍ଵାରା ଟାଣି ହେଲା ଭଳି ଲାଗିଲା ତନୟା ର ଅମାନିଆ ମନ ଟା!!
ଜନ୍ମେଜୟ ଠିକ୍ ୨୦ ଫୁଟ ଦୂରରେ ପଡ଼ିଥିବା ସିମେଣ୍ଟ ବେଞ୍ଚ ଉପରେ ବସି ଏକ ଲକ୍ଷ୍ୟରେ ଲକ୍ଷ୍ୟ କରୁଥାଏ ଗୁପଚୁପ୍ ବାଲା ସହିତ ଗରାଖ ମାନଙ୍କୁ, ଆଉ Pencil ର ମୁନ ସାହାଯ୍ୟ ରେ ପେପର ଉପରେ କଣ ସବୁ ଆଙ୍କି ଚାଲିଥାଏ ନିବରରେ। ତନୟା ଙ୍କୁ ବୁଝିବାକୁ ବେଶୀ ସମୟ ଲାଗିଲାନି ଯେ ସେ ଏକ ଚିତ୍ରକର ବୋଲି। ତଥାପି ତନୟା ର ମନ ଭିତରେ ସୃଷ୍ଟି ହୋଇଥିବା ଭୂମିକମ୍ପ ର ଏକ ଅହେତୁକ ଶିହରଣ ଯେ ଏତେ ବଡ କମ୍ପନ ସୃଷ୍ଟି ହୋଇ ହୋଇ ପାରିବ ସେ କଥା କେବେ ବି କଳନା କରି ପାରି ନ ଥିଲା ସେ ନିଜେ!!
ଯେମିତି ଚାରୋଟି ଆଖିର ଏକ ଅପୂର୍ବ ମିଳନ , ନଦୀ ସହିତ ସମୁଦ୍ର ର ମିଳନ ର ଭ୍ରମ ସୃଷ୍ଟି କରୁ ଥାଏ।
ଜନ୍ମେଜୟ କିଛି ସମୟ ଆଖିର ମିଳନ କୁ କାନଭାସ ଉପରେ ଡ୍ର କରିବାରେ ଲାଗିଗଲେ , ଏପଟେ ତନୟା ଗୋଟିଏ ଅପୂର୍ବ ଚୁମ୍ଭକୀୟ ଆକର୍ଷଣ ରେ ଆକର୍ଷିତ । ସତରେ କଣ ଏଇଟା ହିଁ ପ୍ରେମ , ଭାବି ଚାଲିଛି ତନୟା ??? ମନରେ ଅସୁମାରୀ ପ୍ରଶ୍ନବାଚୀ ଟିଏ ଛିଡା ହେଲା ପରି ଲାଗିଲା ତନୟା ଙ୍କର ! ଆଉ ଗୁପଚୁପ ଖାଇବ କଣ , ଜନ୍ମେଜୟ ଙ୍କ ବିଶାଳ ବ୍ୟକ୍ତିତ୍ଵ ଆଗରେ ଯେମିତି ସବୁ କିଛି ତୁଚ୍ଛ ପରି ମନେ ହେଉଥାଏ ତାକୁ। କେତେ ବେଳେ ଗୁପଚୁପ କୁ ପାଣି ଭାବି ତଳେ ଢ଼ାଳି, ପାଣି କି ହାତରେ ନେଇ ଖାଉଛି ତ କେତେ ବେଳେ ଖାଲି ହାତ କୁ ପାଟି ପାଖକୁ ନେଇ ଗୁପଚୁପ ର ମଜା ନେଉଛି ସେକଥା ନିଜେ ବି ଜାଣିନି ସେ।
ସ୍ମିତା :- (ହାତ ରେ ହଲାଇ ଦେଇ) ଏ ତନୟା , କୁଆଡେ ହଜି ଯାଇଛୁ?
ଯେମିତି ଧ୍ୟାନ ମଗ୍ନ ଋଷି ଙ୍କ ତପସ୍ୟା ଭଙ୍ଗ ହେଲା ପରି ଚିଇଁକି ଉଠିଥିଲା ତନୟା, ଆଉ ଗୋଟିଏ ଅଜଣା ଲାଜରେ ଲାଜକୁଳୀ ଲତା ଭଳି ଝାଉଁଳି ପଡ଼ିଥିଲା ସେ।
ଜନ୍ମେଜୟ ନିଜର କାନଭାସ୍ ଓ ପେନ୍ସିଲ୍ ସହିତ ଉଠି ଆସିଥିଲେ ଗୁପଚୁପ ଠେଲା ଗାଡ଼ି ପାଖକୁ ଏବଂ ଅନୁରୋଧ କରିଥିଲେ ତନୟା ଙ୍କୁ ଯେ ସେମିତି ଭାବରେ ଆଉ କିଛି ସମୟ ଠିଆ ହୋଇ ରହିବାକୁ କୁ କାରଣ କାନଭାସ୍ ରେ ଅଧା ଗଢା ଛବି କୁ ପୂର୍ଣ୍ଣାଙ୍ଗ ର ରୂପ ଦେବା ପାଇଁ ଯେ ସମାନ Position ସହିତ ଇମୋସନ ବହୁତ ଜରୁରୀ ସେ କଥା ଅତି ସରଳ ଭାଷାରେ ବୁଝାଇ ଦେଇଥିଲେ ଜନ୍ମେଜୟ ତନୟା ଙ୍କୁ।
ଏବଂ ଜନ୍ମେଜୟ ଙ୍କର ବିଶାଳ ଓ ଆକର୍ଷଣୀୟ ବ୍ୟକ୍ତିତ୍ଵ ପାଖରେ ତନୟା ର ଅମାନିଆ ମନ ଟା ଶାନ୍ତ ହୋଇ ବସିବାର ମନେ ହେଉଥାଏ ଯେମିତି।
ଜନ୍ମେଜୟ ନିଜେ ତନୟା ଙ୍କ ହାତ ସହିତ ଅଣ୍ଟାର Position କୁ ଠିକ୍ କରି ଏହି ଭଳି ଆଉ କିଛି କ୍ଷଣ ଦଣ୍ଡାୟ ମାନ ହେବାକୁ ଅନୁରୋଧ କରିଥିଲେ। ତନୟା ଭି ଜନ୍ମେଜୟ ଙ୍କ କଥା ରେ ହଁ ଭରି ଆଉ ଥରେ ସେହି ଭଳି ଛିଡା ହେବାର ଅଭିନୟ କରିବାକୁ ଲାଗିଗଲା । କିଛି ସମୟ ବ୍ୟବଧାନ ରେ ଜନ୍ମେଜୟ ନିଜର କାନଭାସ ଉପରେ ଜଣେ ଦେବୀ ପ୍ରତିମା, ଅପୂର୍ବ ସୁନ୍ଦରୀ ତନୟା ର Pencil Art , ଅବିକଳ ତନୟା ଭଳି ଦେଖା ଯାଉଥିବା ଚିତ୍ର ଟିକୁ ଉପହାର ଦେଇଥିଲେ।
ଏପଟେ ତନୟା ନିଜେ ନିଜ ଆଖିକୁ ବିଶ୍ୱାସ ନ କରି ପାରି କେଉଁ ଏକ ଅଜଣା ରାଇଜରେ ଘୁରି ବୁଲି ବାକୁ ଲାଗି ଗଲାଣି ସତରେ ସେ କଣ ଏତେ ସୁନ୍ଦର ନା ଜନ୍ମେଜୟ ଙ୍କ ହାତରେ ଥିବା ଯାଦୁ ତାକୁ ଏତେ ସୁନ୍ଦର ଭାବରେ Pencil ମୁନ ରେ କାନଭାସ ଉପରେ ଅବସ୍ଥାପିତ କରିପାରିଛି । ନିଜ ଆଖିକୁ ବିଶ୍ବାସ ନ କରି ରହିବା କଷ୍ଟ ସାଧ୍ୟ ହୋଇପଡିଛି ତନୟା କୁ।
ହଟାତ୍ ଥିଲା ଥିଲା ,ଜନ୍ମଜୟ ଙ୍କ ହାତଟା ଉଠି ତନୟା ଙ୍କ ବାମ ଗାଲ ର ରେ ପଡ଼ିଥିବା ଚୂଳ ଗୁଡା କୁ ସଜାଡିବାରେ ଲାଗି ପଡ଼ିଲା କିଛି ସମୟ ପ୍ରକୁଷ୍ଟିତ ହୋଇ ସମ୍ଭାଳି ନେଇଥିଲା ନିଜକୁ ତନୟା ଏବଂ ଏହାରି ଭିତରେ ଲୁଚି ଯାଇଥିବା ବାମ ଗାଲ ର Beauty Spots ଦେଖା ଯାଇଥିଲା ଏବଂ ସଙ୍ଗେ ସଙ୍ଗେ Pencil ର ସହାୟତାରେ ଆଙ୍କି ଦେଇଥିଲେ ଜନ୍ମେଜୟ ତନୟା ଙ୍କ Beauty Spot କୁ ଆଉ ମୁହଁ ରେ ଗୋଟିଏ ଖୋଲା ହସ ଟିଏ ଢ଼ାଳି କହିଥିଲେ, ଏବେ ଠିକ୍ ଲାଗିଲା।
ତାପରେ ମନ ଖୋଲି ସ୍ମିତ ହସଟିଏ ଓଠରେ ଖେଳାଇ ଦେଇ ପଚାରିଥିଲେ। You are really beautiful....
Sorry କଷ୍ଟ ଦେଇଥିବାରୁ, ଆପଣଙ୍କ ନା ଜାଣିପାରିବି କି? By the way, myself Janmajaya, ୩ arts Economics Horns. କହି ନିଜର ଡାହଣ ହାତ ବଢ଼ାଇ ଦେଇଥିଲା ତନୟା ଙ୍କ ଆଡକୁ, ଏବଂ ତନୟା ବି ଗୋଟିଏ ଅଜଣା ଶିହରଣ ରେ ହାତ କୁ ବଢ଼ାଇ ଦେଇ ହାଣ୍ଡସେକ୍ କରିଥିଲ ଜନ୍ମେଜୟ ସହିତ।
ଛୋଟିଆ ପରିଚୟ ଯେ ଜୀବନ ସମ୍ପୂର୍ଣ ଗତିପଥ କୁ ଏମିତି ଭାବରେ ପରିବର୍ତ୍ତନ କରିବ ସେଇଟା ବୋଧେ ଦୁହିଁଙ୍କୁ ଜଣା ନଥିଲା
Friendship ର ଦ୍ଵିତୀୟ ପରିଚୟ ଯେ ପ୍ରେମ ବୋଧେ ସେଇଟା ପରିଲକ୍ଷିତ ହୋଇଥିଲା ଦୁହିଁଙ୍କ ମିଳନରେ।
ସମୟ ର ଗତିପଥ ଆଗେଇ ବା ସଙ୍ଗେ ସଙ୍ଗେ ଦୂହିଁ ଙ୍କ ମନ ମଧରେ ପ୍ରେମର ସୁପ୍ତ ଝରଣା ଟିଏ ସୃଷ୍ଟି ହୋଇ ଯାଇଥିଲା ଯେମିତି।
ଦୁହେଁ ଦୁହିଙ୍କୁ ବୁଝିବାକୁ ଚେଷ୍ଟା କରୁଥିଲେ ପ୍ରତିଟି ମୁହୁର୍ତ ରେ, କଲେଜ ର ସହପାଠୀ ଙ୍କ ଟାହି ଟାପରା କୁ ଭୂକ୍ଷେପ ନକରି ଦୁହେଁ ଅଧିକ ରୁ ଅଧିକ ନିକଟତର ହେଉଥିଲେ ଯେମିତି।
ଏମିତି କି ତନୟା ର
ଅଧିକ ସମୟ ଜନ୍ମେଜୟ ର ହଷ୍ଟେଲ ରୁମ୍ ରେ କଟିବାକୁ ଲାଗିଲା । ଆଉ ତନୟା ସବୁ ଦିନେ ଜିଦି କରେ ଅଲଗା ଅଲଗା ଫଟୋ ଟିଏ ଆଙ୍କିବାକୁ Canvas ଉପରେ ଜନ୍ମେଜୟ କୁ। ଏମିତି କି ଥରେ ଅର୍ଦ୍ଧ ନଗ୍ନ ବେଶରେ ଜିଦି ଧରି ଫଟୋ ଟିଏ ଆଙ୍କି ବାର ପ୍ରୟାସ କରି ସଫଳ ହୋଇଥିଲା ତନୟା।
ସେଦିନ ଥାଏ ନଭେମ୍ବର ମାସ ହଟାତ୍ ମନ କୁ କଣ ଆସିଲା କେଜାଣି ତନୟା ଜିଦ୍ ଧରିଥିଲା କୋଣାର୍କ ବୁଲି ଯିବାକୁ । ତାପରେ ଦୁହେଁ ଜନ୍ମେଜୟ ଓ ତନୟା ଦିନ 12 ଟା ରେ ବସିଥିଲେ କୋଣାର୍କ ଯିବା ବସ୍ ରେ ପ୍ରାୟ ଦିନ ୩ଟା ପାଖପାଖି ପହଞ୍ଚିଥିଲେ କୋଣାର୍କ ବସଷ୍ଟାଣ୍ଡରେ , ଆଉ ଦୁହେଁ ଟିକେଟ କରି ପହଞ୍ଚି ଥିଲେ କୋଣାର୍କ ର ମୁଖଶାଳ ରେ। କିଛି ବଙ୍ଗାଳୀ ଓ ଅଣଓଡ଼ିଆ ଟୁରିଷ୍ଟ ଙ୍କୁ ବୁଝାଉ ଥିବା ଗାଇଡ ଙ୍କ ପଛେ ପଛେ ବୁଲୁଥାନ୍ତି ପ୍ରେମୀ ଯୁଗଳ ଦୁହେଁ। କୋଣାର୍କ ମନ୍ଦିର ର ଚତୃପାର୍ଶ୍ଵ ରେ ଖୋଦିତ ହୋଇଥିବା କାମଉଦ୍ଦିପକ ଶିଳାମୂର୍ତ୍ତି କୁ ଗାଇଡ ବହୁତ ସୁନ୍ଦର ଭାବରେ ବୁଝାଇ ଚାଲିଥାଏ ଟୁରିଷ୍ଟ ମାନଙ୍କୁ। ଏ ପଟେ ତନୟା ଜନ୍ମେଜୟ ର ହାତରେ ହାତ ଛନ୍ଦି ଗାଇଡ ର କଥା ସହିତ ମୂର୍ତ୍ତି ର ସମସ୍ତ Position କୁ ମନ ଭିତରେ କଳ୍ପନା ରାଇଜରେ ନେଇ ମନ କୁ ମନ ଉପଭୋଗ କରି ଚାଲିଥାଏ।
ହଟାତ୍ ତନୟା କୁ ମନେ ହେଲା ଜନ୍ମେଜୟ ସଞ୍ଜମି ପୁରୁଷ ଟିଏ ହେଲେ ବି ସଞ୍ଜମ ର ଧର୍ଯ୍ୟ ଚୁତି ଘଟିବାକୁ ଯାଉଛି ଏବଂ ତନୟା ର ବକ୍ଷ ରେ ଆସ୍ତେ ଆସ୍ତେ କମ୍ପନ ସୃଷ୍ଟି ହେଉଛି ଜନ୍ମେଜୟ ଙ୍କ ସ୍ପର୍ଶ। ଆଉ ଦୁଇ ଜଣ ଙ୍କ ନିଃଶ୍ୱାସ ପ୍ରସ୍ୱାଶ ଆଗ ଠାରୁ ଅଧିକ ବେଗ ସହିତ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେଲାଣି।
ହତାଟ ଫୋନ ରିଙ୍ଗ ଦୁଇ ଜଣ ଙ୍କୁ ବାସ୍ତବତା ର ପରିଚୟ କରାଇ ଦେଇଛି, ଏବଂ ଦୁହେଁ ହାତ ଛଡାଛଡ଼ି ହୋଇ ପୁଣି ଥରେ ବାସ୍ତବ ଦୁନି ଆ କୁ ଫେରିଛନ୍ତି। ଫୋନ ର ସେପଟେ (ସ୍ମିତା) ତନୟା ଶୁଣେ ଆଜି ତୁମେ ଆସିବା କଷ୍ଟ ହୋଇ ପାରେ କାରଣ ପୁରୀ-ପିପିଲି ରୋଡ଼ରେ ଗୋଟିଏ ଭୀଷଣ ଦୁର୍ଘଟଣା ଯୋଗୁ ପୁରା ରାସ୍ତା ୩ ଘଣ୍ଟା ପାଈଁ ବନ୍ଦ ଅଛି, ମୋ ସାଙ୍ଗକୁ କହୁଛି ସେ ତୁମ ପାଇଁ ସେହି ବସ୍ ଷ୍ଟାଣ୍ଡ ପାଖରେ ଗୋଟିଏ ହୋଟେଲ୍ Room ଖୋଜି ଦେବ, ତୁମେ ଦୁଇଜଣ ଆଜି ରାତିଟା ରହି ଯା, କାଲି ସକାଳୁ ଆସିଯିବ। ଏହା କହି ରମେଶ (ସ୍ମିତା ର ସାଙ୍ଗ) କୁ କନଫରେନ୍ସ ରେ ଆଣିଥିଲା ଓ ହୋଟେଲ୍ ରୁମ୍ ବୁଝିବାକୁ ଅନୁରୋଧ କରିଥିଲା।
ତନୟା, ଯେମିତି ମନେ ମନେ ଏସବୁ ଚାହୁଁ ଥିଲା କି କଣ , ମନେ ମନେ ଏକ ମୃଦୁ ସ୍ମିତ ହସ ଟିଏ ଖେଳାଇ ,ଭଗବାନ ଙ୍କୁ ବହୁତ୍ ଧନ୍ୟବାଦ ଦେଇଥିଲା।
ରାତିରେ ଗୋଟିଏ ରୁମରେ, ଗୋଟିଏ ଛାତ ତଳେ ଗୋଟିଏ ଖଟ ଉପରେ ଦୁଇ କପୋତ କପୋତୀ ଯେ କେତେ ସମୟ ଅଲଗା ହୋଇ ରହି ପାରିବେ? କିଛି ସମୟ ବ୍ୟବଧାନରେ ଦୁହେଁ ଗୋଟିଏ ଅଜଣା ଶିହରଣ ରେ କମ୍ପି ବାକୁ ଲାଗିଥିଲେ ଯେମିତି ଏବଂ ଦୁଇ ମନ, ଦୁଇ ଶରୀର , ଦୁଇ ପ୍ରାଣ ଏକ ହୋଇ ଯାଇଥିଲା।କିଛି ସମୟ ବ୍ୟବଧାନ ରେ କେବଳ ଉତ୍ତପ୍ତ ନିଃଶ୍ୱାସ ପ୍ରଶ୍ୱାସ ନଭେମ୍ବର ମାସ ମୃଦୁ ଶୀତ କୁ ଏକ ଉତପ୍ତ ପରିବେଶ ରେ ପରିଣତ କରିବାରେ ସକ୍ଷମ ହୋଇ ପାରିଥିଲା
ଆଉ।କିଛି ସମୟ ବ୍ୟବଧାନରେ ଦୁହେଁ ଦୁହିଁଙ୍କୁ ଚିହ୍ନିବାକୁ ଅସମର୍ଥ ହୋଇଥିଲେ ଘର ଭିତରେ ଜଳୁଥିବା ନୀଳ ଲାଇଟି ର ଝାପସା ଆଲୋକ ରେ।
ସକାଳ ସାଢେ଼ ଆଠଟା ରେ ବାହାରିଥିଲେ ଭୁବନେଶ୍ଵର ଅଭିମୁଖେ ସେମାନେ, ଠିକ୍ 12 ଟା ବେଳେ ପହଞ୍ଚି ଯାଇଥିଲେ BJB ହଷ୍ଟେଲ ରେ। ବସ୍ ସାରା ବହୁତ୍ ଗପିଥିଲେ ଦୁହିଁଙ୍କ ଭବିଶ୍ୱତ କୁ ନେଇ।
ଆଉ ଦୁହେଁ ବକ୍ସି ଜଗବନ୍ଧୁ ଙ୍କ ମୂର୍ତ୍ତି କୁ ଚାହିଁ ଶପଥ ନେଇଥିଲେ, ଜୀବନ ର ଯେତେ ଝଡ଼ ଖଞ୍ଜା ଆସୁ ପଛେ କେବେ ଅଲଗା ହେବେନି। ସେମାନେ ରାମ ମନ୍ଦିର ଯାଇ ବ୍ରାହ୍ମଣ ଓ ଭଗବାନ ଙ୍କ ଉପସ୍ଥିତି ରେ ମନେ ମନେ ସ୍ବାମୀ ଓ ସ୍ତ୍ରୀ ବୋଲି ମାନି ନେଇଥିଲେ ଦୁହେଁ ଦୁହିଙ୍କୁ ।
ଆଉ ଆଜି କୁଁ ପ୍ରାୟ ୧୦ ବର୍ଷ ବିତି ଯାଇଥିଲେ ବି ଦୁହେଁ ଦୁହିଁଙ୍କୁ ଛାଡ଼ି କେବେ ଅଲଗା ରହିବାକୁ ଭାବି ନାହାଁନ୍ତି। ହେଲେ ଆଜି ଯେ ସାବିତ୍ରୀ !!! କୁଆଡେ ଗଲେ ଜନ୍ମେଜୟ? ଏତେ ରାତି ହେଲାଣି, ଏଯାଏଁ ଆସିଲେନି ଯେ? ଏହି କଥା ଭାବୁ ଭାବୁ କେତେ ବେଳେ ଡାଇନିଂ ଟେବୁଲ୍ ଉପରେ ନିଦ ହୋଇ ଯାଇଛି ଜଣା ନାହିଁ ତନୟା ଙ୍କୁ। ହଟାତ ଫୋନ ରିଙ୍ଗ ଏବଂ ସେପଟେ ଜଣେ ଅଜଣା ଭଦ୍ରବ୍ୟକ୍ତି ର କଣ୍ଠ ସ୍ୱର୍।
ଫୋନ ରେ:- କିଏ କହୁଛନ୍ତି? ବାଣୀବିହାର Traffic ରୁ Inspector କହୁଥିଲି, ଜନ୍ମେଜୟ ସାର୍ ଙ୍କର ଗୋଟିଏ accident ହୋଇଯାଇଛି, ଏବେ କ୍ୟାପିଟାଲ ହସ୍ପିଟାଲରେ ସେ। ଆପଣ କ୍ୟାପିଟାଲ ହସ୍ପିଟାଲ ଆସି ଯାଆନ୍ତୁ।
ତନୟା ହାତରୁ ଆଈ ଫୋନ୍ ଟା ଖସି ପଡ଼ିଲା ଘର ର ଚଟାଣ ଉପରେ, ମନରେ ଗୋଟିଏ ଅଜଣା ଆତଙ୍କ ,ସହିତ କମ୍ପନ ର ସୃଷ୍ଟି ହୋଇ ସାରିଥାଏ ତାଙ୍କର। କେତେ କଥା ଭାବି ଚାଲିଥିଲା ସେ, ଆଜି ଜନ୍ମେଜୟ ଙ୍କୁ ବହୁ ଦିନର ଅପେକ୍ଷାରତ ଅନ୍ତସତ୍ୱା ର ସମ୍ବାଦ ଦେଇ ଖୁସି କରିବ, ଆଉ କହିବ, ଜନ୍ମେଜୟ ମୋର ନା ତୁମ ଭଳି ପିଲାଟିଏ ଦରକାର । ତୁମ ଭଳି ରୂପ, ଗୁଣ ଆଉ ଉଚ୍ଚ ବ୍ୟକ୍ତିତ୍ଵ ସମ୍ପର୍ଣ ପିଲାଟିଏ ଆସିବାକୁ ଯାଉଛି ଆମ ସଂସାର କୁ।
ହେଲେ ସବୁ ଖୁସି ଯେମିତି ଗୋଟିଏ ଫୋନ୍ କଲରେ ଧୋଇ ହେଲା ଭଳି ଲାଗିଲା ତନୟା ଙ୍କୁ । ତଥାପି ତନୟା ସଙ୍ଗେ ସଙ୍ଗେ Cab book କରି ଧାଇଁ ଚାଲିଲା କ୍ୟାପିଟାଲ ହସ୍ପିଟାଲ କୁ। ସେଠାରେ ପହଞ୍ଚିଲା ପରେ ଡ଼ାକ୍ତର ଯେମିତି ଅପେକ୍ଷା କରି ବସିଥିଲେ ତନୟା ଙ୍କୁ ଗୋଟିଏ ଭୟଙ୍କର ସମ୍ବାଦ ଟିଏ ଦେବାକୁ।
ଡ଼ାକ୍ତର :- ତନୟା ମାଡମ, I am so sorry, ଜନ୍ମେଜୟ is no More., ଏ କଣ ସମ୍ବିତ, ଜନ୍ମେଜୟ ର ପିଲା ଦିନ ର ସାଙ୍ଗ ଡ଼ାକ୍ତର ।
ତନୟା:- ସମ୍ବିତ୍ ତୁମେ? ଏ କଣ କହୁଛ? ମୁଣ୍ଡ ଟା ଘୁରାଇ ପଡ଼ିଗଲା ବୋଲି ମନେ ହେଲା ତନୟା କୁ। ପ୍ରାୟ 30 ମିନିଟ ପରେ ନିଜକୁ ଆବିଷ୍କାର କରିଥିଲା ହସ୍ପିଟାଲ ବେଡ ଉପରେ , ନିଜେ ସଲାଇନ୍ ଲଗାଇ ଥିବା ଅବସ୍ଥାରେ।
ଡ଼ାକ୍ତର:- ଧର୍ଯ୍ୟ ଧରନ୍ତୁ ମାଡାମ୍। ଯାହା ହେବାର ଥିଲା ହୋଇଗଲା। ଆପଣ ଏବେ Dead Body କୁ ଦେଖି ପାରିବେ। ଆଉ ଗୋଟିଏ କଥା,ଜନ୍ମେଜୟ ଙ୍କ Organs କୁ donate କରି ପାରିବେ?
ତନୟା:- ଆଖିରୁ ବୋହି ଆସୁଥିବା ଉତପ୍ତ ଲୁହ ପି ବଞ୍ଚିବାକୁ ପଡ଼ିବ ଆଉ ଆସୁଥିବା ଭାବି ଭବିଶ୍ୱତ କୁ ଏ ସୁନ୍ଦର ପୃଥିବୀ ରେ ସ୍ଥାନ ଟିଏ ଦେବାକୁ ପଡ଼ିବ। କାରଣ ସେ ଯେ ଭିନ୍ନ ଏକ ସାବିତ୍ରୀ। ପୁରାଣ ପରି ସାବିତ୍ରୀ ର ସ୍ବାମୀ ସତ୍ୟବାନ୍ କୁ ଯମ ଦେବ ଙ୍କ ପାଖରୁ ସିନା ଛଡ଼ାଇ ପାରିବନି ହେଲେ ଆଉ କାହା ଶରୀର ରେ ସେ ଜନ୍ମେଜୟ କୁ ବଞ୍ଚାଇ ତ ରଖି ପାରିବ।
ଏ ଯୁଗର ସାବିତ୍ରୀ ର ପ୍ରାର୍ଥନା ରେ ଯମ ଦେବ ସତ୍ୟବାନ୍ ଙ୍କୁ ଫେରାଇ ଦେବେ ସେକଥା ର କିଛି ପ୍ରମାଣ ନାହିଁ ବରଂ ଜନ୍ମେଜୟ ଙ୍କ Organ କୁ ଅନ୍ୟ କାହା ଶରୀର ରେ ପ୍ରତିରୋପଣ କରି ଜନ୍ମେଜୟ ଙ୍କୁ ବଞ୍ଚାଇ ରଖିବାର ଅଭିନବ ପ୍ରୟାସ ଯେ ସ୍ଵାଗତ ଯୋଗ୍ୟ ବୋଲି ମନେ ହେଲା , ଏବଂ ସଙ୍ଗେ ସଙ୍ଗେ ପେନ୍ ଉଠାଇ ସାଇନ୍ କରି ଦେଇଥିଲେ ଟେବୁଲ୍ ଉପରେ ଥିବା Organ Donation paper ଉପରେ।।
ଅନ୍ୟାୟସରେ ଆଖିରୁ ଦୁଇ ଟୋପା ଲୁହ ବୋହି ଆସି Organ Donation paper କୁ ଓଦା କରି ଦେଇଥିଲା । ତନୟା ମଧ୍ୟ ପେଟ କୁ ଥରେ ଆଉଁସି କହି ପକାଇଥିଲେ, ହେ Little Champ ତୋ ବାପା ପାଖରେ ନଥିଲେ ବି ମୁଁ ଯେମିତି ଜୀବନ ସାରା ଗର୍ବ କରିବି, ତୁ ମଧ୍ୟ ତୋ ବାପା ପାଇଁ ଗର୍ବ କରିବୁ, ସେ ତ ଜନ୍ମେଜୟ। ଜନ୍ମ ଆଉ ମୃତ୍ୟୁ ର ବହୁ ଉର୍ଦ୍ଧ ରେ।