Gopal Das

Abstract Inspirational

4  

Gopal Das

Abstract Inspirational

ବିକଳ ମାତୃତ୍ଵ

ବିକଳ ମାତୃତ୍ଵ

7 mins
261


ଥରେ ମୁଁ ମୋ ଆପାର୍ଟମେଣ୍ଟ ଆଗ ରାସ୍ତାରେ କାରରେ ଯାଉଥାଏ, ହଠାତ ଦେଖିଲି କିଛି ବୁଲା କୁକୁର ଦଳ ଦଳ ହୋଇ ଗୋଟିଏ ଦିଗକୁ ଦୌଡ଼ୁଛନ୍ତି। ମନରେ କୌତୂହଳ ସୃଷ୍ଟି ହେଲା, ଆଉ କାରଟିକୁ ରାସ୍ତା କଡରେ ପାର୍କ କରି ଦେଇ କୁକୁରମାନଙ୍କ ପଛେ ପଛେ କିଛି ବାଟ ଗଲି,  ଦେଖିଲି କୁକୁରମାନେ  ବହୁତ ଜୋରରେ ଦୌଡ଼ିବାକୁ ଲାଗିଲେ। ଭାବିଲି ବୋଧହୁଏ କିଛି ଖାଦ୍ୟ ଅନ୍ୱେଷଣରେ ଦୌଡୁ ଥିବେ । ହେଲେ କୁକୁରମାନେ  ଏତେ ଜୋରରେ ଚିଲ୍ଲେଇ ଦୌଡୁଥିଲେ, ଜଣା ପଡୁଥିଲା ଯେମିତି କିଛି ଅଘଟଣ ଘଟିଛି ???

   ମନର କୌତୂହଳ ଆହୁରି ବଳବତ୍ତର ହେବାରେ ଲାଗିଲା l କିଛି ବାଟ ଗଲା ପରେ ଦେଖିଲି, ବୁଲା କୁକୁର ଦଳ ରାସ୍ତା ପାର ହୋଇ ଆଉଗୋଟିଏ ରାସ୍ତାର ଗୋଟେ କଣକୁ ଚାଲିଗଲେ, ଆଉ ଏକା ସ୍ବରରେ ଖୁବ ଜୋରରେ ରାସ୍ତାକୁ ଅନାଇ ଭୁକିବାରେ ଲାଗିଗଲେ l ସେଇଟା ଭୁକିବା ତ ନୁହେଁ, ଲାଗୁଥାଏ ଯେମିତି ଏକା ସାଙ୍ଗରେ ୧୦/୧୨ଟି କୁକୁର କାନ୍ଦିବାରେ ଲାଗିଛନ୍ତି!!!ଟିକେ ଆଗକୁ ଯାଇ ଦେଖେ ତ ରାସ୍ତା କଡରେ ଗୋଟିଏ ୭/୮ ମାସର କୁକୁର ଛୁଆଟି କ୍ଷତାକ୍ତ ହୋଇ ପଡ଼ିଛି, ଆଉ ଯେମିତି ପାଣି ଟୋପେ ପିଇବା ପାଇଁ ପାଟିଟିକୁ ପାକୁ ପାକୁ କରୁଛି ।

ଯେମିତି ଲାଗୁଥାଏ, ଏବେ ଏବେ ବୋଧହୁଏ କେଉଁ ଅଧମର ଗାଡ଼ି ଧକ୍କାରେ କୁକୁର ଛୁଆଟିର ଏମିତି ଅବସ୍ଥା!

 ମନରେ ଦୟା ଭାବ ଦେଖା ଦେଲା। ଭାବିଲି ରାସ୍ତା ପାର ହୋଇଯିବି ଆଉ କୁକୁରଟିକୁଟିକେ ଦେଖିବି,  ଯଦି ହେବ ତ ଅତିକମରେ ପଶୁ ଚିକିତ୍ସାଳୟକୁ ନେଇ ଚେଷ୍ଟା କରିପାରିବି!!!

ସେ ଯାହା ହେଉ ଏହା ଭାବି ଭାବି କେତେବେଳେ ରାସ୍ତା ପାରି ହୋଇ ଯାଇଛି ଜଣା ନାହିଁ। ଆଉ ଯାହା ଦେଖିଲି, ସେଥିରେ ନିଜକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ବ୍ୟାପାର ବୋଲି ମନେ ହେଲା!!!

ଜଣେ ସୁନ୍ଦରୀ ଯୁବତୀ, ନିଜର ନାଲିଆ ସ୍କୁଟିଟିରେ ସେହି ଆଡ଼କୁ ଅଗ୍ରସର ହେଉ ହେଉ, କ୍ଷତାକ୍ତ ହୋଇ ପଡ଼ିଥିବା କୁକୁର ଛୁଆଟିର ଗୋଡ଼ ଉପରେ ସ୍କୁଟିର ପଛ ଚକାଟିକୁ ଚଢାଇ ଦେଇ ଚାଲିଗଲେ। ମୁଁ ନିଜର ନିୟନ୍ତ୍ରଣ ହରାଇ ସାଙ୍ଗେ ସାଙ୍ଗେ  ଖୁବ ଜୋରରେ ପାଟି କରି ଉଠିଲି।

ମାଡାମ, ଆପଣ କଣ ମଣିଷ ନୁହଁନ୍ତି, ଆପଣଙ୍କ ମନରେ କଣଟିକେ ଦୟା, କରୁଣା ବୋଲି କିଛି ନାହିଁ!!! କୁକୁର ଛୁଆଟି କ୍ଷତାକ୍ତ ହୋଇ ପଡ଼ିଛି, ଆଉ ଆପଣ ପୁଣି ଥରେ ସେହି କୁକୁର ଛୁଆଟିର ଗୋଡ଼ ଉପରେ ଗାଡ଼ି ଚଳାଇଦେଲେ। ହେ ଭଗଵାନ କେତେ ନିଷ୍ଠୁର ଏ ମଣିଷଗୁଡାକ!!!**

  ଯୁବତୀ ଜଣକ ଶୁଣି ପାରିଲେ କି କଣ??? କିଛି ବାଟ ଆଗକୁ ଯାଇ ପୁଣି ଫେରି ଆସିଲେ ପଛକୁ ।

 ଆମକୁ ଦେଖିବାରୁ କୁକୁରମାନେ  ଯେମିତି ଜାଣି ପାରିଲେ କି କଣ,  ଭୁକିବା ବନ୍ଦ କରି ଦେଲେ ଆଉ ଗୋଟିଏ ପଟକୁ ଯାଇ ଛିଡ଼ା ହୋଇଗଲେ। ତାଙ୍କ ମଧ୍ୟରେ ଗୋଟିଏ ମାଇ କୁକୁର ଆହତ କୁକୁରଟି ପାଖରେ ଠିଆ ହୋଇ ଚାଟି ଚାଟି ରକ୍ତ ଗୁଡା ସଫା କରୁଥାଏ ।

ଯୁବତୀଜଣକ ଆସି ମୋ ଆଗରେ ଠିଆ ହୋଇ ହେଲମେଟ କାଢି କଥା ହେବାକୁ ଉଦ୍ୟତ ହୁଅନ୍ତେ, ଠିକ୍ ଏହି ସମୟରେ ପୋଲିସ PCR ଗାଡ଼ିଟି ଆମକୁ ପାସ୍ କଲା। ତା ପରେ ଯୁବତୀ ଜଣକ ଜୋର ପାଟିରେ ଚିଲାଇ କହିଲେ!!!

ଆପଣ ନିଜକୁ କଣ ବୋଲି ଭାବନ୍ତି?? କଣ ଗଭର୍ଣ୍ଣର ନା ରାଜା?? ଆପଣ ଏମିତି କାହିଁକି କହିଲେ??? !!!

ମୁଁ ଟିକେ ଇତସ୍ତତଃ ହୋଇ କହିଲି, ମାଡାମ୍ ଆପଣ ନିଜେ ଜାଣିନାହାନ୍ତି ଆପଣ କଣ ଭୁଲ କଲେ!!! ତେଣୁ ଆପଣ ଏମିତି କହୁଛନ୍ତି!!!

ସାଙ୍ଗେ ସାଙ୍ଗେ  ଯୁବତୀ ଜଣକ କହିଲେ ଆପଣ ଜାଣନ୍ତି କାହା ସହିତ କଥା ହେଉଛନ୍ତି???

ମୁଁ କହିଲି ଜଣେ ଉଦ୍ଧତ ଭାରତୀୟ ନାରୀଙ୍କ ସହିତ କଥା ହେଉଛି!!!


 ଯୁବତୀ ଜଣକ ଆଉ କିଛି କହିବା ଆଗରୁ ମୁଁ ନଇଁ ପଡ଼ି କୁକୁର ଛୁଆଟିର ଗୋଡ଼କୁ ଟେକି ଅନୁଧ୍ୟାନ କରିବାରେ ଲାଗିପଡ଼ିଲି। ମୋତେ ଲାଗିଲା ଯଦି କିଛି ଚିକିତ୍ସା କରାଯାଏ ତାହେଲେ ବୋଧହୁଏ କୁକୁର ଛୁଆଟି ବଞ୍ଚିଯିବ। ସାଙ୍ଗେ ସାଙ୍ଗେ ପାଖ ଦୋକାନରୁ ପାଣି ବୋତଲଟିଏ କିଣି କୁକୁର ଛୁଆଟିର ମୁହଁରେ ଛାଟିବାରେ ଲାଗି ପଡ଼ିଲି।

 ଅନ୍ୟ କୁକୁରମାନେ  ଏସବୁ ଦେଖୁ ଥାଆନ୍ତି, ଆଉ ମାଆ କୁକୁରଟି ସେମିତି ମୋ ଆଗରେ ଗୋଡ଼ ଭାଙ୍ଗି ଠିଆ ହୋଇଥାଏ। ଯେମିତି ଲାଗୁଥାଏ,  ସେ ବିକଳରେ କହୁଛି, ମୋ ଛୁଆଟିକୁ ବଞ୍ଚାଇଦିଅ ବାବୁ!!

  ତାପରେ ମୁଁଟିକେ ମାଆ କୁକୁରଟିର ବେକକୁ ଆଉଁସି ଦେବାରୁ ସେ ବିକଳରେ ମୋ ଗୋଡ଼କୁ ଚାଟିବାରେ ଲାଗିପଡ଼ିଲା। ଏପଟେ ଯୁବତୀ ଜଣକ କଣ ସବୁ କହି ଚାଲି ଯିବାକୁ ବାହାରିଲେ । ମୁଁ ଅତି ଭଦ୍ର ସହକାରେ କହିଲି, ଯଦି କିଛି ନ ଭାବନ୍ତି ମୋତେଟିକେ ସାହାଯ୍ୟ କରନ୍ତୁ!!!

 ମୁଁ ମୋ କାର ନେଇ ଆସିବା ପଯ୍ୟନ୍ତ ଏ ବିଚରାଟିକୁଟିକେ ଜଗିଥାନ୍ତୁ। ସାଙ୍ଗେ ସାଙ୍ଗେ  ଯୁବତୀ ଜଣକ ଉତ୍ୟକ୍ତ ହୋଇ କହିଲେ ଜଗିବି ନା ଆଉ କଣ!!!! My foot.

 ମୋତେ ରାଗ ନ ମାଡ଼ି, ହସ ଲାଗିଲା। ଆଉ ମୁଁ କହିଲି ଠିକ୍ ଅଛି,  ତାହେଲେ ଆପଣଙ୍କର ରହିବା କିଛି ଦରକାର ନାହିଁ। ଆପଣ ଏବେ ଆସିପାରନ୍ତି!!!

ମୋ ପକେଟରୁ ରୁମାଲଟି କାଢି, ରକ୍ତଲଗା କୁକୁରଟିକୁ ଉଠାଇ ରାସ୍ତା କଡକୁ ଆଣି କାର ଆଣିବାକୁ ବାହାରେ ତ ସାଙ୍ଗେ ସାଙ୍ଗେ  ମାଆ କୁକୁରଟି ମୋ ଆଗରେ ଆସି ଠିଆ ହେଲା, ଯେମିତି ଲାଗୁଥାଏ ସେ ବହୁତ୍ କାକୁତି ମିନତି ହୋଇ କହୁଛି, ବାବୁ ରହି ଯା, ମୋ ନିରୀହ ଛୁଆଟିକୁ ଏମିତି ମରିବା ପାଇଁ ଛାଡ଼ି ଦେନା!!!

ମୁଁ ମଧ୍ୟ ତା ଭାବନାକୁ ବୁଝିପାରି କହିଲି, ଛାଡ ମୁଁ ମୋ କାର ନେଇ ଆସେ। କାରଟି ୧୦୦ ମିଟର ଦୂରରେ ପାର୍କ କରିଛି!!!

କଣ ବୁଝିଲା କେଜାଣି, ମାଆ କୁକୁରଟି ସାଙ୍ଗେ ସାଙ୍ଗେ ଛୁଆ କୁକୁର ପାଖକୁ ଦୌଡ଼ିଗଲା। ପୁଣି ତା ଜିଭରେ ଚାଟିବାରେ ଲାଗିପଡ଼ିଲା!!!

  ତାପରେ ମୁଁ କାର ଆଣିବାକୁ ଚାଲିଗଲି, ଆଉ ୫ ମିନିଟ୍ ପରେ କାର ନେଇ ଆସିଲା ବେଳକୁ,  ଦେଖେ ତ ସବୁ କୁକୁରମାନେ  ରୁଣ୍ଡ ହୋଇ କାହାକୁ ଜଗିଛନ୍ତି। ପାଖକୁ ଆସି ଦେଖେ ତ ମାଆ କୁକୁରଟିର ମୁଣ୍ଡଟା ଫାଟି ଯାଇଥାଏ ଆଉ ସେ ମଧ୍ୟ ଛୁଆ କୁକୁରଠୁଁ ୩ ମିଟର ଦୂରରେ ପଡ଼ିଥାଏ। ହେଲେ ବି ତାର ଚେତା ଥାଏ, ଆଉ ଗୁରୁଣ୍ଡି ଗୁରୁଣ୍ଡି ଛୁଆ ପାଖକୁ ଆସୁଥାଏ। ଏ ସବୁ ଦୂର୍ଶ୍ୟ ଦେଖି ମୋତେ ଆଉ ବୁଝିବାକୁ ବାକି ରହିଲାନି।

ଯେମିତି ଲାଗୁଥାଏ ମୋର ଗାଡ଼ି ଆଣିବାକୁ ଯିବାଟା ବୋଧହୁଏ ମାଆ କୁକୁରଟି ଏଇଥି ପାଇଁ ଚାହୁଁନଥିଲା। ଯାହା ହେଉ ସାଙ୍ଗେ ସାଙ୍ଗେ ମୋ ଗାଡ଼ିରେ ଥିବା ଫାଷ୍ଟଏଡ଼ ବକ୍ସରୁ କିଛି ଔଷଧ ଆଉ ଗଜ କପଡ଼ା ବାହାର କରି ମାଆ କୁକୁରର ମୁଣ୍ଡକୁ ପଟି କରିବାକୁ ବାହାରେ ତ, ମାଆ କୁକୁରଟି ସାଙ୍ଗେ ସାଙ୍ଗେ ସେହି ଫଟାମୁଣ୍ଡରେ ଉଠି ଛୁଆ କୁକୁର ଆଡେ ଦୌଡ଼ିବାକୁ ଲାଗିଲା। ଯେମିତି ମୋତେ ଲାଗୁଥାଏ, ମାଆ କୁକୁରଟି ମୋତେ କହିବାକୁ ଚେଷ୍ଟା କରୁଥାଏ,ବାବୁ ମୋ ଛୁଆକୁ ଦେଖ, ମୁଁ ସିନା ଯନ୍ତ୍ରଣା ସହିଯିବି, ହେଲେ ମୋ ଛୁଆଟି ଆଉ ସହିପାରୁନି। ମାତ୍ର ୮ ମାସର ପିଲାଟା ମୋର।

 ୫ଟି ପିଲାରୁ ସମସ୍ତେ ଗାଡ଼ି ଧକ୍କାରେ ମରିଗଲେ ଏହି ଗୋଟିଏ ଅଛି। ମୋ ଆଖିରୁ  ବି ଆପଣାଛାଏଁ ଲୁହ ଦୁଇଟୋପା ଅନାୟସରେ ବୋହିପଡ଼ିଲା। ଆଉ ମନେ ହେଲା କୁକୁରଟିଏ ହେଲେ ବି ସେ ପ୍ରଥମେ ଗୋଟିଏ ମା। ଯାହାର କି ହୃଦୟ ଅଛି, ମାଆର ମମତା ଅଛି ଆଉ ଗୋଟିଏ ମାତୃତ୍ଵ ତାର ପିଲା ପାଇଁ କେମିତି ବିଳାପ କରିପାରେ। ଆଉ ଛୁଆ ପାଇଁ ସେ ସବୁ କିଛି କଷ୍ଟ ସହିବାକୁ କେବେ ପଛଘୁଂଚା ଦିଏନି!!!




ଯାହା ହେଉ ମୁଁ ସାଙ୍ଗେ ସାଙ୍ଗେ  କାରର ଆଗ ସିଟରେ ଛୁଆ କୁକୁରଟିକୁ ରଖିଲି ଆଉ ଗାଡ଼ି ଡୋର ବନ୍ଦ କରି ପାଖ ପଶୁ ଚିକିତ୍ସାଳୟ ଆଡେ ଗାଡ଼ି ଗଡାଇଲି, ମିରରରେ ଦେଖିଲି, ମାଆ କୁକୁରଟି ଗାଡ଼ି ପଛେ ପଛେ ଦୌଡ଼ି ଦୌଡ଼ି ଆସୁଛି। ମୁଁ ଜାଣି ଜାଣି ଗାଡ଼ିର ବେଗକୁ କମାଇ ଦେଇଥାଏ। ଯାହା ହେଉ ଦୁହେଁ ପଶୁଡାକ୍ତରଖାନାରେ ପହଞ୍ଚିଗଲୁ,  ଡାକ୍ତର ବାବୁ କିଛି ବିଦେଶୀ କୁକୁରଙ୍କ ସେବାରେ ବ୍ୟସ୍ତ ଥାଆନ୍ତି। ମୋତେ ଦେଖି କହିଲେ ସାର୍ କଣ ହୋଇଛି ଆପଣଙ୍କ ପପିକୁ??

ମୁଁଟିକେ ନରମ ଗଳାରେ କହିଲି:-

    ସାର୍ ବୁଲା କୁକୁର ଛୁଆଟିଏ ଗାଡ଼ି ଧକ୍କାରେ ନିସ୍ତେଜ ହୋଇ ଯାଇଛି।

ସାଙ୍ଗେ ସାଙ୍ଗେ  ଡାକ୍ତରବାବୁଙ୍କ ସ୍ଵରରେ ପରିବର୍ତ୍ତନ ଲକ୍ଷ୍ୟ କଲି।

  ଡାକ୍ତର ବାବୁ କହିଲେ,  ସେପଟେ ରଖ, ତାକୁ ପଛରେ ଦେଖାଯିବ। ମୁଁ କହିଲି, ସାର ଟିକେ ଦେଖନ୍ତୁ,  ନହେଲେ ଛୁଆଟି ମରିଯିବ!!!

ଡାକ୍ତର ବାବୁ କହିଲେ:- କଣ ଆପଣଙ୍କୁ ଶୁଣା ଯାଉନି, ନା ନ ଶୁଣିବାର ବାହାନା କରୁଛନ୍ତି। ବସିଥିବା ବିଦେଶୀ କୁକୁରଙ୍କ  ମାଲିକ ମାନେ  ମୁରୁକି ମୁରୁକି ହସିବାରେ ଲାଗିଗଲେ।

ମୁଁ ତିଳେ ମାତ୍ର ନ ରାଗି ଉତ୍ତର ଦେଲି,ସାର୍ ସମସ୍ତଙ୍କଠାରୁ ଏ କେସଟିକେ ଏମରଜେନ୍ସି ଅଛି।

ଡାକ୍ତର ବାବୁ କହିଲେ, ଠିକ୍ ଅଛିଟିକେ ରୁହ, ମୁଁ ମହାନ୍ତି ସାରଙ୍କ  ପପିର ଲୋମ ଝଡ଼ିବାର ଇଞ୍ଜେକ୍ସନଟା ଦେଇଦିଏ l ତା’ପରେ ଆପଣଙ୍କ  କୁକୁରକୁ ଦେଖିବି।

 ମହାନ୍ତି ବାବୁ କିଏ ଜାଣିଛନ୍ତି, ଜିଲ୍ଲାର ଜିଲ୍ଲାପାଳ। ଆଉ ତାଙ୍କ ପପିର ବ୍ରିଡ କଣ? English Bulldog. ଏହି ବ୍ରିଡର ଦାମ କେତେ କହି ପାରିବେ? $୪୩୦୦ ଆଉ ଭାରତୀୟ ମୁଦ୍ରାରେ ୪ ଲକ୍ଷ ଟଙ୍କା। ଆଉ ଆପଣଙ୍କ  ଏ ଦେଶୀ କୁକୁର!!!

  ଜୋର ଜୋରରେ ହସିଉଠିଲେ ସମସ୍ତ ଉପସ୍ଥିତ ସମ୍ମାନନୀୟ ଲୋକମାନେ ।

 ମୋତେ ବିଟିକେ ଖରାପ ଲାଗିଲା l ହେଲେ ନିରୂପାୟ, କାରଣ ମୁଁ  ଛୋଟିଆ ସଫ୍ଟୱେର ଇଞ୍ଜନିୟରଟିଏ, କାହିଁ ଜିଲ୍ଲାର ଜିଲ୍ଲାପାଳ ଆଉ କାହିଁ ମୁଁ??? ଏପଟେ ଲକ୍ଷ୍ୟ କଲି ମାଆ କୁକୁରଟି ସେମିତି ଆତୁର ନୟନରେ ମୋର ଅସହାୟତାକୁ ଘୁରି ଚାହୁଁଛି!!!

 ଯେମିତି ଲାଗୁଛି ସେ ବି ଏ ବିଦେଶୀ କୁକୁରମାନଙ୍କୁ ଦେଖି ନିଜର ଅସହାୟ ଅବସ୍ଥାକୁ ଠିକରେ ମାପି ସାରିଲାଣି। ଯାହା ହେଉ ମୁଁ ସେମିତି ବସିଥାଏ,  ଆଉ ଅପେକ୍ଷା କରିଥାଏ କେତେବେଳେ ଡାକ୍ତର ବାବୁ ପାଖକୁ ଆସି ଛୁଆ କୁକୁରର ଚିକିତ୍ସା ଆରମ୍ଭ କରିବେ।


  ଡାକ୍ତର ବାବୁ କିଛି ସମୟ ପରେ ଆସି ଦେଖିଲେ ଆଉ କହିଲେ, ଆରେ ଏ ମଲା କୁକୁରଟିକୁ କାହିଁକି ଆଣିଛ??? ଯାଅ ସେ ବଣରେ ଫୋପାଡି ଦେବ। ଏପଟେ ପକାଇବନି ନ ହେଲେ ଗନ୍ଧରେ ରହି ହେବନି!!! ହେଲେ ମୋତେ ଲାଗିଲା ଯେମିତି ଡାକ୍ତର ବାବୁ ଜଣକ ମିଛ କହୁଛନ୍ତି। ମୁଁ ଆଉ ଥରେ ଅନୁରୋଧ କଲି।

ସାଙ୍ଗେ ସାଙ୍ଗେ  ଡାକ୍ତରବାବୁ ଜଣକ ରାଗିଯାଇ କହିଲେ ଆପଣ ଡାକ୍ତର ନା ମୁଁ ଡାକ୍ତର???

ମୁଁ ନିରୂପାୟ ହୋଇ କୁକୁର ଛୁଆଟିକୁ ଧରି ଡାକ୍ତରଖାନ ବାହାରକୁ ଆସିଲି, ଆଉ ମୋତେ ଲାଗିଲା ଆଉଥରେ ପାଣି ଢାଳିଲେ କାଳେ ବଞ୍ଚି ଯିବ ବିଚରାଟି!!! କୁକୁର ଛୁଆଟିକୁ ବାରଣ୍ଡାରେ ଶୋଇ ଦେଇ ଗାଡ଼ିରୁ ପାଣି ବୋତଲ ପାଇଁ ଗଲି ଆସି ଦେଖେ ତ ମାଆ କୁକୁରଟି ସେମିତି ଛୁଆଟିକୁ ଚାଟି ଲାଗିଛି। ଆଉ କୁକୁର ଛୁଆଟି ଉଠି ଠିଆ ହେଲାଣି,ମୁଁ ପାଣି ଆଉ ବିସ୍କୁଟ ପାକେଟଟିଏ ଆଣି ଖୋଲି ତା ଆଗରେ ପକାଇ ଦେଲି। କୁକୁର ଛୁଆଟି ଆସ୍ତେ ଆସ୍ତେ ବିସ୍କୁଟ ଖଣ୍ଡେ  ନିଜର ଛୋଟିଆ ପାଟିରେ ଖାଇବାକୁ ଲାଗିଗଲା ଆଉ ମାଆ କୁକୁରଟି ସେମିତି ଚାଟି ଚାଲିଥାଏ। ଆଉ ପାଖରେ ପଡ଼ିଥିବା ସଢେଇଟିଏ ଉଠାଇ ଆଣି ସେଥିରେ ବୋତଲ ଖୋଲି ପାଣି ଢାଳିଲି। ଆଉ ମାଆ କୁକୁରଟି ପାଣି ଟିକେ ପିଇଲା। ଯେମିତି ଲାଗୁଥାଏ ପେଟରେ ପେଟେ ଭୋକ ରଖି ବି ନିଜ ଛୁଆକୁ ବିସ୍କୁଟ ଖାଇବାକୁ ଦେଉଛି, ମାଆ କୁକୁରଟି। ଆଉ ମାତୃତ୍ଵର ଚରମ ନିଦର୍ଶନର ଗୋଟିଏ ମାପକାଠି ଯେମିତି ସମସ୍ତ ମଣିଷ ସମାଜ ଆଗରେ ଲମ୍ବି ଯାଉଛି ଆପେ ଆପେ।**

ସାଙ୍ଗେ ସାଙ୍ଗେ  ମୁଁ ମୋ ରୁମାଲ୍‌ଟିକୁ ଚିରି ଦେଇ ଛୁଆ ଆଉ ମାଆ କୁକୁରଙ୍କ  କ୍ଷତ ସ୍ଥାନରେ ଔଷଧ ଲଗାଇ ବାନ୍ଧିଦେଲି। ଆଉ ପୁଣି କୁକୁର ଛୁଆଟିକୁ ଗାଡ଼ିରେ ବସାଇ ଆଣିବାକୁ ବାହାରେ ତ, ଦେଖିଲି ଛୁଆ କୁକୁରଟି ମାଆ କୁକୁରର ସ୍ତନରୁ କ୍ଷୀର ପିଇବାରେ ଲାଗିଗଲାଣି।

 ମାଆ କୁକୁରଟି ସାଙ୍ଗେ ସାଙ୍ଗେ  ସେହି ବାରଣ୍ଡାରେ ଶୋଇ ପଡ଼ି ଛୁଆଟିକୁ କ୍ଷୀର ଦେଇଚାଲିଲା l ପ୍ରାୟ ୨୦ ମିନିଟ ଅପେକ୍ଷା କଲା ପରେ ଲାଗିଲା ଛୁଆ କୁକୁର ଛୁଆଟି ସୁସ୍ଥ ଅନୁଭବ କଲାଣି। ଆଉ ମୁଁ ଛୁଆ କୁକୁରଟିକୁ ଧରି ଗାଡ଼ିରେ ବସି ପୁରୁଣା ସ୍ଥାନକୁ ଆସିବାକୁ ଉଦ୍ୟତ ହୁଏ ତ ଦେଖିଲି ମାଆ କୁକୁରଟି ସେମିତି ପଡ଼ିରହିଛି। ଆଉ ଥରେ ଚୁ ଚୁ ଡାକେ ତ ମାଆ କୁକୁରର କିଛି ଶବ୍ଦ ନାହିଁ। ମନକୁ ପାପ ଘାରିଲା l ଥରେ ମାଆ କୁକୁରର ମୁଣ୍ଡକୁ ଟିକେ ଯତ୍ନ ସହକାରେ ହଲାଇ ଦେଲି,  ତଥାପି କିଛି ପ୍ରତିକ୍ରିୟା ନାହିଁ!!!!


ଆଉ ମାଆ କୁକୁରର ଫଟା ମୁଣ୍ଡରୁ ରକ୍ତ ଗୁଡା ବୋହି ଚାଲିଛି ଅମାନିଆ ଢଙ୍ଗରେ।  ଲାଗିଲା ବୋଧହୁଏ ମାଆ କୁକୁରଟି ନିଜର ସମସ୍ତ ଆଶିଷ ତାର ଛୁଆଟିକୁ ସମର୍ପଣ କରି ନିଜେ ସେ ପୁରକୁ ଚାଲିଯାଇଛି!!!

 ସତରେ ମାଆର ମମତା, ଆଉ ପ୍ରାର୍ଥନା ଆଗରେ ଯମ ଦେବତା  ବି ହାର ମାନନ୍ତି। ଏକଥା ସେଦିନ ପ୍ରମାଣିତ ହେଲା ଭଳି ଲାଗିଲା!!!

  ମନ ଦୁଃଖରେ କୁକୁରଛୁଆଟିକୁ ଧରି ଗାଡ଼ିରେ ବସିଲି ଆଉ ଆସିଲା ବେଳେ ଭାବୁଥାଏ:- ସତରେ ମାଆ ସବୁ ବେଳେ ମାଆ !!

ମାଆର ପଣତକାନି ଯେତେବେଳେ ଛୁଆ ଉପରେ ରହେ ସେତେବେଳେ ତାକୁ ଯମ ଦେବତା  ବି ହାର ମାନନ୍ତି।

ତେଣୁ ବନ୍ଧୁମାନେ ,  ଶାସ୍ତ୍ରରେ ଗୋଟିଏ କଥା ଅଛି,

ପୁତ୍ର କୁପୂତ୍ର ହୋଇ ପାରେ, ମାତା କେବେ କୁମାତା ହୋଇ ପାରେନା।


Mother's dayରେ ଆମେମାନେ କେତେ କଥା ଦେଖୁଛନ୍ତି, ହେଲେ ବି ଆଜି ମାଆଟି ଅବେହେଳିତ, କେହି କେହି ମାଆକୁ ମାରିଲାଣି ତ କେହିକେହି ବୁଢ଼ୀ ହେଲା ପରେ ମାଆକୁ  ଭିକ ମାଗିବାକୁ ଛାଡ଼ି ଦେଉଛନ୍ତି। ଆଉ କେହି କେହି ତ ମାଆର ମମତାକୁ କେବେ ବୁଝିବାକୁ ଚେଷ୍ଟା  ବି କରି ନାହାନ୍ତି।!!!


Rate this content
Log in

Similar oriya story from Abstract