Gopal Das

Abstract Romance Tragedy

4.3  

Gopal Das

Abstract Romance Tragedy

ଗୋଲାପ କଣ୍ଟା

ଗୋଲାପ କଣ୍ଟା

6 mins
359


ସେଦିନ ଥାଏ ଫେୃୟାରୀ ୧୪ ତାରିଖ,so-called Valentine Day।❤️


ଅଫିସ ଗଲା ରାସ୍ତାରେ ଦେଖିଲି ଜଣେ ୯/୧୦ ବର୍ଷ ର ଗୋଟିଏ ଛୋଟ ପିଲାଟିଏ ରାଜରାସ୍ତା ର ଟ୍ରାଫିକ ପୋଲିସ ପାଖରେ ଠିଆ ହୋଇ କଣ କଣ ସବୁ କହୁଛି ଆଉ ହାତରେ ତାର ଗୁଡ଼ାଏ ଲାଲ ଗୋଲାପ ଫୁଲ ସହିତ ପ୍ଲାଷ୍ଟିକ ଡବା ଟିଏ। ଭାବିଲି ବୋଧେ ଆଜି ଭଳି ଦିନରେ କେହି ପ୍ରେମୀ ଯୁଗଳ ଫୋପାଡି ଦେଇଥିବା ଫୁଲ ବୁକେ କୁ ଧରି ପକାଇଛି, ନହେଲେ ପାଖ ସାଇ ମନ୍ଦିରରୁ ଛଡ଼ା ଫୁଲ କିଛି ଗୋଟାଇ ଆଣିଛି, ଆଉ ଆଜି ଭଳି ଦିନରେ ପ୍ରେମୀ ଯୁଗଳ ଙ୍କୁ ଦେଇ କିଛି ପଇସା ନେଉଛି!!!


କିଛି ସମୟ ଭିତରେ ପିଲାଟି ଟ୍ରାଫିକ ପୋଲିସ କୁ ଗୋଟିଏ ଗୋଲାପ 🌹 ଫୁଲ ଟିଏ ଦେଇ ଚାଲିବାକୁ ଲାଗିଗଲା। ମନର କୌତୁହଳ କୁ ଜାବୁଡି ଧରି ପିଲାଟା ର ପଛେ ପଛେ ଯିବାକୁ ମନସ୍ଥ କଲି। 

ମୁଁ ମୋ ସ୍କୁଟିରେ ଥାଏ ହେଲେ ବି ମୋର ନଜର ସେହି ପିଲା ଉପରେ । କିଛି ବାଟ ଗଲା ପରେ ଭାବିଲି ଯଦି ସେ ପିଲା ଟି ଜାଣି ପାରିବ, ବୋଧେ ତାର ଗତିପଥ ବଦଳାଇ ଦେଇ ପାରେ। ତେଣୁ ପାଖ ଦୋକାନ ରେ ଗାଡ଼ି ରଖି କିଛି କିଣିବାର ଛଳନା କରିବାରେ ଲାଗିଗଲି। ତାପରେ ଯାହା ଦେଖିଲି ସେଇଟା ଯେତେ ଟାଣ ପଥର ହୃଦୟ କୁ ତରଳାଇ ଦେବାପାଇଁ ସକ୍ଷମ!!!👍


ପିଲାଟିର ବୟସ ମାତ୍ର ୧୦ବର୍ଷ, ହାତରେ ଲାଲ ଗୋଲାପ ଫୁଲଟିଏ ଧରି ଅଡି କାର ର ସମାନ ରେ ଠିଆ ହୋଇଥାଏ, ଆଉ ସେହି ଅଡି କାର ରେ ବସିଥିବା ଦୁଇ ପ୍ରେମୀ ଯୁଗଳ ଙ୍କୁ ଗୋଟିଏ ଗୋଲାପ ଟିଏ ନେବାପାଇଁ କାକୁତି ମିନତି ହେଉଥାଏ। ଗୋଲାପ ଫୁଲ ବଦଳ ରେ ସେ କହୁଥାଏ ସାର୍ ଏ ଗୋଲାପ ଫୁଲ ଟି କୁ ନିଅ ଆଉ, ଆଉ ଗୋଟିଏ ଛୋଟିଆ ଫଟୋ ଦେଖାଇ କଣ କଣ ସବୁ କହୁଥାଏ। ଗାଡ଼ିରେ ବସିଥିବା ବାବୁ ଜଣଙ୍କ ପଇସା ଦେଲାରୁ କହିଲା, ବାବୁ ମୋର ପଇସା ଦରକାର ନାହିଁ!!!😭


ଠିକ୍ କିଛି ସମୟ ପରେ ଟ୍ରାଫିକ ସିଗ୍ନାଲ ସବୁଜ ହେବାରୁ, ଅଡି ଗାଡ଼ିଟି ଚାଲିଗଲା। ପିଲାଟି ହାତରେ ଗୋଲାପ 🌹 ଫୁଲ ଟି ଧରି ଛଳ ଛଳ ଆଖିରେ ପୁଣି ଚାହିଁ ରହିଲା ପରବର୍ତ୍ତୀ ପ୍ରେମୀ ଯୁଗଳ ଙ୍କୁ। 


ମନର କୌତୁହଳ ବଳବତ୍ତର ହେବାରେ ଲାଗିଲା, ଟିକେ ଅପେକ୍ଷା କରି ପିଲାଟା ଆଡ଼କୁ ଅଗ୍ରସର ହେଲି, ଗୋଟିଏ ଦରଦୀ ସ୍ନେହ ଭରା କଣ୍ଠ ରେ ଡାକିବାକୁ ଚେଷ୍ଟା କଲି,

       ଏ ପିଲା, ମୋତେ ଗୋଲାପ ଫୁଲ ଦେବୁ?? ଆଉ ଯଦି ରାଜି ହେବୁ ତୋର ସମସ୍ତ ଗୋଲାପ ଫୁଲ ମୁ କିଣି ନେଇଯିବି।!!!


ମୋ କଥା ଶୁଣି , ପିଲାଟି ରାସ୍ତା କଡ଼କୁ ଚାଲି ଆସିଲା ଆଉ ଗୋଟିଏ ଆତୁର ଅଶ୍ରୁ ପୂର୍ଣ୍ଣ ନୟନ ରେ ଚାହିଁ କିଛି କହିଲା ବେଳକୁ, ପୁଣି ଟ୍ରାଫିକ ସିଗ୍ନାଲ ଲାଲ ହୋଇଗଲା ଆଉ ପିଲାଟି ପୁଣି ଦୌଡ଼ି ଗଲା ରାସ୍ତା ମଝିକୁ ନୂଆ ପ୍ରେମୀ ଯୁଗଳଙ୍କ ଅନୁସନ୍ଧାନ ରେ।😭


ମନରେ ଗୋଟିଏ ଅସମ୍ଭବ କୋତୁହଳ ବସାବାନ୍ଧି ସାରିଥାଏ ସେତେବେଳକୁ, ପିଲାଟି ଗୋଲାପ ଫୁଲ ବଦଳ ରେ ପଇସା ନ ନେଇ ଦାନି କର୍ଣ୍ଣ ଭଳି ବାଣ୍ଟି ଚାଲିଛି, ପ୍ରେମୀ ଯୁଗଳ ମାନଙ୍କୁ ପୁଣି ଆଜି ଭଳି ଭାଲେଣ୍ଟାଇନ୍ ଦିନରେ। ❤️


କିଛି ସମୟ ବ୍ୟବଧାନରେ ପିଲାଟି ପୁନରାୟ ନିରାଶ ହୋଇ ଆସିଗଲା 

ମୋ ସମ୍ମୁଖକୁ। ଆଉ ପୁଣି ଗୋଟିଏ ଆତୁର ଭରା ନୟନ ରେ ମୋ ମୁହଁ କୁ ଚାହିଁ କହିଲା। ବାବୁ, ଏଇଟା ମୁଁ ପଇସା ପାଇଁ ଦେଉନି!!! 

ଯଦି ତୁମେ ମାଡ଼ାମ୍ ଙ୍କ ସଙ୍ଗେ ଥାନ୍ତ ତାହେଲେ ଦେଇଥାଆନ୍ତି। ଆପଣ ତ ଏକା , ଏ ଗୋଲାପ ନେଇ କଣ କରିବେ???😂


କିଛି ମୁହୂର୍ତ୍ତ ଭାବ ବିହ୍ୱଳ ହୋଇ ପଚାରିଲି, ତୁ କିଛି ଖାଇଛୁ???, ପିଲାଟି ପେଟରେ ହାତ ମାରି କହିଲା, ବାବୁ ଆଜି ମୋର ଉପବାସ। ମୋ ବାପା ମାଆଙ୍କ ବିବାହବାର୍ଷିକ ନା ତେଣୁ ଆଜି ମୁଁ ଉପବାସ ରଖିଛି!😭


ମୋ ମନରେ ଜମାଟ ବାନ୍ଧିଥିବା କୌତୁହଳ ଅଧିକ ବଢ଼ିବାରେ ଲାଗିଗଲା। ଆଉ ସେହି ମୁହୂର୍ତ୍ତ ରେ ମନେହେଲା, ଖାସ ଏ ପିଲା ଟା ମୋ ପୁଅ ହୋଇ ଥାଆନ୍ତା କି?😘


ତା ପରେ ପୁଣି ମୋର ପ୍ରଶ୍ନିଳ ଆଖିରେ ପିଲାଟି କୁ ପୁଣି ପ୍ରଶ୍ନ କଲି, ତୋ ନା କଣ??? ସେ କହିଲା ବାବୁ ସିପୁ।।। ତାପରେ ପୁଣି ଦୌଡ଼ିଗଲା ରାସ୍ତା ଆଡ଼କୁ ଆଉ ଗୋଟିଏ ପ୍ରେମୀ ଯୁଗଳ ଙ୍କ ଅନୁସନ୍ଧାନରେ?


ମୁଁ ଅପେକ୍ଷା କରି ରହିଥାଏ , ପିଲାଟିର କଥା ଶୁଣିବାକୁ? ସିପୁ ପୁଣି ଆସି ପହଂଚିଗଲା ମୋ ପାଖରେ ଆଉ କହି ଚାଲିଲା ତାର ଦୁଃଖ ଭରା କାହାଣୀ।


ତାପରେ ମୁଁ ଯାହା ଶୁଣିଲି, ବୋଧେ ଲେଖିବା ପାଇଁ ମୋ ପାଖରେ ସେତିକି ଧାର୍ଯ୍ୟ ଆଉ ସାହସ ର ଅଭାବ ପରି ଲକ୍ଷିତ ହେଲା ଭଳି ଲାଗୁଛି।😭


ସିପୁ ୫ମିନିଟ ରେ ମୋ ମନର ସମସ୍ତ ଭ୍ରାନ୍ତ ଧାରଣା କୁ ବହୁତ୍ ଆଗକୁ ଫୋପାଡି ଦେବା ସଙ୍ଗେ ସଙ୍ଗେ, ମୋର ସମସ୍ତ ଗର୍ବ ଅହଙ୍କାର କୁ ଚୂର୍ ମାର କରି ରଖି ଦେଇଥିଲା।


ପିଲାଟି(ସିପୁ) କାନ୍ଦ କାନ୍ଦ ମୁହଁ ରେ କହିଚାଲିଲା ତାର ସମସ୍ତ ଅତୀତ ବୃତ୍ତାନ୍ତ କୁ।


ବାବୁ ଆଜି କୁ ପ୍ରାୟ ୨ ବର୍ଷ ତଳେ ଏହି ଦିନ ରେ ମୁଁ ମୋର ବାପା , ବୋଉ କୁ ହଜାଇ ଦେଇଛି।


ଆଜି ଭଳି ଦିନରେ ମୋ ବାପା,ମାଆ ଆଉ ମୁଁ ଅତି ସରାଗରେ ଆସିଥିଲୁ ହୋଟେଲ ରେ ଖାଇବାକୁ।


ବାବୁ ବାପା ମୋର ଜଣେ ରାଜ ମିସ୍ତ୍ରୀ କାମ କରି ଆମ ପରିବାର ଚଳାଏ। ମୋ ବୋଉ କହେ କୁଆଡେ ମୋ ବାପାଙ୍କ ପ୍ରେମରେ ପଡି ଏହି ୧୪ ଫେବୃଆରୀ ରେ ଅଜାଘର ଛାଡ଼ି ମୋ ବାପା ସହିତ ପଳାଇ ଆସିଥିଲା ସେବେ ଠୁଁ କୁଆଡେ ମୋ ଅଜାଘର ସବୁ ଦିନ ପାଇଁ ତା ପାଇଁ ବନ୍ଦ।😭


ଆଉ ମୋ ବାପା ସବୁବେଳେ କହେ, 

         ଆଲୋ ସିପୁ ମା , ତୁ ଜମା ମନ ଦୁଃଖ କରନା ସିପୁ ଆମର ଟିକେ ବଡ ହୋଇଯାଉ , ତୁମ ଘରକୁ ଯିବା, ତୋ ବାପା ନାତି ଟୋକା କୁ ଦେଖି ସବୁ ଭୁଲି ଯିବ ଲୋ।👍

ବୋଉ ବି ମନ କଥା ମନରେ ରଖି ସବୁ ଦୁଃଖ କୁ ଭୁଲି ଯାଇ ମୋ ମୁଣ୍ଡକୁ ଆଉଁସିଦିଏ।😭


ହେଲେ ବାପା ମୋର କୌଣସି ବର୍ଷ ଏହି ଦିନକୁ ଭୁଲେନା, ପଇସା ନଥିଲେ ବି , ଧାର କରି ଶାଢ଼ୀଟିଏ ନେଇ ଆସେ ମୋ ବୋଉ ପାଇଁ। ଆଉ ମୋ ବୋଉ ଭି ଚାଉଳ ଡବା ରେ ଲୁଚାଇ ରଖିଥିବା ପଇସା ରେ ଖଣ୍ଡେ ଗାମୁଛା ନହେଲେ ଲୁଙ୍ଗି ଖଣ୍ଡେ କିଣି କି ରଖିଥାଏ ମୋ ବାପା ପାଇଁ।❤️


ଆଉ ସେହି ଦିନକୁ, ସେମାନେ ତାଙ୍କ ଜୀବନର ସବୁ ବଡଦିନ ବୋଲି ମାନି ଥାଆନ୍ତି।❤️


ସେଦିନ ସନ୍ଧ୍ୟା ବେଳକୁ ବାପା ଆସି ପହଂଚିଗଲା ,ଆଉ କହିଲା, ସିପୁ ମା ଆଜି ଆମେ ହୋଟେଲ ଯିବା।


ବୋଉର ଗୋଟିଏ ବଡ ସ୍ଵପ୍ନ କୁ ସାକାର କରିବାକୁ ଯାଇଁ, ବାପା ତାଙ୍କ ସୁପରଭାଇଯର ପାଖରୁ କିଛି ଟଙ୍କା ଧାର ଆଣିଥିଲା ସେଦିନ। ବୋଉ ଯେତେ ମନା କଲେ ଭି ବାପା ମାନି ନଥିଲା । ❤️


ବରଂ କହିଥିଲା

         ଆଲୋ ସିପୁ ମା, କହିଲୁ ଜୀବନ ରେ କଣ ଅଛି?? କିଏ ଜାଣେ ଆଜି ଅଛେ କାଲିକି ନଥିବା!!! ମୁଁ କଣ ତୋତେ ସବୁ ଦିନେ ହୋଟେଲ ନେଇ ପାରିବି?? ଆଜି ପଇସା ନାହିଁ, କାଲି କି ଥିବ???, ହେଲେ କହିଲୁ ଆଉ ଆଜି ଭଳି ଦିନ ଆଉ କଣ କାଲି କି ଆସିବ???❤️


ଚାଲେ ଆଉ ନଖରା କାଢେନା, ଜଲଦି ବାହାରି ପଡ଼। ଆଜି ତୋତେ ତୋ ମନ ପସନ୍ଦ ଖାଇବା ଖୋଇବି ପୁଣି ବଡ ହୋଟେଲ ରେ ଲୋ।****❤️


ବୋଉ ଭି ବାପା କଥାକୁ ନ ଏଡ଼ାଇ, ନିଜେ ସଜ ହୋଇ ଆଉ ମୋତେ ସଜ କରାଇ ବସି ବାହାରି ପଡ଼ିଲା ହୋଟେଲ ଆଭିମୁଖ୍ୟରେ। 


ମଝିରେ ମଝିରେ ମୁଁ ପଚାରୁ ଥାଏ ବୋଉ ଆଉ କେତେ ବାଟ ?? ବୋଉ କହୁଥାଏ ତୋ ବାପା କୁ ପଚାରେ ମୁଁ କଣ ଜାଣିଛି?? 


କିଛି ସମୟ ଭିତରେ ଆମେ ଆସି ପହଂଚିଲୁ ଗୋଟିଏ ହୋଟେଲ ଆଗରେ, ପ୍ରଥମେ ତ ମୋତେ ଲାଗିଲା ବୋଧେ ମୁଁ ସ୍ବର୍ଗ କୁ ପଳାଇ ଆସିଛି?? ହୋଟେଲ୍ ର ନାଲି ନେଳି ଲାଇଟି ସବୁକୁ ମୁଁ ଆଗରୁ କେବେ ଦେଖି ନ ଥିଲି।😇 ଏତେ ପ୍ରକାର ର ଲାଇଟ୍ ଦେଖି ମନରେ ଗୋଟିଏ ଅପୂର୍ବ ଆନନ୍ଦ ଖେଳି ଯାଇ ଥାଏ। ଆଉ ଚୌକି , ଟେବୁଲ୍ ରେ ବସି ଖାଇବା ତା ସହିତ ଶଙ୍ଖ ପ୍ଲେଟ ସହିତ , ଛୁରୀ ଆଉ ଚାମଚ ଦେଖି ଭୋକ ଆହୁରି ବଢି ଗଲା। ଭାବିଲି ହାତ ଥାଉ ଥାଉ ଏଗୁଡା କଣ ହେବ। ବାପା ମୋର କହିଲା ବଡ ହୋଟେଲ ରେ ଏହିଭଳି ଖାଇବାକୁ ହୁଏ। ବୋଉ ଭି ବଡ ବଡ ଆଖି ରେ ସବୁ ଦେଖୁ ଥାଏ, କେତେ ରକମର ଲାଇଟ୍ ସାଙ୍ଗକୁ ବଡ ବଡ଼ ଲୋକଙ୍କ ଚାଲି ଚଲଣି ସବୁ କୁ।😇


ସେ ଯାହା ହେଉ ହୋଟେଲ ର, ଖାଇବା ପଦାର୍ଥ ର ରେଟ ଶୁଣି ବୋଉ ଡରି ଡରି ଆସ୍ତେ ଆସ୍ତେ ବାପାକୁ କହିଲା,

ଚାଲ ମ ଏଠୁ ପଳାଇବା!!! ଲୋ ବାପ ଭାତ ଡାଲମା ଏତେ ରେଟ୍??

ଏଗୁଡା କଣ ସୁନା ରେ ତିଆରି? ବାପା ବୋଉ କୁ ଶାନ୍ତ ହୋଇ ବସିବାକୁ କହି, ଖାଇବା ମାଗଇଥିଲା।😂

ତାପରେ ଆମେ ସମସ୍ତେ ମନ ଆନନ୍ଦ ରେ ଖାଇ ଘରକୁ ଫେରିବାକୁ ବାହାରିଲୁ। 


ବାପା ମୋ ହାତ ଧରି ହୋଟେଲ ଆଗରେ ଠିଆ ହୋଇଥାଏ, ମୋତେ ପରିସ୍ରା ଲାଗିବାରୁ ମୁଁ ବାପା ହାତ ଚାରି ହୋଟେଲ ର ପଛପଟ କୁ ଚାଲିଗଲି।। 


ଠିକ୍ ଏହି ସମୟରେ କେଉଁଠୁ ଥିଲା ଗୋଟିଏ ଲମ୍ବା ଧଳା କାର ଟିଏ ନିଜର ଭାରସାମ୍ୟ ହରାଇ ମାଡ଼ି ଆସିଥିଲା ମୋ ବାପା, ବୋଉ ଆଡ଼କୁ। ଆଉ ମୋ ଆଖି ଆଗରେ ମୋ ବୋଉ ଆଉ ବାପାକୁ ଟାଣି ନେଇ ଚାଲିଗଲା ରାଜରାସ୍ତା କୁ। ଦେଖୁ ଦେଖୁ ରକ୍ତାକ୍ତ କରି ଫୋପାଡି ଦେଇଥିଲେ ପାଖରେ ଖୋଳା ଚାଲିଥିବା ଡ୍ରେନରେ ଦୁଇ ରକ୍ତାକ୍ତ ଶରୀର କୁ। କିଛିବାଟ ଆଗକୁ ଯାଇ ଅଟକି ଯାଇଥିଲା ଗାଡ଼ିଟି, ଆଉ ଦୁଇଜଣ ପ୍ରେମୀ ଯୁଗଳ ମଦପି ମାତାଲ୍ ହୋଇ ବାହାରି ଆସିଲେ ସେଥିରୁ। ଲୋକ ମାନେ ଘେରି ଗଲାରୁ , ସେମାନେ ୨୦,୦୦୦ ହଜାର ଟଙ୍କା ଫୋପାଡି ଦେଇ ଚାଲିଗଲେ ସେହି ରକ୍ତାକ୍ତ ଶରୀର ଉପରେ। ମୋ ଆଖି ଆଗରେ ଏ ସବୁ ଘଟି ଗଲେ ବି ମୁଁ କିଛି ଜାଣି ପାରୁ ନଥାଏ। ପ୍ରାୟ ୩୦ ମିନିଟ ପରେ ମୋତେ ଲାଗିଲା ମୁଁ ଏକା ଅଛି। ତାପର ଠୁଁ ମୁଁ ଆଉ ମୋ ବପା, ବୋଉ ର ମୁହଁ ଦେଖିନି। କେହି କେହି କହନ୍ତି, କୁଆଡେ ମୋ ବାପା ମା ସେଇଠି ମାରି ଯାଇଥିବାରୁ ମୁନିସ୍ ପାଲିଟ ତରଫରୁ ଶବବାହାକ ଗାଡ଼ି ଆସି ନେଇ ଚାଲି ଯାଇଥିଲା ମୋ ବାପା ବୋଉ କୁ, ସେବେଠୁଁ ମୁଁ ହୋଇଗଲି ଅନାଥ।😭


ତାପର ଠୁଁ ମୋ ଜେଜେ ମା ମୋତେ ସମ୍ଭାଳେ। ମୋ ଜେଜେ ମା କହେ କୁଆଡେ ତାପର ଦିନ ଆମ ବସ୍ତି କୁ ସେହି ପ୍ରେମୀ ଯୁଗଳ ଆସି କିଛି ପଇସା ଦେଇ କେସ କୁ ରଫାଦଫା କରି ଦେଇଥିଲେ, ଆଉ ମୋ ନା ରେ କୁଆଡେ ୫୦ ହଜାର ଟଙ୍କା ବ୍ୟାଙ୍କ ରେ ବାନ୍ଧି ଦେଇ କାଗଜ ଖଙ୍ଗେ ଧରାଇ ଦେଇଥିଲେ ମୋ ଜେଜେ ମା କୁ। 😭


ହେଲେ ବି ଆଜି ମୁଁ ସବୁ ଦିନେ ରାତିରେ ମୋ ବୋଉ ଆଉ ବାପା କୁ ସ୍ଵପ୍ନ ରେ ଦେକୁଛି। ଆଉ ସବୁ ଦିନେ ରାତି ମୋତେ ବୋଉ ଆସେ ମୋ ମୁଣ୍ଡ ପାଖରେ ବସି ମୁଣ୍ଡ ଆଉଁସି କହେ, ସିପୁ ସବୁ ଭୁଲି ଯା ପଛେ, ଏହି ଦିନକୁ ତୁ ସମସ୍ତ ପ୍ରେମୀ ଯୁଗଳଙ୍କୁ ସଚେତନ କରାଇବୁ, ଯେମିତି ଛୋଟିଆ ଭୁଲ ପାଇଁ ଆଉ ଗୋଟିଏ ସିପୁ ତା ବାପ , ବୋଉକୁ ନ ହରାଏ।


ତେଣୁ ମୁଁ ଏହି ଦିନରେ , ରାସ୍ତା ର ସମସ୍ତ ପ୍ରେମୀ ଯୁଗଳ ଙ୍କୁ ଗୋଟିଏ ଗୋଲାପ ଫୁଲଟିଏ ଦେଇ ମୋ ବାପା ବୋଉ ର ଫଟୋ ଦେଖାଇ କହେ , ସାର୍, ମାଡାମ ଗାଡ଼ି ଚଳାଇଲା ବେଳେ କେବେ ମଦ୍ୟ ପାନ କରନ୍ତୁ ନାହିଁ। ଆଉ ମୋ ଭଳି ଆଉ କାହାକୁ ଅନାଥ କରନ୍ତୁ ନାହିଁ।


ମୋ ଆଖିର ଲୁହ କୁ ଅଟକାଇ ରଖିବା କଷ୍ଟ କର ହୋଇ ପଡ଼ିଲା ଆଉ ମୁଁ ଅଫିସ ରୁ ସଙ୍ଗେ ସଙ୍ଗେ ଛୁଟି ନେଇ ସିପୁ ସହିତ ମିଶି ଆଉ କିଛି ଗୋଲାପ ଫୁଲ କିଣି ତା ସହିତ ବାହାରି ପଡ଼ିଲି ଉଦଭାନ୍ତ ପ୍ରେମୀ ଯୁଗଳଙ୍କୁ ଗୋଲାପ ଫୁଲ କଣ୍ଟାଟିଏ ଥାଏ ବୋଲି ସଚେତନ କରାଇବା ଉଦ୍ଦେଶ୍ୟରେ।****

*********************************


Rate this content
Log in

Similar oriya story from Abstract