The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pallabi Das

Romance

2  

Pallabi Das

Romance

ନିଆରା ପ୍ରେମକାହାଣୀ

ନିଆରା ପ୍ରେମକାହାଣୀ

4 mins
503


  -କରବି, ତୁମେ ଦୟା କରି ମୋତେ ମୋ ଲାପଟପ୍ ଟା ଦବ କି ? ଏତିକି ପଚାରି ବିନୋଦ କରବି ଆଡକୁ ଚାହିଁ ରହିଲା ।

  କରବି କିନ୍ତୁ ଶୁଣିବା ହାଲତ ରେ ନଥିଲା ଆଜି । ବିନୋଦ ର ଅଫିସ୍ କାମ ବାକିଥିଲା ଯାହା ସେ ଘରକୁ ଆସି କରିବାକୁ ଚାହୁଁଥିଲା କିନ୍ତୁ ଆଜି କାମ କିଛି ହେଲା ପରି ଲାଗୁନଥିଲା ।

  ଲାପଟପ୍ ରେ ପୁରୁଣା ଦିନର ଫୋଟୋ ସବୁ ଦେଖି ଦେଖି ବୟସର ସେଇ ପ୍ରଥମ ଫଗୁଣର ଆଶ୍ଳେସ ରେ କୋଉ ଗୋଟେ ଦୁର୍ବଳ ମୁହୂର୍ତ୍ତରେ ମନକୁ ଛୁଇଁ ଯାଇ ଥିବା ବିନୋଦ ର କେଇ ପଦ କଥା ତାକୁ ମାନେ ପଡ଼ି ଯାଉଥିଲା ।

  ମଝିରେ ମଝିରେ ବିନୋଦ ର ହାତକୁ ଟାଣି ନେଇ, ବହୁତ କୌତୁହଳ ରେ ସେ ପୁରୁଣା ଦିନର ଫୋଟ ଦେଖାଉଥିଲା ।

  ଶେଷରେ ବିନୋଦ ବି ହାର ମାନି ସବୁ କାମ ଛାଡ଼ି, ଆଜି କରବି ସହ ପୁରୁଣା ଦିନର ସ୍ମୃତି ଚାରଣରେ ସାମିଲ ହୋଇଗଲା ।

  -ଫୋଟୋ ଦେଖି ଦେଖି କରବି କହୁଥିଲା -ଜାଣିଛ ବିନୋଦ, ତୁମକୁ ଦେଖିବା ଆଗରୁ ମୁଁ ବହୁ ଥର ତୁମକୁ ଉତାରି ସାରି ଥିଲି ମୋ ଭାବନାରେ,ସ୍ୱପ୍ନରେ ଆଉ ହୃଦୟର କାନ୍ଥରେ ।

  ସେଥିପାଇଁ ତ ହୃଦୟର ଭାଷାକୁ ବୁଝି ପାରି ତମେ ଚାଲି ଆସିଥିଲ କାହିଁ କେତେ କୋଷରୁ ହଠାତ୍ ଭାବରେ ମୋ ଅଜ୍ଞାତରେ କୌଣସି ପୁର୍ବଭାସ ନଦେଇ ।

  ଆଉ ଯେବେ ତୁମ କୁ ଭେଟିଥିଲି, ଆନମନା ହୋଇ ଉଠିଥିଲି ଗୋଟେ ଥର ହୃଦୟରେ ଆଙ୍କିଥିବା ତୁମ ପଟ୍ଟଚିତ୍ର ସହ ତୁମର ସଂଯୋଗକୁ ଦେଖିବାକୁ ।


  ଏତିକି କହିସାରି ଟିକେ ବିନୋଦର ମୁହଁକୁ ଅନେଇ କରବି ପଚାରିଦେଲା -ବିନୋଦ, ତୁମେ ଏତେ ଚୁପ କାହିଁକି ? ମତେ ନେଇ କ'ଣ ତୁମ କୁ କେବେ କିଛି ଅନୁଭୂତ ହେଇନଥିଲା କି !

  -ତୁମେ ବହୁତ ଦୁଷ୍ଟ କରବି, ସବୁ ଜାଣି ମଧ୍ୟ ଆଜି ପୁଣି ଥରେ ମୋ ପ୍ରେମର ଗଭୀରତା ମାପିବାକୁ ବସି ଯାଇଛ । ହଉ ତେବେ ଶୁଣ,

  ତୁମ ନିଃସର୍ତ୍ତ ପ୍ରେମର, ମୁଁ ଏକ ପାଗଳ । ତୁମେ ନଥାଇ ମଧ୍ୟ ସବୁବେଳେ ମୋ ପାଖରେ ଥିବା ଭଳି ଅନୁଭୂତ ହୁଏ।

  ତୁମର ବାସ୍ତବ ଉପସ୍ଥିତି ଆଉ କଣ ବା ଅଧିକା କରି ଥାନ୍ତା ଯେ ? ଆଉ ପ୍ରଥମ ଦେଖାରେ ମୋ ମନ ବୁଝି ପାରିଥିଲା ଏଇ ହୃଦୟର ବିସ୍ତୀର୍ଣ୍ଣ ସମୁଦ୍ରରେ ତୁମ ପାଇଁ ଥିବା ପ୍ରେମର ଗଭୀରତାକୁ, ତୁମ ପ୍ରତି ଥିବା ନିରୀହ ହଳେ ଆଖିର ସମ୍ପୁର୍ଣ୍ଣ ସମର୍ପଣକୁ, ଛାତି ତଳର ଅକୁହା ଆବେଗକୁ। ଏତିକି ଶୁଣି କରବି ଭାବ ବିହ୍ଵଳ ହୋଇ କିଛି ଲାଜ ମିଶା ହସ ହସିଦେଇ ପୁଣି କହି ଉଠିଲା -

  "ଜୀବନ ସାରା ଏକାଠି ରହିବାର ଏଇ କଅଁଳ ପ୍ରତିଶୃତି ସତରେ କେତେ ମଧୁର !

  ସମ୍ପତ୍ତି କହିବାକୁ ଗଲେ ଆମ ପାଖରେ ଆଂଜୁଳାଏ ସୁନେଲି ସ୍ବପ୍ନ,

  କେଇ ବୁନ୍ଦା ଆଶା ଆଉ ଦଲକାଏ ଶାଶ୍ୱତ ପ୍ରେମର ମହ ମହ ବାସ୍ନା ରେ ମହକି ଯାଉଥିବା ଆମର ଏଇ ଛୋଟ ସଂସାର ଅଛି । ବୋଧେ ବଞ୍ଚିବା ପାଇଁ ଏତିକି ତ ଲୋଡ଼ି ଥିଲି ମୁଁ । ସମ୍ପର୍କର ସେତୁବନ୍ଧ କୁ ଆହୁରି ନିବିଡ଼ କରିବାକୁ, ଅଧା ଗଢ଼ା ସ୍ୱପ୍ନର ତାଜମହଲ ଟା ଜୀବନ୍ତ କରିବାକୁ, ଯେଉଁ ଦିନ ପକ୍ଷୀରାଜ ଘୋଡ଼ା ଚଢି ତୁମେ ଆସିଥିଲ ବର ବେଶରେ ଆଉ ଭରି ଦେଇ ଥିଲ ଧାରଟେ ସିନ୍ଦୂର, ସେଦିନ ମୁଁ ସମ୍ପୂର୍ଣ ହୋଇଯାଇଥିଲି । କ୍ଷମା କରିବ ବିନୋଦ ତୁମେ ତୁମ ବଡ଼ ନାନୀଙ୍କ ସାଥିରେ କଥା ହେବା ବେଳେ ମୁଁ ସବୁ ଶୁଣିଦେଇଛି । ତୁମ ଡାକ୍ତର ରିପୋର୍ଟ ତୁମ ପୂର୍ବରୁ ମୁଁ ଦେଖି ସାରିଥିଲି କିନ୍ତୁ ସେ ନେଇ ତୁମ ସାଥିରେ କୌଣସି ଆଲୋଚନା କରିନଥିଲି କାଳେ ତୁମେ ଦୁଃଖ କରିବ ଭାବି ।

  କିନ୍ତୁ ତୁମେ ରିପୋର୍ଟ ପାଇବା ପରେ ଏତେ ଭାଙ୍ଗି ପଡିବ ମୁଁ କେବେ ଭାବି ପାରିନଥିଲି । ତୁମେ କେମିତି ଭାବି ପାରିଲ ମୋତେ ଛାଡ଼ି ଦୂରକୁ ଚାଲିଯିବା କଥା । ଦୀର୍ଘ ନଅ ବର୍ଷ ର ସମ୍ପର୍କ ଭିତରେ କେବେ ବି ମୋ ମନ ଭିତରେ ତୁମ ପାଇଁ ଥିବା ଭଲ ପାଇବା କମି ଯାଇନାହିଁ । ଏଇ ସାଧାରଣ ରିପୋର୍ଟ କେମିତି ସ୍ଥିର କରିବ ଆମ ସମ୍ପର୍କ କୁ ! ରିପୋର୍ଟ ମିଳିବା ପରେ ନିଜକୁ ଭଲରେ ବୁଝାଇ ଦେଇଥିଲି କି କେବେ ତିଳେ ହେଲେ ମାତ୍ର ମନ ଦୁଃଖ କରିବି ନାହିଁ କି ତୁମେ ନପୁଂସକ ବୋଲି । ଖୁସି ଯଦି ଅଛି କେବଳ ତୁମ ସହ ହିଁ ଅଛି । କେବଳ ମାଆ ହବାରେ ସମ୍ପୂର୍ଣ୍ଣତା ନଥାଏ ବିନୋଦ । ଯେବେ ମନ ଅନୁଭବ କରେ ମୁଁ ସମ୍ପୂର୍ଣ ବୋଲି ସେଇ ସମୟଠାରୁ ମୁଁ ସମ୍ପୂର୍ଣ ଆଉ ମୁଁ ନଅ ବର୍ଷ ପୂର୍ବରୁ ସମ୍ପୂର୍ଣ ଯେବେ ତୁମେ ମୋ ହାତ ଧରିଥିଲ । କିଏ କହିଲା ମୋ କୋଳ ଶୂନ୍ୟ ବୋଲି ! କଣ ହେଲା ସେଠୁ ମୁଁ ମାତୃତ୍ୱ ର ସର୍ବଶ୍ରେଷ୍ଠ ଅଳଙ୍କାରରେ ଆଭୁସିତ ହୋଇ ପାରିନାହିଁ, ଅନାଥ ଆଶ୍ରମ ଛୁଆ କଣ ମତେ ମାଆ ଡାକି ପାରିବ ନାହିଁ କି ?"

  ଏକ ନିଶ୍ୱାସ ରେ ଏତିକି କହି ସାରିବା ପରେ କରବି ଆଖିର ଲୁହ କୁ ଚାପି ଧରି ଗାଧୁଆ ଘର ଭିତରକୁ ଚାଲିଗଲା ।

  ଅବଶ୍ୟ ବହୁତ କିଛି ବଦଳି ଯାଇଚି ଇତି ମଧ୍ୟରେ, ହେଲେ ବଦଳିନି ବିନୋଦ ଆଉ କରବି ମଧ୍ୟର ପ୍ରେମର ପରିଭାଷା ଓ ପ୍ରତିଶୃତିର ଅର୍ଥ ।

  ହଠାତ୍ ଛୋଟ ପିଲାଙ୍କ ପରି ଭେଁ ଭେଁ କାନ୍ଦି ଉଠିଲା ବିନୋଦ । ହଠାତ୍ କାହାର ଗୋଟେ କାନ୍ଦିବା ସ୍ୱର ରେ କରବି ଛାନିଆ ହୋଇ ବାହାରକୁ ବାହାରି ଦେଖେ ତ ବିନୋଦ ଛୋଟ ଛୁଆ ଟେ ପରି କାନ୍ଦୁଥିଲା ।

  ଏଭଳି ଜଣେ ବୟସ୍କ ପୁରୁଷ ଛୋଟ ଶିଶୁ ଭଳି ରାହା ଧରି କାନ୍ଦିବା ଦେଖି ହତଚକିତ ହୋଇଗଲା କରବି । କ’ଣ କରିବ କିଛି ବୁଝି ନ ପାରି ସେ ବିହ୍ୱଳିତ କଣ୍ଠରେ ପଚାରିଲା ।

  – “କ’ଣ ହେଲା ? ତମେ କାନ୍ଦୁଛ କାହିଁକି ?”

  କ୍ରନ୍ଦନକାତର, କରୁଣ କଣ୍ଠରେ ବିନୋଦ ଉତ୍ତର ଦେଲା ।

  – ମତେ କ୍ଷମା କରିଦିଆ କରବି , ମୁଁ ତୁମକୁ କେବେ ବୁଝି ପାରିଲିନି।

  ନିଜକୁ ଆଉ ଅଟକାଇପାରିଲା ନାହିଁ କରବି ।

  ବିନୋଦକୁ ନିଜ ଛାତି ଉପରକୁ ଆଉଜାଇ ଆଣି ଶାଢ଼ି କାନିରେ ତା’ ଆଖିର ଲୁହ ପୋଛି ଦେଇ ମୁଣ୍ଡରେ, ମୁହଁରେ ଚୁମା ଦେଲାବେଳେ କରବି ଗେହ୍ଲେଇ ଗେହ୍ଲେଇ ହୋଇ କହିଲା-

  “ତମେ ମୋର ସ୍ୱାମୀ, ତମେ ମଧ୍ୟ ମୋର ବାଳୁତ ସନ୍ତାନ । ”

  ବିନୋଦ ଆଖି ରୁ ଲୁହ ପୋଛି ଆଲମାରୀ ରୁ ଗୋଟେ ଗୋଲାପୀ ଶାଢ଼ୀ ବାହାର କରି ଆଣି କରବି ହାତକୁ ଶାଢ଼ୀ ଖଣ୍ଡକ ବଢ଼େଇ ଦେଇ କହିଲା

  -ଯାଅ କରବି ପିନ୍ଧି ଦେଇ ଆସ ଶାଢ଼ୀଟା । ଆମେ ଆଜି ଅନାଥ ଆଶ୍ରମ ଯିବା ।

  କରବି ଶାଢ଼ୀଟାକୁ ଜାକିଧରି ଆଉଜି ପଡ଼ିଥିଲା ବିନୋଦ ଛାତିରେ। ବୋଲ ମାନୁ ନ ଥିଲା ଆଖିରେ ଖୁସିର ଲୁହ ଗୁଡାକ ।


Rate this content
Log in

More oriya story from Pallabi Das

Similar oriya story from Romance