Pallabi Das

Children Stories Inspirational

2.2  

Pallabi Das

Children Stories Inspirational

ମାେ ପାଇଁ ଚିଠି ଟିଏ

ମାେ ପାଇଁ ଚିଠି ଟିଏ

6 mins
3.1K


ସ୍ନେହର ମୁଁ,

ମୁଁ ଜାଣେ ତୁ ନିଶ୍ଚିନ୍ତ ଭଲ ରେ ଥିବୁ, ନିଜ ସହ ସମସ୍ତଙ୍କର ଯତ୍ନ ନଉଥିବୁ । ଗାଳି ମାଡ଼ ଖାଇଲେ ଜମା ମନ ଦୁଃଖ କରିବୁନି, ସେସବୁ ମାତ୍ର ଅଳ୍ପ ଦିନ ପାଇଁ । କମାର ଯେମିତି ଲୁହା କୁ ନିଆଁ ରେ ବାଡ଼େଇ ଚାଲେ ତାକୁ ଆହୁରି ମଜବୁତ୍ ହବାକୁ ସେମିତି ତତେ ଆହୁରି ମଜବୁତ୍ କରା ଯାଉଛି ବୋଲି ଭାବିନବୁ। ମୁଁ ଜାଣେ, ତୁ ଚାହୁଁଥିବୁ କେମିତି ଜଲଦି ବଡ଼ ହୋଈଯାନ୍ତି କି! ଏତେ ମାଡ଼ ଗାଳି ଖାଇବାକୁ ପଡ଼ନ୍ତାନି । ଅନଉ ଅନଉ ଆଖି ପିଛୁଳାକେ ଛୁଆ ଦିନ ଚାଲିଯିବ ସେଥିପାଇଁ ଛୁଆ ଦିନ କୁ ମନ ଭରି ଉପଭୋଗ କରିବୁ ନହେଲେ ଜୀବନ ସାରା କହି ବୁଲୁଥିବୁ କି କାସ୍ ମୁଁ ଛୁଆ ହୋଇଯାନ୍ତି କି ନହଲେ କହିବୁ ଛୁଆ ଟେ ଥିଲି ଭଲ ଥିଲା ଇତ୍ୟାଦି । ତୁ ଭବିଷ୍ୟତ କୁ ପୂର୍ବାନୁମାନ କରିପାରିବୁ ନାହିଁ । ମାତ୍ର ମୁଁ ତତେ କିଛିଟା କ୍ଷଣିକ ଦୃଶ୍ୟ ଦେଖେଇବାକୁ ଚାହୁଚି ,ଆଜିଠାରୁ ଠିକ୍ କୋଡ଼ିଏ ବର୍ଷ ପରେ ତୋ ଜୀବନ ରେ କ'ଣ ସବୁ ଘଟିବାକୁ ଯାଉଛି । ଆଜିଠାରୁ ଠିକ୍ କୋଡ଼ିଏ ବର୍ଷ ପରେ ତୋ ଜୀବନ ରେ ବୋହୁତ କିଛି ପରିବର୍ତ୍ତନ ଆସିବ ଯାହାକି ତୁ କେବେ କଳ୍ପନା ମଧ୍ୟ କରିନଥିବୁ । ତୁ ଯୋଉ ଅଜା ଘର ବାଡ଼ି ପଛ ଲିଚୁ ଗଛ ତଳେ କଣ୍ଢେଇ ମାନଙ୍କ ସାଙ୍ଗେ ବାଲି ଘର କରି ଖେଳୁଛୁ , ଆଉ ସଢ଼େଇରେ କେତେ କ'ଣ ରୋଷେଇ କରି ପକାଉଛୁ ତା ଜାଗାରେ

କେତେ ବେପରୱା ପିଲାଙ୍କୁ ସାଙ୍ଗ କରିବୁ ଆଉ ତା ସାଥିରେ କିଛି ସାଙ୍ଗ ଏମିତି ବି ଥିବେ ଯୋଉମାନଙ୍କ ଠାରୁ ବୋହୁତ କିଛି ଭଲ ଗୁଣ ମଧ୍ୟ ଶିଖିବୁ । ଯେତେବେଳେ ସାଇକେଲ୍ କି ଗାଡ଼ି ଧରିବୁ ହାଇ ସ୍ପିଡ୍ ରେ ଚଲେଇବୁନି ନହେଲେ ଗୋଡ଼ ହାତ ରେ ଦାଗ ରହିବା ସାର ହେବ । ପୁଅ ପିଲାଙ୍କ ପରି ବବ୍ କଟ୍ ଚୁଟି ହଉ ଅବା ଲଣ୍ଡା ମୁଣ୍ଡ ଏବେ ହୁଏତ ତତେ କିଛି ଫରକ୍ ପଡୁନଥିବ। କିନ୍ତୁ ଭବିଷ୍ୟତ ରେ ତୁ ଲମ୍ବା କେଶ ରଖିବା ଦିଗରେ ମନ ବଳେଇବୁ । ମାଆ ଠାରୁ ନିତି ଗାଳି ଶୁଣିବୁ ମୁଣ୍ଡରେ ତେଲ ନଲଗେଇବାରୁ । ଉକୁଣୀ ହୋଇଯିବା ଡରରେ, ବେପରୱା ଝିଅ ରୁ ହଠାତ୍ ତୁ ଯତ୍ନବାନ୍ ଝିଅ ପାଲଟି ଯିବୁ । ଖାଲି କେଶ ପାଇଁ ନୁହେଁ , ନିଜର ବେଶ ପରିପାଟୀ ସବୁଥିପାଇଁ ବୋହୁତ ସଚେତନ ହୋଇ ଉଠିବୁ ।

ଯେତେବେଳେ ମାଆ ମନା କରିବେ ଏବେ ମେକ୍ ଅପ୍ ନହବାକୁ ସେତେବେଳେ ତାଙ୍କ କଥା ଶୁଣିବୁ କାରଣ ଛୁଆ ଦିନର ସେ କୋମଳ ତ୍ଵଚା ଆଉ ମୁଁହ ରୁ ବାହାରୁଥିବା ତେଜ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ । ଏମିତିରେ ବି ମେକ୍ ଅପ୍ ପାଇଁ ପୁରା ଜୀବନ ତତେ ଅପେକ୍ଷା କରିଛି , ଆଗକୁ ଯାଇ ଯେତେ ପ୍ରସାଧନ ସାମଗ୍ରୀ ମୁହଁରେ ବୋଳିଲେ ମଧ୍ୟ ତତେ କେହି କିଛି କହିବେନି କେବଳ ସୁନ୍ଦର ଛଡା । ଏବେ ହୁଏତ ତୁ ଦୂରଦର୍ଶନ ରେ ଶକ୍ତିମାନ ଆଉ ରାମାୟଣ ଦେଖିବାକୁ ପାଗଳ ପରି ହଉଥିବୁ, କିନ୍ତୁ ଭବିଷ୍ୟତ ରେ ତୁ ସେସବୁ ଭୁଲି ନେଟଫ୍ଲିକ୍ସ୍ ଆଉ ଆମାଜନପ୍ରାଇମ୍ରେ ସମୟ ବେତେଇବୁ । ତତେ ଯଦି କେହି କହିବେ -"କେବେ ବଡ଼ ହବୁ ତୁ !", ସେତେବେଳେ ସେ କଥା କୁ ଗୋଟେ କାନରେ ପୁରେଇ ଆଉ ଗୋଟେ କାନରେ ବାହାର କରିଦେବୁ , କାରଣ ତୁ ଥରେ ବଡ଼ ହୋଇଗଲା ପରେ ନିଜର ସେଇ ଛୁଆସୁଲଭ ଗୁଣ ଗୁଡ଼ିକୁ ଝୁରିବୁ। ସ୍କୁଲ୍ ହଉ ଅବା କଲେଜ ତତେ ଯଦି କେବେ କେହି ବୋରିଂ ଡାକନ୍ତି ତେବେ ମନ ଦୁଃଖ କରିବୁନି, ଜାଣିନବୁ ସେମାନେ ହୁଏତ ତତେ ଭଲରେ ଜାଣି ନାହାନ୍ତି କି ସେମାନେ ତୋ ଅତି ନିକଟ ର କେହି ନୁହନ୍ତି । ଏବେ ତୋ ଛୋଟ ମୁଣ୍ଡରେ ତୋ ଖେଳ ଘର ଆଉ ଜାତି ଜାତିକା ରଙ୍ଗ ର ଚଖଡି ରେ କାନ୍ଥ ବାଡ଼ ଗରେଇବା ଛଡା ଆଉ କିଛି ମୁଣ୍ଡରେ ପଶୁ ନଥିବ। କିନ୍ତୁ ଦିନ ଆସିବ ତୋର ସେଇ ମୁଣ୍ଡ ବୋହୁତ ବଡ଼ ବଡ଼ ନିଷ୍ପତ୍ତି ନବ ଯେମିତିକି ତୁ କୋଉ କଲେଜ ଯିବୁ, ଆଉ କୋଉ ବୃତ୍ତି କୁ ନିଜର ପେଶା ଭାବରେ ଗ୍ରହଣ କରିବୁ ଇତ୍ୟାଦି। ଆଗାମୀ ଜୀବନର ସବୁ ଦୁଃଖ ସୁଖକୁ ମନ ଭରି ଉପଭୋଗ କରିବୁ ଯେମିତି କି ଏଇ ମାତ୍ର କିଛି ସମୟ ତଳେ ମୁଁ ପ୍ରଥମ ଥର ପାଇଁ ଉଡା ଜାହାଜରେ ବସିଛି । ମନ ରେ ଖୁସି ଆଉ ଦୁଃଖ ର ସମିଶ୍ରଣ ଭାବ , ଖୁସି ଏଥିପାଇଁ କି ମୁଁ ପ୍ରଥମ ଥର ପାଇଁ ଉଡାଜାହାଜ ରେ ବସିଛି ଆଉ ଦୁଃଖ ହେଲା କରୋନା ଭୂତାଣୁ ର ସଂକ୍ରମଣ ଡର । ଏଆରପୋଟ୍ ଭିତରେ, ଜିନିଷ ସବୁ ଏକ୍ସ ରେ କରିବାକୁ ଗଲାବେଳେ ମନେ ପଡ଼ିଲା ଅଧା ଜିନିଷ ଘରେ ଛାଡ଼ି ଆସିଥିବା କଥା । ଏଇ ଆଦତ୍ ଟା ତୋର ବୋହୁତ ଖରାପ , ଚେଷ୍ଟା କରିବୁ ଏ ଆଦତ୍ କୁ ପରିବର୍ତ୍ତନ କରିବାକୁ । ଜାଣିଚୁ, ୨୦୨୦ ବର୍ଷରେ ଭାରତରେ କରୋନା ନାମକ ଏକ ଭୂତାଣୁ ର ଆଗମନ ହୋଇଛି, ଯାହାକି ସମଗ୍ର ମାନବ ଜାତି କୁ ଡରେଇ ରଖିଚି । ଏଆରପୋଟ୍ ସାରା ସତର୍କତା ଅବଲମ୍ବନ କରା ଯାଉଛି, କରୋନା ପାଇଁ ସ୍କ୍ରୀନିଂ ହଉଛି । ଦିନ କୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଛି, ବ୍ୟସ୍ତ ହବୁନି ମୁଁ ଠିକ୍ ଅଛି ନିଜ ଅାଖ ପାଖରେ ସମସ୍ତଙ୍କୁ ସଚେତନ କରୁଛି , କିନ୍ତୁ ବେଳେ ବେଳେ ମନକୁ କରୋନା ର ଆତଙ୍କ ଗ୍ରାସ କରୁଛି ଆଉ ମୁଁ ନିଜକୁ ତାଗିଦ୍ କରୁଛି ୟାଡୁ ସ୍ୟାଡୁ ମନରେ କୌଣସି ପ୍ରକାର ଡର ପଶିବାକୁ ଦେଉ ନାହିଁ । କାଲି କୁ କ'ଣ ହବ ଜଣା ନାହିଁ , କିନ୍ତୁ ସୂଚନା ଅନୁଯାୟୀ କାଲି ଠାରୁ ସବୁ ଯାନ ବାହାନ ଚଳାଚଳ ବନ୍ଦ ହବାର ଅଛି । ଆଜି କାଲି ମନ ସହ ନିତି ସଂଘର୍ଷ ଚାଲିଛି । ପ୍ରାଥନା ରେ ମାଗୁଚି, ଏ ଖରାପ ମୁହୂର୍ତ୍ତର ଜଲଦି ଅବସାନ ଘଟୁ , ସମସ୍ତେ ସ୍ବାସ୍ଥ୍ୟବାନ୍ ହୋଇ ରୁହନ୍ତୁ । ଭାବିଲେ ବିଶ୍ଵାସ ହଉନି କି ମୋର ବୃତ୍ତି ପରିବର୍ତ୍ତନ ହୋଇ ସାରିଛି । ପୁତୁଲ୍, ତୁ ବଡ଼ ହେଲେ କ'ଣ ହବୁ , ୟାର ଉତ୍ତର ରେ ହୁଏତ ତୋ ମନରେ ବୋହୁତ କିଛି ଆସୁଥିବ, ଯେମିତି କି ପ୍ରଥମେ ତୁ ଭାବିବୁ ବୈଜ୍ଞାନିକ ତା ପରେ ଉଡାଜାହାଜ ଦେଖି ଭାବିବୁ ପାଇଲଟ୍ ହବାକୁ , କିନ୍ତୁ ଜମା ବ୍ୟସ୍ତ ହବୁନି କର୍ମ ଠିକ୍ ରଖିବୁ ମାଆ ଙ୍କ କଥା ମାନିବୁ ଯେମିତି ଭଲ ମଣିଷ ଟିଏ ହବୁ । ବାକି ସବୁ ଆପଣା ଛାଏ ହୋଇଯିବ । କେବେ ଦୁଃଖ କରିବୁନି କି କୋୖଣସି ଥିରେ ଆଶା ରଖିବୁନି ତୋ ଜୀବନ ରେ ଯାହା ହବ ଭଲ ହି ହବ । ତେଣିକି ଦୁଃଖ ଆସୁ କି ସୁଖ ଆସୁ ମୁହଁରେ ଚେନାଏ ହସ ର ଧାର ନେଇ ଆଗକୁ ବଢୁଥିବୁ । 

ସତରେ ଉପରୁ ଆକାଶ ଟା ଆହୁରି ସୁନ୍ଦର ଦେଖା ଯାଉଛି, ନୀଳ ଆକାଶ ଆଉ ତା ଦେହରେ ଧଳା ମେଘ । ଧଳା ମେଘ କୁ ଛୁଇଁବାକୁ ଇଛା ହଉଚି ମାତ୍ର ଝରକା ଗୁଡ଼ା ବନ୍ଦ ଅଛି । ବିମାନଟିରେ ମାତ୍ର ୩୦/୪୦ ଜଣ ଯାତ୍ରୀ , କରୋନା ଭୂତାଣୁ ଭୟରେ ବିମାନ ଟି ଖାଲି ଯାଉଛି । ଅଧାରୁ ଅଧିକା ଯାତ୍ରୀ ଶୋଇ ଗଲେଣି ଆଉ କିଛି ଜଣ ସିନେମା ଦେଖିବାରେ ବ୍ୟସ୍ତ , ମୁଁ ଶୋଇବାକୁ ଭାବିଥିଲି, କିନ୍ତୁ ଆଖିରୁ ନିଦ ହଜି ଗଲା ପରି ଲାଗୁଚି । ମାେ ପାଖା ସିଟ୍ ରେ ବସିଥିବା ଝିଅଟି ମାଗାଜିନ୍ ଧରି କ'ଣ ଗୁଡ଼ାଏ ପଢ଼ି ପକାଉଛି ।

କେଇ ଘଣ୍ଟା ଆଗରୁ ଉଡାଜାହାଜ ରେ ବସିବା କୁ ବୋହୁତ ଡର ଲାଗୁଥିଲା, ମାତ୍ର ଏବେ ସ୍ୱାଭାବିକ ଲାଗୁଚି । ଏକା ଯାତ୍ରା କରିବା ଟା ମୋର ଆଦତ୍ ହୋଇ ସାରିଛି , କିନ୍ତୁ ଏପାଳି କାହିଁକି କେଜାଣି ଏତେ ଡରୁ ଥିଲି ହୁଏତ ଉଡାଜାହାଜ ରେ ପ୍ରଥମ ଥର ବସୁଥିଲି ବୋଲି । ଆସିଲା ବେଳେ ସାନ ଭାଇ ବ୍ୟାଗ୍ ରେ ଗୋଟେ ଭଲ ଉପନ୍ୟାସ ଟିଏ ରଖିଥିଲା, ବହି ଟା ଖୋଲିଲା ବେଳକୁ ଅକ୍ଷର ଗୁଡ଼ାକ ମିଞ୍ଜି ମିଞ୍ଜି ଦେଖା ଯାଉଚି କିଛି ପଢ଼ିବାକୁ ଇଛା ହଉ ନାହିଁ । ସେଥିପାଇଁ ତତେ ଚିଠି ଲେଖିବାକୁ ସ୍ଥିର କଲି । ଏଇ କିଛି ଦିନ ତଳେ ଚିନ୍ ର ଉହାନ୍ ସହର ରୁ କରୋନା ରୋଗ ବାହାରି ପୁରା ସମଗ୍ର ପୃଥିବୀ କୁ ସଂକ୍ରମଣ କରିଗଲାଣି, କହି ହବନି କେତେ ବେଳେ କାହା ପାଖରେ ପହଞ୍ଚି ଯିବ ରୋଗ । କହିବା ବାହୁଲ୍ୟ ଯେ ରୋଗ ର କୌଣସି ପ୍ରକାର ର ଠିକଣା ନାହିଁ।

କାହିଁକି କେଜାଣି ତୁଛ ମନେ ହଉଥିବା ଜୀବନ ଟା ଆଜି କାଲି ଭାରି ଗୁରୁତ୍ବପୂର୍ଣ୍ଣ ମନେ ହଉଚି। ଘରୁ ବାରମ୍ବାର ଫୋନ ଆସୁଚି ଆଉ ସାଙ୍ଗ ସାଥୀ ସମସ୍ତଙ୍କ ମେସେଜ ସହ କୋରୋନାରୁ ବଞ୍ଚିକି ରହିବା ଉପାୟ। କୌଣସି ସୋସିଆଲ ମିଡ଼ିଆ ବ୍ୟବହାର କରିବାକୁ ଇଛା ହଉନି। WhatsApp ଟା ଖୋଲି ଦେଲା ମାତ୍ରେ ଭୁ ଭୁ ଭାଇବ୍ରେଟ୍ ହୋଇ କୋରନ ପାଇଁ ଗୁଡ଼ାଏ ମେସେଜ୍ ଆସିଯାଉଛି। ସକାଳ ପାଇଲେ ଆଉ କିଛି ଭାବିବା ପରିବର୍ତ୍ତେ କୋଉଠି କେତେ କୋରନା ରୋଗୀ ଲୋକ ଅଛନ୍ତି ଜାଣିବାକୁ ଚେଷ୍ଟା କରୁଚି। ସାନିଟାଇଜର୍ ଆଉ ମସ୍କ୍ ପାଇଁ ପୁରା ଦୁନିଆ ଲଢେଇ କରୁଚି। ମନେ ରଖିଥିବୁ ବ୍ୟାଗ୍ ରେ ଗୋଟେ ସାନିଟାଇଜର୍ ରଖିବାକୁ କେବେ ଭୁଲିବିନି, ଆଉ ହାତ ଭଳ କରି ଧୋଉଥିବୁ। ବୋହୁତ ସତର୍କ ହୋଇ ଚାଲିବାର ସମୟ ପାଖେଇ ଆସିଛି।

ଯୁକ୍ତରାଷ୍ଟ୍ର ଆମେରିକା ର ରାଷ୍ଟ୍ରପତି ଏବେ କହିଚନ୍ତି - " ସାରା ବିଶ୍ବ ଏକ ଅଦୃଶ୍ୟ ଲଢ଼େଇ କରୁଚି, କିନ୍ତୁ ଆମେ ଜିତିବା"। ଗୋଲାପ ଗଛ ର କଣ୍ଟା ଆଉ ଜହ୍ନ ରେ ଦାଗ ପରୀ ଆମ ଜୀବନ ରେ ମଧ୍ୟ ଭଳ ସହ ଖରାପ ଯୋଡ଼ି ହୋଇ ରହିଛି। ତେଣୁ ନିଜକୁ ସବୁ ବେଳେ ପ୍ରସ୍ତୁତ ରଖିବୁ। ଆଗକୁ ଯାଇ ବଡ଼ ହେଲେ, ହାତ ଧରି ବାକୁ ହୁଏତ ତତେ ବହୁତ୍ ଲୋକ ମିଳିବେ, କିନ୍ତୁ ତୋ ସାଥିରେ ପାଦ ରେ ପାଦ ମିଶେଇ ଚାଲିବା ଲୋକ ତତେ ଖୁବ୍ କମ୍ ମିଳିବେ। ତୋ ଦୁଃଖରେ ଦୁଃଖୀ ହବା ଆଉ ତୋ ସୁଖରେ ସୁଖୀ ହବା ଲୋକ ମିଳିବେ, ସେମାନଙ୍କୁ କେବେ ନିଜଠାରୁ ଦୂରେଇ ଦେବୁ ନାହିଁ।

ମୁଁ ଏବେ ଝୁରି ହଉଚି ମୋ ନିରାପଦ ସ୍ଥାନଟିକୁ, ମାଆ ବାପାଙ୍କ ଛତ୍ରଛାୟା ଯାହାକି ବଡ଼ ରୁ ବଡ଼ ବିପଦ କୁ ମୋ ଠାରୁ କୋଷେ ଦୂର ରେ ରଖିବାକୁ ସମ୍ଭବପର ଥିଲା। ବେଳେ ବେଳେ ମନେ ପଡ଼ୁଚି ଲକ୍ଷ୍ମୀ ପୂଜା ମେଳାରେ ବାପା ଦେଇଥିବା ସେ ଛୋଟିଆ କଣ୍ଢେଇ ଟିକୁ ଆଉ ତା ପାଇଁ ମାଆ ର ଶାଢ଼ୀ ଚିରି ଅତି ଆନନ୍ଦରେ ନିଜ ହାତରେ ଡ୍ରେସ୍ ବନାଉଥିବା ଝିଅଟିକୁ।

ଏବେ ମନ ପଡ଼ୁଚି ତୋର ସେ ସରଳ ମୁହଁଟିକୁ ଆଉ ଆଶା କରେ ତୁ ଜାଣିବାକୁ ପାଇଥିବୁ ତୁ କିପରି ଅନୁଭବ କରିବୁ 20 ବର୍ଷ ପରେ। ଲୋକେ କୁହନ୍ତି ଛୁଆ ଦିନ କୁ ଉପଭୋଗ କରିବାକୁ, ତେଣୁ ଜଲ୍ଦୀ ବଡ଼ ହବାକୁ ଚେଷ୍ଟା କରିବା ବନ୍ଦ କରି ଛୁଆ ଦିନକୁ ଉପଭୋଗ କରୁଥା । ଆଜି ଏତିକି ରେ ରଖୁଛି ।

                                   ଇତି

                                    ମୁଁ



Rate this content
Log in