STORYMIRROR

Pallabi Das

Abstract

2  

Pallabi Das

Abstract

ମୁଁ ପ୍ରେମିକ

ମୁଁ ପ୍ରେମିକ

2 mins
158

ଭାଲେଣ୍ଟାଇନ ଡେ ପ୍ରାୟ ଶେଷ ହୋଇ ଆସୁଥାଏ। ବୋହୁତ ଦ୍ଵନ୍ଦ ରେ ଥାଏ, କେମିତି ଆଉ କ'ଣ କହି ମୁଁ ମୋ ୱାନ୍ ସାଇଡ ପ୍ରେମିକା କୁ ଦୂରକୁ ଯିବାକୁ ଅଟକାଇବି। ବିଚାରି ସବୁବେଳେ ଭାବେ ତାକୁ କେହି ଭଲ ପାଉ ନାହାନ୍ତି, ସେ ଏଇ ଦୁନିଆ ପାଇଁ ଅନାବଶ୍ୟକ ।

କେମିତି ବୁଝାଇବି ତାକୁ " କେତେ ଯେ ଭଲ ପାଏ ତାକୁ, ଆଉ ସେ ମୋ ପାଇଁ କ'ଣ "। ସିଧା କଥା କହି ବୋହୁତ ଥର ଚେଷ୍ଟା କରିଛି ତାକୁ ମୁଁ ମୋ ମନର ଭାବନା ଜଣେଇବା ପାଇଁ । କିନ୍ତୁ ସବୁ ଥର ମାେ ଚେଷ୍ଟା ବିଫଳ ହୋଇଛି । ଆଉ ଏସବୁ ର ସାକ୍ଷୀ ଆମ ଦୁହିଁଙ୍କ କଲେଜ କ୍ୟାଣ୍ଟିନ ଆଉ ଲାଈବ୍ରେରି । ଆଜ୍ଞା ଠିକ୍ ବୁଝିଲେ, ଆମେ ଦୁହେଁ ଏକା କଲେଜ ରେ ପାଠ ପଢ଼ୁଥିଲୁ ଘର ମଧ୍ୟ ପାଖ ପାଖି ଥିଲା । ମାେ ଘରର ଛାତ ରୁ ତା ଘର ପୁରାପୁରି ଭଲ ଭାବରେ ଦେଖା ନଗଲେ ମଧ୍ୟ ତା ଘରର ଟିକେ ଅଧେ ଦେଖା ଯାଉଥିଲା । ବାସ୍ ସବୁଦିନ ସେତିକି ଦରକାର ଥିଲା ମତେ ତାର ଟିକେ ଝଲକ୍ ଦେଖିବାକୁ । ଆମ ଗଳିରେ ମାଙ୍କଡ଼ ଆସେନି କିନ୍ତୁ ମାେ କାମ ସବୁ ମାଙ୍କଡ଼ ଠାରୁ ମଧ୍ୟ ବଳି । କେବେ ମୁଁ ଆମ ଘର ର ଝରକା ରେ ଝୁଲି ପଡ଼େ ତ ପୁଣି କେବେ ଲୁହା କବାଟର ଧାରରେ ଚଢ଼ିଯାଏ କେବଳ ତାକୁ ଦେଖିବାକୁ । ଦିନେ ହଠାତ୍ ତା ମାଆ ମତେ ଡାକିଥିଲେ ତାଙ୍କ ଘରକୁ।

ଉଃ, ନିଃଶ୍ୱାସ ଅଟକି ଯାଉଥିଲା ମୋର। ଏତେ ସୁନ୍ଦର ! ଘିଅ ରଙ୍ଗ ର କାନ୍ଥ ଆଉ ଘିଅ ରଙ୍ଗ ର କାର୍ପେଟ୍ ରେ ସମସ୍ତ ଘରର ଚଟାଣ ଘେରା। ତା' ଉପରେ ଦାମି ଫର୍ଣିଚର୍ । ଦାଣ୍ଡ ଘରର ସୌନ୍ଦର୍ଯ୍ୟ କୁ ଦ୍ଵିଗୁଣିତ କରିବା ପାଇଁ ଗୋଟେ ବଡ଼ ବୁନ୍ଧଙ୍କ ମୂର୍ତ୍ତି ରଖା ଯାଇଛି ଆଉ ତାର ଅପର ପାର୍ଶ୍ଵ ରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଆଉ ମାତା ସୁଭଦ୍ରାଙ୍କ ଗୋଟେ। ସିଡିର ପ୍ରତିଟି ପାହାଚ କୁ ଲାଗିଥିବା କାନ୍ଥ ରେ ଲାଗିଚି ମାେ ପ୍ରେମିକା ର ଫଟୋ । ଲାଗିବନି କେମିତି ଯେ ସେ ପରା ତା ବାପାଙ୍କ ର ଏକମାତ୍ର ଅଲିଅଳି ଝିଅ ଆଉ କୋଟି କୋଟି ସମ୍ପତ୍ତି ର ମାଲିକ ମଧ୍ୟ । ସେଦିନ ତା ମା ମତେ ଖାଇବାକୁ ଡାକିଥିଲେ ଆଉ ସେ ବାହାନା ରେ ମୋଠାରୁ କଲେଜ ର ଖବର ବୁଝୁଥିଲେ । ତାଙ୍କର ଭାରି ଚିନ୍ତା ଥିଲା କାଳେ ତାଙ୍କ ଝିଅ କୁ କୋଉ ଟୋକା ହଇରାଣ କରିବ କି କିଏ କିଛି ଅପ୍ରୀତିକର ପରିସ୍ଥିତି ରେ ପକାଇବ । ସେଦିନ,ତା ମାଆ ଙ୍କ ଚିନ୍ତା ଶୁଣି, ମାେ ପାଟି ରୁ ବାହାରି ଆସୁଥିବା କିଛି ଶବଦ କୁ ମୁଁ ନିଜ ଭିତରେ ସୀମିତ ରଖି ଦେଲି ।

କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract