STORYMIRROR

Pallabi Das

Abstract

2  

Pallabi Das

Abstract

ଆଉ ନୁହେଁ

ଆଉ ନୁହେଁ

2 mins
448


ଦିନ ରାତି ହସ୍ପିଟାଲ୍ ବେଡ୍ ରେ ସରିତା ଶୋଇ ରହୁଥିଲେ । ସେଥିପାଇଁ ଦିନେ ଡକ୍ଟର୍ କହିଥିଲେ-"ମାଡ଼ାମ୍ , ଟିକେ ଚଲା ବୁଲା କରନ୍ତୁ । ସରିତା ତା ପର ଦିନଠାରୁ ନୀତି ହସ୍ପିଟାଲ୍ ର ଆଖପାଖ ଅଞ୍ଚଳ ରେ ଚାଲିବାକୁ ଦୁଇ ଓଳି ବାହାରି ପଡନ୍ତି । 

ଚାଲୁ ଚାଲୁ ଥକା ଲାଗିଲେ , ଅାଖପାଖ ସିମେଣ୍ଟ୍‌ ବେଞ୍ଚ୍‌ କିମ୍ବା ଘାସ ଗାଲିଚା ଉପରେ ବସି ପଡନ୍ତି ଆଉ ହାତରେ ଧରିଥିବା ମୋବାଇଲ ଫୋନ୍ କୁ କିଛି ସମୟ ଦେଖି ଛୁଆ ଦିଟା ଙ୍କୁ ମନେ ପକାନ୍ତି । ମାତ୍ର ପନ୍ଦର ମିନିଟ୍‌ ଚାଲିଛି ମନେ ପଡ଼ିଲେ ଆହୁରି ଚାଲିବାକୁ ଉଠି ପଡ଼ନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅତି କମ୍‌ରେ ତାଙ୍କୁ ଆହୁରି ପନ୍ଦର ମିନିଟ ଚାଲିବାକୁ ହେବ । ତାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏହା ଏକାନ୍ତ ଜରୁରୀ । ଚଲିବାଟା ଜରୁରୀ , ନିହାତି ଜରୁରୀ" ଏକଥା ନିଜକୁ ବାରମ୍ବାର ବୁଝେଇ ଦିଅନ୍ତି। ଶରୀର ର ଓଜନ ଅଧିକା ଥିବାରୁ ଏକଥା କେବଳ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନୁହନ୍ତି , ତାଙ୍କ ସ୍ୱାମୀ ସନ୍ତାନ ପରିବାର ସମସ୍ତେ ଶୁଆଶାରୀ ପରି ତାଙ୍କ ସାମ୍ନାରେ ଘୋଷିଛନ୍ତି , ତାଙ୍କୁ ମଧ୍ୟ ଘୋସାଇଛନ୍ତି । କିନ୍ତୁ ବାସ ପନ୍ଦର ମିନିଟ ଚାଲିବା ପରେ ସେ ଯେ ଭୀଷଣ ଭାବରେ ଥକି ଯାଆନ୍ତି। ବେଳେ ବେଳେ ତାଙ୍କୁ ମନ ହୁଏ ନିଜ ସ୍ବାମୀ ସୁମନ୍ତ ଙ୍କୁ ପଚାରିବାକୁ , ତାଙ୍କୁ ଛାଡ଼ିବାର ଅନ୍ୟ କାରଣ ତାଙ୍କ ଓଜନ ନୁହେଁ ତ ! ନିଜକୁ ବାରମ୍ବାର ମିରର ରେ ଦେଖନ୍

ତି, ହେରୋଇନ ଐଶା ଙ୍କ ତୁଳନା ରେ ନିଜକୁ ବୋହୁତ ଛୋଟ ମନେ କରନ୍ତି । କେହି କେବେ ଐଶା ଆଉ ସୁମନ୍ତଙ୍କ ବିଷୟରେ କିଛି ପଚାରିଲେ ,ଐଶା ଯେ ସ୍ଵାମୀଙ୍କ ଏକ୍ସଟ୍ରା ମ୍ୟାରିଟାଲ୍ ଆଫେଆର୍ ସେକଥା କହିବାକୁ ତାଙ୍କ ପାଟିକୁ କଷ୍ଟ ହୁଏ । ମନ ତ କେବେ ଠାରୁ ମାନି ସାରିଥିଲା ବାସ୍ ନିଜ ପାଟି କୁ ସ୍ଵାଧୀନତା ଦେଇପାରିନଥିଲେ ।

କଣ ଭଲ ଲାଗିଥିବ ସୁମନ୍ତଙ୍କୁ ଐଶା ର ଭାବିଲା ବେଳକୁ ଐଶାଙ୍କ ତନୁ ପାତେଳି ଶରୀର ଆଉ ସୁନ୍ଦର ଗଢଣ ମନେ ପଡ଼ିଯାଏ ।

ବୋଧହୁଏ, ଛୁଆ ମାନେ କିଛି କିଛି ବୁଝି ପାରୁଥିଲେ ସେଥିପାଇଁ ତ କୁହନ୍ତି,ମାମା ତୁମେ ଟିକେ ଚଲା ବୁଲା କରି ନିଜ ଓଜନ କମାଅ ।

ଯଦି ଛୁଆଙ୍କୁ କୁହେ ଚାଲିଲେ ମତେ ଥକା ଲାଗୁଛି ତେବେ ସେମାନେ କୁହନ୍ତି, "ମାମା , ଏଇଟା ତୁମ ମନ ଭିତରେ ବସା ବାନ୍ଧି ରହିଯାଇଛି । ଥକା କାହିଁକି ଲାଗିବ, ଚାଲିଲେ ଫୁର୍ତ୍ତି ଲାଗିବ , ଫ୍ରେସ୍‌ ଲାଗିବ "। ପୁଅ ତା ବାପାଙ୍କ ପରି । ଝିଅ କିଛି ନ କହି ଚୁପ ରହେ । କିନ୍ତୁ ଏକୁଟିଆ ବେଳେ କହେ । ମାମା ତତେ ତୋ ନିଜ ପାଇଁ ଚାଲିବାକୁ ହେବ । ଠିକ୍‌ ରହିବାକୁ ହେବ ମୁଁ ଜାଣିଚି ତୁ ଠିକ୍‌ କହୁଚୁ ତୋତେ କଷ୍ଟ ହେଉଛି , ଧଇଁ ସଇଁ ଲାଗୁଚି , ଲାଗୁଥିବା, ତଥାପି ତୋତେ ଚାଲିବାକୁ ହେବ" ।

ଏବେ ତା କଥା ବେଶି ମନେ ପଡୁଛି , ସେ ଠିକ୍ କହୁଥିଲା , ମାମା ତାଥାବି ତତେ ଚାଲିବାକୁ ହବ ଆମ ପାଇଁ ନହେଲେ ମଧ୍ୟ ନିଜ ପାଇଁ

କ୍ରମଶଃ


Rate this content
Log in

Similar oriya story from Abstract