The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pallabi Das

Abstract

2  

Pallabi Das

Abstract

ଆଉ ନୁହେଁ

ଆଉ ନୁହେଁ

2 mins
236


ହସ୍ପିଟାଲ୍ ବେଡ୍ ରେ ଶୋଇ ଶୋଇ ସରିତା ସ୍ବପ୍ନ ଦେଖୁଥିଲେ ମାୟା ନଗରୀ ର ମାୟା, ଯାହା ତାଙ୍କ ସଂସାରକୁ ଆଖି ପିଛୁଳାକେ ଛାର ଖାର କରିଦେଇଥିଲା ।

ମାୟା ନଗରୀ ମୁମ୍ବାଇର ମାୟା ଟିକେ ଭିନ୍ନ ଧରଣର । ସେଠି ସବୁବେଳେ ପ୍ରେମର ଋତୁ, ଲଭ୍, ରୋମାନ୍ସର ଗାଥା । କଳାକାର ପରିବାରର ପିଲାମାନେ ବଲିଉଡ଼୍‌ରେ ଏଣ୍ଟ୍ରି କିଛି ନୁଆ କଥା ନୁହଁ । ପୂର୍ବରୁ ଅନେକ ଏଥିରେ ସଫଳ ହୋଇଥିବାବେଳେ କେତେକ ବିଫଳ ମଧ୍ୟ ହୋଇଛନ୍ତି । ନିକଟରେ ସେହି ପରି ଜଣେ କଳାକାର ପରିବାର ର ଝିଅ ନାୟିକା ସାଜିଛନ୍ତି। ନାମ ତାଙ୍କର ଐଶା, ଡେବ୍ୟୁ କରିଛନ୍ତି ସୁମନ୍ତଙ୍କ କାହାଣୀରେ । ଯେହେତୁ ଫିଲ୍ମ୍ ର କାହାଣୀ ଆଉ ଚରିତ୍ର ଗୋଟେ ଝିଅ ଉପରେ ଆଧାରିତ ସେଥିପାଇଁ ସୁମନ୍ତ ଙ୍କ ଅଧାରୁ ଅଧିକା ସମୟ ଐଶାଙ୍କ ସାଥିରେ ବିତିଯାଏ । କାହାଣୀ ର ଚରିତ୍ର ଚିତ୍ରଣ କରୁ କରୁ ସୁମନ୍ତ ଯେ କେତେବେଳେ ନିଜ ସ୍ତ୍ରୀ ସରିତା କୁ ଭୁଲି ଐଶାଙ୍କ ମାୟା ଜାଲ ରେ ଫସି ଗଲେ ଜାଣି ହେଲାନି । ଦୁହେଁ ପ୍ରଥମେ ଭଲ ବନ୍ଧୁ ଥିଲେ କିନ୍ତୁ,

‌ଐଶା ଅପକମିଙ୍ଗ ଫିଲ୍ମ ଲାଗି ଅନେକ ଶୋ’ରେ ଯୋଗଦେଉଥିବା ବେଳେ ଏକ ଚାଟ୍ ଶୋ’ରେ ରଖିଥିବା ନିଜର ମନ୍ତବ୍ୟ ସମସ୍ତଙ୍କୁ ଚକିତ କରି ଦେଇଥିଲା। ଐଶାଙ୍କୁ ପଚରା ଯାଇଥିଲା ଯେ, ଯଦି ତୁମକୁ ବିବାହ କରିବାକୁ କୁହାଯିବ ତେବେ ତୁମେ କ’ଣ କରିବ ? ଏହି ପ୍ରଶ୍ନର ଉତ୍ତର ରଖିବାକୁଯାଇ ଐଶା କହିଥିଲେ – ମୋତେ କୌଣସି ଅସୁବିଧା ନାହିଁ, ଯଦି ମୋ ଫିଲ୍ମ୍ ର କାହାଣୀ ଲେଖିଥିବା ଲୋକ ସହ ମୋର ବିବାହ ହବ । ଆଉ ମୁଁ ଅଧିକା ଖୁସି ହେବି ଯଦି ସେ ସୁମନ୍ତ ହୁଅନ୍ତି । ସରିତା, ଏଇ ଇଣ୍ଟରଭିଉ ଭଲରେ ଶୁଣିଥିଲେ ତଥାବି ସେ କଥା କୁ ସିରିଅସ୍ ନେଲେନି ଆଉ ଠିକ୍ ଆଗ ପରି ପତିବତ୍ରା ସ୍ତ୍ରୀ ହୋଇ ସ୍ବାମୀ ଙ୍କ ସହ ପାଦ ମିଶେଇ ଚାଲିଥିଲେ ।

‌ ବେଳେ ବେଳେ ସରିତା ର ସହକର୍ମୀ ମାନେ ସୁମନ୍ତ କୁ ଟିକେ ଆକଟ କରିବାକୁ ଉପଦେଶ ଦିଅନ୍ତି କିନ୍ତୁ ସରିତା ହସି ଦେଇ କୁହେ- ମୋର ମୋ ସ୍ଵାମୀ ଙ୍କ ଉପରେ ବୋହୁତ ବିଶ୍ଵାସ ଅଛି, ନିଜ ଠାରୁ ମଧ୍ୟ ଅଧିକା ତେଣୁ ତୁମେ ସବୁ ଏତେ ବ୍ୟସ୍ତ ହୁଅ ନାହିଁ ।

‌ ସତରେ କଣ ସୁମନ୍ତ ତାଙ୍କ ବିଶ୍ଵାସର ଯୋଗ୍ୟ ସେ କେବେ ଭାବି ନଥିଲେ। ଆଉ ଐଶା, ଆଦ୍ୟ ଯୌବନର ପ୍ରଥମ ସୋପାନରେ ପାଦ ଦେଇ ସବୁ ଝିଅଙ୍କ ପରି ସେ ମଧ୍ୟ ନିତି ସ୍ବପ୍ନ ଦେଖୁଥିବ ତା ପ୍ରେମିକ ପାଇଁ କିନ୍ତୁ ସେ ଯେ ମାତ୍ର ଜଣେ ନାୟିକା ସାଜିଥିଲେ ସ୍ଵାମୀଙ୍କ କାହାଣୀର ଆଉ ତାଙ୍କୁ ବୋହୁତ ଭଲ ପାଇ ବସିଥିଲେ । କେମିତି ପାଇବେନି ଯେ ! ସୁମନ୍ତଙ୍କ ଜୀବନ୍ତ କାହାଣୀରୁ ତ ତାଙ୍କ ନିଜ ଜୀବନ ଆରମ୍ଭ ହୋଇଥିଲା । ପାର୍ଥକ୍ୟ ବାସ୍ ଏତିକି ଥିଲା, କାହାଣୀ ପଢ଼ି ସରିତାଙ୍କ ମନରେ ସୁମନ୍ତଙ୍କ ପାଇଁ ଭଲପାଇବା ଆସିଯାଇଥିଲା ଆଉ ସରିତାଙ୍କ ସ୍ଵାଧୀନ ଚିନ୍ତାଧାରା ଆଉ କିଛିଟା ଭଲ ଗୁଣ ସୁମନ୍ତଙ୍କୁ ତାଙ୍କ ସାଥୀ ରେ ବାନ୍ଧି ଦେଇଥିଲା। ଐଶା ସବୁ ଜାଣି ମଧ୍ୟ ଜଣେ ବିବାହିତ ପୁରୁଷକୁ ଭଲପାଇ ବସିଥିଲେ। ସରିତା ଭାବୁଥିଲା - "ସତରେ କଣ ଐଶା, ସୁମନ୍ତକୁ ମାେ ଠାରୁ ଅଧିକା ଭଲ ପାଉଛନ୍ତି !" ବାସ୍ ଏତିକି ଭାବିଲା ବେଳକୁ ମୁଣ୍ଡଟା ପୁଣି ଧିକ୍ ଧୀକ୍ କରି ବିନ୍ଧିବା ଆରମ୍ଭ କରିଦେଲା, ସରିତା ପୁଣି ଆଖି ଦିଟା ଜବରଦସ୍ତି ବନ୍ଦକରି ଶୋଇବାକୁ ଚେଷ୍ଟା କଲେ ...

‌ କ୍ରମଶଃ...



Rate this content
Log in

Similar oriya story from Abstract