Pallabi Das

Abstract

2  

Pallabi Das

Abstract

ଅପ୍ରତ୍ୟାଶିତ ଖୁସି

ଅପ୍ରତ୍ୟାଶିତ ଖୁସି

3 mins
133


ବାହାଘର କୁ ପାଖାପାଖି ୧୦ ମାସ ହୋଇଗଲାଣି । ବାହାଘର ପରେ ଜୀବନ ପୁଣି ଥରେ ସାମାନ୍ୟ ହୋଇଗଲା ପରି ଲାଗୁଚି। ପିହୁ ସଖାଳୁ ଉଠି ରୋଷେଇ ସାରି ନିଜର ନୀତି ଦିନିଆ କାମ ସାରି ତା ଅଫିସ ଯିବାକୁ ରେଡ୍ଡୀ , କିନ୍ତୁ ଅଭୟ ଆଜି ପୁଣି ଡେରି ରେ ଉଠି ସବୁ ଅବେଳା କରି ସାରିଲେଣି। ପିହୁର ଅଫିସ୍ ବେଳ ପାଖେଇ ଗଲାଣି। ଯଦି ଅଭୟ ତାକୁ ବସ୍ ଷ୍ଟାଣ୍ଡରେ ଜଲ୍ଦୀ ନଛାଡନ୍ତି ତେବେ ବହୁତ୍ ବିଳମ୍ବ ହୋଇଯିବ।

 "ଆହୁରି କେତେବେଳ ଲାଗିବ ଯେ ?" ପୀହୁ ଚିଡି ଚିଡି ଅଭୟ କୁ ପଚାରୁଥିଲା। "ବାସ୍ ଆଉ ୫ ମିନିଟ ମାମା, ଜୋତା ପାଇଁ ମୋଜା ଖୋଜୁଛି"। ଆରେ ଆଲମାରୀ ର ସଭା ତଳ ଥାକରେ ଅଛି ଠିକ୍ ସେ ଦେଖନ୍ତୁ । 

 କିଛି ସମୟ ପରେ ଉଭୟ ବାଇକ୍ ରେ ବସି ବାହାରି ପଡ଼ିଲେ ଅଫିସ ଅଭିମୁଖେ। ଅଭୟ, ବସ୍ ଷ୍ଟାଣ୍ଡରେ ପିହୁ କୁ ଛାଡ଼ି ଗୋଟେ ଗେଲ କରି ସେ ତାଙ୍କ ବାଟରେ ଚାଲି ଗଲେ। ପୀହୁ ବସ୍ ରେ ବସି ତାଙ୍କ ବାହାଘର ପୂର୍ବ ସ୍ମୃତି ମନେ ପକାଇ ହସୁ ଥିଲା, ଠିକ୍ ସେତେବେଳେ ତାଙ୍କ ନଜର ଗୋଟେ ଝିଅ ଉପରେ ପଡ଼ିଲା। ସେ ଝିଅ ଟି ହାତରେ ବୋହୁତ ଜିନିଷ ଥିଲା, ଆଉ ସାଙ୍ଗରେ ଜଣେ ବୁଢ଼ା ଲୋକ ଥିଲେ। ଝିଅଟି ବୃଦ୍ଧ ଲୋକଙ୍କ ଉଦ୍ଦେଶ୍ୟ ରେ କହୁଥିଲା-"ବାପା, ଆରାମ ରେ ହ୍ୟାଣ୍ଡେଲ ଟିକୁ ଧରି ଚଢ଼ନ୍ତୁ, ମୁଁ ଜିନିଷ ସବୁ ଚଢେଇ ଦିଏ"। ବୁଢ଼ା ଲୋକ ଟି ଚଢ଼ିଲା ବେଳକୁ ତାଙ୍କ ବଳ ପାଉ ନଥାଏ। ପିହୁ ତୁରନ୍ତ ତାଙ୍କ ହାତ କୁ ଧରି ଉପରକୁ ନେଇ ଆସିଲା, ଆଉ ତା ପାଖରେ ଥିବା ଖାଲି ସିଟ୍ ରେ ବସେଇ ଦେଲା। ଆଉ ସେ ଝିଅ ହାତ ରୁ ଗୋଟେ ବ୍ୟାଗ୍ ଧରି ଟେକି ଦେଲା ଉପର ଥାକ ରେ ରଖିବାକୁ ।

"ମଉସା ଠିକ୍ ସେ ବସିଛନ୍ତି ତ ?" ଏତିକି ପଚାରି ପିହୁ ତାଙ୍କ ଝିଅ କୁ ସେ ଦିଟିକିଏ ସିଟ୍ ରେ ବସିବାକୁ ଇଶରା କଲା। 

"ନା ନା ଦିଦି ଆପଣ ଖାଲି ବାପାଙ୍କୁ ସାହାଯ୍ୟ କଲେ ସେତିକି ହିଁ ମୋ ପାଇଁ ବହୁତ୍। ଆପଣ ଦି ଜଣ ଆରାମ ରେ ବସନ୍ତୁ। ମୁଁ ଠିଆ ଠିଆ ପଳେଇବି।"

କିନ୍ତୁ ପିହୁ ଜିଦ୍ କରି ସେ ଝିଅ ଟିକୁ ଦିଜଣଙ୍କ ମଝିରେ ବସେଇ ଦେଲା। ଆଉ ଶୁଣିବାକୁ ଲାଗିଲା ସେମାନଙ୍କ ଗପ ସବୁ।

ତାକୁ ମନେ ପଡ଼ିଗଲା ପିଲା ଦିନେ କେମିତି ବାପା ତାକୁ ବସ୍ ରେ ଗାଁ ବୁଲେଇ ନେଇଯାନ୍ତି, ଆଉ ତାକୁ ଝର୍କା ପାଖରେ ବସେଇ ରାସ୍ତା ରେ ସବୁ ଜିନିଷ ଦେଖେଇ ଦେଖେଇ ନେଇ ଯାଆନ୍ତି। ସେ ପୁରା ଦିନ ଅଫିସ ରେ ତାକୁ ବାପାଙ୍କ କଥା ବହୁତ୍ ମନେ ପଡୁଥାଏ। ଲଞ୍ଚ ଟାଇମ ରେ ସେ ଅଭୟଙ୍କୁ ସଖାଳ ର ବସ୍ ଘଟଣା କଥା ବି କହିଥିଲା। ଆଉ କହିଥିଲା ଯେ କେମିତି ସେ ବାପାଙ୍କୁ ବହୁତ୍ ମନେ ପକାଉ ଥିଲା। ଅଭୟ ସେତେବେଳେ ବେଶୀ କିଛି ରିଆକ୍ସନ ଦେଲେ ନାହିଁ। ଖାଲି କହିଲେ କି ହଉ, ଜନ୍ମ ଦିନ ବେଳକୁ ମିଶି ଆସିବା ବାପାଙ୍କୁ। ରାତି ରେ ଘର କୁ ଫେରି ସେ ପୁଣି ଅଭୟ ଙ୍କୁ ସେ କଥା କହୁଥିଲେ କି କେମିତି ସେ ଝିଅ ଟାକୁ ଦେଖି ତାଙ୍କ ପିଲା ଦିନ ସ୍ମୃତି ସବୁ ମନେ ପକାଉଥିଲେ।

ତା ପରେ ଦିନ ଏମିତି ଗାଡ଼ି ଚାଲିଲା। ପିହୁ ପୁଣି ଥରେ ତା କାମ ରେ ବହୁତ୍ ବ୍ୟସ୍ତ ରହି ଗଲା ଆଉ ସେ ଦିନ ଟି କୁ ଭୁଲି ଯାଇଥିଲା।

ଆଜିକୁ ପାଖା ପାଖି ତିନି ସପ୍ତାହ ହୋଇଯାଇଥିବ ସେ ଘଟଣାକୁ। ଆଉ କଲି ହଉଚି ପିହୁ ର ଜନ୍ମଦିନ। ହେଲେ କାମ ବହୁତ୍ ବେଶୀ ଥିବା ଯୋଗୁ ସେ ଆଉ ଏ ପାଳି ଘରକୁ ଯାଇ ପାରିବେ ନାହିଁ। 

ବାପାଙ୍କୁ ମିଶିବା, ତାଙ୍କ ସ୍ବପ୍ନ ଅଧାରେ ରହିଗଲା।

ତା ଆର ଦିନ ସକାଳୁ ଗୋଟେ କବାଟ ବେଳ୍ ଆବଜ୍ ରେ ପିହୁଙ୍କ ନିଦ ଭାଙ୍ଗିଗଲା। ଏତେ ସକାଳୁ କିଏ ଯେ ହୋଇଥିବ ଭାବି ପିହୁ କବାଟ ଆଡ୍ କୁ ଗଲେ। କିନ୍ତୁ କବାଟ ଖୋଲି କି ଦେଖିଲା ବେଳକୁ ବାପା ଆଉ ମା କବାଟ ମୁହଁ ରେ ହାଜର।

 ଭିତରୁ ଅଭୟ ଆସି କହିଲେ -" ସର୍ପ୍ରାଇଜ୍ , ଦେଖିଲ ତ ମିଶେଇ ଦେଲି " ।

ପିହୁ ବାସ୍ ବଲ ବଲ ହୋଇ ଅଭୟଙ୍କ ମୁହଁକୁ ଚାହିଁ ରହିଥିଲା ଆଉ ଖୁସିର ଧାର ଆଖି ର ଲୁହ ହୋଇ ବାହାରି ଯାଉଥିଲା।


Rate this content
Log in