STORYMIRROR

Pallabi Das

Inspirational

3  

Pallabi Das

Inspirational

ଅନ୍ଧାରରୁ ଆଲୋକ ଆଡକୁ

ଅନ୍ଧାରରୁ ଆଲୋକ ଆଡକୁ

2 mins
0

କାହାଣୀଟି ର ନାମ -“ଅନ୍ଧାରରୁ ଆଲୋକ ଆଡକୁ "

ଗୋଟେ ଗାଁରେ ବିମଳ ନାମକ ଜଣେ ସାଧାରଣ ବ୍ୟକ୍ତି ଥିଲେ। ସେ ଗୋଟିଏ ସରକାରୀ ଚାକିରୀ କରୁଥିଲେ, ନିଜ ଘର-ପରିବାରକୁ ଅନେକ ଭଲପାଉଥିଲେ। ତାଙ୍କ ସ୍ତ୍ରୀ ଙ୍କ ନାମ ଥିଲା ରାଧା — ସେ  ଥିଲେ ସୁନ୍ଦରୀ, ଯୁବତୀ ଏବଂ ଅଭିମାନୀ। ସେମାନଙ୍କ ଦାମ୍ପତ୍ୟ ଜୀବନ ଅନେକ ଖୁସିରେ କଟୁଥିଲା, କିନ୍ତୁ ଧୀରେ ଧୀରେ ସେ ଖୁସି ଭାଙ୍ଗିଗଲା।

ବିମଳ କାମରେ ବ୍ୟସ୍ତ ରହିବାରୁ , ପାରିବାର କୁ ସମୟ ଦେଉନଥିଲେ , ଘରକୁ ବିଳମ୍ବ ରେ  ଆସୁଥିଲେ। ରାଧା ସେଥିରେ ଅସନ୍ତୁଷ୍ଟ ଥିଲେ । ସେଥିପାଇଁ ଅଧାରୁ ଅଧିକ ସମୟ ମୋବାଇଲ ରେ , “ସୋସିଆଲ ମିଡ଼ିଆରେ " ବିତାଉଥିଲେ | ରାଧା ନୂଆ ଲୋକଙ୍କ ସହିତ ଚାଟିଙ୍ଗ କରିବା ଆରମ୍ଭ କଲେ – ଏକ ଅଜଣା ଯୁବକ ସହ। ସେ ମିଛ ସ୍ନେହ, ମିଛ ଆଶା ଦେଇ ତାଙ୍କ ମନ ଜିତିଲା।


ଏହି ଗୋପନ ସମ୍ପର୍କ ବିମଳଙ୍କ ଦୃଷ୍ଟିରୁ ଲୁଚିଲା ନାହିଁ। ସେ ଦିନେ ଦେଖିଲେ ଯେ ରାଧା , ଜଣେ ଯୁବକଙ୍କ ସାଥିରେ ବାଇକ ରେ ବସି ମାର୍କେଟ ରେ ବୁଲୁଛନ୍ତି | ପ୍ରଥମେ ସେ କିଛି କହିଲେ ନାହିଁ, କାରଣ ତାଙ୍କର ଗୋଟେ 12 ବର୍ଷ ର ପୁଅ ଥିଲା ,  ଏସବୁ କଥା ତା କାନରେ ପଡିଲେ ତା ଉପରେ ଖରାପ ପ୍ରଭାବ ପଡିବ ଭାବି ସେ ଚୁପ ରହିଥିଲେ | ଦିନେ ହଠାତ ଘରକୁ ଆସି ଦେଖିଲେ ରାଧା ଘରେ ନଥିଲେ ଘର ବାହାରେ ତାଲା ପଡିଥିଲା , ପୁଅ ସ୍କୁଲ ରୁ ଆସି ବାହାର ପିଣ୍ଡାରେ ମା କୁ ଜଗି ବସିଥାଏ | ରାଧା ଆସିଲେ ସେଇ ଯୁବକ ସହ ବାଇକରେ ପ୍ରାୟ ଗୋଟେ ଘଣ୍ଟା ପରେ , ବିମଳଙ୍କୁ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲେ ତାପରେ ଗେଟ ତାଲା ଖୋଲି ଭିତରକୁ ଗଲେ |

 ବିମଳଙ୍କ ହୃଦୟ ଭାଙ୍ଗିଗଲା, କିନ୍ତୁ ସେ ରାଗ କରିଲେ ନାହିଁ।


ସେ ଶାନ୍ତ ଭାବେ ଗୋଟିଏ ଚିଠି ଲେଖି ରାଧାକୁ ଦେଲେ —

ପ୍ରିୟ ରାଧା ,

ତମର ମନେଅଛି , ଅନେକ ଅନିଦ୍ରା ରାତି , ହଜାରେ ଭାଙ୍ଗି ଯାଇଥିବା ସ୍ବପ୍ନ , କେତେ ଲୋକଙ୍କ ପରିହାସ, ଅସହାୟ ମୁହୂର୍ତ୍ତରୂପୀ ଦୁର୍ଭାଗ୍ୟର ପାଚେରୀ ଡେଈଁ ସାରିବା ପରେ ଆମେ ଦୁହେଁ ଏକାଠି ହେଇଥିଲେ |  

“ତୁମେ ମୋତେ ହୁଏତ ଭୁଲିଗଲ , ମାତ୍ର  ତୁମ ନିଜ ଆତ୍ମାକୁ କେମିତି ଭୁଲିଗଲ! ମୁଁ କେବେ ଶତ୍ରୁ ନୁହେଁ; ତୁମର ଶେଷ ଦିନେ ଜଣେ ସାଙ୍ଗ ହେବାକୁ ଚାହେ।”

ଇତି, 

ତୁମର ବିମଳ

ଏହି ଶବ୍ଦ ରାଧାର ମନରେ ଗୁଞ୍ଜିଲା।ସେ  ଅନୁତାପ କଲେ, ଯାହା ହଉ ଏ ଡ୍ରାମା ସ୍ୱାମୀଙ୍କୁ ଠିକ ବାଟକୁ ଆଣିବ , ଏଥର ସେ ଆମକୁ ଆଉ ଅବହେଳା କରିବେନି | ସ୍ୱାମୀଙ୍କ ମନରେ କଷ୍ଟ ଦେଇଥିବାରୁ ,

ତାଙ୍କ ଚରଣରେ ପଡ଼ି କ୍ଷମା ମାଗିଲେ ।

ସେ ଦିନ ଦୁହେଁଙ୍କ ମଧ୍ୟରେ ଯୋଉ ମୌନ ପାର୍ଥକ୍ୟ ରହିଥିଲା ସେଟା ଦୁରେଇଗଲା — ଯାହା ଶବ୍ଦରେ ନୁହେଁ, କିନ୍ତୁ ଜୀବନରେ ଶିକ୍ଷା ଭାବରେ।


ନୈତିକ:

ସତ୍ୟ ଓ ଭରସା ଯେକୌଣସି ସମ୍ପର୍କର ମୂଳ। ନିଜର ମୂଳ କାମ ବ୍ୟତୀତ ସମ୍ପର୍କ ଗୁଡାକୁ ମଧ୍ୟ ସମୟ ଦେବା ନିହାତି ଜରୁରୀ |


Rate this content
Log in

Similar oriya story from Inspirational