ଆଉ ନୁହେଁ
ଆଉ ନୁହେଁ


ସରିତା ଗୋସ୍ୱାମୀ ପେଶା ରେ ଜଣେ ରେପୋଟର । ଓଡ଼ିଶାର କନ୍ଧମାଳ ଜିଲ୍ଲାର କନ୍ଧ ସଂପ୍ରଦାୟ ଙ୍କ କାହାଣୀ ଲେଖିବାକୁ ଆସି ହଠାତ୍ ଅସୁସ୍ଥ ହୋଇପଡ଼ିଚନ୍ତି ଯକ୍ଷ୍ମା ରୋଗ ରେ । ରୋଗ ସାଥିରେ ଲଢୁ ଥିବା ସମୟ ରେ ତାଙ୍କ ପରିବାର ତାଙ୍କ ଠାରୁ ଦୂରେଇ ଯାଇ ତାଙ୍କୁ ଏକା କରି ଦେଇଛନ୍ତି ସତ କିନ୍ତୁ କିଛି ଏନ୍ ଜି ଓ ସଂସ୍ଥା ଆଗେଇ ଆସିଛନ୍ତି ତାଙ୍କ ଉପରେ ଆପଣା ର ସ୍ନେହ ଢାଳି ଦେବାକୁ। ତାଙ୍କ ଆଖ ପାଖର ସବୁ ରୋଗୀ , ହସ୍ପିଟାଲ୍ ର ବାହାର ପରିବେଶକୁ ଝରକା ଦେଇ ମନ ଭରି ଉପଭୋଗ କରୁଛନ୍ତି ସେଥିରୁ ସରିତା ମଧ୍ୟ ବାଦ୍ ଯାଇନାହାନ୍ତି । ଝରକା ଫାଙ୍କ ଦେଇ ଶାଳ ଗଛ ର ଗୋଟେ ଡାଳରେ ବସିଥିବା ଦୁଇଟି ଶୁଆ ଙ୍କୁ ଦେଖି ହଠାତ୍ ସେ ଭାବ ବିହ୍ଵଳିତ ହୋଇ ଉଠିଛନ୍ତି ପୁରୁଣା ଦିନ ର ସ୍ମୃତି ଚାରଣ କରିବାକୁ ଲାଗିଛନ୍ତି । ଡ଼ ସୁମନ୍ତ ଗୋସ୍ୱାମୀ , ଜଣେ ପ୍ରଖ୍ୟାତ ଲେଖକ ଆଉ ତାଙ୍କ ଅଧାରୁ ଅଧିକା ଲେଖନି ର ଆଧାର ତାଙ୍କ ସ୍ତ୍ରୀ ସରିତା ଗୋସ୍ୱାମୀ ଯେ ଆଜି ତାଙ୍କ ପାଇଁ ଅଦରକାରୀ ବସ୍ତୁ ପାଲଟି ଯିବ ତାହା କେବେ କେହି କଳ୍ପନା ମଧ୍ୟ କରି ନଥିବେ ।
ସରିତାର ମନେ ପଡ଼ୁଥିଲା ସୁମନ୍ତ ଙ୍କ ସାଥିରେ ନୂଆକରି ସଂସାର ବସେଇବା ବେଳ ର ଘଟଣା ସବୁ ଆଉ ନୂଆ କରି ଚାକିରି ପାଇବା ପର ର ମୁହୂର୍ତ୍ତ ମାନ । ସରିତା ର ନୂଆ ଚାକିରୀ ସହିତ ଦାଇତ୍ୱ ମଧ୍ୟ ବଢିଯାଇଥାଏ । ଚାକିରି ର କିଛିମାସ ବିତିଗଲାପରେ ସରିତା ଲକ୍ଷ କରିଥିଲେ, ସୁମନ୍ତ ଏତେ ବ୍ୟସ୍ଥ ରହିବାକୁ ଲାଗିଲେ ଯେ ସେ ଆଉ ସରିତା ପ୍ରତି ଧ୍ୟାନ ଦେଇପାରୁନଥିଲେ ଏବଂ ସେ ସରିତାକୁ ନଜରଅନ୍ଦାଜ କରିବାକୁ ଆରମ୍ଭ କରିଥିଲେ । ସରିତା ଭାବୁଥିଲେ ସ୍ବାମୀ ହୁଏତ କୌଣସି ନୂତନ ଲେଖା କୁ ନେଇ ଏତେ ବ୍ୟସ୍ତ ।
ସବୁ ବେଳେ ନିଜ ମନରେ ସ୍ବାମୀ ଙ୍କ ପ୍ରତି ପ୍ରଗାଢ଼ ବିଶ୍ବାସ ରଖୁଥିଲା । ନିଜପକ୍ଷରୁ ସର୍ବଦା ଚେଷ୍ଠା କରୁଥିଲେକି ସୁମନ୍ତ ଙ୍କ ସହିତ ହସଖୁସିରେ ସମୟ ବିତାଇବାପାଇଁ, ତାଙ୍କର ସାହାଯ୍ୟ କରିବାପାଇଁ ଏବଂ ଯଦି କିଛି ଅସୁବିଧା କିମ୍ବା ଲେଖନୀ ସମ୍ବଦ୍ଧିତ ତନାବ ଇତ୍ୟାଦି ଥାଏ, ସରିତା ସେହି ସବୁକୁ ଦୂରକରିବାର ରାସ୍ତା ମଧ୍ୟ ଦେଖାଇପାରିବେ ।
କିନ୍ତୁ ତାଙ୍କ ସ୍ବାମୀ ଯେ ତାଙ୍କୁ କୁ ନଜରଅନ୍ଦାଜ କରିଚାଲିଥିଲେ ଏବଂ ଶେଷରେ ସେ ସରିତା ସହିତ ଲଢ଼ିବାକୁ ମଧ୍ୟ ଆରମ୍ଭ କରିଦେଲେ । ସମୟର ବିଡମ୍ବନା । ପରିସ୍ଥିତି ଏତେ ଖରାପ ହୋଇଗଲାକି ସ୍ବାମୀ , ତାକୁ ଶାରୀରିକ ବ୍ୟଥା ଏବଂ ମାନସିକ ବ୍ୟଥା ଦେଇଚାଲିଲେ । ଏହା ତାଙ୍କ ଜୀବନର ସବୁଠୁ କଷ୍ଠଦାୟକ ଆଘାତ ଥିଲା । କ୍ରୋଧର ଅଗ୍ନି, ମନରେ ସନ୍ତାପ ଓ ଆଖିର ଅଶ୍ରୁ ଛଡା ସରିତା ପାଖରେ କିଛିବି ସମ୍ପତ୍ତି ନଥିଲା । ସେ ତାଙ୍କର ହୃଦୟ ଏବଂ ଲଜ୍ଜାକୁ ସ୍ବାମୀଙ୍କ ପାଇଁ ଜଳାଞ୍ଜଳି ଦେଇଥିଲେ । ଏହି ସମୟରେ ସେ ଦୁନିଆର ସବୁଠୁ ଶକ୍ତିହୀନ ଏବଂ ବେବସ ସ୍ତ୍ରୀ, ଯାହାର ସବୁପ୍ରକାରର ସାମର୍ଥ୍ୟ ଥାଇ ମଧ୍ୟ ଅସହାୟ ଅବସ୍ଥାରେ ଘରକୋଣର ଅନ୍ଧକାର ମଧ୍ୟରେ ହଜିଯାଇଥିଲେ । ମନ କୁ ଶାନ୍ତ କରି ଛୁଆ ଦୁଇଟାଙ୍କ ମୁହଁ କୁ ଚାହିଁ ନିଜର ସୁଖର ସଂସାର କୁ ପୁଣି ଯୋଡ଼ି ବାକୁ ଚେଷ୍ଟା କରୁଥିଲେ ଠିକ୍ ଏହି ସମୟରେ ତାଙ୍କ କଂପାନୀ ତାଙ୍କୁ ଓଡ଼ିଶା ପଠେଇ ଥିଲା ଆଉ ସୁମନ୍ତ ମଧ୍ୟ ନିଜ ଲେଖା କୁ ନେଇ ଦେଶ ବିଦେଶ ଭ୍ରମଣ କରୁଥିଲେ ।
ସାଙ୍ଗ ସାଥି ସମସ୍ତେ କହୁଥିଲେ କୁଆଡେ ତାଙ୍କ ସ୍ଵାମୀଙ୍କ ର ଚକର୍ ଚାଲିଛି କିନ୍ତୁ ସରିତା ସେ ସବୁ କଥା କୁ ଖଣ୍ଡନ କରି କହି ପକାଉଥିଲେ ହୁଏତ ସେ ତାଙ୍କ ଭଲ ବନ୍ଧୁ ହୋଇଥାଇ ପାରେ , ହୁଏତ ସେ ତାଙ୍କ କାହାଣୀ ର ନାୟିକା ଇତ୍ୟାଦି ।
ଆଖି ରୁ ପିଆଜ କାଟିବା ବେଳେ ଲୁହ ଝରିଲେ ହଇରାଣ କରେନି । ନଡିଆ ଛଡେଇଲାବେଳେ ଛୁରୀରେ ହାତକଟି ରକ୍ତ ବହିଲେ ବି କଷ୍ଟ ହୁଏନି । କଷ୍ଟ ସେତେବେଳେ ହୁଏ ଯେବେ ଆମ ପ୍ରଗାଢ଼ ବିଶ୍ଵାସ କୁ ଶକ୍ତ ଝଟକା ଲାଗେ । ଠିକ୍ ସେମିତି ଝଟକା ଲାଗିଥିଲା ସୁମନ୍ତ ଙ୍କ ବିବାହ ବିଚ୍ଛେଦ ଉଦ୍ୟମ ଦେଖି । ଛୁଆ ଦୁଇଟିଙ୍କୁ ତ ଆଗରୁ ଛଡେଇ ନେଇଛନ୍ତି ବାକି ରହିଯାଇଥିବା ସ୍ତ୍ରୀ ର ପରିଚୟ କୁ ଏବେ ଛଡେଇବାକୁ ଚେଷ୍ଟା କରୁଛନ୍ତି । ଏତିକି ଭାବିଲା ବେଳକୁ ଆଖିର କୋଣ ରୁ ଅଜସ୍ର ଲୁହ ର ଧାର ବୋହି ଆସୁଛି ।
ରାତିରେ ମେଡିକାଲ୍ ଛାତର ଗୋଟେ କୋଣ ରେ ଲୁଚି ଭୋ ଭୋ ହୋଇ କାନ୍ଦି ଚାଲିଥିଲେ ସରିତା । ଯେତେ ଅନ୍ଧାର ସେ ଖୋଜୁଥିଲା, ତାରାଭର୍ତ୍ତି ଆକାଶର ଟା ପୁରା ସେତେ ଅଧିକା ଆଲୋକ ଦଉଥିଲା । ସେ ଆଲୋକରେ ତାଙ୍କ ଆଖିରୁ ଝରି ପଡୁଥିବା ଲୁହ ଗୁଡା ଚମକୀଲା ମୋତି ଖଣ୍ଡ ଖଣ୍ଡ ଖସି ପଡ଼ିବା ପରି ଅନୁଭୂତ ହଉଥିଲା । ମୁଣ୍ଡଟା ଧକ୍ ଧକ୍ ହେଉଥିଲା ଅଧିକା କାନ୍ଦିବା ଯୋଗୁ , କିନ୍ତୁ ଲୁହ ଥମିବାର ନା ନଉ ନଥିଲା ।
ଶରୀର ପ୍ରାୟ ଅଚେତ ହୋଇ ଆସୁଥିଲା,ତଳେ ଲୋଟି ପଡ଼ିବାକୁ ଉଦ୍ୟତ ହଉଥିଲା । ନିଜକୁ ସମ୍ଭାଳି ପୁଣି ଥରେ ନିଜ ବେଡ୍ କୁ ଫେରି ଆସିଥିଲେ । ଆଗାମୀ କାଲି କୁ ପୁଣି ଥରେ ସୁନ୍ଦର କରି ଗଢ଼ିବାକୁ ନିଜକୁ ପ୍ରତିଶ୍ରୁତି ଦେଉଥିଲେ ।
କ୍ରମଶଃ