ଆଉ ନୁହେଁ
ଆଉ ନୁହେଁ
ସରିତା ଗୋସ୍ୱାମୀ ପେଶାରେ ଜଣେ ନିଉଜ ରିପୋଟର | ଓଡିଶାର କନ୍ଧମାଳ ଜିଲ୍ଲାକୁ କିଛି ଦିନ ପାଇଁ ଆସିଥାନ୍ତି | ସାଥିରେ ନିଜ ଛୁଆ ଦୁଇଟି ମଧ୍ୟ ଆସିଥାନ୍ତି | କନ୍ଧ ଲୋକମାନଙ୍କ ଜୀବନୀ ସହ ନିଜକୁ ପରିଚିତ କରେଇ ସେ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଆସିଥିଲେ | ଦିନ ସାରା ମାଆ ସହ ବୁଲିବାକୁ ସୁଯୋଗ ମିଳୁଥିବାରୁ ଛୁଆ ଦିଟା ବେଶ୍ ଖୁସିରେ ଦିନ ବିତାଉଥାନ୍ତି ଗାଁ ପରିବେଶରେ |
ସମୟ ସବୁ ଦିନ ସମାନ ବିତେନା, ହଠାତ ଭୟଙ୍କର ଯକ୍ଷ୍ମା ରୋଗରେ ସରିତା ପଡିବେ ବୋଲି କେହି ଆଶା କରିନଥିବେ |
ସ୍ୱାମୀ ତାଙ୍କର ପ୍ରଖ୍ୟାତ ଲେଖକ, ଯେବେ ସ୍ତ୍ରୀ ର ରୋଗ ବିଷୟରେ ଶୁଣିଲେ ସେବେ ତୁରନ୍ତ ନିଜ ଛୁଆ ମାନଙ୍କୁ ମାଆ ଠାରୁ ଦୁରେଇ ରହିବା ପାଇଁ ପ୍ରଵତ୍ତାଇ ଥିଲେ ଆଉ ସେମାନଙ୍କୁ କଲିକତା ଫେରେଇ ଆଣିଥିଲେ | ସ୍ତ୍ରୀ ପ୍ରତି ତାଙ୍କର କର୍ତବ୍ୟ ଭୁଲି ସ୍ୱାର୍ଥପର ହୋଇଗଲେ |
ସେମାନେ ସବୁ ଭାଗ୍ୟବାନ ନୁହନ୍ତି କି ! ଯୋଉ ମାନେ ରୋଗ ସହ ଲଢ଼ିବା ବେଳେ ମାନସିକ ଅବସାଦ ଆଉ ଜୀବନ ପ୍ରତି ମୋହ ତ୍ୟାଗ କରିବା ସମୟରେ ନିଜ ପରିବାର ତାଙ୍କ ସାଥିରେ ଶକ୍ତ ଚଟାଣ ପରି ଦଣ୍ଡାୟମାନ ହୋଇ ରହେ ଆଉ ତାଙ୍କୁ ରୋଗ ସହ ଲଢ଼ିବାକୁ ଖୋରାକ ଯୋଗାଏ |
ରୋଗ ବଡ ହଉ ଅବା ଛୋଟ ଭୀତ ତ ସଭିଙ୍କ ମନରେ ଜାତ ହୁଏ| କିଛି ଲୋକ ସବୁ କଷ୍ଟ ସହି ନିଜ ପରିବାର ର ସହାନୁଭୂତି ପାଇ ରୋଗକୁ ହରେଇବାରେ ସକ୍ଷମ ହୁଅନ୍ତି ତ କିଛି ଲୋକ ଆତ୍ମ ତୃପ୍ତି ରେ ଜୀବନ ତ୍ୟାଗ କରନ୍ତି |
କିନ୍ତୁ
ହତ ଭାଗିନୀ ସରିତା ପାଇଁ ଯେ କେହି ନାହାନ୍ତି ତାର ବିଶ୍ୱାସ ହଉ ନଥାଏ | ଏତେ ପାଠଶାଠ ପଢିଥିବା, ତାକୁ ଏତେ ଭଲ ପାଉଥିବା ସ୍ୱାମୀ ବି ଶେଷରେ ଏପରି କରିବେ ତାକୁ କେବେ କଳ୍ପନା ନଥିଲା |
ଯୋଉ ଦୁନିଆ ରେ ନିଜ ଲୋକ ପର କରି ଦିଅନ୍ତି ସେ ଦୁନିଆ ରେ କିଛି ପର ଲୋକ ଏମିତି ବି ଥାନ୍ତି ଯୋଉମାନେ ଆତ୍ମୀୟ ସ୍ୱଜନଙ୍କ ଠାରୁ ବଳି | ଖାଲି ପଇସା ପାଇଁ ନୁହେଁ ନିଜର ଖୁସି ଏବଂ ସେବା ମନ ଭାବ ପାଇଁ ମଧ୍ୟ ସେମାନେ ଅନ୍ୟର ଉପକାର କରନ୍ତି | ସେହି ପରି କିଛି ଲୋକ ଆଗେଇ ଆସିଥିଲେ ସରିତାଙ୍କ ସେବା କରିବାକୁ |
ସେ କାମ କରୁଥିବା ନିୟୁଜ କଂପାନୀ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଥିଲା |
ଠିକ୍ ପାହାଡ଼ ର ପାଦ ଦେଶରେ ଶ୍ୟାମଳ ବନାନୀ ର ଅନ୍ତରାଳ ରେ ଯକ୍ଷ୍ମା ଡାକ୍ତରଖାନା | ଯାହା ହଉ ସରକାର ଭାବିଚିନ୍ତି ଏଭଳି ଏକ ସୁନ୍ଦର ଜାଗାରେ ମେଡିକାଲ୍ ଟିଏ କରିଛନ୍ତି | ନହେଲେ ସମାଜ ର ମୁଖ୍ୟ ସ୍ରୋତ ଠାରୁ ଦୂର ରେ ଏଇ କନ୍ଧମାନଙ୍କ ସାହା କିଏ ! ଚାରି ପାଖରେ ବଣ ଆଉ ପାହାଡ଼ କେବଳ ପ୍ରାକୃତିକ ଶ୍ୟାମଳୀମା ରେ ଭରପୁର |
ବଡ଼ ବଡ଼ ଶାଗୁଆନ ଗଛର ଡାଳରୁ ଯେତେବେଳେ କୋଇଲି ଟିଏ କୁହୁ କୁହୁ ରାବ କରେ ସେତେବେଳେ ରୋଗୀ ଟିଏ ଝରକା ଦେଇ ପକ୍ଷୀଟିକୁ ଅତି ଆନନ୍ଦରେ ଉପଭୋଗ କରେ , ମୁହୂର୍ତ୍ତକ ପାଇଁ ତାର ଦୃଷ୍ଟୀ ପଟରେ ଏକ ସବୁଜିମା ଲହରି ଯାଏ |
ସେଇ ମୁହୂର୍ତ୍ତକ ପାଇଁ ହଉ ପଛେ ତା ମୁହଁରେ ହସ ଖେଳି ଯାଏ ପର ମୁହୂର୍ତ୍ତରେ ପୁଣି ଯନ୍ତ୍ରଣା ରେ ମୁହଁର ଭଙ୍ଗୀ ବିକୃତ ହୋଇଯାଏ