suchismita Panda

Romance Fantasy Others

3  

suchismita Panda

Romance Fantasy Others

ନାମ ହୀନ ପ୍ରେମ

ନାମ ହୀନ ପ୍ରେମ

4 mins
183


   ଯାତ୍ରୀଗଣ ଦୟାକରି ଧ୍ୟାନଦିଅନ୍ତୁ ଗାଡି ନମ୍ବର 22839 ରାଉରକେଲାରୁ ଭୁବନେଶ୍ବର ଯାଉଥିବା ଭୁବନେଶ୍ବର ଇଣ୍ଟରସିଟି ଆଉ କିଛି ସମୟ ମଧ୍ୟରେ ପ୍ଲାଟଫର୍ମ ନମ୍ବର ଏକରେ ଆସିବାକୁ ଯାଉଅଛି । ଟ୍ରେନ୍ ବିଷୟରେ ଘୋଷଣା କରାଯିବା ପରେ ଚୁପ୍ ଚାପ୍ ବସିଥିବା ଲୋକଙ୍କ ଭିତରେ କୋଳାହଳ ଆରମ୍ଭ ହୋଇଯାଏ । ସମସ୍ତେ ନିଜ ନିଜ ସାମାନ ବେଗ ଆଦି ଧରି ଟ୍ରେନ୍ ର ଅପେକ୍ଷାରେ ପ୍ରସ୍ତୁତ ହୋଇଯାନ୍ତି । ପାଞ୍ଚ ବର୍ଷର କୁନି ବାଳକ ରାଜର ହାତ ଧରି ବାପା ପଙ୍କଜଙ୍କ ଟ୍ରେନ୍ କୁ ଜଗିଥାନ୍ତି

     ନିଜ ନିର୍ଦ୍ଧିଷ୍ଟ ବଗି ଏବଂ ସିଟରେ ପହଞ୍ଚି ଯାଆନ୍ତି ଦୁହେଁ । ନିଜ ସାମାନ ରଖି ସିଟରେ ବସିବା ପରେ ପଙ୍କଜର ଆଖି ପଡେ ଠିକ ସାମ୍ନାରେ ବସିଥିବା ସୁଜାତା ଉପରେ । ସାଥିରେ ତାଙ୍କର ଥାଏ ଗୋଟିଏ କନ୍ୟାସୁନା । ଅଚାନକ ଏମିତି ସୁଜାତାକୁ ଦେଖି ଅସହଜ ହୋଇପଡିଥିଲେ ପଙ୍କଜ । ଯାହା ସେ କେବେ କଳ୍ପନା ମଧ୍ୟ କରିନଥିଲେ ଆଜି ସେଇ ଘଟଣା ଘଟିଥିବା ବିଶ୍ବାସ କରିପାରୁନଥିଲେ ଜମାରୁ । ମନରେ ତାଙ୍କ ଅସଂଖ୍ୟ ପ୍ରଶ୍ନ ଥାଏ କିନ୍ତୁ ସୁଜାତା ସହ କଥା ହେବାକୁ ତାଙ୍କର ଜମାରୁ ସାହାସ ଜୁଟିନଥାଏ । ଏଇ ସମୟରେ କୁନି କନ୍ୟାର ମାଆ ଡାକରେ ପଙ୍କଜ ସଚେତନ ହୋଇପଡନ୍ତି । ତାଙ୍କ ମନରେ ଥିବା ଗୋଟିଏ ପ୍ରଶ୍ନର ଉତ୍ତର ଆପେ ଆପେ ପାଇଥାଆନ୍ତି ହେଲେ ଯଦି ଝିଅଟି ସୁଜାତାଙ୍କ ତେବେ ତାର ପିତା କିଏ ! କାହିଁକି ସୁଜାତାର ହାତରେ ନାହିଁ ଶଙ୍ଖା କି ମଥାରେ ସେ ନାଇଁ ନି ସିନ୍ଦୁର । ତାକୁ ତ ସବୁବେଳେ ସଜେଇ ହୋଇ ରହିବାକୁ ଭାରି ସଉକ ଥିଲା ତେବେ କାହିଁକି ଆଜି ସେ ସଜେଇ ନହୋଇ ନୀରସମୟ ହୋଇ ରହିଛି ! କଣ ସୁଜାତା ପାଲଟିଯାଇଛି ବିଧବା ! କଣ ପିଲାଟି ଏତେ କୋମଳ ବୟସରୁ ପିତା ପ୍ରେମ ହରେଇ ଦେଇଛି ! କେମିତି ଅଛନ୍ତି ଦୁହେଁ ! ଏମିତି ଅନେଇ ପ୍ରଶ୍ନ ଭିତରେ ପଙ୍କଜର ମନ ଆନ୍ଦୋଳନ ହୋଇଯାଉଥାଏ ହେଲେ ସୁଜାତା ସହ କଥା ହେବାକୁ ସାହାସ ନଥାଏ ।

     ସୁଜାତାର କିନ୍ତୁ ଜାଣତରେ ଏଯାଏଁ ଆସିନି ଯେ ତା ସାମ୍ନାରେ ବସିଛନ୍ତି ପଙ୍କଜ ନିଜ ପୁଅ ସହ । ଅଚାନକ ରେଢାଖୋଲ ଷ୍ଟେସନ ପରେ ପରେ ହିଁ ବିକ୍ରି ଆସିଥିବା ଚିନାବାଦାମ ଭଜା କିଣିବା ବେଳକୁ ସୁଜାତାଙ୍କ ଆଖି ପଡେ ପଙ୍କଜ ଉପରେ । ମୂହୁର୍ତ୍ତ ଭିତରେ ତାଙ୍କର ଦୁନିଆ ଯେମିତି ବଦଳିଯାଏ । ତାଙ୍କ ହାତ, ଗୋଡରେ ନଥାଏ ଶକ୍ତି । ଏମିତି କି ତାଙ୍କୁ ଅନୁଭବ ହେଉଥାଏ ସେ ଜୀବିତ ମଧ୍ୟ ଆଉ ନାହାନ୍ତି । ଭଜା ବାଦାମ ତାଙ୍କ ଭାରି ପସନ୍ଦ ଥିଲେ ମଧ୍ୟ ସେ ଆଉ ଖାଇବା ଅବସ୍ଥାରେ ନଥାନ୍ତି । ଟ୍ରେନ୍ ତା ବାଟେ ଦୌଡୁଥାଏ, ଜୀବନ ତା ସହ ଦୌଡିଚାଲୁଥାଏ । ସବୁ ଝରକା ଖୋଲା ଥିଲେ ବି ଶ୍ବାସରୁଦ୍ଧ ହୋଇଯାଉଥାନ୍ତି । ଅନେକ ଅସୀମିତ ବେଦନାର ସ୍ମୃତି ତାଙ୍କୁ ମାରି ଦେଉଥାଏ । ତଥାପି ଝିଅ ଆଦ୍ୟାଶା ପାଇଁ ସେ ସଜୀବ, ସଚେତନ ହୋଇ ଦମ୍ଭ ଧରିବସନ୍ତି । 

      ଦ୍ରୁତଗାମୀ ଟ୍ରେନ୍ ଧୀରେ ଧୀରେ ଆସି ପହଞ୍ଚେ ଅନୁଗୁଳ ପାଖା ପାଖି । ସୁଜାତାଙ୍କ ଫୋନ୍ ଆସେ ଏବଂ ସେ ସାମାନ୍ୟ ଅନ୍ୟ ମନସ୍କ ହେବା ଭିତରେ କୁନି ଝିଅ ଆଦ୍ୟାଶା ଝରକାରୁ ହାତ ବାହାର କରିଥାଏ । ଆଖି ପଡେ ପଙ୍କଜର । ସେ ସଂଗେ ସଂଗେ ହାତଟାକୁ ଟାଣି ଆଣୁ ଆଣୁ ମାଡି ଆସେ ଆଗପଟୁ ଅନ୍ୟ ଟ୍ରେନ୍ । ଟିକେ ଟିକେ ଭିତରେ ଟଳେ ବିପଦ ସୁଜାତା ବାଧ୍ୟତାରେ ପଙ୍କଜକୁ ଧନ୍ୟବାଦ ଜଣାନ୍ତି । ସାଧାରଣ ଧନ୍ୟବାଦ ପଙ୍କଜ ମନରେ ସାହାସ ଭରେ ଆଗକୁ କଥା ବଢେଇବା ପାଇଁ । ହେଲେ ସୁଜାତା କୌଣସି ସୁଯୋଗ ଦିଅନ୍ତି ନାହିଁ ।

    ଟ୍ରେନ୍ ଯାଇ ପହଞ୍ଚେ ଭୁବନେଶ୍ବରଠାରେ । ଦୁହିଁଙ୍କ ରାସ୍ତା ବଦଳେ, ପଙ୍କଜର ପ୍ରଶ୍ନ ତା ଭିତରେ ହିଁ ରହିଯାଏ । ପଙ୍କଜର ଭୁବନେଶ୍ବରରେ ରହଣି ଥାଏ ସାତ ଦିନଧରି । ତା ପୁଅ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ସ୍ଥାନ ପାଇଥିବାରୁ ସେମାନେ ସେଠିକୁ ଆସିଥାନ୍ତି । ଦେଖୁ ଦେଖୁ ଦିନ ଚାଲିଯାଏ । ପଙ୍କଜ ପୁଅ ସହ ଫେରିବାକୁ ଷ୍ଟେସନ ଆସନ୍ତି । ଟ୍ରେନ୍ ସେତେବେଳକୁ ଆସିନଥାଏ । ଦୁହେଁ ଟ୍ରେନ୍ର ଅପେକ୍ଷାରେ । ଏଇ ସମୟରେ ପଙ୍କଜର ଦେଖାହୁଏ ତାଙ୍କ ସହପାଠୀ ଥିବା ଅଳକା ସହ । ସେ ମଧ୍ୟ ଯାଉଥାଏ ସମ୍ବଲପୁର । 

     ଅଳକା ଥିଲା ପଙ୍କଜ ଆଉ ସୁଜାତା ଭିତରର ଯୋଗାଯୋଗର ସେତୁ । ସେ ସେଇ ଦୁହିଁଙ୍କ ଆରମ୍ଭ ଠୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସବୁ ଜାଣେ । ତେଣୁ ପଙ୍କଜ କଥା କଥା ଭିତରେ ସୁଜାତା କଥା ପଚାରିଦିଅନ୍ତି । ତାଙ୍କ ବିଶ୍ବାସ ଥିଲା ଅଳକା ଓ ସୁଜାତା ବର୍ତ୍ତମାନ ମଧ୍ୟ ସଂପର୍କରେ ଥିବେ ଏବଂ ତାଙ୍କ ମନ ସବୁ ଉତ୍ତର ମଧ୍ୟ ପାଇଯିବ । ସତସତିକା ଅଳକା ସବୁ କହିଲା । ଅଳକାଠୁ ସୁଜାତା ଯେ ଚିର ଅବିବାହିତ ଜାଣି ମନରେ ଏକ ଧକ୍କା ଆସିଲା । କେବଳ ଏତିକି ନୁହେଁ ତା ସହ ସେ ଜାଣିବାକୁ ପାଇଲେ ଯେ ସେଇ ଟ୍ରେନ୍ ରେ ଦେଖାହୋଇଥିବା ସୁନ୍ଦର, ସୁଶ୍ରୀ କନ୍ୟାଟି ତାଙ୍କରି ହିଁ ରକ୍ତ । 

     ପ୍ରେମୀ ଯୁଗଳ ଥିବା ବେଳେ ସେ ସୁଜାତା ସହ ଯେଉଁ ସଂପର୍କ ରଖିଥିଲେ ତାର ପରିଣିତ ସୁଜାତା ମାଆ ହେବାକୁ ଲାଗିଲେ । ହେଲେ ଏଇ ଖବରଟି ଜଣେଇବା ପୂର୍ବରୁ ପଙ୍କଜ ନିଜେ ହିଁ ସୁଜାତାଠୁ ଦୂରେଇ ଗଲେ ସାମାନ୍ୟ ମିଥ୍ୟା ସନ୍ଦେହରେ ପଡି । ସୁଜାତାଙ୍କୁ ଏଇ କଷ୍ଟ ଏତେ କଷ୍ଟ ଦେଇଥାଏ ଯେ ସେ ଆଉ କେବେ ପଙ୍କଜକୁ କ୍ଷମା ନଦେଇ ଘରଠୁ ତଡା ଖାଇ ଏକା ମାଆ ବାପା ହେଲେ । ପିଲାଟିକୁ ଛୋଟରୁ ବଡ କଲେ । 

    ପଙ୍କଜ ଏକ ଭିନ୍ନ ଦୁଃଖର ଦୁନିଆରେ ସଂପୂର୍ଣ୍ଣ ହଜିଯାଇଥିଲେ । ଧାର ଧାର ଲୁହ ସହ ତାଙ୍କ ମନରେ ଲାଜରେ, ଘୃଣାରେ ପୋତି ହୋଇଯାଉଥାଏ । ତାଙ୍କୁ ଆଉ କିଛି ଦେଖାଯାଉନଥାଏ, କିଛି କାନକୁ ବାଜୁନଥାଏ । ବାରମ୍ବାର ଟ୍ରେନ୍ ଆସିବା ପୂର୍ବରୁ ଯାତ୍ରାଗଣ ଦୟାକରି ଧ୍ୟାନ ଦିଅନ୍ତ କହି ଟ୍ରେନ୍ ଆସିବାର ବିବରଣୀ ଦେଉଥିଲେ ମଧ୍ୟ ତାଙ୍କର କିଛି ଧ୍ୟାନ ନାହିଁ । ପୁଅ ରାଜ ଯେତେବେଳେ ହାତକୂ ଧରି ଜୋରରେ ଡାକି ତାଙ୍କୁ ହଲାଇ ଦିଏ ସେ ଚେତା ପାଆନ୍ତି । ଟ୍ରେନ୍ ଆସେ ସେମାନେ ଫେରନ୍ତି । ଅଳକାର ବଗି ତାଙ୍କ ବଗି ଅଲଗା ଥାଏ । ଭେଟ ଆଉ ହୁଏନି ହେଲେ ଯେତେ ସମୟର ଭେଟଥିଲା ତାହା ପଙ୍କଜକୁ ଦୋରାସ୍ତା ଭିତରେ ଛାଡିଦିଏ । ପଙ୍କଜ ଅତୀତ ବର୍ତ୍ତମାନ ଭିତରେ ହଜିଯାଇ ଭବିଷ୍ୟତ କଳ୍ପନା ମଧ୍ୟ କରିପାରୁନଥାନ୍ତି । ସେ ହାରିଯାଇଥିବା ସୈନିକଟିଏ ପରି କେବଳ ନିଜ ପରାଜୟରେ ଲିପ୍ତ ଥାନ୍ତି ।


Rate this content
Log in

Similar oriya story from Romance