suchismita Panda

Tragedy Fantasy Inspirational

3  

suchismita Panda

Tragedy Fantasy Inspirational

ସମୟ ସମୟର ଖେଳ

ସମୟ ସମୟର ଖେଳ

3 mins
164


     ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଶୀଘ୍ର ଏବଂ ସୁଲଭ ମୂଲ୍ୟରେ ପହଞ୍ଚିବା ପାଇଁ ରେଳପଥ ଲୋକଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରେ ବୋଲି ସମସ୍ତେ ତା ଉପରେ ନିର୍ଭର ଥାନ୍ତି । ସକାଳ ହେଉ ହେଉ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ଭିଡରେ ରେଳଷ୍ଟେସନ ଚଳଚଞ୍ଚଳ ହୋଇପଡେ । ସେଦିନ ମଧ୍ୟ ଠିକ୍ ସେମିତି ହିଁ କୋଳାହଳରେ ଭରିଥାଏ ପ୍ଲାଟଫାର୍ମ । ସମସ୍ତେ ଅପେକ୍ଷା କରିଥାନ୍ତି ସମ୍ବଲପୁରଠୁ ପୁରୀ ଯାଉଥିବା ପୁରୀ ଇନ୍ଟରସିଟିକୁ ।  

       ଭିଡ ଭିତରେ ଥାଏ ସୁଷମା ନିଜର ଦଶମାସର ଝିଅକୁ ଧରି । ସେ ଯାଉଥାଏ ବାପଘର, ଶାଶୁଘରଠୁ ତଡା ଖାଇ । ଦୁର୍ଘଟଣାରେ ସ୍ବାମୀଙ୍କୁ ହରେଇଲା ପରେ ଆଉ କୌଣସି ମାନ ସମ୍ମାନ ପାଇନି ଓଲଟା ତାର ଅଶୁଭ ପାଦ ଘରେ ପଡିବାକୁ ଏଭଳି ଅଘଟଣ ହୋଇଛି କହି ବହୁତ ଥର ତା ପ୍ରତି ଅତ୍ୟାଚାର କରାଯାଇଛି । ସେଥିରେ ପୁଣି ଝିଅ ଜନ୍ମ ଦେଇ କୁଳକୁ ନନ୍ଦଲାଲ ମଧ୍ୟ ଦେଇନି କହି ଆହୁରି ଯାତନା ସହିଛି । ହେଲେ ଶେଷରେ ସବୁ ସହିବା ସୀମା ପାର ହେଲା ଯେବେ ସମସ୍ତେ ମିଶି ମାଡ ମାରିଲେ ତା ସହ ଛୁଆଟିକୁ ବିକ୍ରି କରିଦେବାକୁ ଯାଉଥିଲେ । ନିଜ ଅଂଶକୁ, ସ୍ବାମୀଙ୍କର ଶେଷ ଚିହ୍ନକୁ ଛଡେଇନେଲେ ଯେବେ ସେ ପ୍ରତିବାଦ କରି ପ୍ରଚଣ୍ଡ ରୂପ ତା ଦେଖାଇଲା । ସେମାନଙ୍କ ହାତରୁ ନିଜ ଛୁଆଟିକୁ ଛଡେଇ ଆଣି ଘର ଛାଡି ପଳେଇ ଆସିଲା । 

    ହାତରେ ଜେନେରାଲ ବଗିର ଟିକଟ ଖଣ୍ଡେ ଧରି ଅପେକ୍ଷା କରେ । ଭିଡ ଦେଖି ପ୍ରଥମେ ଡର ମାରୁଥାଏ । କେମିତି ଛୁଆ ସହ ସେ ଛଢିବ ବୋଲି । ଟ୍ରେନ୍ ଆସିଲା ପରେ ସଭିଏଁ ଦୌଡିଯାନ୍ତି ଜେନେରାଲ ବଗିକୁ । ଠେଲା ଠେଲି ହୋଇ ଚଢିବାକୁ ଲାଗନ୍ତି । କଷ୍ଟରେ ସେ ବି ଚଢିଯାଏ ଶେଷରେ ହେଲେ ସଭିଏଁ ଆଗରୁ ଆସି ବସିଯାଇଥାନ୍ତି ବୋଲି ଖାଲିନଥାଏ କେଉଁଠି । ପିଲାଟିକୁ କାଖେଇ ସେମିତି ଠିଆ ହୋଇଥାଏ । ଭଦ୍ର, ଶିକ୍ଷିତ ସମସ୍ତେ ଯାତ୍ରା କରୁଥିଲେ ମଧ୍ୟ କାହା ପାଖରେ ଦୟା କିମ୍ବା ମାନବିକତା ନଥାଏ । ସେମିତି ହିଁ ଲମ୍ବା ବାଟକୁ କାଟେ । ପ୍ରାୟ ଦୁଇ ଘଣ୍ଟା ପରେ ଗୋଟେ ସିଟ ପାଇ ଆସି ପହଞ୍ଚେ ପୁରୀ । ପୁରୀଠୁ ବସ ଧରି ପୁଣି ଯିବାକୁ ପଡେ ଚାରିଘଣ୍ଟାର ଦୂର ଗାଁକୁ । ଯେଉଁଠି ସେ ଜନ୍ମ ହୋଇଥିଲା । ବଢିଥିଲା ଯେଉଁ ମାଟି ଅଗଣାରେ । ସବୁ କଷ୍ଟକୁ ଏଡେଇ ଭୋକ ଶୋଷରେ ଆଉଟିପାଉଟି ହେଇ ଶେଷରେ ସେ ପହଞ୍ଚେ ଗାଁ ମୁଣ୍ଡେ । ସେଠି ଜଣେ ଭାଇଙ୍କ ସହ ତାର ଦେଖା ହୁଏ । ତାଙ୍କ ଗାଡିଯୋଗେ ଆସି ଠିଆହୁଏ ଘର ଆଗେ । 

     ବୋଧେ ଆଗରୁ ତା ଆସିବା କଥା ଜଣାଥାଏ ଘରେ । ସେଥିରେ କବାଟ ଆଗେ ଜଗି ରହିଥିଲେ ଭାଉଜ । ସେ ଆନନ୍ଦ ମନେ ଘରକୁ ପାଛୋଟି ନେବା ତ ଦୂରର କଥା ଘର ଭିତରକୁ ପଶିବାକୁ ହିଁ ଦେଇନଥିଲେ । ନିଜ ଲୋକ ହୋଇ ପର ବ୍ୟବହାର ଦେଖାଇ ହୀନମାନର ସୀମା ଲଂଘିଗଲେ । ସ୍ବାମୀକୁ ମାରିବା ଦୋଷରେ ଦୋଷୀ କଲା ସହ ଅନ୍ୟ ପୁରୁଷ ସହ ମଧ୍ୟ ନାନାଦି ସଂପର୍କର ବାହାର କରି ଅପମାନରେ ପୋତିଦେଲେ । କେବଳ ସେତିକି ନୁହେଁ ଭାଉଜଙ୍କ ଏତେ ସବୁ କଥା ଶୁଣି ମଧ୍ୟ ଭାଇ ଚୁପ୍ ଚାପ୍ ବସିରହିବା ହିଁ ସୁଷମାକୁ ସବୁଠୁ ଅଧିକ କଷ୍ଟ ଦେଲା । ସେ ପରଠୁ ଆଶା କରିନଥିଲା ହେଲେ ନିଜ ରକ୍ତ ଯେବେ ନିଜର ନହେଲା ଆଉ କାହାକୁ କହନ୍ତା । କ୍ଷଣଟିଏ ମଧ୍ୟ ସେଠି ଆଉ ନରହି ସେ ଲେଉଟି ଆସିଲା ।

     କୁଆଡେ ଯିବ, କେଉଁଠି ରହିବ କିଛି ବୁଦ୍ଧି ନଥାଏ ମୁଣ୍ଡରେ । ହେଲେ ପିଲାଟିକୁ ବଂଚେଇବା ପାଇଁ ସେ ସବୁ ଅସମ୍ଭବ ସମ୍ଭବ କରିନେଲା । ପୁରୀକୁ ଫେରିଆସି ସେଠି ବଡଦାଣ୍ଡ ଆଗେ ବସିପଡିଲା ଦୁଇ ହାତକୁ ପଢେଇ । ପିଲାଟି ପାଇଁ ଭିକ୍ଷୁକ ପାଲିଟିଗଲା ଶେଷରେ । ଜୀବନକୁ ସେଇ କାଳିଆ ଠାକୁର ଆଗେ ଟେକି ଦେଇ ଖରା,ବର୍ଷା, ଶୀତ ସବୁ ମାସ, ପ୍ରତି ଦିନ ସେଠି ସେ ବସି ରହିଲା । 

      ଦିନକର କଥା । ସୁଷମା ଉପରେ ନଜର ପଡେ ଜଣେ ଦଂପତ୍ତିଙ୍କ । ସେ ବେଶ ପୋଷାକରୁ କିଛି ମାତ୍ରାରେ ଅସନା ଦେଖାଯାଉଥିଲେ ମଧ୍ୟ କଥା, ଭାବରୁ ବେଶ୍ ପରିପୃଷ୍ଟ । ସେମାନେ ତା ପାଖକୁ ଯାଇ ତା ବିଷୟରେ ପଚାରି ବୁଝିଲେ । ସୁଷମାଠୁ କାହାଣୀ ଶୁଣି ପ୍ରଥମେ ପୋଲିସର ସାହାଯ୍ୟ ପାଇଁ କହିଲାରୁ ସୁଷମା ମନାକଲା । ସେ ତା ଏବଂ ତା ସନ୍ତାନ ଜୀବନରେ ଆଉ କୌଣସି କଳାବାଦଳ ଦେଖିବାକୁ ଚାହେଁନା । କେବଳ ଶାନ୍ତିରେ ନିଶ୍ବାସ ନେଇ ବଂଚିଯିବ । ସୁଷମାର ମନ୍ତବ୍ଯ ଶୁଣିହା ପରେ ସେମାନେ ସେମାନଙ୍କ ଚିନ୍ତା ପରିବର୍ତ୍ତନ କଲେ । ସେମାନେ ସୁଷମାକୁ ତାଙ୍କ ସହ ନେଇଗଲେ ତାଙ୍କ ବୃଦ୍ଧାଶ୍ରମକୁ । ସେଠି ସୁଷମାକୁ ରୋଷେଇ ଦାୟିତ୍ବ ଦେଇ ଜଣେ କର୍ମଚାରୀ ଭାବେ ରଖିଲେ ଏବଂ ଝିଅଟିକୁ ମଧ୍ୟ ସୁସ୍ଥ ଜୀବନ ସହ ସବୁକିଛିର ସୁବିଧା ଦେଲେ । 

     ଭାଗ୍ୟ ବଦଳିବାରେ ସମୟ ଲାଗିଲା ନାହିଁ । ସେଠି ସୁଷମା ଏଇ ସୁନ୍ଦର ଜୀବନର ବିତେଇଲା । ସଭିଙ୍କ ସେବା ଶୁଶ୍ରୁଷାରେ ଖୁସି, ଆଶିଷ ମଧ୍ୟ ସାଉଁଟିଲା । ଅନେଇ ସଂପର୍କ ହରେଇ ମଧ୍ୟ ସଂପୂର୍ଣ୍ଣ ପରିବାରଟିଏ ପାଇ ଶାନ୍ତିରେ ରହିଲା ।

      


Rate this content
Log in

Similar oriya story from Tragedy