suchismita Panda

Drama Fantasy Inspirational

4.0  

suchismita Panda

Drama Fantasy Inspirational

ସତ୍ୟ ଏକ କାହାଣୀଟିଏ

ସତ୍ୟ ଏକ କାହାଣୀଟିଏ

3 mins
166


      ଚାକିରୀ କାଳ ଭିତରେ ରେଳ ମାଧ୍ୟମରେ ଅନେଇ ଥର ଯିବା ଆସିବା କରିଥାନ୍ତି ନିରଞ୍ଜନ ବାବୁ । ଅବସର ପାଇବା ପରେ ଯେତେବେଳେ ତାଙ୍କୁ ରେଳଯାତ୍ରାର ଅନୁଭୂତି କହି ପଚାରନ୍ତି ସେ ପ୍ରାୟ ସମୟ ଗୋଟିଏ ହିଁ କାହାଣୀ କହନ୍ତି । ଏମିତି କି ସେଇ କାହାଣୀ ଏତେ ଥର ଲୋକେ ଶୁଣିଥାନ୍ତି ଯେ ଶ୍ରୋତାଙ୍କ ମଧ୍ୟ ମନେ ରହିଯାଇଥାଏ । 

     ପଡିଶା ଘରର ପନ୍ଦର ବର୍ଷୀୟ ସୁଲଗ୍ନା ଲେଖନୀରେ ହାତ ଚଳେଇ ଖୁବ୍ କମ ବୟସରେ ଭଳ ଭଳ ଲେଖା ମାଧ୍ୟମରେ ଅନେକ ଲୋକଙ୍କ ଗହଣରେ ପରିଚିତ ହୋଇଯାଇଥାଏ । ଦିନେ ନିରଞ୍ଜନ ବାବୁଙ୍କ ପାଖକୁ ଯାଇ ସେ ତାଙ୍କୁ ଉପହାର ସ୍ବରୂପ ଗୋଟିଏ ଲେଖା ଭେଟିଦେଇ କହେ "ଏଇ ଲେଖାଟି କେବଳ ଆପଣଙ୍କ ପାଇଁ ଅଜା ।" ସୁଲଗ୍ନା ନିରଞ୍ଜନ ବାବୁଙ୍କୁ ଅଜା ବୋଲି ଡାକୁଥାଏ । ଲେଖାଟି ଗ୍ରହଣ କରି ସେ ନାତୁଣୀକୁ ଖୁସିରେ ଗେଲ କରିଦିଅନ୍ତି । 

      ନାତୁଣୀ ସୁଲଗ୍ନା ଚାଲିଯିବା ପରେ ସେ କାହାଣୀକୁ ପଢିବାକୁ ବିଚାର କରନ୍ତି ହେଲେ ପୁଣି ମନ ପରିବର୍ତ୍ତନ ହୁଏ । ରାତିରେ ଚାରିଦିଗର ଶୂନ୍ୟତା ଭିତରେ ସେ ପଢିବେ ଭାବି ତାଙ୍କ ଟେବୁଲ ଉପରେ କରିଦିଅନ୍ତି । ଘଣ୍ଟା କଣ୍ଟାକୁ ବୁଲି ସମୟ ଗଡିବାରେ ବିଳମ୍ବ ହୁଏନାହିଁ । ସମସ୍ତେ ଶୋଇଯିବା ପରେ ଦୀର୍ଘ ରାତି ଯାଏଁ ପଢିବାର ଅଭ୍ୟାସ ଯୋଗୁଁ ପତ୍ନୀ ଅନେକ ଥର ଚିଡଚିଡ ହୁଅନ୍ତି ହେଲେ ତାଙ୍କ ଅଭ୍ୟାସ ବଦଳୁନଥାଏ । ବହି ଖଣ୍ଡେ ନପଢିଲେ ଆଖିକୁ ନିଦ ନଥାଏ । ତେଣୁ ସବୁଦିନ ପଢିବା ସୁନିଶ୍ଚିତ । ସେଦିନ କିନ୍ତୁ ସେ ତାଙ୍କ ବହି ନପଢି ନାତୁଣୀ ଲେଖିଥିବା ଲେଖାଟିକୁ ପଢିବା ଆରମ୍ଭ କଲେ ।

      କାହାଣୀର ଆରମ୍ଭ ହୋଇଥାଏ ଦିଲ୍ଲୀ ରେଳଷ୍ଟେସନରୁ ଭୁବନେଶ୍ବରକୁ ଆସୁଥିବା ରାଜଧାନୀ ଏକ୍ସପ୍ରେସରୁ । ଜଣେ ଭାରତ ମାଟିର ସନ୍ତାନ ଦଶ ମାସ ପରେ ଛୁଟି ପାଇ ଫେରୁଥାଏ ଘରକୁ । ସେଠି ତାର ଭେଟ ହୁଏ ପାଖ ସିଟରେ ବସିଥିବା ଗୋଟେ ପରିବାର ସହ । ସ୍ତ୍ରୀ, ପିଲାଏ ଏବଂ ଭଉଣୀକୁ ନେଇ ସେମାନଙ୍କ ଏକ ସୁନ୍ଦର ଖୁସି ଭରା ପରିବାର । ସେମାନେ ଯାଉଥାନ୍ତି ଜଗନ୍ନାଥ ଧାମ ପୁରୀକୁ । ଯେହେତୁ ପାଖ ସିଟରେ ବସିଥିବା ବ୍ୟକ୍ତି ଜଣକ ଓଡିଶାର ଥିଲେ ତେଣୁ ସେମାନେ ତାଙ୍କଠୁ ଭୁବନେଶ୍ବର ପୁରୀ ଆଦି ସବୁ ବୁଲାବୁଲି ପାଇଁ ତଥ୍ୟ ସଂଗ୍ରହ କରିନେଉଥିଲେ । 

    ସଂପୂର୍ଣ୍ଣ ରାତିଟିଏ ପରେ ସଞ୍ଜ ପର୍ଯ୍ୟନ୍ତର ଯାତ୍ରା । ସେଇ ଭିତରେ ବସି ବସି ସେମାନେ କଥା କଥାରେ ଦୁହେଁ ଦୁହିଁଙ୍କୁ କିଛି କିଛି ଚିହ୍ନି ଯାଇଥିଲେ । ସୈନିକ ଜଣଙ୍କୁ ବୁଝିବାକୁ ଡେରି ହେଲାନାହିଁ ଯେ ବ୍ୟକ୍ତି ଜଣକ ନିଜ ଭାଉଜଙ୍କୁ ପତ୍ନୀ ରୂପେ ଗ୍ରହଣ କରି କରୋନା ସମୟ ହରେଇଥିବା ତାଙ୍କ ଭାଇଙ୍କ କୁନି ଝିଅକୁ ପିତୃଛାୟରେ ରଖିଲେ । ତା ସହ ସେମାନେ ମଧ୍ୟ ତାଙ୍କ ଜୀବନରେ ଆଗକୁ ବଢି ଆଉ ଏକ କୁନି କନ୍ୟା ସନ୍ତାନର ଜନକ ଜନନୀ ହେଲେ । 

    ଛୋଟ ପରିବାର ସୁଖୀ ପରିବାରର ପରିଚୟରେ ସେମାନେ ଜୀବନର ଦୁଃଖଦ ମୂହୁର୍ତ୍ତକୁ ମନରେ ଚାପିଧରି ହସରେ ଆଗକୁ ବଢିଲେ । ଏଭଳି ବିଧବାକୁ ନିନ୍ଦନୀୟ ନମନେ କରେ, ପ୍ରଚୀନ ପ୍ରଥା ବିଧବା ବିବାହ କଥାକୁ ବେଖାତିର କରି ପୁନଃବିବାହ କରିଥିବା ଚିତ୍ର ଆଖି ଆଗେ ଦେଖି ସୈନିକ ଜଣକ ଖୁସି ହେଲେ । ପ୍ରକୃତରେ ଦେଶ କେବଳ କଥାରେ ନଆଗେଇ କାମରେ ମଧ୍ୟ ଆଗେଇ ଚାଲିଥାଏ ବୋଲି ଜାଣିଲେ ।

    ଶେଷ ଠିକଣାରେ ପହଞ୍ଚିବା ପରେ ସେମାନଙ୍କ ରାସ୍ତା ବଦଳିଯାଏ । ଆଉ କୌଣସି ଖବର ନଥାଏ । ସୈନିକଙ୍କ ଛୁଟି ସରି କାମକୁ ଫେରନ୍ତି । ଦିନେ କାମରୁ ଫେରି ସୈନିକ ଜଣକ ଘର ଛାତରେ ବସି ପେପର ପଡୁଥିବା ସମୟରେ ଆଖି ପଡେ ସ୍ବାମୀଙ୍କୁ ହରେଇ ପୁନର୍ବାର ବିଧବା ପାଲଟିଥିବା ଖବରଟି ଉପରେ । ଚା ପିଇଯିବା ଭଳି ଭିତରେ ଲେଖାଥିବା ସବୁତକ ପଢି ସେ ବୁଝିଯାଇଥିଲେ ଯେ ଯାହା ସହ ଟ୍ରେନରେ ତାଙ୍କର ଦେଖା ହୋଇଥିଲା, ଯିଏ ପିଲାଟିକୁ ଅନାଥ ନକରିବାର ଇଚ୍ଛାରେ ଭାଉଜ କପାଳେ ସିନ୍ଧୁର ଭରିଥିଲେ ସେଇ ମହାନ ଜୀବନଟିର ଅନ୍ତ ହୋଇଯାଇଛି । ଠାକୁରର ଇଚ୍ଛା ଦେଖି ମନ ଭାରି ହୁଏ । ସେଇ ହସ ହସିଆ ମୁହଁ ଆଖି ଆଗେ ଭାସିଯାଏ । ପତ୍ନୀ, ପିଲାଙ୍କ କଥା ମନେ ପଡୁଥାଏ । ଏତେ ଗଭୀର ମାତ୍ରରେ ତାଙ୍କ ଉପରେ ପ୍ରଭାବ ପଡେ ଯେ ତାଙ୍କୁ ଜ୍ବର ହୋଇଯାଏ । ସେ ମନେ ମନେ ସେଇ ପରିବାର ପାଇଁ ଶକ୍ତି ମାଗୁଥାନ୍ତି । 

      କିଛି ମାସ ବିତେ । ପୁଣିଥରେ ଖବର କାଗଜର ପୃଷ୍ଠାରେ ସେଇ ବିଧବା ପତ୍ନୀଙ୍କ ଦାମ୍ଭିକତା ପ୍ରକାଶିତ ହୋଇଥାଏ । ସୈନିକ ଜଣକ ସେଇ ଖବରଟା ଜାଣିବା ପରେ ସାମାନ୍ୟ ଶାନ୍ତି ହୋଇଥାନ୍ତି ଏବଂ ନାରୀ ଭିତରେ ସହିଷ୍ଣୁତାର ଅମାପ ଶକ୍ତିକୁ ଚିରନମନ କରନ୍ତି ।

     ନିରଞ୍ଜନ ବାବୁ କାହାଣୀକୁ ପଢି କାନ୍ଦି ପକାଇଲେ । ସେ କେବେ ଭାବି ନଥିଲି ଯେ ତାଙ୍କ ଅଙ୍ଗେ ନିଭେଇଥିବା ଅନୁଭୂତିକୁ ଦିନେ ଏମିତି କାହାଣୀ ରୂପେ ପଢିବାକୁ ପାଇବେ । ସେଇ ନାରୀଟିର ଦାମ୍ଭିକତାକୁ କହି ନିରଞ୍ଜନ ବାବୁ ସତରେ ସଭିଙ୍କୁ ପ୍ରେରଣା ଦେବାକୁ ଚେଷ୍ଟା କରନ୍ତି । ଆଉ ତାଙ୍କ ମର୍ମକୁ ଅଳ୍ପ ବୟସରୁ ବୁଝିପାରିଥାଏ ତାଙ୍କ ନାତୁଣୀ ସମ ସୁଲଗ୍ନା ବୋଲି ସେ ଗର୍ବତ ତା ପାଇଁ । 

     ନିରଞ୍ଜନ ବାବୁଙ୍କ ସାହାଯ୍ୟ ପାଇ ସୁଲଗ୍ନା ଆହୁରି ଲେଖା ଲେଖି କରେ । ତା ସହ ସେଇ ପୁରୁଣା କାହାଣୀର ମଧ୍ୟ ପ୍ରବଳରୁ ପ୍ରବଳ ପ୍ରଚାର ପ୍ରସାର ହୋଇ ଲୋକଙ୍କଠାରେ ନାରୀ ଶକ୍ତିର ଦୃଷ୍ଟାନ୍ତ ଦିଆଯାଏ । 


Rate this content
Log in

Similar oriya story from Drama