suchismita Panda

Abstract Tragedy Fantasy

3  

suchismita Panda

Abstract Tragedy Fantasy

ଅମନ

ଅମନ

2 mins
121


      ଗ୍ରୀଷ୍ମ ଖୁଟି ସରି ସରି ଆସୁଥାଏ । ଦଶମ ଶ୍ରେଣୀର ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହେବାର ଦିନ ଧାର୍ଯ୍ୟ ହୋଇଯାଇଥାଏ । ଅମନ ଡାକ୍ତର ହେବାର ଲକ୍ଷ୍ୟ ନେଇ ଆଗାମୀ ପଢା ପଢି ଉପରେ ଧ୍ୟାନ ଦେଇଥାଏ । ଏତେ ବଡ ଛୁଟିରେ ମଧ୍ୟ ସେ ଏପଟ ସେପଟ ନବୁଲି ଖୁବ୍ ମନ ଦେଇ ପ୍ରସ୍ତୁତ ହେଉଥାଏ ।

      ଅମନ ବାପା ମାଆଙ୍କ ଗୋଟିଏ ବୋଲି ସନ୍ତାନ । ବାହାଘରର ଦୀର୍ଘ ବର୍ଷର ଅପେକ୍ଷା ପରେ ତାକୁ ପାଇଥିଲେ ସେମାନେ । ସେଥିପାଇଁ ଅମନ ଯାହା ଚାହେଁ ଯଦି ତାହା ଠିକ୍ ତେବେ କଦାଚିତ୍ କେହି ତାକୁ ମନା କରନ୍ତି ନାହିଁ । ଖାସ ସେଇ ଗୋଟିଏ କାରଣ ପାଇଁ ଅମନର ଡାକ୍ତର ହେବାର ସ୍ବପ୍ନକୁ ସାକାର କରିବା ଦିଗରେ ସେମାନେ ମଧ୍ୟ ଲାଗିଥାନ୍ତି । ଗରିବ ଘରର ପୁଅଟିଏ ହୋଇ ମଧ୍ୟ ଅମନର ପାଠ ପଢା ଖର୍ଚ୍ଚରେ ସବୁବେଳେ ଆଗତୁର ଥାନ୍ତି ।

     ସମୟ ବିତେ । ପରୀକ୍ଷା ଫଳ ପ୍ରକାଶିତ ହେବାକୁ ମାତ୍ର ଗୋଟେ ରାତି ଥାଏ । ଅମନ ଉତ୍ସାହର ସହ ଅପେକ୍ଷା କରିଥାଏ । ସତେ ଯେମିତି ରାତିର କିଛି ଘଡି ତା ପାଇଁ କରୁନଥାଏ ଶୀଘ୍ର । ସକାଳ ହେଉ ହେଉ ସବୁଦିନ ପରି ନଦୀକୁ ଯାଇ ଶୀଘ୍ର ଶୀଘ୍ର କାମ ସବୁ ସାରିବାକୁ ଲାଗେ । 

     ଦିନ ଦଶଟାରେ ପରୀକ୍ଷା ଫଳ ପ୍ରକାଶିତ ହୁଏ। ହେଲେ ଅମନର ଦେଖା ନଥାଏ । ଅମନ କୁ ଖୋଜା ଖୋଜି ଆରମ୍ଭ ହୋଇଯାଏ । ଏତେବେଳକୁ ଦୌଡି ଦୌଡି ନଦୀ ପଟରୁ ଗାଁ ର ଗାଈ ଜଗୁଆଳୀ ମାଧବ ଆସି କହେ ଅମନ ନଦୀରେ ବୁଡି ଯାଇଛି । ଭାରି କଷ୍ଟରେ ଏକା ସେ ପାଣିରୁ ଛାଣି ଆଣିଛି ହେଲେ ଚେତା ଫେରିନି । 

     ଗୋଡ ତଳୁ ମାଟି ଖସେ । ସମସ୍ତେ ଏକମୁହା ହୋଇ ନଦୀକୁ ଯାନ୍ତି । ସେଠୁ ଅମନକୁ ଆଣି ପହଞ୍ଚାନ୍ତି ଡାକ୍ତରଖାନାରେ । ହେଲେ ଦୁର୍ଭାଗ୍ୟବଶତଃ ଅମନ ଆଉ ବଂଚି ନଥାଏ । ନିରାଶର ଖବରରେ ସାରା ଗାଁ ମୁଣ୍ଡ ଫାଟି ପଡେ । ଛାତି ପିଟି ପିଟି ମାଆଠୁ ଆରମ୍ଭ କରି ମାଉସୀ ପିଉସୀ ସମସ୍ତେ କାନ୍ଦି ଚାଲୁଥାନ୍ତି । 

    ଅନ୍ୟ ପଟେ ସ୍କୁଲର ସବୁଠୁ ଭଲ ନମ୍ବର ରଖି ଅମନ ଏକା ହିଁ ପ୍ରଥମ ଶ୍ରେଣୀରେ ପାସ କରିଥାଏ । କିନ୍ତୁ ଏମିତି ଖୁସିର ଦିନକୁ ଖୁସିରେ ଉପଭୋଗ କରିବାପାଇଁ ଆଉ କୌଣସି ଖୁସିନଥାଏ କାହାରି ମୁହଁରେ । ସବୁତକ ସ୍ବପ୍ନ ଚୁର ଚୁର ହୋଇଯାଏ । ଘର ସଂସାର ସବୁ ଉଜୁଡି ଯାଏ। ବାନା ମାଆ ପିଲାର ଛାଡିଯିବା ଦୁଃଖରେ ଜୀବନ୍ତ ଶବ ପାଲଟିଯାନ୍ତି । 


Rate this content
Log in

Similar oriya story from Abstract