suchismita Panda

Children Stories Inspirational

2.8  

suchismita Panda

Children Stories Inspirational

କିଛି ମିଛ ମିଛ ନୁହେଁ

କିଛି ମିଛ ମିଛ ନୁହେଁ

2 mins
211


   ଅଦିନିଆ ମେଘ ଅସରାଏ ଆସିବା ପରି ଅଚାନକ ସଞ୍ଜ ନଇଁ ଆସୁଥିବା ବେଳକୁ ଦ୍ୱାର ମୁଖେ ଦେଖିବାକୁ ମିଳେ ନକୁଳକୁ । ସାଙ୍ଗରେ ଦୁଇ ଛୋଟ ଛୋଟ ପୁଅ ଏବଂ ଏକ ସୁନ୍ଦରୀ ନାରୀଟିଏ । ନିଶ୍ଚୟ ତାର ପତ୍ନୀ ଓ ପିଲାମାନେ ହୋଇଥିବ ସେମାନେ । 

   ସୂର୍ଯ୍ୟ ପଶ୍ଚିମାକାଶେ ଉଦୟ ହେବା ପରି ଅସମ୍ଭବ କଥାଟିଏ ଯେବେ ସମ୍ଭବ ହୋଇଛି ଚାରିଦିଗେ ଖୁସିର ଖବର ଖେଳିଯାଇଛି । ପିଲାଠୁ ବୃଦ୍ଧ ବୃଦ୍ଧା ସଭିଏଁ ଧାଁ ଧପଡ କରୁଛନ୍ତି ନକୁଳକୁ ଟିକେ ଦେଖେବେ ବୋଲି । ଏଇ ଭିତରେ ନକୁଳ ଘର ଭିତରକୁ ଆସିସାରିଛି । 

   ନକୁଳକୁ ଦେଖିବାକୁ ଆସିଥିଲି ତାର ପିଲାଦିନର ସାଙ୍ଗ ରାଜା । ଦୁହିଁଙ୍କ ଆଖିକୁ ଆଖି ମିଶୁ ମିଶୁ ରାଜା ଆଉ ନିଜକୁ ସମ୍ଭାଳି ରଖିବା ସମ୍ଭବ ହେଲାନି ଓ ସେ ଭୋ ଭୋ ହୋଇ କାନ୍ଦିଉଠିଲା ପାଖେ ବସିଥିବା ଖୁଡୀମାଆଙ୍କୁ କୁଣ୍ଢେଇ ଧରି । କେବଳ କାନ୍ଦୁନଥିଲା ତା ସହ ରହି ରହି କେବଳ କହୁଥାଏ ତୁ କହୁଥିଲୁ ତୋ ପୁଅ ଫେରିବ । ନିଶ୍ଚୟ ଫେରିବ । ହେଇ ଦେଖ । ଦେଖ ସେ ଫେରି ଆସିଛି । ଆମ ନକୁଳ ଆସିଛି । 

  ନକୁଳ ଫେରିବା ଘଡିଠୁ ତୁନି ହୋଇ ବସିଥିବା ମାଆ ତଥା ରାଜାର ଖୁଡିମାଆ ରାଜର ସ୍ୱରରେ ସ୍ୱର ମିଳେଇଲେ । ମନରେ ଥିବା ଯେତକ କୋହକୁ ବାହାରକରିଲେ । ତାଙ୍କ ପୂଜା ପାଠ, ଦିଆଁ ଠାକୁର ସଭିଙ୍କୁ ମୁଣ୍ଡିଆ ମାରି ନକୁଳକୁ ଗେଲ କରିଚାଲିଲି । 

   କେଡେ ଛୋଟଟିଏ ଥିଲା ସେ । ତାମିଲନାଡୁରେ କାମ କରି ବାପାଙ୍କୁ ଧାର କରଜରୁ ମୁକ୍ତ କରିବାକୁ ଯାଇ ଆଉ ଫେରିନି ସେଠୁ । କେତେ ଖୋଜା ଖୋଜି କରାଗଲା । ପୋଲିସ କୋର୍ଟ କଚେରୀ ସବୁ ହେଲା । ହେଲେ ସଭିଙ୍କ ଗୋଟିଏ କଥା ନକୁଳ ମୃତ । ଏଇ ମିଛ କଥାଟା ଶୁଣି ଶୁଣି ମନ ମରି ମରି ଆସୁଥାଏ । ସତ କଣ ମାଆ ମନ ଠିକ୍ ଜାଣେ ହେଲେ ପ୍ରମାଣ କରିବାକୁ କିଛି ହାତରେ ନଥାଏ । ଏବେ ସବୁ ସତକୁ ସତ ଜଣାପଡିଛି । ନକୁଳ ସତରେ ବଞ୍ଚିଛି ଆଉ ମାଆ ମନର ମମତା ବିଜୟର ବାନା ଉଡଉଛି । 

  ମାଆ ଆଖିରୁ ସବୁତକ ଲୁହ ପୋଛି ଦେଇଛି ନକୁଳ । ଗୋଡତଳେ ପଡି ତା ପାଇଁ ମିଳିଥିବା କଷ୍ଟର କ୍ଷମା ମାଗିନେଇଛି । ଏହା ସହ ଏତେ ବର୍ଷ ଧରି ସେ ନଆସି କେବଳ ଘରେ ନୁହେଁ ନିଜ ହୃଦୟର ଏ ମଧ୍ୟ କଷ୍ଟ ଦେଇଛି । ସେ ତ ଆସିବାକୁ ଢେର ଚେଷ୍ଟା ମଧ୍ୟ କରିଛି ହେଲେ କିଛି ଖଳଲୋକଙ୍କ ହାତରେ ପଡି ମିଥ୍ୟା ଅଭିଯୋଗରେ ଜେଲଦଣ୍ଡସମ କାରାଗାରରେ ରଖି ଟଙ୍କା ଅର୍ଜନର ଯନ୍ତ୍ର କରାଯାଇଥାଏ । ଶେଷରେ ପତ୍ନୀ ସହ ମିଶି ଉପାୟ ପାଞ୍ଚି ସେଥିରେ ସଫଳ ହୋଇ ଫେରିଛି ସେ । ଆଉ ଯିବନି କେବେବି ଯିବନି । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନିଜ ମାଟିରେ ହିଁ ରହିବ ।  

  ନକୁଳର କଥା ଶୁଣି ସଭିଙ୍କ ଆଖିରେ ଲୁହ ଭରିଯାଇଛି । ମାଆ ତାଙ୍କୁ ଏକା ନୁହେଁ ତାଙ୍କ ସପରିବାରକୁ କୁଣ୍ଢେଇ ଧରି ତୁହାକୁ ତୁହା ଗେଲ କରୁଛି । ଏକ ମୂର୍ମୁଷୁ ଅବସ୍ଥାରେ ପଡିବା ଘର ଜୀବନ୍ୟାସ ପାଇଛି । 

    



Rate this content
Log in