suchismita Panda

Tragedy Crime Fantasy

3  

suchismita Panda

Tragedy Crime Fantasy

ମହିଳା

ମହିଳା

2 mins
123


       ସୁଶାନ୍ତର ମୃତ୍ୟୁ ଖବରଟା ସବୁ ପ୍ରକାରର ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ପରେ ସଭିଙ୍କ ଭିତରେ ଏକ ଅପୂର୍ବ ଖୁସି ଦେଖିବାକୁ ମିଳେ । ସ୍ଥାନେ ସ୍ଥାନେ ଫୋଟକାର ଶଦ୍ଦରେ ଆକାଶ ମଧ୍ୟ କମ୍ପି ଉଠେ । ଏତେ ବଡ ଖୁସିର ମୂହୁର୍ତ୍ତକୁ ସମସ୍ତେ ପାଳନ କରୁଥିବାର ଦେଖିବାକୁ ମଧ୍ୟ ମିଳେ । 


      ଅନ୍ୟ ପଟେ ଏତେ ବଡ କୁଖ୍ୟାତ ଅପରାଧୀକୁ ମୃତ୍ୟୁ ମୁଖରେ ସଫଳତାର ସହ ପହଞ୍ଚାଇ ସଫଳତାର ବଡ ପାହାଚଟିଏ ଚଢିଥାଏ । ସମସ୍ତ ସୈନ୍ୟଙ୍କୁ ତଥା ସେଇ ମିଶନରେ ସାମିଲଥିବା ପୋଲିସ ବାହିନୀଙ୍କୁ ଢେର ଢେର ଶୁଭେଚ୍ଛା ଛୁଟୁଥାଏ । 


      ବାଲ୍ୟକାଳରୁ ଅପରାଧର ଦୁନିଆକୁ ପାଦ ଦେଇଥିବା ସୁଶାନ୍ତ ହେଉଛି ଅପରାଧ ଦୁନିଆର ବିଖ୍ୟାତ ଖିଲାଡି । ସେ ଜଣେ କି ଦି ଜଣ ନୁହେଁ ବରଂ ଅନେକ ନୀରିହ ଜୀବନ ନେଇଛି, କେତେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାରିଛି । ଏବଂ ତଥାପି ମଧ୍ୟ ସବୁଠି ସେ ସଫଳତା ସହ ମୁକୁଳି ଯାଇ ପୋଲିସ ହାତରେ ଖାଲିପଣ ଭରିଦେଇଛି । 


      ବର୍ଷ ବର୍ଷ ଧରି ପୋଲିସ ଚେଷ୍ଟା ଚଳେଇଛି ସୁଶାନ୍ତକୁ ଧରିବା ପାଇଁ । ଶେଷରେ ସୁଶାନ୍ତକୁ ସୁଝେଇବା ଭଲି ଉପାୟ କଲେ । ମହିଳା ପୋଲିସ କର୍ମଚାରୀ ଜଣକ ଜଣେ ଗୁଣ୍ଡୀ ରୂପ ଧରି ସୁଶାନ୍ତ ସହ ହାତ ମିଳାନ୍ତି । ତା ସହ ରହି ତାର ଟିକି ନିକି ଖବର ପଠାନ୍ତି । ତଥାପି ମଧ୍ୟ ଏତେ ସହଜ ନଥାଏ ତାକୁ ମାରିବା ।


      ଦିନେ ସୂଚନା ମୁତାବକ ପୋଲିସ ପ୍ଲାଟୁନ ସହ ସୁଶାନ୍ତ ଏବଂ ତାର ଦଳ ଆସୁଥିବା ପଥରେ ଲୁଚି ରହିଥାନ୍ତି । ଯେମିତି ସେମାନଙ୍କ ଗାଡି ଆସେ ସେମାନେ ତାଙ୍କ ଉପରେ ଆକ୍ରମଣ ଆରମ୍ଭ କରନ୍ତି । ଆରମ୍ଭ ହୋଇଯାଏ ଘନାଘୋର ଯୁଦ୍ଧ । 


     ସୁଶାନ୍ତକୁ ସୁରକ୍ଷିତ ରଖୁଥିବା ସବୁଠୁ ନିକଟତମ ଅପରାଧୀକୁ ମାରିବା ପରେ ସେ ପାଗଳ ପରି ଛଟପଟ ହୋଇପଡେ । ରାଗରେ ଆଖିବୁଜା ଗୋଳି ଫୁଟାଇବାକୁ ଆରମ୍ଭ କରୁ କରୁ ହାତରୁ ବନ୍ଧୁକ ଛଡେଇ ନିଏ ତାଙ୍କ ପ୍ରେମିକା ସାଜିଥିବା ମହିଳା ପୋଲିସ କର୍ମଚାରୀ । ଏଇ ମୂହୁର୍ତ୍ତରେ ହିଁ ସୁଶାନ୍ତ ଜାଣେ ଯେ ସେ ଜଣେ ପୋଲିସ ସଦସ୍ୟା । 


     ଦୀର୍ଘ ଘଣ୍ଟା ଧରି ଯୁଦ୍ଧ ଚାଲେ । ଅନେକ ପୋଲିସ କର୍ମଚାରୀ ଆହତ ହୋଇପଡନ୍ତି । ତଥାପି ହାର ନମାନି ଲଢେଇରେ ସାହାଯ୍ୟ କରୁଥାନ୍ତି । ଶେଷରେ ମହିଳା ପୋଲିସ କର୍ମଚାରୀ ଜଣକ ସୁଶାନ୍ତକୁ ଗୋଳି କରି ସବୁ ରଫା ଦଫା କରିଦିଅନ୍ତି । 


      ଲୋକେ କହନ୍ତି "ସବୁ ସଫଳତା ପଛରେ ମହିଳାଙ୍କ ହାତ ଥାଏ"। ହେଲେ ଅନେକ ଏଇ କଥାକୁ ସଠିକ ଭାବେ ଗ୍ରହଣ ନକରି ଓଲଟା ମାନି ନିଅନ୍ତି ଆଉ ସବୁ ଖରାପ ପଛେ ମହିଳା ସାମିଲଥାଏ ବୋଲି କହନ୍ତି । ହେଲେ ଏଇ କ୍ଷେତ୍ରରେ ମହିଳା ପୋଲିସ କର୍ମଚାରୀ ଜଣକ ସଠିକ ଉଦାହରଣ ହେଲେ ଏବଂ ଅନେକଙ୍କ ଆଖି ଖୋଲିବା ସହ ଆଗାମୀ ଦିନରେ ତାଙ୍କ ପରି ଅନେକ ନାରୀ ଜାତିକୁ ଦେଶର ଗର୍ବ ହେବାକୁ ପ୍ରେରଣା ସାଜିଲେ । 

       


Rate this content
Log in

Similar oriya story from Tragedy