suchismita Panda

Drama Classics Inspirational

3  

suchismita Panda

Drama Classics Inspirational

ନୂତନତାର ଛବି: ରୂପାଲୀ

ନୂତନତାର ଛବି: ରୂପାଲୀ

4 mins
131


   ଟ୍ରାଫିକ ଭିଡରେ ଲମ୍ବା ସମୟ ପର୍ଯ୍ୟନ୍ତ ଫସିଯିବାରୁ ରେଳଷ୍ଟେସନକୁ ପହଞ୍ଚିବା ପାଇଁ ବିଳମ୍ବ ହୁଏ । ସେପଟେ ଟ୍ରେନ୍ ଆସି ଯାଇଥାଏ । ଦୌଡି ଦୌଡି ଶେଷ ପ୍ଲାଟଫର୍ମରେ ଲାଗିଥିବା ଅହମଦାବାଦ ଏକ୍ସପ୍ରେସ୍ ପାଖକୁ ଯାଉ ଯାଉ ସେ ଚାଲିଯାଏ ଆଗକୁ । ତା ସହ ଦୂରେଇ ଦୂରେଇ ଯାଏ ରୂପାଲୀ ।

    ରୂପାଲୀ ମୋହନୀପୁର ଗାଁର ଝିଅ । ବାପା ମାଆଙ୍କ ତୃତୀୟ ସନ୍ତାନ । ସମସ୍ତେ ତା ଉପରେ ବଡ । ସବା ସାନ ବୋଲି ଛୋଟଦିନୁ ଭାରି ଅଳି ଅର୍ଦଳିରେ ବଢିଛି । ହେଲେ ବୟସ ଦେଖୁ ଦେଖୁ ଚାଲିଯାଇଛି । ରୂପେଲୀର ଧୂଳିମାଟିରେ ଖେଳା ସମୟ ବିତି ପାଠପଢା ବୟସର ଆରମ୍ଭ ହୋଇଛି । ସେତେବେଳର ଗାଁ ମାନଙ୍କରେ ପାଠପଢା କହିଲେ ପୁଅଙ୍କ ପଢିବାକୁ ବେଶୀ ବୁଝାଉଥାଏ । କିଛି କିଛି ହାତ ଗଣତି ଝିଅ ମାନେ ବିଦ୍ୟାଳୟକୁ ଯିବାର ଆରମ୍ଭ କରିଥାନ୍ତି । ରୂପାଲୀ ମଧ୍ୟ ସେମାନଙ୍କ ଭିତରୁ ଜଣେ । 

    ରୂପାଲୀ ପାଠ ପଢାରେ ଭଲ କରେ । ବୁଝିବା ଏବଂ ଭାବକୁ ପ୍ରକାଶ କରିବାରେ ସେ ଅନ୍ୟ ସଭିଙ୍କଠୁ ତଥାପି ଗାଁ ବିଦ୍ୟାଳୟରେ ପଢା ସରିବା ପରେ ଆଉ ଆଗକୁ ପଢିବା ପାଇଁ ଅନୁମତି ମିଳେନାହିଁ । ବୋଉ କହେ ଘରେ ରହି ଘରକାମ ଶିଖିବା ବୟସ ହେଲାଣି । ବାପାଙ୍କ କିନ୍ତୁ ଚୁପ ରହି ଥାନ୍ତି । ବୋଉଙ୍କୁ କେବେ ମନା କରନ୍ତି ନାହିଁ କି ଝିଅର ପଢିବା ଇଚ୍ଛାକୁ ସହମତି ଜଣାନ୍ତି ନାହିଁ । ଏମିତି ଦ୍ବିଧା ଭିତରେ ରୂପାଲୀ ବାଟବଣା ହେଉଥାଏ । 

      ଦରିଦ୍ରକୁ ଦଇବ ସାହା ପରି ରୂପାଲୀର ସପକ୍ଷରେ ମୁହଁ ଖୋଲନ୍ତି ଜେଜେମାଆ ।ପୁରୁଣା କାଳିଆ ମଣିଷଟିଏ ହେଲେ ବି ତାଙ୍କ ଚିନ୍ତାଧାରରେ ଥାଏ ଆଧୁନିକତା । ସେ ଜଣେ ନାରୀ ହୋଇ ନାରୀର ବନ୍ଧନକୁ ଖୋଲିଦେବା ଯେ ଏକାନ୍ତ ଆବଶ୍ୟକ ଏକଥା ବୁଢିଛନ୍ତି ବୋଧେ ତାଙ୍କ ଜୀବନକାଳ ଭିତରେ । ସେଥିପାଇଁ ସେ ରୂପାଲୀକୁ ପଢାଇବା ପାଇଁ ଜିଦ୍ ଧରିବସିଲେ । ଘରର ବଡ ଲୋକଙ୍କ ଆଗେ ସାନ ସବୁ ହାର ମାନି ବାଧ୍ୟ ହୋଇ ରୂପାଲୀକୁ ପଠେଇଲେ ବିଦ୍ୟାଳୟ ।

     ସୁଖର ଦିନ ଖୁବ୍ ଶୀଘ୍ର ବିତିଯାଏ । ରୂପାଲୀ କ୍ଷେତ୍ରରେ ମଧ୍ୟ ଠିକ୍ ସେମିତି ହିଁ ହେଲା । ଉଚ୍ଚ ବିଦ୍ୟାଳୟର ପାଠ ସରୁ ସରୁ ଜେଜେମାଆ ଚାଲିଗଲେ । ତାଙ୍କ ସହ ଚାଲିଗଲା ରୂପାଲୀର ସ୍ବାଧୀନତା । ପାଠପଢାରେ ଲାଗେ ମୋହର । ଘର ଚାରିଦିଗରେ ସେ ବନ୍ଧା ରହିଯାଏ । ତଥାପି ନିଜ ପଟରୁ ଚେଷ୍ଟା ସବୁବେଳେ କରୁଥାଏ । କୌଣସି କଲେଜ ସିନା ଯାଇପାରେନି ହେଲେ ଘରେ ରହି ଜାତି ଜାତିକା ପୁସ୍ତକ ପଢି ଜ୍ଞାନ ସଂଗ୍ରହ କରିଚାଲେ । 

      ବୟସ ବଢେ । ରୂପାଲୀର ସାଙ୍ଗ ସାଥି ହାତକୁ ଦି ହାତ ହୋଇଯାଇଥାନ୍ତି ବୋଲି ଘରେ ତା ବାହାଘର କଥା ମଧ୍ୟ ଆରମ୍ଭ ହୋଇପଡେ । ନାହିଁ ନାହିଁ କଲେ ମଧ୍ୟ ଆଉ କେହି ଶୁଣିବା ଲୋକ ନଥାନ୍ତି । ବୋଉ ମଧ୍ୟ ବାହାଘର କରେଇବା ନିଶାରେ ସଭିଙ୍କୁ ପୁଅ ଦେଖିବାକୁ କହୁଥାଏ । ରୂପାଲୀ ଭାରି ଅଡୁଆ ପରିସ୍ଥିତିରେ ପଡିଯାଇ ହାର ମାନିବାକୁ ବାଧ୍ୟ ହେଉଥାଏ । ଶେଷରେ ପରିସ୍ଥିତି ଭାରି କଷ୍ଟ ଦେଲା ତାକୁ ଯେବେ ଭଲ ଘର, ଅର୍ଥର କୌଣସି ଅସୁବିଧା ନାହିଁ ବୋଲି ତା ବାହାଘର ସ୍ଥିର କରିଦେଲେ ବୟସରେ ବେଶୀ ବଡ ଅପାଠୁଆ ପୁଅ ସହ । 

     ରୂପାଲୀ ବହୁତ ଚେଷ୍ଟା କଲା ସଭିଙ୍କୁ ବୁଝେଇବାକୁ ପାଇଁ । ହେଲେ ତା କଥା ଶୁଣିବାକୁ କିଏ ଥାଏ । ସେ ଆଉ ରାସ୍ତା ନପାଇ ପାହାନ୍ତିଆ ସକାଳୁ ଗାଁକୁ ଆସୁଥିବା ପ୍ରଥମ ବସ ଧରି ପଳେଇ ଆସିଲା ସହର । ସହରକୁ ଆସିଲେ ମଧ୍ୟ ତା ଜୀବନରେ ନଥାଏ ସ୍ଥିରତା । ଯିବ କୁଆଡେ ରହିବ କେଉଁଠି । ପୁଣି ସହରକୁ ଯଦି ଘର ଲୋକେ ଆସି ପହଞ୍ଚି ଫେରାଇ ନିଅନ୍ତି ! ଏମିତି ଅନେଇ ପ୍ରକାରର ଚିନ୍ତା ସହ ସମାଧାନ ରାସ୍ତା ଖୋଜୁଥାଏ ସେ ।

     ଆଖି ଆଗେ ଦେଖେ ତା ପଟକୁ ହାତ ବଢେଏ ଠିଆ ହୋଇଥିବା ଆନନ୍ଦକୁ । ଆନନ୍ଦ ହେଉଛି ଗାଁର ଭଣଜା । ଅର୍ଥାତ୍ ରୂପାଲୀର ପାଖ ଘର ଆନନ୍ଦର ମାମୁଁ ଘର । ସେ ଛୋଟ ଦିନରୁ ସେଠି ରହି ପାଠ ପଢୁଥିଲା । କେବଳ ସେତିକି ନୁହେଁ ସେ ଭଲ ପଢେ ବୋଲି ସ୍କୁଲରେ ତାକୁ ସରକାରୀ ସାହାଯ୍ୟ ମିଳିଲା, ସେ ସହରକୁ ଆସି ସେଠି ପଢି ଏବେ ମାସ ଗୋଟାଏ ତଳେ ଅହମଦାବାଦଠାରେ ଚାକିରୀ ପାଇଥିଲା । ସେ ରୂପାଲୀକୁ ମନେ ମନେ ପସନ୍ଦ କରୁଥାଏ ବୋଲି ରୂପାଲୀ ସାଙ୍ଗମାନଙ୍କଠୁ ଶୁଣିଥିଲା । ଆଜି ସେଇ ଆନନ୍ଦ ହିଁ ଏକା ତା ପାଖେ ଠିଆହୋଇଛି । 

     ବଡ ଅଡୁଆ ପରିସ୍ଥିତିର ସନ୍ଧିରେ ସେ ଫସିଥାଏ । ଆନନ୍ଦର ପ୍ରସ୍ତାବରେ ରାଜି ହୋଇ ସେ ଯଦି ଚାଲିଯାଏ ଅହମଦାବାଦ ତେବେ ଗାଁରେ ଏଇ ଖବର ପ୍ରଚାର ହୋଇ ଲୋକେ ନିନ୍ଦା କରିବେ । ପାଠ ପଢେଇଲେ ଏଇ ଦିନ ଦେଖିବାକୁ ମିଳେ ବୋଲି ଝିଅ ଜାତିର ପଢାରେ ଆହୁରି ଅଧିକ କଟକଣା ଲଗେଇ ବସିବେ । ଆଉ ଅନ୍ୟ ପଟେ ଯଦି ଆନନ୍ଦକୁ ଅଣଦେଖା କରେ ତେବେ ସେ ଯିବ କୁଆଡେ, କରିବ କଣ ! 

    ବାଟବଣା ରୂପାଲୀକୁ ପୁଣି ବାଟ ଦେଖିବାକୁ ସାହାଯ୍ୟ କରେ ଆନନ୍ଦ । ତା ମାଧ୍ୟମରେ ରୂପାଲୀ ଗାଁକୁ ଖବର ପଠାଏ । ଆନନ୍ଦ ପରି ସେ ଜଣେ ଶିକ୍ଷିତ ମଣିଷ ହିଁ ତା ପାଇଁ ଯୋଗ୍ୟ ଯାହାକୁ ସେ ଖୋଜୁଥିଲା, ହେଲେ ସେମାନେ ତା ବାହାଘର ଜଣେ ମୁର୍ଖ, ଅପାଠୁଆ, ମଦୁଆ ସହ ସ୍ଥିର କରି ଆଜୀବନ ରାଶି ରାଶି ଦୁଃଖ ଲେଖିଦେବାକୁ ଯାଉଥିଲେ । ତେଣୁ ବାଧ୍ୟ ହେଲା ଘରଛାଡି ନିଜ ପାଇଁ ପଦକ୍ଷେପ ନେବାକୁ । ସେ ଆନନ୍ଦକୁ କେବେ ପ୍ରେମ କରିନଥିଲା କିନ୍ତୁ ଆନନ୍ଦ ପରି ଜଣେ ମଣିଷଙ୍କ ଛବି ତା ମଧେ ଆଙ୍କି ରଖିଥିଲା । ତେଣୁ ଆନନ୍ଦ ପରି କେହି ନମିଳି ଯେବେ ଆନନ୍ଦ ନିଜେ ମିଳିଲେ ତେବେ ସେ ଆଉ ମନା ମଧ୍ୟ କରିବ ନାହିଁ । ସକାଳର ଟ୍ରେନ୍ ଧରି ଅହମଦାବାଦ ଯାଇ ଆରମ୍ଭ କରିବ ନୂତନ ଜୀବନ ।

      ଘରେ ଏଇ କଥା ପହଞ୍ଚିବା ପରେ ସଭିଙ୍କୁ ମନରେ ରାଗ ମିଶା ପ୍ରେମ ଝରେ । କିଏ କହେ ଝିଅ ଭଲ ପାଉଥିଲା ତ ଆଉ କିଏ କସେ ଝିଅ ଦୂର ସହରକୁ ଚାଲିଯିବ ମୁହଁ ଟିକେ ଦେଖିବି କହିଲେ ଆଉ ଦେଖିହେବନ । ଏତେ ସବୁ କଥା ଶୁଣି ମାଆ ମନର ସବୁତକ ରାଗ ତରଳି ଯାଏ । ସେମାନେ ଝିଅକୁ ଦେଖିବାକୁ ବାହାରିଯାନ୍ତି ସହରକୁ । ଦୁର୍ଭାଗ୍ୟକୁ ଟ୍ରାଫିକ ଜାମରେ ପଡି ଡେରି ହୁଏ, ରୂପାଲୀ ସହ ଦେଖା କରିବା ଇଚ୍ଛା ଅପୂର୍ଣ୍ଣ ରହିଯାଏ । 

     ରୂପାଲୀ ଚାଲିଯାଏ ଅହମଦାବାଦ । ସେଠି ସୁନ୍ଦର ଜୀବନର ଆରମ୍ଭ ହୁଏ । ନିଜ ଅଧା ପଡିଥିବା ପୁସ୍ତକର ପେଡି ଖୋଲିଦିଏ । ଆନନ୍ଦଙ୍କ ସଂପୂର୍ଣ୍ଣ ସହଯୋଗ ପାଇ ରୂପାଲୀ ଦିନେ ସଫଳ ମହିଳା କର୍ମଚାରୀ ହୁଏ । ଗାଁର ମନୋଭାବ ସେତେବେଳେ ବଦଳିଚାଲୁଥାଏ । ରୂପାଲୀ ଓ ଆନନ୍ଦକୁ ଭୂରି ଭୂରି ପ୍ରଶଂସା ମିଳେ । 


      

       


Rate this content
Log in

Similar oriya story from Drama