STORYMIRROR

Shreeman Anshuman Priyadarshee

Romance Tragedy

4  

Shreeman Anshuman Priyadarshee

Romance Tragedy

ନାଲି ଲେହେଙ୍ଗା

ନାଲି ଲେହେଙ୍ଗା

6 mins
341

ନେହା ଓ ସୁରେଶ୍ ହାଇଦ୍ରାବାଦର ଗୋଟିଏ କଲେଜରେ ପିଜି କରୁଥାନ୍ତି। ଦୁହେଁ ଓଡ଼ିଶାର ହେଲେ ମଧ୍ଯ ଦୁହେଁ ପରସ୍ପରଙ୍କୁ ଚିହ୍ନି ନଥାନ୍ତି। କିନ୍ତୁ ପିଜିର ଦୁଇ ବର୍ଷ ଭିତରେ ଖୁବ୍ ଭଲ ସାଙ୍ଗ ପାଲଟି ଯାଇ ଥିଲେ ଦୁହେଁ। ଏଇ ଦୁଇ ବର୍ଷ ଭିତରେ ଅନେକ ସ୍ମରଣୀୟ ସ୍ମୃତି ସବୁ ଗଢ଼ି ଥିଲେ ଦୁହେଁ ଯାହାକି ଚିରଦିନ ପାଇଁ ଦୁହିଁଙ୍କ ହୃଦ୍ୟର ଗୋଟେ କୋଣରେ ସାଇତା ହୋଇ ରହିବ। 


ପିଜିର ଫାଇନାଲ୍ ୟିଅର୍ ପରୀକ୍ଷା ସରିଯିବାରୁ ସେଇ ଦିନ ନେହା ଓ ସୁରେଶ୍ ମିଶିକି ଟ୍ରେନରେ ଭୁବନେଶ୍ଵର ଫେରୁଥାନ୍ତି। ଅନେକ ଦିନ ପରେ ଘରକୁ ଫେରୁ ଥିବାରୁ ଦୁହେଁ ଅତ୍ୟନ୍ତ ଉତ୍ସାହିତ ଥାନ୍ତି। କିଛି ବାଟ ଯାତ୍ରା କଲା ପରେ ଟ୍ରେନ ଗୋଟିଏ ଷ୍ଟେସନରେ ପାଖାପାଖି ୧୫ ମିନିଟ୍ ଖଣ୍ଡେ ଛିଡ଼ା ହେଲା। 


ସେଇ ସମୟରେ ଗୋଟିଏ ଝିଅ ଗାଢ଼ ନାଲି ରଙ୍ଗର ଅଧିକ ଘେର ଥିବା ବାଲା ଗୋଟିଏ ଲେହେଙ୍ଗା ପିନ୍ଧି ନେହା ଓ ସୁରେଶ୍ ବସି ଥିବା ବଗି ଭିତରକୁ ପ୍ରବେଶ କଲା। ସେଇ ଝିଅ ଦେହରେ ଗାଢ଼ ନାଲି ରଙ୍ଗର ଲେହଙ୍ଗାଟିକୁ ଦେଖି ନେହାର ଛାତିରେ ସୋଇ ରହିଥିବା ଅନେକ ସ୍ମୃତି ଜାଗ୍ରତ ହୋଇ ଜଳିବା ଆରମ୍ଭ କରି ଦେଲା। ଅତୀତର ଅନେକ ଗୁଡ଼ିଏ ତିକ୍ତାନୁଭୂତି ନେହାର ମାନସପଟରେ ଭାଷୀ ଗଲା।


“ଆଚ୍ଛା ସୁରେଶ୍ କହିଲ ଦେଖି ମୋତେ କେଉଁ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ବେଶୀ ଭଲ ଲାଗେ ?” ପାଣି ପିଇ ପିଇ ନେହା ସୁରେଶକୁ ପଚାରିଲା।


“ଆଜି କାଲି ସବୁ ଝିଅଙ୍କୁ କଳା ଡ୍ରେସ୍ ପିନ୍ଧିବାକୁ ଭାରି ଭଲ ଲାଗେ ବୋଧେ ତମକୁ ମଧ୍ଯ ସେଇ କଳା ଡ୍ରେସ୍ ପିନ୍ଧିବାକୁ ଭଲ ଲାଗୁ ଥିବ।” ଆଳୁ ଚିପ୍ସ ଖାଇ ଖାଇ ସୁରେଶ୍ ନିଜ ଉତ୍ତର ରଖିଲା।


“ଆରେ.. ନା, ଭୂତଙ୍କ ପରି ସେଇ କଳା ଡ୍ରେସ୍ ପିନ୍ଧି କିଏ ବୁଲିବ ମ। ମୋତେ ନାଲି ରଙ୍ଗର ଡ୍ରେସ୍ ପିନ୍ଧିବାକୁ ବହୁତ୍ ଭଲ ଲାଗେ। ପିଲା ଦିନେ ସବୁ ପୂଜା ପର୍ବରେ ନାଲି ରଙ୍ଗର ଡ୍ରେସ୍ ଆଣିବା ପାଇଁ ବାପାଙ୍କୁ କହି ଥାଏ। ସବୁ ବେଳେ ଗୋଟେ ନାଲି ରଙ୍ଗର ଡ୍ରେସ୍ କଣ ପିନ୍ଧିବ ଭାବି ଯଦି ବାପା ଆଉ କୌଣସି ରଙ୍ଗର ଡ୍ରେସ୍ କିଣି ଆଣନ୍ତି। ମୁଁ କାନ୍ଦିକି ତଳେ ଗଡ଼ି ଯାଏ ନାଲି ରଙ୍ଗର ଡ୍ରେସ୍ ପିନ୍ଧିବା ପାଇଁ। ଗ୍ରାଯୁଏସନ୍ ସମୟରେ ମୋ ଏକ୍ସ ପ୍ରେମିକ ସିଦ୍ଧାର୍ଥ ମୋ ଜନ୍ମ ଦିନରେ ଗୋଟିଏ ଗାଢ଼ ନାଲି ରଙ୍ଗର ବହୁତ୍ ଘେର ଥିବା ବାଲା ଗୋଟିଏ ଲେହଙ୍ଗା ଉପହାର ଦେଇ ଥିଲା। ଯେହେତୁ ମୋ ଜନ୍ମ ଦିନ ଦଶହରା ଦିନରେ ପଡ଼େ, ସେଇ ଲାଲ୍ ଲେହେଙ୍ଗା ପିନ୍ଧି ସିଦ୍ଧାର୍ଥ ସହିତ ପୂଜା ମେଢ଼ ବୁଲିବାର ଅନେକ ଅଭୁଲା ସ୍ମୃତି ଅଛି ” ନେହା ସୁରେଶ୍ ହାତରୁ ଚିପ୍ସ ପ୍ୟାକେଟ୍ ଛଡ଼େଇ ନେଇ କହିଲା।


“ଆରେ ୱାହ.... ଆଚ୍ଛା କହିଲ ସେଇ ମହାପୁରୁଷ ତେବେ ତୁମ ଠାରୁ ଦୂରେଇ ଗଲେ କାହିଁକି ?” ନିଜ ସିଟ୍ ରୁ ଉଠି ଆସି ନେହା ପାଖରେ ବସି ପଚାରିଲା ସୁରେଶ୍। ଆଜି କାଲି ଏଇ ସୁରେଶ୍ କାହିଁ ଟିକେ ନେହା ପାଇଁ ବେଶୀ ବ୍ୟସ୍ତ ଜଣା ପଡ଼ୁ ଥାଏ।


“ସତରେ ଖୁବ୍ ପ୍ରଗାଢ଼ ଥିଲ ସେଇ ପ୍ରେମ। ମୋ ବାପାଙ୍କ ପରେ ଜୀବନରେ ସିଏ ଦୁତ୍ୟ ପୁରୁଷ ଯାହାକୁ ମୁଁ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଏ। ଦୁହେଁ ଦୁହିଁଙ୍କୁ ଖୁବ୍ ଚାହୁଁ ଥିଲୁ। ଦୁହିଁଙ୍କ ଘର ଲୋକ ମଧ୍ୟ ପୁରାପୁରି ରାଜି ଥିଲେ ଆମ ସମ୍ପର୍କକୁ ନେଇ। କିନ୍ତୁ କେଜାଣି କାହାର ନଜର ଲାଗି ଗଲା ଆମ ସମ୍ପର୍କ ଉପରେ। ଯେଉଁଠି ମୁଁ ଭବିଷ୍ୟତର ନାନାଦି ସ୍ବପ୍ନ ଦେଖି ମନେ ମନେ ଖୁସି ହଉ ଥିଲି, ହଠାତ୍ ଦିନେ ସେ ମୋତେ ସବୁ ଦିନ ପାଇଁ ଏକୁଟିଆ କରି ଚାଲି ଗଲା ଆଉ ଏକ ରାଇଜକୁ ଆଉ ଏକ ନୂଆ ଜୀବନ ଆରମ୍ଭ କରିବାକୁ। ଭାବି ଥିଲି ସାରା ଜୀବନ ଅଟକି ରହିବି ତାରି ପାଖରେ। ହେଲେ ସେ ସମୟ ତାଳରେ ତାଳ ମିଳେଇ ଚାଲି ଗଲା ବହୁତ୍ ଦୂରକୁ କିନ୍ତୁ ମୁଁ ସେଇଠି ଏକା ସ୍ତବ୍ଧ ହୋଇ ରହିଗଲି ଅନେକ ସମୟ ଧରି। କିନ୍ତୁ ବିଧିର ବିଧାନକୁ କିଏ ଅବା ବଦଳେଇ ପାରିବ। ମୁଁ ମଧ୍ଯ ଧିରେ ଧିରେ ବଢ଼ିବାକୁ ଲାଗିଲି ସମୟର ହାତ ଧରି ଜୀବନର ବାକିତିକ ମୁହୂର୍ତ୍ତକୁ ଉପୋଭାଗ କରିବା ପାଇଁ।” ଟ୍ରେନର ଝରକା ସେଇପଟକୁ ଚାହିଁ ରହି କହିଲା ନେହା।


“ଆଚ୍ଛା ଏବେ ତାହେଲେ କେଉଁଠି ସେ ଆଉ କେବେ ଫେରିବେ କଣ କିଛି କହିକି ଯାଇଛନ୍ତି ?” ଟିକେ ହସି ପଚାରିଲା ସୁରେଶ୍।


ତମେ ବୋଧେ ମୋ କଥାଟି ବୁଝି ପାରିଲ ନାହିଁ ସୁରେଶ୍। ସେ ଚାଲି ଯାଇଥିବା ନୂଆ ରାଇଜର ନାଆ ହେଉଛି ଅଫେରା ରାଇଜ। ଯେଉଁ ରୋଜକୁ ଗଲା ପରେ ମଣିଷ ଆଉ କେବେ ଫେରେ ନାହିଁ। ବୋଧେ ମୋ ହାତ ଧରି ଚାଲିବା ଠାରୁ ମୃତ୍ୟର ହାତ ଧରି ଚାଲିବା ବେଶୀ ଠିକ୍ ଲାଗିଲା ତାକୁ।


ଆଖିରେ ଲୁହ ଭରି ଆସିଲା.... ଆଖିର ଲୁହକୁ ଲୁଚାଇବା ପାଇଁ ୱାସ ରୁମ୍ ହୋଇ ଆସୁଛି କହି ସେଇ ଠାରୁ ଉଠି ଚାଲି ଆସିଲା ନେହା। 


“ଏଇ ପ୍ରଶ୍ନ ପଚାରି ଯଦି ମୁଁ ତମକୁ ଆଘାତ ଦେଇ ଥାଏ। ତେବେ ମୋତେ କ୍ଷମା କରି ଦେବ ନେହା।” ନେହା ନିଜ ଜାଗାକୁ ଆସିଲାରୁ ଅତ୍ୟନ୍ତ ଉଦାସ କଣ୍ଠରେ କହିଲା ସୁରେଶ୍।


ଗୋଟିଏ ବଡ଼ ନିଃଶ୍ୱାସ ମାରି ନେହା କହିଲା “ଆରେ ସେମିତି କିଛି ନାହିଁ ସୁରେଶ୍, ସେଇଟା ବାସ୍ ମୋ ଜୀବନର ଗୋଟେ ଝାପ୍ସା ସ୍ମୃତି ତା ଛଡ଼ା ଆଉ କିଛି ନୁହଁ।”


“ହଉ ଛାଡ଼ ସେଇ କଥା, ଆଗକୁ କଣ ପ୍ଲାନ ଅଛି ତମର ଅହୁରି ପଢ଼ା ପଢ଼ି କରିବାର ଅଛି ନା ନାଇ ମେରେଜ୍ କରି ଗୋଟେ ନୂଆ ଜୀବନ ଆରମ୍ଭ କରିବାର ଅଛି।” ହସି ହସି ପଚାରିଲା ସୁରେଶ୍। 


“ତମର ଭାରି ବାହା ହେବାକୁ ଇଚ୍ଛା ବୋଧେ ଜଣା ପଡ଼ୁଛି।” ହସି ହସି କହିଲା ନେହା।


ହାହା....ହଁ ଖୋଜି ଦିଅ ଗୋଟେ ଭଲ ସୁନ୍ଦରୀ ଓ ସର୍ବଗୁଣ ସମ୍ପୂର୍ଣ୍ଣ ଝିଅଟିଏ। ମୋ ମମିର ବୋହୂ ଖୋଜା ଚିନ୍ତା ପଳେଇବ।


ଏଥି ସହ ଟ୍ରେନ ଭୁବନେଶ୍ୱରରେ ପହଞ୍ଚି ଯାଇ ଥାଏ, ଆଉ ଷ୍ଟେସନରୁ ଭାଷୀ ଆସୁ ଥାଏ ଯୁବତୀଙ୍କ ସୁନ୍ଦର୍ କଣ୍ଠସ୍ୱର “ଯାତ୍ରୀମାନେ, ଦୟାକରି ଧ୍ୟାନ ଦିଅନ୍ତୁ, ଗାଡ଼ି ସଂଖ୍ୟା ୧୨୭୦୪ ଫଲକନୁମା ଏକ୍ସପ୍ରେସ ବର୍ତ୍ତମାନ ପ୍ଲାଟଫର୍ମ ନଂ ୩ ରେ ପହଞ୍ଚୁଛି।”


“ଏବେ ଟ୍ରେନୁରୁ ଯିବାର ଅଛି ନା ନାଇଁ ଏଇଠି ଅଟକି ରହିବାର ଅଛି ତମକୁ ?”ବ୍ୟଙ୍ଗାତ୍ମକର ସହିତ ପଚାରିଲା ସୁରେଶ୍।


“ତମେ ବୁଝିଲ କି ସୁରେଶ୍ ଅତି ଗୋଟେ ହଉଛ, ଏବେ ସାହାଯ୍ୟ କର ମୋତେ ଏଇ ଟ୍ରଲି ବ୍ୟାଗକୁ କଢ଼ିବାରେ।” ହସି ହସି ନେହା ଉତ୍ତର ଦେଲା


ଷ୍ଟେସନରୁ ବାହାରିଲା ବେଳକୁ ରାତି ପାଖାପାଖି ୯ଟା ହୋଇ ଯାଇ ଥାଏ। ସେତେ ବେଲକୁ ଭୋକ ମଧ୍ୟ ଯୋର୍ ଲାଗି ଥାଏ। ସେଥି ପାଇଁ ପାଖରେ ଥିବା ଗୋଟେ ହୋଟେଲରେ ଯାଇ ଦୁହେଁ ମସିକି ଡିନର୍ କଲେ। ଡିନର କରି ସାରି କଥା ହଉ ହଉ କେ ସୁରେଶର ବସ୍ ସମୟ ହୋଇ ସାରି ଥିଲା।


“ନେହା ତମେ ଏଇ ହୋଟେଲରେ ରେ ବସି ଥାଏ ଟିକେ ମୁଁ ଏମିତି ଗଲି ଆଉ ଆସିଲି।” ତରବର ହୋଇ ସୁରେଶ୍ ନେହାକୁ କହି ପାଖରେ ଥିବା ଗୋଟେ ଗିଫ୍ଟ ଦୋକାନକୁ ଦୌଡ଼ିଲା। 


କିଛି ସମୟରେ ନେହା ଦେଖିଲା ସୁରେଶ୍ ନିଜ ହାତରେ ଗୋଟେ ବଡ଼ ଚୋକ୍ଲେଟ୍ ଆଉ ଗୋଟେ ଟେଡି ଧରି ତା ପାଖକୁ ଧାଇଁ ଆସୁଛି।


“ଏଇ ଯୋଡ଼ିକ ତମ ପାଇଁ ନେହା ନିଅ ଧର ତମ ଜିନ୍ସ। କେଜାଣି ପୁଣି କେବେ ଯାଇ ଆଉ ଦେଖା ହେବ ଜୀବନରେ। ଆଚ୍ଛା ଗୋଟେ କଥା କହି ଥାନ୍ତି ତମକୁ ହେଲେ କେମିତି କହିବି ଜାଣି ପାରୁନି।” ଖୁବ୍ ବିବ୍ରତ ହୋଇ କହିଲା ସୁରେଶ୍।


“ଏମିତି କଣ ଅଛି ତମ ମନରେ ଯେ ମୋତେ କହିବା ପାଇଁ ଏତେ ଭାବୁଛ ମୁଁ ଟିକେ ଶୁଣେ ? ମନ ଖୋଲି କୁହ କଣ କହିବାକୁ ଚାହୁଁଛ।” ହସି ହସି ପଚାରିଲା ନେହା।


“ନେହା, ଆଇ ଲଭ୍ ୟୁ ..... ।” ସିରିୟସ ହୋଇ କହିଲା ସୁରେଶ୍।


ନେହାର ହସ ଠପ୍ କି ବନ୍ଦ ହୋଇଗଲା। ହଠାତ୍ ହୃଦୟରେ ଗୋଟେ ଅଜଣା କମ୍ପନ ସୃଷ୍ଟି ହେଲା ଭଳି ଅନୁଭବ ହେଲା। କିଛି ମୁହୂର୍ତ୍ତ ପାଇଁ ପୁରା ପୁରି ପଥର ପାଲଟି ଗଲା ସେ। ସୁରେଶ୍ କୁ ଆଉ କିଛି ନ କହି ନିଜ ବ୍ୟାଗ୍ ଧରି ଏକ ମୁଁହା ହୋଇ ସେ ଚାଲି ଆସିଲା ସେଠାରୁ। 


ବର୍ଷେ ଖଣ୍ଡେ ବିତିଗଲା। ନେହା ଭୁବନେଶ୍ୱରର ଗୋଟେ କଲେଜରେ ଅଧ୍ୟାପିକା ରୂପେ କାର୍ଯ୍ୟ କରୁଥାଏ। ଏଇ ବର୍ଷକ ଭିତରେ କେବେ ହେଲେ କୌଣସି ପ୍ରକାରର ସମ୍ପର୍କ ନାହିଁ ନେହା ଆଉ ସୁରେଶଙ୍କ ଭିତରେ।


ଅଦିନିଆ ମେଘ ପରି ହଠାତ୍ ଦିନେ ସଂଧ୍ୟା ବେଳକୁ ଗୋଟିଏ କୋରିଅର ବାଲା ଆସି ନେହାର କବାଟ ଠକ୍ ଠକ୍ କଲା। ନେହା କବାଟ ଖୋଲିବାରୁ ଦେଖିଲା ଜଣେ କୋରିଅର ବାଲା ଛିଡ଼ା ହୋଇଛି। 


”ମାମ୍ ଆପଣଙ୍କ ପାଇଁ ପାର୍ଶଲ ଆସିଛି।” କୋରିଅର ବାଲା କହିଲା।


ମୋ ପାଇଁ ପାର୍ଶଲ ! କିଏ ପଠେଇଛି ? ବୋଉ କି ବାପା ତ କେବେ କିଛି କୋରିଅରରେ ପଠେଇବାର ନାହିଁ। ମନେ ମନେ ଭାବୁ ଥାଏ ନେହା। 


ପାର୍ଶଲଟି ଗ୍ରହଣ କଲା ପରେ ଯେତେ ବେଳେ ନେହା ପାର୍ଶଲ୍ ଉପରେ ଲେଖା ହୋଇଥିବା ନାଆ ଓ ଠିକଣା ପଢ଼ିଲା ତା ପାଦ ତଳୁ ମାଟି ଖସି ଗଲା। ଥରି ଉଠିଲା ସର୍ବାଙ୍ଗୀନ ଶରୀର। ସୁରେଶ୍ ମହାପାତ୍ର, ବାଲିଗୁଡ଼ା, ଫୁଲବାଣୀ।


ବହୁତ୍ ଯତ୍ନର ସହିତ ଖୋଲିଲା ସେ ସେଇ ପାର୍ଶଲଟିକୁ। ଭିତରେ ଥିଲା ଗୋଟେ ଗାଢ଼ ନାଲି ରଙ୍ଗର ବହୁତକି ଘେର ଥିବା ଗୋଟେ ଲେହେଙ୍ଗା ଆଉ ତା ସାଙ୍ଗରେ ଗୋଟିଏ ଚାରି ଚଉତା ଚିଠିଟିଏ। ବହୁତ୍ ସାହାସ କରି ଥର ଥର ହୋଇ ଖୋଲିଲା ସେଇ ଚିଠିଟିକୁ ନେହା।


ଚିଠିରେ ଲେଖା ହୋଇ ଥିଲା......


ନେହା,

      

       ମୁଁ ତୁମର ମନେ ଅଛି କି ନାହିଁ, ସେଇଟା ମୁଁ କହି ପାରିବିନି। କିନ୍ତୁ ତୁମେ ମୋର ପୁରା ଭଲ ଭାବେ ମନେ ଅଛ। ମୁଁ ଜାଣି ନାହିଁ ତୁମ ଜୀବନର ଲକ୍ଷ୍ୟ କଣ ? ମୋ ପ୍ରତି ତୁମ ହୃଦୟରେ କିଛି ଅଛି କି ବି ନାହିଁ ? କିନ୍ତୁ ତୁମେ ସବୁ ଦିନ ପାଇଁ ରହି ଯାଇଛ ମୋ ହୃଦୟର ସାତ ତଳ ପୋଖରୀ ଭିତରେ। ସେଇ ଦିନ ଟ୍ରେନରେ ତୁମ କଥା ଶୁଣିଲା ପରେ, ମୁଁ ଅଟକି ଯାଇ ଥିଲି ତୁମ ପାଖରେ। ଆଉ ସବୁ ଦିନ ପାଇଁ ଅଟକି ଯିବାର ନିଷ୍ପତି ମଧ୍ୟ ନେଇ ସାରିଛି।ସବୁ ଦିନ ପାଇଁ ତୁମକୁ ଆଉ ତୁମ ଦୁଃଖ ଭରା ସ୍ମୃତିକୁ ନିଜର କରିବାକୁ ଚାହେଁ ମୁଁ। ତୁମ ଭବିଷ୍ୟତର ଖୁସିର କାରଣ ଓ ଦୁଃଖର ଭାଗୀଦାର ହେବାକୁ ଚାହେଁ ମୁଁ। ତୁମକୁ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିବାକୁ ବହୁତ୍ ଭଲ ଲାଗେ କହି ଥିଲ ବୋଲି ଗୋଟେ ଲାଲ୍ ରଙ୍ଗର ଲେହେଙ୍ଗାଟିଏ ପଠେଇଛି । ଯଦି ଲେହେଙ୍ଗାଟି ଭଲ ଲାଗେ ଆଉ କେବେ ମୋତେ ନିଜର କରିବାର ନିଷ୍ପତି ନିଅ ତେବେ ଅପେକ୍ଷା କରିବ ମୁଁ ଫେରିବି ତୁମ ପାଖକୁ ମାଆ ଦୁର୍ଗାଙ୍କ ଆଗମନରେ କାଶତଣ୍ଡି ଫୁଲଙ୍କ ସାଙ୍ଗରେ। ଆଉ ମିଶିକି ଯିବା ସନ୍ଧ୍ୟାରେ ପୂଜା ମେଢ଼ ବୁଲିବା ପାଇଁ।


ତୁମଠାରୁ ଅନାବନା ଶବ୍ଦର ଧାଡ଼ିଏର ଆଶାରେ।


ସୁରେଶ୍।


ଛାତି ଭିତରଟା କଣ ଗୋଟେ ହେଇଗଲା ଯେମିତି। ଗୋଟିଏ ଅବ୍ୟକ୍ତ କମ୍ପନ ହେଉ ଥାଏ ସର୍ବାଙ୍ଗୀନ ଶରୀର ଭିତରେ। ଅତୀତର ଅନେକ କିଛି ସ୍ମୃତି ଭାସିଗଲା ଆଖି ଆଗରେ କ୍ଷଣିକ ପାଇଁ। ବହୁତ୍ ସମୟ ଧରି ଛାତିରେ ଜମାଟ ବାନ୍ଧିଥିବା ବିଷାଦ ସବୁ ଲୁହ ହୋଇ ବୋହି ଯାଉଥାନ୍ତି ଆଖି ଦୁଇଟିରୁ। ଲାଗିଲାନି ଏଇ ଚିଠି ସୁରେଶ୍ ପଠେଇଲା ଭଳି, ଲାଗିଲା ସତେ ସିଦ୍ଧାର୍ଥ ପଠେଇଛି ଏଇ ଚିଠିଟିକୁ।


ଲାଲ୍ ଲେହେଙ୍ଗାଟିକୁ ନିଜ ଛାତିରେ ଚାପି ଆବେଗ ଭରା କଣ୍ଠରେ କହିଲା ନେହା “ତୁମ ଅପେକ୍ଷା ରେ ସୁରେଶ୍।”


Rate this content
Log in

Similar oriya story from Romance