Dipti lekha Mishra

Romance

5.0  

Dipti lekha Mishra

Romance

ମୁଁ ହିଁ ପାରିବି

ମୁଁ ହିଁ ପାରିବି

7 mins
411


ସମସ୍ତେ ନିଜ ଲୋକଙ୍କୁ ବହୁତଭଲ ପାନ୍ତି ।ତଥାପି ବେଳେ ବେଳେ ଏମିତି ଏକ ସମୟ ର ସାମ୍ନା କରିବାକୁ ପଡେ ଯେଉଁଠି ନିଜ ଲୋକ ମାନେ ବି ମୁହଁ ମୋଡି ଦିଅନ୍ତି ।ସେମିତି ଦିନେ ଘଟିଥିଲା ମୋ ସହ ।ପ୍ରାୟ ୧୨ବର୍ଷ ତଳର କଥା ।

ମୁଁ ଗାଁରେ ମୋ ନନା ବୋଉ ପାଖରେ ରହୁଥିଲି ।ଗାଁରେ ରହିବା ଭିତରେ ନିଜକୁ ବହୁତ ଥର ଗାଳି

ଦେଇଛି ।ସବୁବେଳେ ଭାବୁଥିଲି ଏ ଜୀବନ ଥାଇ କି

ଲାଭ ?ବି.ଏ ପାଠ ସରିବା ପରେ ଖାଲିରେ ବସିବାକୁ କାହାକୁ ଭଲଲାଗେ କଣ?ମୋତେ ଭାରୀ କଷ୍ଟ

ହେଉଥିଲା ।ବୋଉ ମୋ ମନକୁ ଫୁର୍ତ୍ତି ରଖିବା ପାଇଁ ବହୁତ ଚେଷ୍ଟା କରିଛି ।ମୋ ନନା ବି ମୋର ଆଦର୍ଶ ।ସେମାନେ ବାରମ୍ବାର ବୁଝାନ୍ତି ଆଊ କହନ୍ତି ତୁ କେବେ ବି କିଛି ଭୂଲ କରିଦେବୁନି ଝିଅ । କଣ ହେଲେ ଗୋଟେ କରିବା ନା !ହଁ ହଉ ତୋ ବାହାଘର ଠିକ୍ ହେଲାଯାଏଁ ତୁ ଅଥୟ ହେବୁନି ।ଆତ୍ମହତ୍ୟା କରିବା କଥା କେବେ ବି ଭାବିବୁନି ।କିଛି ଗୋଟିଏ ବ୍ୟବସ୍ଥା କରିବା ନା ।

କେତେ କଣ ବୁଝାଇଲେ ବି ମୋ ମନ ଭାରୀ ଅସ୍ଥିର ଜଣାପଡୁଥିଲା ।ମୁଁ ବି ଚେଷ୍ଟା କରିଛି ନିଜକୁ ଷ୍ଟ୍ରଙ୍ଗ କରାଈବା ପାଇଁ ଆଉ ସବୁତକ ଦୁଃଖକୁ ଭୂଲିବା ପାଇଁ ।ହେଲେ କଣ ହେଇଯାଉ ପଛେ ଆଇ କେନ ନଟ କହିବା ବି ଠିକ ନ ଥିଲା ଗୋଟିଏ ଉଚ୍ଚ ଶିକ୍ଷିତ ଆଉ ଅବିବାହିତ ଝିଅ ପାଇଁ ।ନନା ବୋଉକୁ ସାହାଯ୍ୟ କରୁ କରୁ କେତେବେଳେ ବି ମୋ ଭଲ ପାଇବା ଉଭାନ ହୋଇଯିବ ତାହା ସ୍ବପ୍ନରେ ବି ଭାବିନଥିଲି ।କିଛି ମୁହୁର୍ତ୍ତ ପାଇଁ କର୍ମ ହିଁ ମହାନ ।ବାପାମାଆ ହିଁ ଭଗବାନ ।ଆଜିର କଥା କାଲିକୁ ନାହିଁ ଆଉ ଏ ଘଡିର କଥା ଆର ଘଡିକୁ ନାହିଁ ।ତେଣୁ ବେଳେ ବେଳେ ମନକୁ କହୁଥିଲି ବାହା ନ ହୋଇ ଏକା ରହିଗଲେ ଭାରୀ ଭଲ ଲାଗନ୍ତା ।

ବହୁତ ସୁନ୍ଦର ମୁହୁର୍ତ୍ତ ଗୁଡିକ ଆସୁଥିଲା ମୋ ଜୀବନର କଣ୍ଟକଭରା ଚଲାପଥରେ ।ଆଶ୍ବସ୍ତି ବି

ମିଳୁଥିଲା ।ଗୁଣ୍ତୁଚିମୂଷା ଠାରୁ ତ ବହୁତ କଥା ଶିଖିଲି ।ସକାଳ ହେଉ ନ ହେଉଣୂ ସେମାନେ ଦୌଡ ପ୍ରତିଯୋଗୀତାରେ ସତେ ଯେମିତି ଲାଗିପଡନ୍ତି ।ଅଳସୁଆମୀ ର ବି ପ୍ରଶ୍ନ ଉଠୁନଥିଲା ।ଏପଟରୂ ସେପଟ..ଏ ମୁଣ୍ତରୁ ସେ ମୁଣ୍ତ ବାପ୍ ରେ ବାପ୍ ଆଜି ବି ମନେ ପଡେ ସେଈ ଦିନ,ଗୁଣ୍ତୁଚି ମୂଷା ସହ ବିତାଇଥିବା ସମୟ ଗୁଡିକ ।ମୁଁ ଜାଣିଶୁଣି ଖୁଦ କି ମାଣ୍ତିଆ ବିଛାଇ ଦିଏ ଆଉ ତାକୁ ମୋ ମନର ମୋବାଇଲ ରେ ରେକର୍ଡ କରୁଥାଏ କାରଣ ସେତେବେଳେ ଆଜି ଭଳି ମୋ ପାଖରେ ମୋବାଇଲ୍ ସେମିତିକା ନ ଥିଲା ଯେ ଭିଡିଓ କରି ସେୟାର କରିଥାନ୍ତି ।ଆଜି ସେ ଦିନ ଗୁଡାକ ବହୁତ ଶିକ୍ଷା ଦେବାକୁ ତତ୍ପର କିନ୍ତୁ ମୁଁ ଅତୀତକୁ ଅତୀତ ହୋଇ ରହିବାକୁ କହିଛି ଏଣୁ ସେ ମୋ ପାଖତଡ ମାରୁନି ।

ଗୋଟିଏ ଗୁଣ୍ତୁଚି ମୂଷା ଧାଇଁ ଆସିବ ତା ପଛକୁ ତା ପଛକୁ ଲମ୍ବା ଲାଇନ୍ ହୋଇଯିବେ ପୁଣି ଚକା ଭଉଁରୀ ଭଳି ସମସ୍ତେ ଘେରାଏ ଲେଖାଁଏ ବୁଲି ଆସି ପୁଣି ଖୁଦ କି ମାଣ୍ତିଆ ଖାଉଥିବେ ।ବାରମ୍ବାର ଯିବା ଆସିବା କରି କରି ମୁଁ ଦେଇଥିବା ଖାଦ୍ୟ ଯେ ଶେଷ ହୋଇ ଯାଇଥିବ ଏ କଥା ମୁଁ ବି ଜାଣି ପାରୁ ନ ଥିଲି ।ଭାରୀ ମଜା ଲାଗୁଥିଲା ।କିନ୍ତୁ ଆଜି ସେମିତି ମୂହୁର୍ତ୍ତ ଗୁଡିକୁ ପାଇ ପାରୁନି ।ଏ ସହରାଂଚଳ ରେ ସେମିତି ମୁହୁର୍ତ୍ତ ପାଇବା ତ ଦୂରର କଥା ଗୋଟିଏ ଗୁଣ୍ତୁଚିମୂଷା ଦେଖିବା ବି ସ୍ବପ୍ନ ।

ଦାନ୍ତ ଘଷିବାକୁ ଯିବା ବେଳେ କାଉମାନଙ୍କ କା କା ରାବରେ ଘର ଫାଟିପଡୁଥିଲା କିନ୍ତୁ ତାଙ୍କ ରାବ ପଛର କାହାଣୀ ଦେଖିବାକୁ ମୁଁ ଛଟପଟ ହେଉଥାଏ ।ସେମାନେ କଣ କରନ୍ତି ଘରେ ପଶିବେ ନା ନାହିଁ ଚାହିଁରହିଥାଏ ମୁଁ ଚାତ୍ତକ ଭଳି ।ଯେମିତି ସେ ଘରେ ପଶୁଥିବ ମୁଁ ଛପି ଛପି ଯାଇ କବାଟ ଦେବାକୁ ଚେଷ୍ଟା କରେ ।ହେଲେ କାଉମାନେ ଭାରୀ ଚତୁର ଜଣେ ଭିତରକୁ ଗଲାବେଳେ ଆଉ ଜଣେ ଦୁଆରମୁହଁରେ ନ ଦିଶିଲା ଭଳି ଜଗି ରହିଥିବ ।ମୋତେ ଦେଖିବା କ୍ଷଣି କା କା ରାବ ଦେଇ କାନ ଫଟେଇଦେବ ଆଉ ସମସ୍ତେ ଉଡିଯିବେ ।

ଗାଧୋଈବା ପାଇଁ ଗଲା ବେଳେ କାବରାଜନ୍ଦାଙ୍କ ଧାଡି ଧାଡି ସେ ପୁଣି ସୁନ୍ଦର ଘାସ ଗାଲିଚା ଉପରେ ।ସେମାନେ ଆଖିକୁ ବି ଦିଶନ୍ତିନି ଭଲରେ ଗୋଡକୁ ଜାବୁଡି ଧରି ଦିଅନ୍ତି ।ଓଃ !କି ଜଳାପୋଡା ଭାରୀ କଷ୍ଟ ହୁଏ ଏ ବଉ ଏ ବଉ କରି ମୁଁ ଡିଆଁ ମାରୁଥାଏ ।ବଉର କଥା ଛାଡ କଣ ଟିକେ ମୋ ପାଟିରୁ ଶୁଣିଥିବ କି ନାହିଁ କୋଉଠି ଫୁଲ କୋଉଠି ପନିପରିବା କି ଶାଗ ତୋଳୁଥିଲେ ବି ମୋ ପିଲାର କଣ ହେଲା କହି ଧାଇଁ ଆସୁଥାଏ ଆଉ ସେ ପୋକଯୋକ କୁ ବି ବହୁତ ଗାଳି ଦିଏ ।ମରଡିଖିଆ,ବଡରୋଗୀଆ ଯାକ ମୋ ପିଲାକୁ କେତେ କକର୍ଷ ରେ କାମୁଡିଦେଲେ ।ଓଃ କଣ କରିବା

ଏମାନଙ୍କର !ନନା ସେପଟୁ କହୁଥିବେ ହଁ ହଉ କଣଟା ହେବ କିଛ ହେବନି ଯାଆ ଲୋ ମାଆ ଟିକେ ବସେ ତୁ ।ସେମାନେ ତାଙ୍କ କାମରେ ବ୍ୟସ୍ତ ତୁ ତାଙ୍କୁ ଦଳିଦେଲେ ତୋତେ କଣ ଛାଡିବେ ?ହଉ ଯାଆ ଦେଖି ଦେଖି ପୁଣି କୋଉଠି ଧରିଦେବେ ।ଏମିତି କହି ନନା ଜୋରରେ ହସିଲେ ମୋତେ ଭାରୀ ରାଗ ଲାଗେ ।

କିନ୍ତୁ ବସିକି ରହିବା ତ ମୋ ଜାତକରେ ଲେଖା ହୋଇନି ମୁଁ ବୋଉ ଶୁଖାଇଥିବା ଖଲିପତ୍ର ଗଣ୍ତାକ ଧରି ବସିପଡେ ।ବୋଉଠୁ କିଛି କିଛି ଶିଖିଥିଲି ।କିଏ ନଥିଲା ବେଳେ ସିଲାଏ ଖଲିପତ୍ର ।ଏମିତି ସିଲାଇବା ଅଭ୍ୟାସ କରୁ କରୂ ବହୁତ ଗୁଡାଏ ସିଲାଈ ଦେଉଥାଏ ।ନନା କିନ୍ତୁ ରାଗନ୍ତି ହେଲେ ମୋ ବୋଉ କହେ ମୋ ଝିଅ ସବୁ କରିଦେଉଛି ।ମୋତେ ଯାହା ଆସୁଛି ତାଠାରୁ ସେ ଆହୁରି ଅଧିକ ଭଲ କରିପାରୁଛି ।ଝିଅ ମୋର ସବୁ ଚେଷ୍ଟା କରୁଛି ଆଉ ସେତକ ନ ହେଲା ଯାଏଁ ସେ ଚୁପ ହୋଇ ବସିପାରେନି ।

ନନା ଆସିବେ ଝିଅ ପଢୁଛୁ ମାଆ ?


ମୁଁ କହିଦେବି ହଁ ନନା ପଢୁଥିଲି ।ନ ହେଲେ ମୋତେ ଗାଳି କରିବେ ।

ମୁଁ ବି ଭାବେ ନନା ଠିକ କହୁଛନ୍ତି ଟିକେ ପଢାପଢି କରୁଥିଲେ ଆଗାମୀ ଦିନରେ କାମରେ ଆସିବ ।ପଢାପଢି ବି କରୁଥାଏ ।

ହଠାତ ଆସି ମୋ ପ୍ରେମିକ ହାଜର ।ନନା କହିଲେ ଝିଅ ତୁ ଡାକିଥିଲୁ କି ?ମୁଁ କହିଲି ନାଇଁ ନନା ମୁଁ ତ ଡାକିନି ।ହଉ ହଉ ରହ ମୁଁ କଥା ହେଉଛି ।ନନା ମୋର ଟିକେ ଛୋଟ ଛୋଟ କଥାରେ ଘାବରା ହୋଇଯାନ୍ତି ।ସେ ଘାବରା ହେବାର ଦେଖି ମୋ ଆଖିରୁ ଖାଲି ଲୂହ ର ନଦୀ ବୋହି ଯାଉଥାଏ ।କଣ ହେବ କଣ ନାଇଁ !ଓଃଏ ସମସ୍ୟା କେବେ ସମାଧାନ ହେବ କେଜାଣି ?

ମୁଁ ଲୁଚି ଲୁଚି କଥା ଶୁଣୁଥାଏ ।ବଡମାନଙ୍କ କଥା ଲୁଚି ଲୁଚି ଶୁଣିବା ଉଚିତ ନୁହଁ ତଥାପି ମୋ ବିଷୟରେ କଥା ।କେମିତି ଶୁଣିନଥାନ୍ତି ଯେ !

ନନା ଉ ହୁଁ ଉ ହୁଁ କରି ଆୱାଜ ଦେଲେ ଯେ କଣ ଟିକେ ଆଣୁନୁ ଖାଇବାକୁ ।ବଉ ବୁଝିଗଲା ।ବିସ୍କୁଟ,ମିକ୍ସଚର ଆଉ ସୀତାଫଳ ଗୋଟିଏ ଷ୍ଟିଲ ଗିନାରେ ଧରି ଗଲା ।ମୋର ୟେ.. ଭାରୀ ଭଦ୍ର ଦେଖାଇ କହିଲେ ନାଇଁ ନାଇଁ ମୁଁ ରାସ୍ତାରେ ଜଳଖିଆ କରି ଏବେ ହିଁ ଆସିଛି କିଛି ଖାଇବିନି ।ନନା କହିଲେ ହଉ ବାପ କଣ ହେଲେ ତ ଖାଅ ।ସୀତାଫଳ ଟି ଧରି ଖାଇଲେ ।

ଏ ବାପ ପଦଟି ଶୁଣି ଭାରୀ ଭଲ ଲାଗିଲା

ମୋତେ ।ମୁଁ କେବେ ପାଇପାରିବି ନାହିଁ ବୋଲି ଯେଉଁ କଥା ଭାବୁଥିଲି ଲାଗୁଥିଲା ନା ପଦଟି ସେଥିରୁ କଟିଯିବ ଆଉ ସବୁ ଠିକଠାକ ଚାଲିବ ।I can't ରୁ ସତେ ଯେମିତି ଟି ଟା ଉଡିଗଲା ।ନନା ଭାରୀ ଖୁସି ଯାହା ହେଉ ପାଠୁଆ ପିଲାଟି ତ ମିଳିଲେ ।କିନ୍ତୁ ନନାର ଦୁଃଖ ଥିଲା ଯେ ଧନ ସଂପତ୍ତି କିଛି ନାହିଁ,ଘର ଖଣ୍ତେ ନାହିଁ ,ସରକାରୀ ଚାକିରୀ ନୁହଁ ଆଜି ଅଛି କାଲି ନଥିବ ।ଏମିତି ବିଭନ୍ନ ପ୍ରଶ୍ନ ନନାଙ୍କୁ ହରଡଘଣା ରେ ପକାଇ ଦେଉଥିଲା ।ପୁଣି ନିଜେ ନିଜକୁ ବୁଝାଇ କହୁଥିଲେ ପିଲାଟା ଭଲ ତ କଣ ହେଲେ କରିବ ନା !!!ଫିଙ୍ଗିଦେବ ନା ଛାଡପତ୍ର ଦେଇଦେବ।ହଉ ଏଇଟା ହିଁ କରିବା ।କିଏ ହେଲେ ପାଠୁଆ ତ ଆମ କୂଳରେ ନାହିଁ ଏଇଟା ହିଁ ଠିକ ହେବ ।

ଅବଶ୍ୟ କୂଳମନା ହେବାକୁ ପଡିବ ଗାଁ ଦାଣ୍ତରେ ।

ନନା ହଉ ନାଇଁ କରୁଥାନ୍ତି ଆଉ ନିଜେ ନିଜକୁ ବୁଝାଉ

ଥାନ୍ତି ।

ତା ପରଦିନ ସକାଳ ହେଉ ହେଉ ନନାଙ୍କ ଭଉଣୀ ମାନେ ମୋ ପିଉସୀନାନୀ ଘରକୁ ଧପଧପ ଚାଲି କରି ଆସିଲା ଆଉ ବଡ ପାଟିରେ କହିଲା କିରେ ମୋ କଥା କଣ ଚିନ୍ତା କଲୁ ।ନନା ପୁରା ଛାନିଆ ।ନନାଙ୍କ ଅବସ୍ଥା ଦେଖି ମୋ ଗୁଣ୍ତିଆରେ ଆଉ ପାଣି ନାହିଁ ସତେ ଯେମିତି ।କଣ ହେବ କଣ ନାଇଁ ବାଡାପିଟା ହୋଇଯିବେ କି ଭାଇଭଉଣୀ ??ମୋ ପାଇଁ ବାଟ ପଡିଯିବନିତ?ମୋ ପାଇଁ କାହାର ଜୀବନ ଯିବନି ତ? ଏମତି ଅନେକ କଥା ମୋ ମନ ଦୁନିଆକୁ ଛିନ୍ନ ଛିନ୍ନ କରିଦେଲେ ।ସତେ ଯେମିତି ମୋ ନିଜ ଉପରୁ ଭାରସାମ୍ୟ ଉଠିଗଲାଣି ।ଓହୋ ଏବେ କଣ ହେବ କିଏ ଜାଣେ ?

ନାନୀ ଆସିଲା ମୋ ହାତ ଧରି ବହୁତ କାନ୍ଦିଲା ।କହିଲା ଦେଖେ ମା ତୋ ବାପାକୁ ମୁଁ ବଡ କରିଛି ଆଉ ତୁ ତାର ଅଂଶ ।ତୋ ବାପା ମୋର ସବୁ କଥା ରଖୁଥିଲା ଆଉ ତୁ ଅଲଗା ହେବାଟା ମୋତେ କାଇଁ ଭଲ ଲାଗୁନି ।ମୋ ପୁଅ ର କିଛି ବି ଅଭାବ ନାହିଁ ।ତୁ ଯାହା କହିବୁ ଯେମିତି କହିବୁ ସେମିତି ସେ କରିବ ।ସେ ଭାରୀ ଭଲ ମଣିଷଟି ।ସହରରେ ରଖିବ ।ଏ ଗାଁର ଭୂମି ବିକିଦେବି ନ ହେଲେ ତୋ ନାଁ ରେ ଲେଖିଦେବି ।ତୋ ବାପାକୁ ଯୌତୁକ ବି ମାଗିବିନି।ତୋ ରାଣ ଖାଇ କହୁଛି ।ତୋତେ ଲୁଗା ଖଣ୍ଡେ ପିନ୍ଧାଇ ନେଇଯିବି ।ତୁ ଘର ସଂସାର କଲେ ମୋ ପିଲା ଖୁସିରେ ରହିବ ଆଉ ଗୋଟିଏ ନୁଆ ସଂପର୍କ ରେ ବାନ୍ଧି ହେବା ।ବହୁତ କାକୁତି ମିନତୀ ହେଲା ।ତା ଆଖିରେ ଲୂହ ବନ୍ୟା ମୋ ଋଖିରେ ଲୂହ ବନ୍ୟା ।ତା ହାତ ଦୁଇଟିକୁ ଜାବୋଡି ଧରିଲି ଆଉ କହିଲି ତୁ ଟିକେ ଚୁପ ହୁଅ ।ଏମିତି କଣ ପିଲାଙ୍କ ଭଳି କାନ୍ଦୁଛୁ ଯେ !

କିଛି ସମୟ ଯାଇଛି କି ନାହିଁ ପିଉସା ବି ହାଜର ।ପିଉସା ସହ ମୁଁ ଏତେ କଥା କେବେ ହୁଏନି ।ସେ ଭାରୀ ରାଗୀ ଲୋକ ।

ମୋ ପାଖକୁ ଆସିଲେ ଆଉ ମୋ ପିଠିକୁ ଆଉଁସି ଦେଲେ ।କହିଲେ ଝିଅ ତୋର ମନ କଥା କହ ।ତୁ କଣ ଚାହୁଁଛୁ ?ବାହାଘର ପିଲାଖେଳ ନୁହଁ ଯେ ଆଜି ବାହା ହେବ ଆଉ କାଲି ସକାଳେ ଦୁହେଁ ଅଲଗା ହେବ ।ତୋ ନାନୀ ବଡବାପା ଝିଅ ଆମ ଘରର ବଡ ବୋହୁ ହୋଇଛି ।ତାକୁ ପଚାରେ ସେ ଆମ ଘରେ ଭଲରେ ଅଛି କି ନାହିଁ ।ସୁସ୍ଥରେ କଥା ହୁଅ ଆଉ ନିଷ୍ପତ୍ତି ନିଅ ।

ମୋତେ ଜୋରରେ ଭୋକ ହେଲାଣି ।ଯାଆ ମୋ ପାଇଁ କଣ ରାନ୍ଧିଛୁ ଆଣେ ।କଅଁଳିଆ କଥା କହି କହି ନନାଙ୍କୁ ପ୍ରଲୋଭିତ କରୁଥିଲେ ।

ମୋ ମନରେ ଭାରୀ ସନ୍ଦେହ ଆସିଲା କାଳେ ନନା ମୋତେ ଭୂଲ୍ ବୁଝିବେନି ତ ?ମୋ ଭଲ ପାଇବା ଭୂଲିଯିବା ପାଇଁ କହିବେନି ତ ?ମୋତେ ନାନୀର ପୁଅକୁ ବାହା ହେବାକୁ ବାଧ୍ୟ କରିବେନି ତ ?ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କରୁଥିଲା ମୋ ମନକୁ ।ଭାରୀ କଷ୍ଟ ଲାଗୁଥିଲା ଆଉ ଆଖିରୁ ଲୋତକ ଝରଣା ଭଳି ଝରିଯାଉଥିଲା।

ନନାଙ୍କ ମୁହଁଟିକୁ ଚାହିଁଲି ତ ନନା କହିଲେ ତୋ ଇଛା ତୁ କଣ କହିବୁ ସ୍ଥିର କର ।

ମୋ ମନକ ଅଜସ୍ର ଲୋଭ,ମାୟା ମୋହ ସହ ସବୁ ସଂପର୍କ କୁ ବଳି ଦେଇ ନାନୀର ହାତଟି ପୁଣି ଧରିଲି କହଲ ନାନୀ ଦେଖ ମୁଁ ଗୋଟିଏ ପୁଅକୁ ଭଲ ପାଉଛି ,ତୁମମାନଙ୍କ ଠାରୁ ବି ଅଧିକ ।ମୁଁ ବାହା ହେବି ଯଦି ତାଙ୍କୁ ହିଁ ହେବି ନତୁବା ସବୁଦିନ ପାଇଁ ଅବିବାହିତ ରହିଯିବି ।ତା ପରେ ବି ନାନୀ ରକ୍ତ ସଂପର୍କରେ ବିବାହ ଆଦୌ ଭଲ ନୁହଁ ।

ନାନୀ ତଥାପି ଅନେକ ପ୍ରକାରର ମୋତେ ବୁଝାଇଲା ମୁଁ ନା କହିବାରୁ ଆଉ କେବେ ତୋ ଘର ପାଦ ମାଡିବିନି କହି ଦମଦମ ହୋଇ ତା ଘରକୁ ଚାଲିଗଲା ।ପିଉସା ବି ଗୁଜୁଗୁଜୁ ହୋଇ ଚାଲିଗଲେ ।ନନା ଟିକେ ଚୁପଚାପ ହୋଇଗଲେ ।ମୋ ମନରେ ବି କଷ୍ଟ ହେଲା ।

କିଛି ସମୟ ପରେ ବୋଉ କହିଲା ହଁ ତମେ ବାପ ଝିଅ ଖାଇବ ଯଦି ଆସ ନ ହେଲେ ମୁଁ ଚାଲିଲି ମୋ କାମରେ ।ଯିହା ହେବାକୁ ଥିବ ହେବ ।ଏତେ ଚିନ୍ତା କଲେ କଣ ହେବ ?

ନନା କହିଲେ ଝିଅ ସେ ପିଲାଟାକୁ ଫୋନ କରି କହ କାଲି ମୁଁ ତାଙ୍କ ଘରକୁ ଯାଉଛି ।

ମୋ ମନ କୁଣ୍ଢେମୋଟ ।ସାଙ୍ଗେ ସାଙ୍ଗେ କଥା ହେଲି ଆଉ କହିଲି ମୋ ନନାଙ୍କୁ କଷ୍ଟ ହେଲା ଭଳି କଥା ଯେମିତି କିଏ ନ କହିବ ।

ନନା ତା ପର ଦିନ ସକାଳୁ ସକାଳୁ ବାହାରିଲେ ।ପ୍ରଥମେ ଶିବ ମନ୍ଦିର ଯାଇ ଦର୍ଶନ କଲେ ଆଉ ଘରଇଷ୍ଟଙ୍କୁ ସୁମରଣା କରି ସହର ଅଭିମୁଖେ ଚାଲିଲେ ।

ସେଠାରୁ ଆସି କହିଲେ ଝିଅ ଶେଉଳ ନ ଧରି କେରାଣ୍ତି ଧରିଲୁ ।ଧରିଲୁ ତ ଧରିଲୁ ଶେଉଳ ଖଣ୍ତଟି ଧରିଲୁନି କାହିଁକି ?କେମିତି ଏତେ ବଡ ପରିବାରରେ ରହିବୁ ,ଘର ସଂସାର କରିବୁ ମୋତେ କାଇଁ ଠିକ /ଲାଗୁନି ।

ମୋ ହୄୄୄୄୄୄୄୄୄୄୄୄୄୄୄଦୟ ବି ବହୁତ କାନ୍ଦିଲା

ଶେଷରେ ନିଷ୍ପତ୍ତି ନିଆଗଲା କି ବାହାଘର ହେବ ସହରୀ ଟୋକା ସହ ।ଏ ଖବର ଶୁଣି ନିର୍ବନ୍ଧ ପକା କରାଗଲା ।

ଘରେ ଖୁସିର ଲହରୀ ଖେଳିଗଲା ।

ସାହାସ ନ ହରାଇ ଚେଷ୍ଟା ଅନବରତ କଲେ ସଫଳତାର ସିଡି ନିଶ୍ଚୟ ଚଢି ହେବ ।


Rate this content
Log in

Similar oriya story from Romance