Sonali Garnayak

Romance

4  

Sonali Garnayak

Romance

ମୁଁ ଏଥର ତୋ ଭଳି ବାସୁଛି

ମୁଁ ଏଥର ତୋ ଭଳି ବାସୁଛି

4 mins
250


ଫିକା ଫିକା ରଙ୍ଗରେ ପ୍ରେମ ହୁଏ, ଅବଶ୍ୟ ପରେ ପରେ ରଙ୍ଗଟା ଏତେ ଗାଡ଼ ହୋଇଯାଏ ଯେତେ ଚେଷ୍ଟା କଲେ ଲିଭେନି |ମନ ପାହୁଲାରେ ପ୍ରେମକୁ ନିକିତିରେ ଓଜନ କଲାବେଳେ ହୁଏତ ମାପିବାକୁ ବଟକରା ଅଭାବ ଥାଏ |ପ୍ରେମ ବନ୍ଧନମୁକ୍ତ, ପବିତ୍ର, ଯୁଗ ଯୁଗ ପାଇଁ ଦୁଇଟିକୁ ବାନ୍ଧିରଖିବାର ତପସ୍ୟା |ଆଜିର ପ୍ରେମ ହୁଏତ ମୁଣ୍ଡରେ ମେଞ୍ଚାଏ କଳଙ୍କ ଧରିକି ପାପନଦୀରେ ଉବୁଟୁବୁ ହେଉଛି, ପ୍ରେମର ପରିଭାଷାକୁ ବହୁତ ପ୍ରେମିକ ଓ ପ୍ରେମିକା ତାର ଅର୍ଥ ବଦଳାଇଦେଇଛନ୍ତି ଏବେର ପ୍ରେମ ଆଉ ପବିତ୍ର ନୁହେଁ ତାର ପ୍ରତିଟି ସ୍ୱତା ଏବଂ ସଂଜ୍ଞାର ନିଲାମ ଚାରିଆଡେ |ଏମିତି କିଛି ପ୍ରେମ ଯିଏ ତା ଛଡା ଯାଉଛି ତା ପ୍ରେମିକା ମନରେ, ଶରୀରରେ ଓ ଅନ୍ତର ଆତ୍ମାରେ |ପ୍ରେମିକାମନର ଭୟ ଦୂର କରିବାକୁ ପ୍ରେମିକ ତା ହୃଦୟର ପ୍ରତିଟି କାହାଣୀକୁ ଚିଠିକୁ ସାହାର କରି ମନର ମାନସୀ ପାଖରେ ପହଞ୍ଚିଛି |

       କାହାଣୀର ଚୁଲବୁଲି ନାୟିକା ଅଭିପ୍ସା ପଡିଛି ତାଙ୍କ ଗାଁକୁ ଆସି ରୋଗୀ ଦେଖୁଥିବା ଡାକ୍ତର ପ୍ରିୟାଂଶୁଙ୍କ ପ୍ରେମରେ |ପ୍ରଥମ ଦେଖାରେ ଅଭିପ୍ସା ଆଖିରେ ଆଖି ମିଶାଇ ଦେଖିଥିଲେ ଡାକ୍ତର ବାବୁ ଆଉ ଅଟକି ଯାଇଥିଲା ତାଙ୍କ ହୃତସ୍ପନ୍ଦନ ସେ ଆଖି ଯୋଡ଼ିକରେ |

       ଦୌଡ଼ି ଆସି ଅଭିପ୍ସା ହାତଧରି ଟାଣିନେଇଥିଲା ଡାକ୍ତର ବାବୁଙ୍କର "ଶୀଘ୍ର ଆସନ୍ତୁ ଡାକ୍ତରବାବୁ, ମୋ ମାଆର ଦେହ ଭୀଷଣ ଖରାପ, ତାତିରେ ତା ଦେହ ସାରା ଖଇ ଫୁଟିଛି |ଏ କଥା ପରେ ତାଙ୍କ ଯନ୍ତ୍ରପାତି ସୁଟକେଶ ଧରି ଧାଇଁଯାଇଥିଲେ ଅଭିପ୍ସା ପଛରେ |ଏତେ ଛୋଟ ଚାଳଘରେ ତାଙ୍କୁ ହୁଏତ ସାମାନ୍ୟତମ ନଇଁବାକୁ ପଡିଲା ଯିବା ପାଇଁ, ଆଉ ସେଠି ଦେଖିଲେ ଅଭିପ୍ସାର ମାଆ ଖଣ୍ଡେ ଛିଣ୍ଡା ମଶିଣାରେ ତଳେ ଏକ ରେଜେଇ ଘୋଡେଇ ହୋଇ ଥରୁଛିନ୍ତି |ରୋଗର କାରଣ ଏବଂ ତାର ସମାଧାନ କରି ଉଠି ଆସିଲାବେଳେ ଅଭିପ୍ସା ପଚାରିଥିଲା "ଡାକ୍ତରବାବୁ ଆମ ପାଖରେ ଆପଣଙ୍କ ଉଚ୍ଚା ଦାମର ଫିସ ଦେବାକୁ ସକ୍ଷମ ନାହିଁ, କିନ୍ତୁ କୁହନ୍ତୁ ଏ ଚିକିତ୍ସାର ଦାମ କେତେ ମୁଁ ତା ପାଇଁ ଚେଷ୍ଟା କରିବି |ଚିକିତ୍ସା ଦାମ ନ ଥାଏ ମ୍ୟାଡ଼ାମ !ସେ କୌଣସି ବିକ୍ରି କରିବା ଜିନିଷ ନୁହେଁ ତାର ମୂଲ୍ୟ ଅମୂଲ୍ୟ |ନାହିଁ !ଯେ ବାବୁ ଆପଣ କଣ ଆପଣଙ୍କ ଫିସ ନେବେନି କି? ନାଁ ମୁଁ ଗୋଟେ ଡାକ୍ତର କର୍ତଵ୍ୟ କରିଛି |କର୍ତଵ୍ୟର କୌଣସି ମୂଲ୍ୟ ନ ଥାଏ କେବଳ ଭଲପାଇବା, ଶ୍ରଦ୍ଧା ଏବଂ ସ୍ନେହ, ହେଲେ ମୁଁ ଵି ଋଣୀ ହୋଇ ରହିବାକୁ ଚାଁହୁନାହିଁ ବାବୁ ଆପଣକୁ ଏ  ସାଙ୍ଗର କଥା ରଖିବାକୁ ପଡିବ |ନିଶ୍ଚୟ ସମୟ ଆସିଲେ ମୁଁ ମାଗିନେବି |ଆପଣ ନିଶ୍ଚୟ ମାଗିବେ ଡାକ୍ତରବାବୁ ଆଉ ମୁଁ କଥା ଦେଉଛି ନିସଂକୋଚରେ ଆପଣଙ୍କୁ ଅଜାଡି ଦେବୀ |

   ଏ ଏଠି କଣ ଚାଲିଛି? ଡାକ୍ତରବାବୁ କ୍ଲିନିକରେ ପଶିଲା ବେଳକୁ ଗାଁର ଗୋଟେ ଟୋକା ଅଭିପ୍ସାକୁ ଆଲିଙ୍ଗନ କରିବାକୁ ଯାଉଥିଲା, ଡାକ୍ତରବାବୁଙ୍କୁ ଦେଖି ସେ ଦୌଡ଼ି ପଳେଇଲା |ଏଠି ସବୁ କଣ ଚାଲିଥିଲା? ଏଇଟା କୌଣସି ସିନେମା ହଲ୍ ନୁହେଁ କି ପାର୍କ ନୁହଁ ଯେ ଏ ସବୁ କାମ ଏଠି କରିବ |କି କାମ ! ମୁଁ ତ କିଛି ଜାଣିପାରୁନି? ଜାଣିପାରୁନ ନା ଜାଣିବାକୁ ଚାଁହୁନ |କିଛି ସମୟର ଅନୁଧ୍ୟାନ ପରେ ଜାଣିବାକୁ ପାଇଲେ ଯେଉଁ ଆଖିରେ ଆଖି ମିଶାଇଥିଲେ ସେ ଆଖି ତାଙ୍କୁ କେବେ ଦେଖିପାରିବନି |

ଅଭିପ୍ସାର ଦୁର୍ବଳତାର ଫାଇଦା ଉଠାଇବା ପାଇଁ ସେ ଲୋକଟା ଏଠିକୁ ଆସିଥିଲା, ହେଲେ ଅଭିପ୍ସା ଏତେ ରାତିରେ ଏଠି କଣ କରୁଛି? ମାର ଦେହ ଭଲ ହୋଇଯିବାରୁ ତୁମକୁ ସେ କେତେ ଜୁହାର ମୁଣ୍ଡିଆ ମାରୁଥିଲା ଆଉ ତମ ପାଇଁ ଏ ଟିଫିନରେ ଗରମ ଗରମ ଖାଇବାକୁ ପଠେଇଦେଇଛି କହିଲା" ଯା ଡାକ୍ତରବାବୁକୁ ଦେଇ ଆସିବୁ |"

       ଯୁଗ ଯୁଗରୁ ଏ ଶବ୍ଦର ସଂଯୋଜନା ଅତି ସୁନ୍ଦର ପ୍ରେମ ଜାତି, ପ୍ରଥା, କୁସଂସ୍କାର, ପଇସା,  ରୂପ ଏ ସବୁଠାରୁ ଉର୍ଦ୍ଧରେ |ଅଭିପ୍ସା ଆଖି ନଥିବା ଜାଣିନି ମଧ୍ୟ ଡାକ୍ତରବାବୁ ହାରିଯାଇନଥିଲେ ତାଙ୍କ ପ୍ରେମକୁ ସ୍ୱୀକୃତି ଦେବାକୁ |ଅଭିପ୍ସା ଚାଲିଯାଉଥିବା ବେଳେ ଡାକ୍ତରବାବୁ ଧରିଥିଲେ ତା ହାତ ଏବଂ ନିଜ ନିଶ୍ୱାସ କିଛି ଦୂରରେ ତାକୁ ଧରି କହିଥିଲେ "ମୁଁ ତୁମକୁ ଭଲପାଏ ଅଭିପ୍ସା ", ହୁଏତ ଏ ଶବ୍ଦର ଉଚ୍ଚାରଣରେ ଆଖପାଖ ନିଛାଟିଆ ରାସ୍ତାର ଆଲୁଅ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ, ହେଲେ ଡାକ୍ତରବାବୁ ଆପଣ ତ ଏତେ ବଡ଼ ଡାକ୍ତର, ମୁଁ ତ ମଫସଲି, ଅପାଠୁଆ ମୂର୍ଖ ଏବଂ ତା ସହ ସବୁ ଆଲୋକ ମୋ ପାଇଁ ଅନ୍ଧାର |ମୁଁ ଜାଣେ ସବୁକିଛି ତାପରେ ଵି ମୋ ଭଲ ପାଇବା ସର୍ତ୍ତ ବିହୀନ, ସେଦିନର ଫିସ ବଦଳରେ ତମେ ମୋତେ କଥା ଦେଇଥିଲେ ନା ଯାହା ମାଗିବି ଦେବ |ତେବେ ମୋତେ କେବଳ ତମେ ଦରକାର କେବଳ ତମେ ତା ଛଡା ଆଉ କିଛି ନୁହଁ |

    ମନ ମିଶିଥିଲା ଉଭୟଙ୍କର, ହାତରେ ହାତକୁ ଛନ୍ଦି ବୁଲନ୍ତି ଏମାନେ କେତେ ପାହାଡ଼ ପର୍ବତ ଗାଁ ସହରର ରୋଗୀ ସେବାରେ |ଅଭିପ୍ସା କିଛି ଦେଖିନପାରିଲେ ମଧ୍ୟ ଅନୁଭବ କରୁଥିଲା ଡାକ୍ତର ପ୍ରିୟାଂଶୁଙ୍କ ଖୁସିକୁ |ସେଦିନ ରାତିରେ ରୋଗୀ ସେବା କରି ଫେରିଲାବେଳକୁ ଝଡି ବର୍ଷା ସାରା ସହରକୁ ଜଳରେ ଭସାଇ ସାରିଥିଲା ତା ଛଡ଼ା ଡାକ୍ତରବାବୁ ଏବଂ ଅଭିପ୍ସା ପୁରା ଓଦା ହୋଇଯାଇଥିଲେ, ଗାଡି ଆଉ ଆଗକୁ ନ ଯିବାରୁ ଅଟକିଥିଲେ ସେମାନେ ସେଠି କେଉଁକାଳରୁ ବନ୍ଦ ଥିବା ଏକ ଦୋକାନରେ |ଲାଗୁଛି ଆମେ ଦୁଇଜଣଙ୍କୁ  ଏଇଠି କାଟିବାକୁ ପଡିବ, ତମେ ପାଖରେ ଥିଲେ ଡାକ୍ତରବାବୁ ଏମିତି କେତେ ରାତି ମୁଁ  କାଟିଦେଇପାରିବି |ସେ ବର୍ଷା ପାଣିର ଥଣ୍ଡା ପବନ ଏମିତି ଭୟଙ୍କର ଦେହରେ ଶିହରଣ ସୃଷ୍ଟି କରିଥିଲା ଯେ ଦୁହେଁ ମନ, ଆତ୍ମା ଏବଂ ଶରୀରରେ ଏକ ହୋଇଯାଇଥିଲେ |

     ତା ପର ସକାଳୁ କିଛି ଜରୁରୀ କାଳୀନ ସେବା ପାଇଁ ଚାଲିଯାଇଥିଲେ ଡାକ୍ତରବାବୁ ଅଭିପ୍ସାକୁ ଗାଁରେ ଛାଡି |ଯିବାର ମାସେ ପୁରିଗଲା ହେଲେ ଡାକ୍ତର ବାବୁଙ୍କର କୌଣସି ଖବର ନାହିଁ, ମନେ ମନେ ଭାବୁଥାଏ ଅଭିପ୍ସା ଡାକ୍ତର ତାକୁ କଣ ଠକି ଦେଇ ଚାଲିଗଲେ? ତା ଭଲପାଇବାର ଫାଇଦା ଉଠାଇ ଯଦି ସେ ଆଉ ନ ଫେରନ୍ତି ଏମିତି ଭୟରେ ମନ ବ୍ୟାକୁଳ ହେଉଥିବା ବେଳେ ସେପଟୁ ଡାକଵାଲା ଡ଼ାକ ଦେଲା ଚିଠି ଚିଠି….. ସେ ଚିଠି ପଢିବାକୁ ଡାକ ବାଲାର ସାହାରା ନେଇଥିଲା 

    ପ୍ରିୟ ଅଭି, 

          ମୁଁ ଜାଣିଛି ତୁ ଭାରି ବ୍ୟସ୍ତ ହେଉଥିବୁ ମୋ ପାଇଁ, ଏତେ ଦିନ ହେଲା ଆସିଛି ଯେ କିଛି ଖବର ନାହିଁ ମୋତେ ଆଉ ଠକି ଦେଲେ କି !!ମୁଁ ତୋତେ ଠକି ଦେବାକୁ ଭଲ ପାଇନି |ମୋ ଭଲ ପାଇବାର ପ୍ରତିଟି ଛିଟା ଗଙ୍ଗା ଜଳ ତାକୁ ଯେତେ କଳୁଷିତ କଲେ ଵି ସେ ପବିତ୍ର |ତୁ ମୋ ପ୍ରତିଟି ରକ୍ତ କଣିକାରେ ଘର କରିସାରିଚୁ, ତୋ ବିନା ଏ ଡାକ୍ତରବାବୁର ସ୍ୱତା ନାହିଁ |ଏଠି କାମ କରି କରି ଥକି ଗଲେ ମୋତେ ମନେ ପଡ଼ିଯାଏ ତୋ ହାତରନ୍ଧା କୋବିଝୋଳ, ବଡିଚୁର, ଶାଗ, ପଖାଳ ଏମିତି ଇଚ୍ଛା ହୁଏ ତୁ ତୋ ହାତରେ ଟିଫିନି ନେଇ ଆସନ୍ତୁ, ତୋ ହାତରେ ମୋତେ ପେଟ ପୁରାଇ ଖୁଆଇ ଦିଅନ୍ତୁ କି! ସେ ଦିନ କନ୍ଫରେନ୍ସ ପାଇଁ ବର୍ଷାରେ ଭିଜିଥିବା ଢଳା ଡ୍ରେସତା ପିନ୍ଧିବା ବେଳେ ତୋ ଦେହର ବାସ୍ନା ଛୁଟି ଆସୁଥିଲା, ଜାଣିଚୁ ଗୋଟେ କଥା ଏଥର ମୁଁ ତୋ ଭଳି ବାସୁଛି |


Rate this content
Log in

Similar oriya story from Romance