STORYMIRROR

Ambuja Mohanty

Romance Inspirational

4  

Ambuja Mohanty

Romance Inspirational

ମୁକ୍ତା

ମୁକ୍ତା

2 mins
206

ପିଲାଦିନର ସେହି ବାଲିଘର ବାଲିଘର ଖେଳୁ ଖେଳୁ ଖୁବ୍ ବଡ଼ ହୋଇଗଲେ ଆମେ... ଆଜି ବି ମାନେ ଅଛି ସେହି ସମୁଦ୍ର କୂଳରେ ଶାମୁକା ଗୋଟାଇ ସେଥିରେ କେତେବେଳେ ବାଲି,କେତେବେଳେ ଗୋଡ଼ି ଭରି କହୁଥିଲ ଦେଖ ଶିବାନୀ ତୋ ପାଇଁ ଏହି ମୋତି ଆଣିଛି ସମୁଦ୍ର ଭିତରୁ।ଖୁବ୍ ଖୁସି ହେଇ ଯାଉଥିଲି ମୁଁ ,ହଁ ହେବିନି ଅବା କିପରି, ପାଗଳିନୀ ଯେ ମୁଁ ତୁମ ପ୍ରେମରେ ଓ ତୁମେ ମୋ ପ୍ରେମରେ। ପୁଣି ତୁମେ କହୁଥିଲ ମୁଁ ବଡ଼ ହେଲେ ଏହି ମୋତି ଓ ଅଳଙ୍କାର ଆଣି ତୁମ ପାଦ ତଳେ ସମର୍ପି ଦେବି। ହସି ଉଠି ଥିଲୁ ଆମେ ଦୁହେଁ ସେହି ହସରେ ଥିଲା ଗୋଟିଏ ତୃପ୍ତି, ଆତ୍ମସନ୍ତୋଷ ।ଆମେ ଗଢି ତୋଲୁଥିଲେ ବାଲିଘର, ସେଥିରେ ଅନେକ ସାଜସଜ୍ଜା, ସ୍ବପ୍ନ କିଛି ଏହି ଭଳି ଥିଲା ଆମର। ପ୍ଲାଷ୍ଟିକ ଗ୍ଲାସ୍ ଓ କାଗଜ କପ୍ ରେ ଭାତ ରାନ୍ଧି ପରଷି ଦେଉଥିଲି ମୁଁ ତମକୁ ଆଉ ତମେ ଖୁବ୍ ଆନନ୍ଦରେ ଗ୍ରହଣ କରୁଥିଲ ତାକୁ। ଧୀରେ ଧୀରେ ଏହି ବାଲି ଘର କେତେବେଳେ ନିଜ ଇଟା ମାଟିର କେଇ ବଖରା ଘର ଆଉ ସେହି କାଗଜ ପ୍ଲେଟ ସତସତିକା ବାସନ ହେଇ ଯାଇଥିଲା ଆମେ ତାହା ଜାଣିନଥିଲେ।ଆମ ପ୍ରେମକୁ ସିକୃତୀ ମିଳିଥିଲା ସତରେ ଖୁବ୍ ଭାଗ୍ୟବାନ ଆମେ। ଏମିତି କାହାକୁ ମିଳେ କହିଲ। ନିମ୍ନ ମଧ୍ୟବିତ୍ତ ପରିବାରରେ ନିଜର ସ୍ଵଳ୍ପ ସମ୍ବଳ ଭିତରେ ଆମେ ନିଜର ଦୁଇ ପୁତ୍ରଙ୍କୁ ଦୁଇ ଗୋଡ଼ରେ ଛିଡ଼ା କରେଇଲେ। ହେଲେ କେବେ ସେହି ପିଲାଦିନର ମୁକ୍ତା ସତରେ ମିଳି ପାରିଲା ନାହିଁ ଅଳଙ୍କାର ପାଇଁ। ଅଭାବୀ ସଂସାରରେ ତେଲ ଲୁଣ ଓ ପିଲାଙ୍କ ଖର୍ଚ୍ଚ ହିଁ ଥିଲା ସବୁଠାରୁ ବେଶୀ ଜରୁରୀ।।


ଅନେକ ବର୍ଷ ବିତିଗଲାଣି। ଆଜି ପୁଣି ସେହି ସ୍ଥାନରେ ଆମେ,ଆଜି କିନ୍ତୁ ତଳେ ବସିବାକୁ ଆଣ୍ଠୁ ଓ ଅଣ୍ଟା ସାଙ୍ଗ ଦେଉ ନାହାନ୍ତି। ବୃଦ୍ଧ ଓ ଜରାଜୀର୍ଣ୍ଣ ଆମେ। ରୋଗ ବ୍ୟାଧି ଆମକୁ ତାଙ୍କର ବାହୁରେ ଭିଡ଼ି ନେଇଛନ୍ତି। ହଁ ଆଜି କିନ୍ତୁ ଆମ ଭଳି ଦୁଇଟି ପୁଅ ଝିଅଙ୍କୁ ଖେଳୁ ଥିବା ଦେଖି ତମେ କହିଲ ମୋ ପାଖକୁ ଆଉଜି ଟିକିଏ ଶିବାନୀ କିଛି ମନେ ପଡ଼ୁଛି??ଟିକିଏ ହସି କହିଲି ହଁ କେମିତି ଭୁଲି ହେବ କହିଲ। ଦୁହେଁ ହସି ଦେଲେ। ଏତିକବେଳେ ସେହି ପୁଅଟି ଝିଅକୁ ଗୋଟିଏ ଶାମୁକା ଦେଇ କହିଲା ନେ ତୋ ପାଇଁ ମୋତି ଆଣିଛି। ଝିଅଟି ଖୁସି ହେଇ ନେଇଗଲା ଆଉ ଟିକିଏ ସମୟ ପରେ ତାକୁ ଫେରେଇ ଦେଇ କହିଲା ଯା ଶାମୁକା ଭିତରେ ତ ବାଲି, ମୋତି କାହିଁ??

ପୁଅ ହସି ଦେଇ କହିଲା ବଡ଼ ହେଲେ ନିଶ୍ଚୟ ଆଣିଦେବି ସବୁ ତୋ ପାଇଁ।ହେଲେ ଏହି ଦୃଶ୍ୟ ତୁମ ମୁଖ ମଣ୍ଡଳରେ ଗୋଟିଏ ଅସନ୍ତୋଷ ବ୍ୟକ୍ତ କରିଲା। ତୁମେ ମତେ ଚାହିଁ କହିଲ କ୍ଷମା କରିବ ଶିବାନୀ...ତମକୁ ଏହି ଭଳି କେତେ ସ୍ବପ୍ନ ଦେଖେଇଚି ମୁଁ ହେଲେ ମୋର ଅକ୍ଷମତା ହେତୁ କେବେ ତୁମକୁ ଭଲ ଗହଣା କି ଶାଢ଼ୀ ଖଣ୍ଡେ ଦେଇ ପାରିନି ମୁଁ ହସି କହିଲି, ଭାବୁଛ କି ଦୁଃଖୀ ମୁଁ, ଧେତ୍ ପାଗଳ ତମକୁ ଆଉ ପାରିହେବନି। ମୋ ଜୀବନର ସବୁଠାରୁ ବଡ଼ ମୁକ୍ତ ତମେ,ତମକୁ ପାଇ ଧନ୍ୟ ମୁଁ। ଜୀବନ ସାଥି ଭାବରେ ସବୁ ପରିସ୍ଥିତିରେ ମୋର ସାଙ୍ଗରେ ଛିଡା ହୋଇଛ ତମେ।ତାହା ଠାରୁ ବଡ଼ ଖୁସି ଆଉ କଣ ଅଛି?? ମୁକ୍ତା ର ଅର୍ଥ ମୁଁ ଅନେକ ଦିନରୁ ବୁଝି ଯାଇଥିଲି । ତୁମ ମୁହଁରେ ପୁନଶ୍ଚ ସେହି ହସ ଖେଳି ଉଠିଲା ଦୁଃଖର କଳାବାଦଲ ହଟେଇ ଓ ଆମେ ଉପଭୋଗ କରୁଥିଲେ ସେହି ଅସ୍ତଗାମି ପ୍ରଭା ଙ୍କ ରକ୍ତିମ ଆଭାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance