ମରୀଚିକା ତୁମେ
ମରୀଚିକା ତୁମେ


ଦିନେ ତୁମେ ଆସିଥିଲ, କଥା ହେବାକୁ କେତେ ପ୍ରୟାସ କଲ?? ପ୍ରୟାସ ରେ ବି ସଫଳ ହେଲ। ବନ୍ଧୁତା ର ହାତ ବଢେଇ ଥିଲ, ମୁଁ ଅରାଜି ଥିଲି। ତୁମେ କିନ୍ତୁ ପ୍ରୟାସ ଛାଡି ନଥିଲ। କିଛି ଦିନ ଗଲା ପରେ ମୁଁ ଭାବିଲି, ଚାଲ ବନ୍ଧୁ ହେବାରେ କ'ଣ ଅସୁବିଧା ଅଛି?? ମୁଁ ଯେ ଅନଭିଜ୍ଞ ଥିଲା ଆଜିର ଏ ଯନ୍ତ୍ରଣା ର। କେମିତି ବା ବୁଝି ପାରିଥାନ୍ତି, ତୁମର ସେ ମିଠା ମିଠା କଥା ଭିତରେ ଥିବା ଦରଦି କଥା କୁ। ଗୋଟେ ଦିନ ତମେ ମୋ ସହ କଥା ହେଇ ଭଲ ପାଇ ବସିଥିଲୁ ବିଶ୍ବାସ କରିଥାନ୍ତି କିପରି?? ତାପରେ ତୋ ଶବ୍ଦ ଗୁଡିକ ଆଘାତ କଲା ଯେବେ ସୋସିଆଲ୍ ମିଡିଆ ରୁ ଦୁରେଇ ଗଲି। କିଛି ଯୋଗାଯୋଗ ବି ରଖି ନଥିଲି। ତନ୍ମଧ୍ୟରେ ଚାରି ବର୍ଷ ବିତିଗଲା ପୁଣି ସେଇ ପୁରୁଣା ଅଧ୍ୟାୟ ର ପୁନରୁଦ୍ଧାର ହେଲା, ସେଇ ସୋସିଆଲ୍ ନେଟୱର୍କିଂ ରୁ। ସେଦିନ ମୁଁ କାହିଁକି ଯେ ଫୋନ୍ ନମ୍ବର ଟି ଦେଇଦେଲି, ଏବେ ଭାବୁଚି, ନ ଦେଇଥିଲେ ବୋଧେ ଆଜି ଏପରି ହୋଇ ନଥାନ୍ତା। ଦିନ ଗଡ଼ି ଚାଲିଲା, ରାତି ବଢି ଚାଲିଲା। କଥା ହବାର ନିଶା ବି ବଢି ଚାଲିଲା। ସତ ବାରଣ ସତ୍ତ୍ୱେ ବି ହୃଦୟ ଅମାନିଆ ହେଇଗଲା। ଭଲ ପାଇବାକୁ ନଚାହିଁବା ସତ୍ତ୍ୱେ ବି ଭଲ ପାଇ ଗଲି। କ'ଣ ଭୁଲ୍ ଥିଲା ଭଲ ପାଇବାଟା। ଭଲ ପାଇବା ଯେ ଇଶ୍ୱରଙ୍କ ଦାନ ବୋଲି ସବୁ କହନ୍ତି, ଶୁଣିଥିଲି। ସେ ଦାନ ଟା କଣ ହୀନ ପାଲଟିବ, କେମିତି ଜାଣିଥାନ୍ତି?? ଦିନ ପରେ ରାତି ତୁମ ମିଠା କଥାରେ ବଢ଼ିଗଲା ପ୍ରୀତି। ଯେତେବେଳେ ମୋ ମନରେ ଭଲ ପାଇବା ବଢି ଚାଲିଲା, ଭାବିଲି ପ୍ରେମ ର ନାମ ବିବାହ ଆଡକୁ ଦେବାକୁ, ସେଥିପାଇଁ ତ ତୁମକୁ କହିଲି ରୋଜଗାର କରିବାକୁ। ରୋଜଗାର କଲେ ସିନା ଯାଇ ଆମେ ସମାଜରେ ଠିଆ ହୋଇ ପାରିବା, କିନ୍ତୁ ତୁମେ ଭାବିଲ ମୁଁ ତୁମକୁ ଦୁରେଇ ଦେଲି ମୋଠାରୁ। କିନ୍ତୁ ତୁମଠାରୁ ଦୂରରେ ରହି, ମୁଁ ଯେ କେତେ ଶାସ୍ତି ପାଇଛି ତାହା ମୁଁ ଜାଣେ ଆଉ ମୋ ଇଶ୍ୱର ବି। ତୁମେ ବି ଦୂରେ ରହି ନିଜକୁ କଠୋର କରିଦେଲ। ଆଉ ମୁଁ ପାଗଳିନି ହୋଇ ତୁମ ବେତାର କୁ ଅପେକ୍ଷା କରିଚାଲିଲି। ସମୟ ବି ହେଲା ତୁମେ ନିଜ ଦେଶକୁ କେତେ ଥର ଆସିଲ କିନ୍ତୁ କେବେ ଇଚ୍ଛା କଲନାହିଁ ଭେଟିବାକୁ। ସମୟ ଗଡିଚାଲିଛି ଆଜି ଯାଏ ଦେଖା ନାହିଁ, ଆଉ ଯଦି କେବେ ବିବାହ ର ପ୍ରଶ୍ନ ଉଠେ, ତୁମେ କୁହ ତୁମେ ନାଚାର, କଣ କରିବି ମୁଁ କୁହ?? ଆଉ କାହା ହାତ କିପରି ଧରିବି କୁହ। ମନରେ ବିଶ୍ବାସ ଅଛି ତୁମେ ବୁଝିବ ନିଶ୍ଚୟ। ତୁମେ କିନ୍ତୁ ମରୁ ର "ମରୀଚିକା " ହୋଇ କୁଆଡେ ଉଭାନ୍ ହେଇଯାଉଛ। କେବେ କେବେ ଭଲ ପାଉଚ ପୁଣି କେବେ ଭୁଲି ଯାଉଛ। ସତରେ ତୁମେ ଗୋଟେ ମରୀଚିକା, ଯାହାର ନାମ ଦେଇଚି ମୁଁ "ମରିଚୀକା ତୁମେ"।