STORYMIRROR

PANCHA NAN JENA

Romance

4.3  

PANCHA NAN JENA

Romance

ମୋ' ବିଧାତା

ମୋ' ବିଧାତା

7 mins
95


     କଥା କ'ଣ କି , ଲକ୍ ଡାଉନ୍ ଆରମ୍ଭ ହେବ। ଦିନଠୁଁ ଜ୍ୟୋତି ହସ୍ପିଟାଲ୍, ବାଲେଶ୍ଵର କୋଭିଡ଼ ଜଗୁରୀକାଳୀନ ଡାକ୍ତରଖାନାରେ ପରିବର୍ତ୍ତିତ ହୋଇଯାଇଛି । ଆଉ ତା' ସଂଗେ ସଂଗେ ମଠସାହି ଚନ୍ଦନ ପୋଖରୀକୁ ଲାଗି ରହିଥିବା "କୈବଲ୍ୟ କୁଟୀର" ର ଧର୍ତ୍ତା ଗୃହକର୍ତ୍ତା ଭାଗ୍ୟବିଧାତା ଶ୍ରୀଯୁକ୍ତ ଉମାଶଙ୍କର ସତପଥିଙ୍କର ବି ସକାଳ ଆଠ ଘଟିକାରୁ ରାତ୍ରୀ ଆଠ ଘଟିକା ଯାଏଁ ବାରଘଣ୍ଟିଆ ଦୈନିକ ରୁଟିନବଂଧା ନଛୋଡଧନ୍ଧା ଡ୍ୟୁଟି ଲାଗିଯାଇଛି । ହାଏ ରେ କରୋନା ! ତୋତେ ଜୁହାର । ତୋ ଚାରି ଖୁରାକୁ ଜୁହାର ।

ଦୀର୍ଘ୍ଯ ପନ୍ଦର ବର୍ଷ ହେଲା ଉମା ବାବୁ ଜ୍ୟୋତି ହସ୍‌ପିଟାଲ୍ ରେ କାର୍ଯ୍ୟରତ । କନଷ୍ଠ କିରାଣୀରୁ ଆରମ୍ଭ କରିଥିଲେ ଜୀବନ ଜୀବିକା । କିନ୍ତୁ ଆଜି ସେ ମୂଖ୍ୟ ଏକାଉଣ୍ଟାଣ୍ଟ ପଦବୀରେ ପ୍ରତିଷ୍ଠିତ ଅଧିଷ୍ଠିତ । କିନ୍ତୁ ଅଧୁନା ଦୀର୍ଘ୍ୟ ଅଢେଇ ମାସରୁ ଅଧିକ ଯେଉଁ କରେ।ନା ମହାମାରୀର ଲେଲିହାନ ତାଣ୍ଡବଲୀଳାର ଉୟାବହତା ଭିତରେ ମୃତ୍ୟୁର ଆତଙ୍କ ଓ ଆଶଙ୍କାକୁ ସେ ଦୈନିକ ଅତି ନିକଟରୁ ଦେଖି ଆସୁଛନ୍ତି ---- ବ୍ୟତିବ୍ୟସ୍ତ ଲାଗୁଛି । ଡର ମାଡୁଛି ଜମା ବାବୁଙ୍କୁ । କାଳେ ତାଙ୍କୁ କରେ।ନା ହୋଇଯିବ କି ? କରେ।ନା ଭୂତାଣୁ ତାଙ୍କୁ କବଳିତ କରିବ କି ?

ତେଣୁ prevention is better than cure ନିତିରେ ଉମା ବାବୁ ଛତ୍ରେ ଛତ୍ରେ କ୍ଷେତ୍ରେ କ୍ଷେତ୍ରେ ସାନିଟାଇଜର - ହ୍ଯାଣ୍ଡୱ୍ଵାସ୍ ରେ ହାତ ଧୋଇବା , ମାସ୍କ ଲଗେଇ ଘରୁ ବାହାରିବା , ଲୁଗାପଟା ବଦଳେଇବା ଓ ସଫା କରିବା ଇତ୍ୟାଦି ଇତ୍ୟାଦି କରି କରି ନୟାନ୍ତ ହୋଇ ଗଲେଣି । ଖବର ଦେଖିବାକୁ --- ପଢ଼ିବାକୁ ମନ କରୁନି ଆଜି କାଲି । ମନ ସବୁବେଳେ ଭାବନାର ଭଉଁରୀରେ- -- କ୍ଷଣ ଭଙ୍ଗୁର ଜୀବନ ଦର୍ଶନରେ --- ବିଭୁସଭାର ପଦାରବିନ୍ଦରେ --- କଳ୍ପନାତୀତ ଆତ୍ମା - ପରମାତ୍ମା - ପରମବ୍ରହ୍ମ ସଚ୍ଚିଦାନନ୍ଦଙ୍କ ଛନ୍ଦାଚରଣରେ ।

କାର୍ଯ୍ୟ ବ୍ୟସ୍ତତା ଭିତରେ ଉମା ବାବୁ ଚିନ୍ତାମଗ୍ନ ହୋଇ ପଡ଼ୁଛନ୍ତି । ଆଜିକାଲି କଂପୁଟର ମାଉସ ହାତରେ କିନ୍ତୁ ମନ ମଗଜ ମସ୍ତିସ୍କ ଆଉ କେଉଁ ଗ୍ରହ ଉପଗ୍ରହରେ । ପ୍ରବାସୀ ଶ୍ରମିକଙ୍କ ହଟହଟା -- ଚିକେନ୍‌ ଝୋଳ ପାଇଁ କ୍ଵାରାଣ୍ଟାଉନ୍ ସେଣ୍ଟରରେ ଝଗଡ଼ାଝଟା -- ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌ରେ ପ୍ରସବ ବେଦନା କ୍ରନ୍ଦନ କଟା -- ସରପଞ୍ଚଙ୍କୁ କଲେକ୍ଟର ଦାୟିତ୍ଵ ଦେବାର ନିୟମ ଗୋଟା -- ଚେନ୍ ପୁଲିଙ୍ଗ କରି ଦାଦନ ଶ୍ରମିକ ମଝିରୁ ଛୁ ମାରିବାର ଖବରଟା -- କାଳବୈଶାଖୀ ଓ ମୌସମୀ ତୁଫାନିଆ ବର୍ଷା କୁଟୁକୁଟା ---- ଏମିତି ନାହିଁ ନ ଥିବା ଚିନ୍ତା ସବୁ ମନ ସାଗରରେ ଆତ ଯାତ ହୁଅନ୍ତି ।

ମନେ ପଡ଼େ ପ୍ରାଣପ୍ରୀୟ। ସୁଜାତାର ସେହି ହସ ହସ ବନ୍ଧା ମୁଁହ ଓ ଲାଲ ଟୁକୁ ଟୁକୁ ସିନ୍ଦୁର ଟିକା ମୟୂରକଣ୍ଠି ଗୋଲାପି ଓଢ଼ଣା ତଳୁ । ବିଚାରୀ ସୁଜାତ ! ମୋ ହାତ ଧରିବା ଦିନରୁ , କୈବଲ୍ୟ କୁଟିରରେ ଅଳତା ଲଗା ପାଦ ଦେବା ଦିନରୁ ଆଖିରେ ଅୟୁତ ନିୟୁତ ସ୍ବପ୍ନ ନେଇ ଆସିଥିଲା । ହସକୁରି ବୋହୁ ବେଶରେ ପାଉଁଜିର ଋଣୁ ଝୁଣୁରେ ବୀଣା ଜିଣା ମେଳାପ ମସ୍ତିରେ ସମସ୍ତଙ୍କ ମନ କିଣି ନେଲା କେଇଟା ଦିନରେ ସୁଜାତା । ଅନ୍ୟ ବଧୁଲୀ ବିଦଗ୍ଧା ମାଦଲସୀ ମାନଙ୍କ ପରି ତା'ର ମନ କରୁଥ୍ଵଵ ବାଇକ୍ ପଛରେ ବସି ସାଂଧ୍ଯ ଭ୍ରମଣ କରିବା , ସିନେମା ଛକରେ ଆଳୁ ଟିକିଆ ପାଣି ପୁରି ଦେଖେଇ ଦେଖେଇ ଖାଇବା , ତୁଛାରେ ମାନ ଅଭିମାନ କରିବା , ଫୁଲେଇ ହେବା , ଏକାନ୍ତରେ ପତିଦେବଙ୍କ ସହିତ ଚାନ୍ଦିପୁର ବେଳାଭୂମୀର ସିକତଶଯ୍ୟାରେ ଆଲୁଳାୟିତ କୁନ୍ତଳା ମେଖଳାର ଚକା ଉଉଁରୀ ଭିତରେ ହଜିଯିବା -- ସଜେଇ ହେବା ନୂଆ ରଂଗ ରସରେ ବାର ହାତୀ ଶାଢୀ ଆଉ ଗହଣାର କମକୁଟ ସମ୍ଭାରରେ । କିନ୍ତୁ ଅଭାଗା ହତଭାଗା ସେ ଟିକେ ଟିକେ କଥାରେ ଚିଡି ଯାଇଥିଲେ -- ଚିଲ୍ଲେଇ କରି କହୁଥିଲେ --- ପୁରୁଷ ପଣିଆ ଦେଖଉ ଥିଲେ ---ଆଉ ହସରେ ଚିକ୍ ମିକ୍ କରୁଥିବା ଟଂପାଫୁଲିଆ ମୁଁହଟା ଝାଉଁଳି ପଡ଼ୁଥିଲା ---- ସବୁ ମନେ ପଡ଼ିଯାଉଥିଲା ।

ପୁଣି ମନକୁ ଆସିଲା ସାବିତ୍ରୀ ବ୍ରତ ହେଇ ତ ଆସୁଛି । ରଜ ପର୍ବ ବି ଆସିବ ଆସିବ ହେଉଛି । ଏ ବର୍ଷ ତ ସବୁ ଫିକା ଲକ୍ ଡାଉନ୍ କାଳରେ । ତେଣୁ ଏଭଳି ନିରାଶିଆ ବେଳରେ ଶ୍ରୀମତୀଙ୍କୁ ଗୋଟେ ସରପ୍ରାଇଜ ଦେଲେ କେମିତି ହୁଅନ୍ତା !

ରାତି ନଅ ଘଟିକା ବିତିଗଲାଗି । ପ୍ରାୟିମ୍ ଟାଇମ୍ ରେ ତର୍କ ବିତର୍କର ତୁମ୍ଭି ତୁଫାନ ସରିବା ଉପରେ । ସୁଜାତା ମ୍ୟାଡାମଙ୍କ ମନରେ ଖାଲି ପାପ କଥା । 

ହଠାତ କଲିଂବେଲ୍ ବାଜି ଉଠିଲା । ମୂଖ୍ୟ ଦୁଆର ଖୋଲୁ ଖୋଲୁ ଉମା ବାବୁ ହସ ହସ ମୁଁହରେ ତାଙ୍କ ହାତକୁ ବଢେଇ ଦେଲେ " ଶାଢୀ ମନ୍ଦିର " ବ୍ୟାଗ୍ । ବିଚାରୀ ସୁଜାତା ଥରେ ପତିଦେବଙ୍କ ରଂଗା ଅଧରକୁ ତ ଆଉ ଥରେ ହସ୍ତଗତ ବ୍ୟାଗ୍ କୁ ନିୟନ ବଷ୍ଫାରିତ ମୁଦ୍ରାରେ ଦେଖୁଥାଏ । ବ୍ୟାଗ୍ ଅନାବରଣ ପରେ ତାଙ୍କ ହାତକୁ ଆସିଲା କୁମ୍ଭପକା ସମ୍ବଲପୁରୀ ପାଟ ଶାଢୀ ଗୋଲାପି ରଂଗର ଆଉ ଅଞ୍ଚଳ ଆକାଶିଆ ଘାସଫୁଲର । ବିସ୍ମୟ ଅବିଶ୍ଵସନୀୟ ଭାବ ନଈ ବଢି ପରି ସବୁ ସୀମା ଚିପିବାକୁ ବ୍ୟଗ୍ର । ସୁଜାତା ଖୁସିରେ ହସି ପକେଇବ କି --- କାନ୍ଦି ପକେଇବ କି --- ଜାଣି ପାରୁ ନ ଥିଲା । ଆଖି କୋଣରେ ଲୁହ ଦୋଳି ଖେଳୁଥିଲା ମୋତି ମାଣିକ୍ୟ ପରିକା ।

ଉମା ବାବୁ ଆଉ ପାଦେ ଆଗେଇ ଗଲେ ବୀରବର ପ୍ରେମ ସାଗର । ପ୍ରେୟସୀଙ୍କ କାନ ପାଖେ ଧିରେ ଧିରେ ତୁଣ୍ଡି ପିନ୍ଧା ମୁଂହରୁ ପଚାରି ବସିଲେ --- ପାଣି ଗ୍ଲାସେ ମିଳିବ କି ?

ସୁଜାତା ସୁନା ହରିଣୀ ପରି ଲହଲହକା ଅଙ୍କାବଙ୍ଗା ଖୁସି ଖୁସି ରୋଷେଇ ଘରକୁ ପଶିଗଲେ ହାତରେ ବ୍ୟାଗ୍ ଧରି । ନଛକବାଲୀର ଛଇ ଛବିଳା ଛଟକ ମଟକ ଦେଖି ରଣା ବାବୁଙ୍କ ମନକୁ ଆସିଗଲା --- ହାଏ ହାଏ ମଜବୁରୀ ! ମେରା ଦୋ ଟାକିଆ ନୈକରୀ -- ତେରା ଲାଖୋ ସାବନ୍ ଯାଏ ।""

ହେଇ ଟି ଶୁଣୁଛ ! କୁହାଟି କୁହାଟି ପଛେ ପଛେ ଉମା ବାବୁ ବି ବାଥରୁମ୍ କୁ ଗଲେ କରେ।ନା ଯୋଦ୍ଧାର କାମ ଦାମ ଶେଷ କଲେ ।

ପୁଣି ଶ୍ରୀମତୀଙ୍କୁ ଆସୁଥିବାର ଦେଖିଲେ -----

" ତୁମକୁ ବାରମ୍ଵାର ଆଦେଶ ଦେଲେ , ଅଫିସ୍ ଭଳିଆ ଅର୍ଡର ଦେଲେ , କଡ଼ା-ଚଢ଼ା ଭାଷାରେ ବକି ଦେଲେ, ଦୋଷ ବାହାର କଲେ , କଟୁକ୍ତି ଗାଳି ଇତ୍ୟାଦି ଇତ୍ୟାଦି କଲେ ବି ତୁମେ ପତିଭକ୍ତି ପତିସେବାରେ ବ୍ୟସ୍ତ ରହିଥାଅ । ତୁମେ କେଉଁ ଧାତୁରେ ଗଢ଼ା ? ତୁମକୁ ବିଧାତା କି କି ମହନୀୟ ଉପାଦାନରେ ସଜେଇଛି ବନେଇଛି ? ମାତ୍ର ଦେଖ ! ମୁଁ ଦିନେ ବି ପତ୍ନିସେବକ ହୋଇପାରିଲି ନାହିଁ ।---- ସୋଫାରେ ବସୁ ବସୁ ଉମା ବାବୁ ପଚାରି ଦେଲେ ।

ଉମା ବାବୁ ରସାୟନ ବିଜ୍ଞାନ , ଏମ.ସି.ଏ ଓ ଏମ.ବି.ଏ ଭଳିଆ ତିନୋଟି ଡିଗ୍ରୀର ସ୍ନାତକୋତ୍ତର ଛାତ୍ର ବାଣୀବିହାରରୁ । ସୁଜାତା ବି ଇତିହାସର ଛାତ୍ରୀ ବାଣୀବିହାରରୁ ! କିନ୍ତୁ ମ୍ୟାଡ

଼ାମଙ୍କ ଅଧ୍ୟାତ୍ମିକ ଶକ୍ତି ଉମା ବାବୁଙ୍କ ଠାରୁ ବହୁଗୁଣ ଅଧିକ କାରଣ ସାର କେବଳ ପଠନ ପାଠନ ବନ୍ଦନ ଜଣାଣ ଭିତରେ ଥିଲେ ହେଁ ଅର୍ଦ୍ଧାଙ୍ଗୀନୀ ସୁଜାତା ସେହି ପରମ କାରୁଣିକ ଅଗତିର ଗତି ନିରାକାର ଇଶ୍ଵରୀୟ ସତ୍ତାଙ୍କୁ ନିତି ଦିନିଆ ଜୀବନଚର୍ଯ୍ୟା ପୂଜା- ପାଠ ଦାନ -ଦକ୍ଷୀଣାରେ ଲଗେଇ ଥାଏ ।

ଉମା ବାବୁଙ୍କ ଏମିତି ଅଖାଡୁଆ ପ୍ରଶ୍ନଜାଲରେ ବ୍ୟତିବ୍ୟସ୍ତ ହେବା ବଦଳରେ ଫିକ୍ କିନା ହସି ଦେଲା ସୁଜାତା । ପାଣିର ଗ୍ଲାସ୍‌ କୁ ସରାଗରେ ବଢେଇ ଦେଉ ଦେଉ କହିଲେ ----

" ଆପଣ କୁହନ୍ତୁ --- --- ପୁଅ ମା'କୁ ସେବା-ଆଦର- ସମ୍ମାନ କଲେ ତାକୁ ମାତୃଭକ୍ତ କୁହାଯାଏ । କିନ୍ତୁ ଯଦି ସେହି ମା' ପୁଅକୁ ସ୍ନେହ - ପ୍ରେମ-କରୁଣାରେ ସେବା- ଶୁଶୁଷା କରେ ତାକୁ ପୁତ୍ରଭକ୍ତ କାହିଁକି କୁହା ଯାଏନି ? ଆପଣଙ୍କ ପ୍ରଶ୍ନର ଉତ୍ତର ବି ଏହି ଭଳିଆ ।

ବାକ୍ୟଯୁଦ୍ଧରେ ହାରିଯିବା ଯାତକରେ ନାହିଁ ଖଣ୍ଡାୟତର । ପୁଣି ନାରୀ ପାଖ ରେ । ନିଶକୁ ଟିକେ ବାଗେଇ ଟେକିଦେଲେ ମଇଁସିଶିଙ୍ଗିଆ ଢଙ୍ଗରେ କ୍ରିକେଟ ଖେଳାଳୀ ଶିଖର ଧୱନ୍ ପରି । ତେଣୁ ପୁଣି ଏକ ପ୍ରଶ୍ନ-ତୀର ମନ ତୃଣୀରରୁ ବାଛି ବାହାର କଲେ ଓ ନିକ୍ଷେପ କଲେ ଉମା ବାବୁ ।

ହଉ ଶୁଣ ! ସୃଷ୍ଟିର ପ୍ରାରମ୍ଭରେ ଉଭୟ ନାରୀ-ପୁରୁଷ ସମାନ ଥିଲେ । ଗୋଟିଏ ବୃନ୍ତରେ ଛନ୍ଦା ବନ୍ଧା । କିନ୍ତୁ ଧିରେ ଧିରେ ସମୟର ଚକ୍ର ପରିବର୍ତ୍ତନରେ, ଜୀବ ବିବର୍ତ୍ତନବାଦରେ ପୁରୁଷ କାହିଁକି ବଡ଼ ହେଲା ଯଦିଓ ପୁରାଣ ଇତିହାସ କହୁଛି ନାରୀ ଶକ୍ତି ସ୍ଵରୁପିଣୀ ନାରାୟଣୀ ? ବିତ୍ତ - ବିଦ୍ୟା - ପ୍ରତିରକ୍ଷା ବିଭାଗ ଯଥା କ୍ରମେ ଲକ୍ଷ୍ମୀ - ସରସ୍ଵତୀ - ଦୁର୍ଗା ଭଳି ନାରୀମାନଙ୍କ ପାଖରେ । ପୁରୁଷ ସମାଜର ସୂଚକ ଶିବ ଶଙ୍କର କୈଳାସ ପର୍ବତରେ ମିନିଷ୍ଟର ୱିଦାଉଟ୍ ପୋର୍ଟଫୋଲିଓ ।

ସୁଜାତା ଆହୁରି ବେଶି ମୁରୁକି ହସିଲା ପତିଙ୍କ ଅସହାୟତା ଦେଖି , ତାଙ୍କର ପରାଜିତ ପଣିଆର ଦୀପ ତଳେ ଅନ୍ଧାର ଭଳିଆ ପ୍ରଶ୍ନ ଶୁଣି । ଓଠ ଖୋଲିଲା ଓ କହିଲା --+- ତୁମକୁ ଆଉ ଟିକେ ଅଧିକା ପଦାର୍ଥ ବିଜ୍ଞାନ ପଢିବାର ଥିଲା ଆର୍ଯ୍ୟ ପୁତ୍ର !

ରସିକିଆ ଉମା ବାବୁ ବିଜ୍ଞାନର ଗୂଢ ତଥ୍ୟକୁ ଶୁଣିବାକୁ ବାଧ୍ୟ ଶିଷ୍ୟ ପରି ଅଭିନୟ କରନ୍ତେ ସହଧର୍ମିଣୀ ସୁଜାତା ବି ଜୁଝାରୁ ନଛୋଡ଼ବନ୍ଧ। । ପଣତ କାନିକୁ ଅଣ୍ଟାରେ ଖୋସି -- କାନ ଉପରକୁ ଓହଳିପଡୁଥିବା ଚୂର୍ଣ୍ଣ କୁନ୍ତଳକୁ ସମ୍ଭାଳୁ ସଳଖୁ ପାଖ ଚୈକିରେ ବସୁ ବସୁ ଆରମ୍ଭ କଲା -----

ସୃଷ୍ଟି କୁହ ବା ପୃଥିବୀ କୁହ ବା ଜୀବଜଗତ କୁହ ବା ବିଶ୍ଵବ୍ରହ୍ମାଣ୍ଡ କୁହ --- ଦୁଇଟି ବସ୍ତୁରୁ ସୃଷ୍ଟି --- ଶକ୍ତି ( ଏନାରର୍ଜି) ଓ ବିଷୟ ( ମ୍ୟାଟାର)ରୁ । ପୁରୁଷ ଶକ୍ତିର ପ୍ରତୀକ ହେଲେ ନାରୀ ବିଷୟର ଚିହ୍ନ ଓ ସ୍ଵାକ୍ଷର । ବିଷୟକୁ ଯଦି ବିକସିତ ହେବାର ଅଛି ତା' ହେଲେ ତାକୁ ଶକ୍ତିର ଆଧାର ଦରକାର । ଶକ୍ତିର ବିଷୟକୁ ଆଧାର କରିବାର ନୁହଁ ।

 ଆଉ ଯେତେବେଳେ ନାରୀ ପୁରୁଷକୁ ଆଧାର କରିଥାଏ ଅର୍ଥାତ୍ ବିଷୟ ଟିଏ ଶକ୍ତିକୁ ଆଧାର କରିଥାଏ -- ନାରୀ ଶକ୍ତି ସ୍ଵରୁପିଣୀ ହୋଇଯାଏ । ଫଳ ସ୍ଵରୁପ ଆଗାମୀ ସନ୍ତାନ ମାନଙ୍କ ପାଇଁ ସେ ପ୍ରଥମ। ପୂଜ୍ୟା ମାନାଯାଏ କାରଣ ସେ ଉଭୟ ଶକ୍ତି ଓ ବିଷୟର ସ୍ଵାମୀନୀ ହୋଇଯାଇଥାଏ । କିନ୍ତୁ ପୁରୁଷ କେବଳ ଶକ୍ତିର ଅଂଶ ବିଶେଷ ଭାବରେ ରହିଯାଏ ।

ଉମା ବାବୁ କିଛି ବୁଝିପାରିଲେନି । ଅବୁଝା ଭାବରେ ପଚାରି ଦେଲେ ଯେ --- ତା' ହେଲେ ତୁମେ ମୋର ପୂଜ୍ୟା ହେଲ କାରଣ ତୁମେ ତ ଶକ୍ତି ଓ ବିଷୟର ସ୍ଵାମୀନୀ ଓ ଅଧିକାରିଣୀ ହୋଇସାରିଛ , ତୁମେ ଖଣ୍ଡା ଓ ଖର୍ପ ଧାରିଣୀ ମହିଷାମର୍ଦ୍ଦିନୀ ଦୁଷ୍ଟ ନାଶିନି ।ଓଁ ନମୋ ନମ8 !

ହରସ ବଦନରେ ଶ୍ରୀମତି କହିଲେ --- ତୁମେ ପାଠପଢ଼ା ଉଚ୍ଚଶିକ୍ଷା ପ୍ରାପ୍ତ ମୂର୍ଖ ଅରବିନ୍ଦ କେଜ୍ରିଆଲ ଭଳିଆ ଯୁକ୍ତି କରୁଛ । ମୋ କଥା ଟି ଜମା ବାଚାଲତା ନୁହଁ । ମୁଁ ହେଲି ବିଷୟ -- matter-mass। ମୁଁ ଆପଣଙ୍କ ଶକ୍ତିର ଇନ୍ଧନ ନେଇ ମୁଁ ଶକ୍ତିଶାଳୀ ବଳଶାଳୀ ହେଲି । ଆଉ ମୁଁ କାହିଁକି ଭସ୍ମାସୁର ଭଳିଆ ତୁମ ଉପରେ ମୋର ଅର୍ଜିତ ବଳକୁ ତୁମ ଉଳିଆ ବଳଶ୍ରୋତ ଶକ୍ତିଉତ୍ସ ଉପରେ ପ୍ରୟୋଗ କେମିତି କରିପାରିବି ? ମୁଁ କୃତଘ୍ନ ଓ ନମକହାରାମ୍ ହେବିନି କି ?

ଉମାବାବୁ ନିଜକୁ ସମ୍ଭାଳି ପାରିଲେ ନାହିଁ । ଅଶ୍ୱ ଝପଟା ବୀର ସୈନିକ ଅଶ୍ଵାରୋହି ପରି ପାଲଟା ଜବାବ ଦେବାକୁ ଡେରି ନ କରି ଆରମ୍ଭ କରିଦେଲେ ଶବ୍ଦ ଭେଦି ବାଣ ----

" ମୁଁ ତୁମ ଉପରେ ବାରମ୍ଵାର ଶକ୍ତି ପ୍ରୟୋଗ କରେ । ବଡ଼ ହେବାର ବଳୁଆ ହେବାର ପରାକ୍ରମ ଦେଖାଇଥାଏ । ଗାଳି ଦେବା --- ଜୋରରେ ଚିଲ୍ଲେଇକରି କହିବା -- ସାଇ ପଡ଼ିଶା ଆଗରେ ଅପମାନକ ଆପର୍ତ୍ତିଜନକ ବାକ୍ୟ ପ୍ରୟୋଗ କରିବା -- ବାପା-ମା' ଚଉଦ ପୁରୁଷ ଉଦ୍ଧାର କରିବା --- ଖାଲି ବାହାନା । ଅଣସମ୍ବିଧାନିକ ଗାଳି ଗୁଲଜ ପୁରୁଷ କୈନ୍ଦ୍ରିକ ସମାଜରେ ପୁରୁଷ ଶକ୍ତିର ଗୋଟେ ଗୋଟେ ଝଲକ ନୁହେଁ ତ ଆଉ କଣ ? କିନ୍ତୁ ତୁମେ ତ ତିଳେହେଲେ ରାରିବାର କି ଦୁଃଖ କରିବାର ଲେସମାତ୍ର ଆଭାସ ମିଳେନା !

ଶ୍ରୀମତିଙ୍କର ଉତ୍ତର ଶୁଣି ଉମା ବାବୁଙ୍କ ଆଖି କୋଣରେ ସେଦିନ ଆନାନ୍ଦାଶ୍ରୁର ପାରାବାର ------

" ଯାହାର ଛୁଆଁ ରେ ମୁଁ ଅନ୍ୟ ଗୋଟିଏ ଜୀବନ ଉତ୍ପନ୍ନ କରିବାର କ୍ଷମତା ପାଇଲି --- ଆଉ ଭଗବାନ ଠାରୁ ଆହୁରି ବଡ଼ ପଦ ଯିଏ ମୋତେ ପ୍ରଦାନ କଲା ---- ମୋତେ ସାରା ଜଗତ ମା' --- ମାତାର ପଦବୀ ନେଇ ପୂଜା କଲା--- ମୁଁ କଣ ଏମିତି ବୋକି ହୁଣ୍ଡି ଧୁଣ୍ଡି ବାୟାଣୀ ହୋଇଛି ଯେ ମୋର ବିଧାତା ବିଶ୍ଵନିୟନ୍ତା ଭାଗ୍ୟବିଧାତା ମୋର ଇହ କାଳ ପର କାଳ ଦେବତା ବିରୁଦ୍ଧରେ ବିଦ୍ରୋହ କରିବି ?

ନାରୀର ଅନ୍ୟନାମ ନାରାୟଣୀ କାତ୍ୟାୟନୀ ଶକ୍ତି ସ୍ଵରୁପିଣି । ସେ ପତିକୁ ପତନରୁ ରକ୍ଷା କରେ ବୋଲି ପନ୍ନୀ । ସନ୍ତାନ ଜନ୍ମ କରିବାର ଶକ୍ତି ଅଛି ବୋଲି ସେ କାୟା । ସେ ସମସ୍ତ କାମନା ବାସନା ପରିପୂରଣ କରିପାରେ ବୋଲି କାମିନୀ । ସେ ସ୍ୱାମୀ ଧର୍ମର ସହଯାତ୍ରୀ ବୋଲି ସହଧର୍ମିଣୀ । ସେ ପତିର ଭରଣ ପୋଷଣ ଯୋଗ୍ୟା ହୋଇଥିବାରୁ ଭାର୍ଯ୍ୟା । ନାରୀ ଏବଂ ପୁରୁଷ ଗୋଟିଏ ଗାଡିର ଦୁଇଟି ଚକ । ଗୋଟିଏ ବୀଣାର ଦୁଇଟି ତାର । ଗୋଟିଏ ନଦୀର ଦୁଇଟି ଧାର । ପୁରୁଷ ଶରୀର ହେଲେ ନାରୀ ଆତ୍ମା । ପୁରୁଷ ସଙ୍ଗୀତ ହେଲେ ନାରୀ ମୁର୍ଚ୍ଛନା । ପୁରୁଷ ସଭ୍ୟତା ହେଲେ ନାରୀ ହେଉଛି ସଂସ୍କୃତି । ପୁରୁଷ ଅଗ୍ନି ହେଲେ ନାରୀ କେହି ଆହୁତି । ପୁରୁଷ ରାଷ୍ଟ୍ର ହେଲେ ନାରୀ ହେଉଛି ସଂହତି ।

.ଆଉ ଆପଣ ଶୁଣି ରଖନ୍ତୁ ମହାଭାଗ ! ଯେଉଁ ଦିନ ଶକ୍ତିପ୍ରୟୋଗ କରିବାର ସମୟ ଆସିବ ସେ ଦିନ ମୁଁ ମାତା ଜାନକୀ ପରି  ଲବକୁଶ ଦୁଇ ଯାଆଁଳା ଭାଇଙ୍କୁ ଜନ୍ମ କରିଦେବି ଯେ ସେମାନେ ମୋ ବିଧାତା ମୋ ସ୍ୱାମୀର ହିସାବ ନିକାସ କଢ଼ା ଗଣ୍ଡାରେ ବୁଝିନେବେ ।



Rate this content
Log in

Similar oriya story from Romance