Panchanan Jena

Inspirational

4  

Panchanan Jena

Inspirational

ସ୍ନେହିଳ ପାଵଚ୍ଛ

ସ୍ନେହିଳ ପାଵଚ୍ଛ

8 mins
400



ଓଁ ମହାଦେବାୟ ନମଃ , ଓଁ ସର୍ବେଶ୍ଵରାୟ ନମଃ -- ----- 


ଦୁବ କାହିଁ -ବରକୋଳି ପତ୍ର କାହିଁ - ଧୁତୁରା ଫୁଲ ଗୋଟେ ବି ନାହିଁ । କୁଆଡେ ଗଲୁ ରେ ବେହେରା ଝିଅ - ଆରେ ;-- ଆରେ- କୁଆଡ଼େ ଗଲରେ -ରେବ - ଦେବ- ବାରିପଟେ ଅଛ କି -

ଓଁ ଜଗତେଶ୍ୱରାୟ ନମଃ , ଓଁ ମହାଦେବାୟ ନମ8 ---


ଆଷାଢ଼ ମାସ ସଂକ୍ରାନ୍ତି ଦିନ ଶିବ ମନ୍ଦିର ପାଇଁ ପୂଜା ଡାଲା ସଜାଡୁ ସଜାଡୁ ସକାଳୁ ସକାଳୁ କନକ ଆଈ କହି ବସିଲେ --- 


କେବେ ଦେବ ଦେବ ମହାଦେବଙ୍କ ମନ୍ତ୍ର , କେବେ ବଡ଼ ବୋହୁଙ୍କୁ ତା' ବାପ ଘର ପତିତ ନାଁ ଧରି , କେବେ ନାତୁଣୀ-ନାତି ଟୋକୁଳି-ଟୋକାଙ୍କ ନାମ ଧରି ରଟ ଲଗେଇ ଡାକ ପକଉଥିଲେ ତ କୁହାଟ ମାରି ଚାଲିଥିଲେ ସକାଳ ପ୍ରହରୁ । 


ଦୁଇ ହାତ ବ୍ୟସ୍ତ ଥିଲା ପୂଜା ସାମଗ୍ରୀ ସଜାଡ଼ିବାରେ । ତତ୍‌ ସଂଗେ ସଂଗେ ତୁଣ୍ଡ ବି ମୁଣ୍ଡ ବି ବେଶି ବକର୍ ବକର୍ ଚବର୍ ଚବର୍ ହେଉଥିଲା । ଗପୁଡି ବୁଢୀର ପେଡି ଆଜି ଫିଟି ଯାଇଛି । ବନ୍ଦ ହେବାର ନାଁ ଧରୁନି । ହେ ପ୍ରଭୁ !


ରୋଷେଇ ଘରୁ ପଣତ କାନିରେ ମୁଁହ ହାତ ପୋଛୁ ପୋଛୁ ବଡ଼ ବୋହୁ ବେହେରା ଝିଅ ସୁତପା ସବୁ କାମ କୁ ପଛରେ ପକେଇ ଦେଇ ଗ୍ୟାସ୍ ଚୁଲ୍ଲାକୁ ବନ୍ଦ କରିଦେଇ ବେଗି ବେଶି ଝପଟି ଆସିଲେ ।


ମୁଁହରେ ଥିଲା ଉତ୍ତର -- ଆସିଲି -- ଆସିଗଲି । ଘର ଦ୍ଵାର ଉଠଉଛ ପକଉଛ! କ'ଣ ହେଲାକି ? ଏମିତି ଅଣ୍ଡିରାଚଣ୍ଡି ପରି ଉଦଣ୍ଡି ସୀତା ପରି ନାହିଁ ଚିଲ୍ଲଉଛ । ଏ ବୟସରେ ଚିଲ୍ଲା-ଚିଲ୍ଲାଣ ତୁଣ୍ଡ କମାଣ କ'ଣ ଭଲ ଲାଗୁଛି ?


କିନ୍ତୁ କହି ପାରିଲେନି । ମନେ ମନେ ସବୁ ପିଇଗଲେ । ବଡ଼ ବୋହୁର ମୁକୁଟ କିରୀଟ ମୁଣ୍ଡ ଉପରେ ଶୋଭା ପାଉଛି । ଏମିତି ଚିନ୍ତା କଳ୍ପ କହିଦେଲେ କୂଳ-କୁଟୁମ୍ବ ରହିବ ତ ଖଣ୍ଡ ମଣ୍ଡଳରେ !


ନିର୍ବୋଧ କପୋତ ପରି ମଥା ଉପରକୁ ଶାଢି କାନିଟା ଟାଣିଦେଇ ଠିଆ ହେଲେ ବୋହୁ ସୁତପା । ମୁଁହରେ ବିରକ୍ତିର ଆଦ୍ୟ ଆଭାଷ ।


ହୋଇ ହୋ ଦେହେରା ଝିଅ ! ଶୁଣ୍ ବା ! ବସୁ ନୁ ! ଆଷାଢ଼ ଶୁକ୍ଳପକ୍ଷ ପଶିଲାଗି ପରା । ଜ୍ୟେଷ୍ଠ ମାସ ଗଲା ଜାଣ କିନ୍ତୁ ଗୁଳୁଗୁଳି- ରାଗ ଜାରି ରଖିଛି ରୌଦ୍ର ସନ୍ୟାସି ଦୁର୍ବାସା ଋଷି ପରି । ପୂରା ଚୁପ୍ ସଇତାନ । ବର୍ଷା ର ଦେଖା ନାହିଁ । ଭୂଲିଗଲା କି ? ପୂରା ଫେରାର୍ ଉଦ୍ଭାନ୍‌ । 

ହଉ ଶୁଣ ! କହିଲୁ ରଥଯାତ୍ରା ଏ ସନ କଉଁ ତାରିଖରେ କଉଁ ତିଥିରେ ପଡିବ ?


ବେହେରା ଝିଅ -- ଏଇ ସାମାନ୍ୟ କଥା ପାଇଁ ଖଣ୍ଡ ମଣ୍ଡଳକୁ ମୁଣ୍ଡ ଉପରେ ଉଠେଇ ବସେଇ ଥେଇ ଥେଇ ହେଉଛ । ଶାନ୍ତ ସକାଳ ବେଳା ର ଶାନ୍ତି ପ୍ରଶାନ୍ତିକୁ ଭଙ୍ଗ ଡରୁଛ ? ତୁମକୁ ଖରାପ ଲାଗୁନି କେମିତି ? ତୁମର ମତିଭ୍ରମ ହେଲାଣୀ ବୁଢୀ ଅସୁରୁଣୀ ।


 ଉତ୍ତର ଦେବାକୁ ମନ କହୁଥିଲା କିନ୍ତୁ କହି ପାରିଲେନି । ଜିଭ ଆଉଡେଇଲାଣି । ସବୁ ସେହି ସଣ୍ଠଣା ସସ୍କାରର କଥା । ତୁଣ୍ଡକୁ ସିଲେଇ କରି ଦେଉଛନ୍ତି ।


ଉତ୍ତର ଦେଲେ--- ଶୁଣ ! କହୁଛି --- ଜୁନ ମାସ ୨୦ ତାରିଖ ମଙ୍ଗଳବାର । ଯୋର ଯୋର କହିବାକୁ ପଡ଼େ କାରଣ ବୟସ ୭୫ ଉପରେ । ଉଚ୍ଚା ଶୁଭେ ଶାଶୁବୁଢୀକୁ । 


----- ପୁଣି ଆରମ୍ଭ କଲେ । ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ପଡ଼େ ବୋଲି ଆମ ପାଗିଲି ବାପ କହୁଥିଲେ ପିଣ୍ଡାରେ । ଅର୍କ କ୍ଷେତ୍ର ପୁରୀ ପୂରା ଜନସମୁଦ୍ର ପାଲଟିଯିବ ଆଈ । ଆଉ ମାତ୍ର ହାତଗଣତିରେ କେଇଟା ଦିନ ରହିଲା ।


କନକ ଆଈ --- ସତ କହିଲୁ ଲୋ ବେହେରା ଝିଅ ! ମୋର ତ ଭୂଲା ମନ । ଯାହା ହେଉ ମନେ ପକେଇ ଦେଲୁ । ତୋର ବଡ଼ କଲ୍ୟାଣ ହେବ । ବୁଝିଲୁ ବୋହୁ । ଶ୍ରୀଜଗନ୍ନାଥ ସବୁ ଜାଣନ୍ତି ।


ବେହେରା ଝିଅ --: ତୁମେ ପୁରୀ ଯାଉନା ଆଈ । ମାଲିକଙ୍କୁ କହିବି ଯାଉଛି । ସେ ତ ଖୁସି ହେବେ ।


କନକ ଆଇ -- ନାଁ ରେ ବେହେରା ଝିଅ । କାଳିଆର ଡୋରୀ ଲାଗିଲେ ଜଣେ ଶ୍ରୀକ୍ଷେତ୍ର ଯିବ । ପୁଅ କୁ କିଛି କହିବାର ନାହିଁ ।


ବେହେରା ଝିଅ --- ଆମେ ତ ଅଦ୍ଭାଗା । ପୁଣି ମାଇପି ଜାତି । ଖାଲି ଚୁଲି , ଛୁଆ, ଖାଇବା , ଧୋଇବା , ଶୋଇବାରେ ସକାଳୁ ସଞ୍ଜ ଯାଏଁ ଘାଣ୍ଟି ହେଉଛେ । ଭାଗ୍ୟରେ ରଥାଋଢ ଗୋବିନ୍ଦ ଦର୍ଶନ ନାହିଁ ବୋଧେ ।


କନକ ଆଈ - କାହିଁ ମନ ଦୁଃଖ କରୁଛୁ । 

ଆମେ ତ ରଥଯାତ୍ରାର ସିଧା ପ୍ରସାରଣ ଟିଭି ରୁ ଘରେ ବସି ବସି ଦେଖିବା । ସେ ଭିଡ଼ରେ ଦଳାଚକଟାରେ ଠେଲାପେଲାରେ କି ଲାଭ ।


ବେହେରା ଝିଅ --- ସବୁ ତ ଜାଣ । ତ୍ରୀକାଳ ଦର୍ଶିନୀ ତୁମେ । ତେଣୁ ରଥଯାତ୍ରା ଘୋଷଯାତ୍ରା କଥା କାହିଁ ପଚାରି ହେଉଛ ଯେ , କାହିଁ ବିଦାରି ହଉଛ ଯେ ମୁଁ ଶୁଣେ । ତୁମେ ତ ପୂଜା ଚାଙ୍ଗୁଡ଼ି ସଜାଡି ହେଉଛ । ପୁଣି ଏତେ ଫାଡିକି ବିନ୍ଦାଡିବା ରାଉ ରାଉ ହେବ। କାହିଁକି ? ନିହାତି କିଛି ଭିତିରି କଥା ଥିବ , ଗୁପ୍ତ ରହସ୍ୟ ଥିବ ଲୁଚିକି । 


କନକ ଆଈ - ହାତକୁ ଧରି ପକେଇଲେ ସ୍ନେହରେ । ଚୁମା ଖାଇଲେ ସରାଗରେ । 

ହଁ ରେ । ତୁ ଆସି ନ ଥାଉ ବୋହୁ ଆମ ଘରକୁ । ବଡ଼ ଝିଅ ମୀନୁର ଡେଲିଭରି ଥାଏ ଦୁର୍ଗା ନର୍ସିଂ ହୋମରେ ବାଲେଶୂରରେ। ବହୁତ କଷ୍ଟ ପାଉଥାଏ ଅପରେଶନ୍ ଥିଏଟରରେ । ଡାକ୍ତର ଆଶା ଛାଡି ଦେଇଥାନ୍ତି । ନାହି ନାଡି ବେଳ ପାଖରେ ଛନ୍ଦି ଫନ୍ଦି ଯାଇଥାଏ । ସମସ୍ତେ କାନ୍ଦୁଥାନ୍ତି । ମୁଁ ମନେ ମନେ ମାନସିକ କରିଦେଲି । ହେ ଭଗବାନ ! ହେ କଳାଠାକୁର ଶ୍ରୀଜଗନ୍ନାଥ । ମୋ ଝିଅକୁ ଏ ମହା ବିପଦରୁ ଉଦ୍ଧାର କରିଦେ । ନାତି ଜଗା ବଡ଼ ହେଲେ ବଡ଼ଦାଣ୍ଡରେ ବାଡ଼ି ନଡ଼ିଆ ବାଡେଇବ ଓ ନନ୍ଦିଘୋଷ ରଥ ଟାଣିବ । ହାତ ଟେକି ସେହି କୋଟି ବ୍ରହ୍ମାଣ୍ଡ ଈଶ୍ଵରଙ୍କୁ ସୁମରଣା କରି କାନିରେ ଗଣ୍ଠି ପକେଇ ଆଖି ବନ୍ଦ କରି ଶ୍ରୀଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ କହି କହି ଚାଲିଥାଏ ମନେ ମନେ । 


ଆଶ୍ଚର୍ଯ୍ୟ ମୁଁ ତଥା ସମସ୍ତେ । ତୁ ବିଶ୍ୱାସ ନ କରି ପାରୁ ବୋହୁ। ସବୁ ବିପଦ ଟଳିଗଲା । ଜଗତର ନାଥ ଜଗନ୍ନାଥଙ୍କ ଆପାର କରୁଣା ବଳରେ ପରା ଏ ଚରାଚର ବିଶ୍ଵ ଆତଯାତ ହେଉଛି । ସେ ହି ରାମ , ସେହି ଘନଶ୍ୟାମ , ସେହି ସ୍ୱୟଂ ନାରାୟଣ ବିଷ୍ଣୁ ସହସ୍ରନାମ ।


ମୀନୁର ବଡ଼ ପୁଅ ଜଗା-ଜଗନ୍ନାଥ ଜେନା ଆଜି ଏଡୁଟେ ବଡ଼ଟେ ହେଲାଣି , ଦୁଇ କେଜି ଦୁଇ ଶହ ଗ୍ରାମ ରୁ ଷାଠିଏ କେଜି ହେଲାଣି ,ଦଶମ ଶ୍ରେଣୀ ପରୀକ୍ଷାରେ ୫୧୨ ମାର୍କ ରଖି ପାସ ବି ହେଲାଣି , କଲେଜ ଯିବାକୁ ଅଣ୍ଟା ଭିଡ଼ି ଲାଣି କିନ୍ତୁ ସେହି ୧୫ ବର୍ଷ ତଳର ମାନସିକ ପୂରଣ ହେଇନି ଆଜି ଯାଏଁ । ସବୁ ବର୍ଷ ଆଷାଢ ପଶୁ ପଶୁ ସନ୍ତୁଳି ବାଉଳି ଚାଭଳି ହୁଏ ବିଚରା ମୁଁ ବୁଢୀ ଧୁଡି ଗତରକୋଢୀ ।


 ହଁ ! ଶୁଣ ରେ ବୋହୁ । ମୁଁ ଶୁଖିଲା ପତର । ଖସି ପଡିବି କେତେ ବେଳେ ସମୟର କାଳବୈଶାଖିର ମୃଦୁ ଆଘାତରେ । ତୁ ଆମ ମୀନୁ କୁ ମଝିରେ ମଝିରେ ମନେ ପକଉଥିବୁ ।


 ଦେ ହାତ ଦେ । କ'ଣ ଏତେ ଭାବୁଛୁ ? ଦୋଦୋ ପାଞ୍ଚ କାହିଁ ହେଉଛୁ ? ବଢ଼ା ତୋ ବାଁ ହାତ ପାପୁଲି । ରାଣ ରହିଲା କାଳକାଳକୁ କହି ଦୁଇ ପାପୁଲିକୁ ଆଧୁନିକ ଅଦବ କାଇଦାରେ ବଜେଇ ଯୋଡେଇ ଢି କରି କନକ ଆଈ ଓ ବଡ଼ ବୋହୁ ବେହେରା ଝିଅ ଠୋ ଠୋ ହସି ଉଠିଲେ । ସବୁ ଟିଭି ସିରିଏଲର ପ୍ରଭାବ ଦିଶୁଥିଲା ।


ତାଙ୍କ ଖିଲିଖିଲି ହସ ପ୍ରଭାବରେ ସାହାଡ଼ାଗଛରେ ଦଳେ ଚଢ଼େଇ ଫଡାସ୍ କରି ଉଡି ପଳେଇଲେ ବୋଧେ । ମୈଥୁନ କ୍ରୀୟାରେ ବିଘ୍ନ ହେଲା କି ? 


କନକ ଆଈ ଟିକେ ଗପୁଡି ସ୍ବଭାବର । ଗାଁ ସାରା ପୋଖତୀ-ପ୍ରସବ ବେଳେ ଧାଇ କାମ ପାଇଁ, ଷଠିଘର ପୂଜାପାଇଁ ଖୋଜା ପଡ଼େ ଆଜି ବି । ତେଣୁ ଗାଁ ଯାକର ସମସ୍ତେ ଆଈ ଡାକନ୍ତି । ବଡ଼ ବୋହୁ ସୁତପା ଘରର ଏରୁଣ୍ଡି ବନ୍ଧ ଡେଇଁବା ଦିନରୁ ଶାଶୁ ମା' କନକମଞ୍ଜରୀ ଦେବୀଙ୍କୁ ସେହି ଚିରାଚରିତ ସମ୍ବୋଧନ ଡାକରେ ଡାକି ଆସୁଛି । .


ଆଜି କିନ୍ତୁ ତାଙ୍କର ଦୁଃଖ ବୁଝିପାରି ବହୁତ ଦିନର ମାନସିକ ପୂରଣ ନ ହେବାର ମନସ୍ତାତ୍ତିକ ସମ୍ବେଦନା ଜାଣିପାରି ପୁଣି ଭବିଷ୍ୟତରେ ତା'ର ପୂରଣ କରିବା ପାଇଁ ମାର୍ଗଦର୍ଶକ ହେବାର ଗୁରୁ ଦାୟିତ୍ଵ ମୁଣ୍ଡରେ ବହନ କରିବାର ରାଣ-ନିୟମକୁ ଖୁବ୍ ଶ୍ରଦ୍ଧାର ସହିତ ମାନିନେଲେ । ବୃଦ୍ଧା ବିଧବା ଶାଶୁ ମା'ଙ୍କର ମହାନତାର ଖବର ପାଇ ବଡ଼ ବୋହୁ ସୁତପାର ହୃଦୟ ଶ୍ରଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଉପରେ ଥିବା ଆସ୍ଥା ଅଖଣ୍ଡ ବିଶ୍ୱାସ ନିକଟରେ ମଥାନତ ହେଲା ଆପେ ଆପେ । ପାଟିରୁ ସ୍ଵତଃ ବାହାରି ପଡିଲା , ହେ ବଳିୟାର ଭୂଜ ଉକତବତ୍ସଳ ଶ୍ରୀଜଗନ୍ନାଥ , ତୁମ ଡୋରୀ ଲଗେଇ ଦିଅ ଏ ସନ । ପୁରୀରେ ହୁରି ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ବଡ଼ଦାଣ୍ଡରେ ଦାରୁ ଦେବଙ୍କ ରଥକୁ ଆମର ବଡ଼ ଭଣଜା ଜଗା ଟାଣୁ । ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ।


   କଥାରେ କହନ୍ତି ଏ ମନ ଚାହୁଁଥାଏ ଯାହା , କାଳ ପ୍ରାପତେ ମିଳେ ତାହା । ଶ୍ରଦ୍ଧାରେ ପ୍ରଭୁଙ୍କୁ ମାଗିଲେ ,ଶୁଦ୍ଧପୂତ ମନରେ ସ୍ୱାମୀଙ୍କୁ ସୁମରିଲେ ପୂରା ବିଶ୍ଵ ବ୍ରହ୍ମାଣ୍ଡର ସକଳ ଶକ୍ତି ଚେତ୍ରିଶ କୋଟି ଦେବା-ଦେବୀ-ନର-ବାନର- ପଶୁ-ପକ୍ଷୀ-କୀଟ-ପତଙ୍ଗ-କିନ୍ନର-ଗୁଞ୍ଜର ତଥା ପଞ୍ଚତତ୍ତ୍ୱ ମନୋବାଞ୍ଛାକୁ ପୂରଣ କରିବାରେ ଲାଗି ପଡ଼ନ୍ତି । 


 ଝିଅ ରେବ ହାତରେ ପୂଜା ଡ଼ାଲା ଧରେଇ, ପୁଅ ଦେବ ହାତରେ କ୍ଷୀର ଗ୍ଲାସ୍‌ ଭିଡ଼େଇ , ଭାଇ ଭଉଣୀଙ୍କୁ ତାଟି-ଧଡକା ଆଢ଼େଇ ଦାଣ୍ଡରେ ବଳେଇ ବଳେଇ ଶିବ ମନ୍ଦିର ପାଇଁ ପଠେଇ ପୁଣି ତାଟି-ଧଡକା ଦେଉ ଦେଉ ବୋହୁ ସୁତପା କାନରେ ଫୋନର ଘଣ୍ଟି ବାଜୁଥିବାର ଶବ୍ଦ ପଡିଲା । ବୋଧହୁଏ ଶୋଇବା ଘରୁ ରିଙ୍ଗ୍ ଟୋନ୍ " ଦୟଣା ତୁଳସୀ ବାସୁଆଉ , ଆଖି କୁ ଶ୍ରୀମୁଖ ଦିଶୁଥାଉ " ର ମୂର୍ଛନା ଭାସି ଆସୁଥାଏ ।


ଆଈ - ହଇ ରେ ! କିଏ କୁଆଡ଼େ ଗଲରେ ! ଫୋନ୍‌ ଟା ବାଜିଲାଣି ରେ । ଆରେ ବେହେରା ଝିଅ ! କୁଆଡ଼େ ଲାଗି ପଡିଲୁ କି ? ମୁଁ ଜାଣେ ପରା ଗପୁଥିବ ବାଟରେ ଆଇଲା ଗଲାଙ୍କ ସହିତ । କି ସଣ୍ଠଣା ? କହିଲେ ମୁଁହ ଧାନ ସିଝା ହାଣ୍ଡି କରି ଦିନ ସାରା ଦୁମ୍ ଦୁମ୍ ଚାଲି । ବାପ୍ ରେ ବାପ୍ ମୋ ନାଚବାଲି ।


ସୁତପା - ହ୍ୟାଲୋ - ମୀନୁ କି ରେ ? କେମିତି ଅଛ -( ଟ୍ରୁ କଲର ରୁ ନାଁ ଜାଣି ପାରି )

ମୀନୁ - ପ୍ରଣାମ ଭାଉଜ ! ସବୁ କୁଶଳ ମଙ୍ଗଳ । ଜଗନ୍ନାଥେ ଡୋରୀ ଲଗେଇଛନ୍ତି । ଆମ ମାଲିକ ରାଜି ହେଇଛନ୍ତି ରଥ ବେଳକୁ ପୁରୀ ଯିବେ ।


ସୁତପା -: କଣ କହୁଛ ? ବହୁତ ଭଲ ହେଲା ।


ମୀନୁ - ତୁମେ ସବୁ ବି ଆମ ସାଙ୍ଗରେ ଯିବ । ଆମ ମାଲିକ କହୁଥିଲେ କି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗେଷ୍ଟ ହାଉସ ଅଛି ପୁରୀରେ । ବୁକ୍‌ କରି ଦେବେ । ଦୁଇ ପରିବାର ଯାଇ ଖୁସି ଖୁସି ମିଳି ମିଶି ବୁଲିବା ଜଗନ୍ନାଥ ଦର୍ଶନ କରି ଆସିବା । କଣ କହୁଛ ଭାଉଜ ?


ସୁତପା - ପ୍ରସ୍ତାବ ମନ୍ଦ ନୁହଁ । ଆମର ଯିବା କଥା କାହିଁ ଦିଶୁନି ? ତୋ ଭାଇ ଙ୍କୁ ତୁ ତ ଜାଣୁ । ତାଙ୍କ ସ୍କୁଲ ଭଲ ତ ସେ ଭଲ । କୁଆଡେ ନବୋଦୟ ବିଦ୍ୟାଳୟରେ ଛୁଟି ନ ଥାଏ ରଥରେ । ପୁଣି ତାଙ୍କର ଚଣ୍ଡିଗଡ ଟ୍ରେନିଙ୍ଗ୍ ପଡିଯିବାର ଅଛି । ହଉ ବ୍ୟସ୍ତ ହୁଅନି । ମୁଁ ଭାଇ ଙ୍କୁ ମନେଇବାକୁ ଚେଷ୍ଟା କରିବି ନୁହଁ ମ୍ୟା ସ୍କ୍ରିମାମ୍ ଚେଷ୍ଟା କରିବି । 


ମୀନୁ - ଜାଣିଛ ଭାଉଜ ! ଜଗାର ସେହି ପୁରୁଣା ମାନସିକଟା ବାକି ରହିଛି । କଣ କରିବା କହିଲ ? ମା' ଯେଉଁ ମାନସିକ କରିଥିଲା କି ଜଗା ବଡ଼ ହେଲେ ରଥରେ ବାଡି ନଡ଼ିଆ ବାଡ଼େଇବ ଓ ରଥ ଦଉଡି ଟାଣିବ । ସବୁ ବର୍ଷ କିଛି ନା କିଛି ବାଧା-ବିଘ୍ନ ସବୁ ଆସି ଯାଆନ୍ତି ଯେମିତି ଛୁତିକିଆ- ଅସୁଦିଆ- ସଡ଼କ ଦୁର୍ଘଟଣା- ବଡ ହାକିମଙ୍କ ଗସ୍ତ । ଏ ବର୍ଷ ଲାଗୁଛି ଜଗାର ଡୋରୀ ଲାଗିଛି । ତେଣୁ ଆମେ ଭାବୁଥିଲେ କି ଦୁଇ ପରିବାର ଯାଇ ଜଗା ଆଗରେ ମୁଣ୍ଡିଆ ମାରି ଆମ ଜଗାର ମାନସିକଟା ବଢେଇ ଦିଅନ୍ତେ । କଣ କହୁଛ ଭାଉଜ ?


ସୁତପା - ତୁମ ମନରେ ଯେଉଁ ଇଚ୍ଛା-ଅଭିପ୍ସା ଅଛି ବୁଝୁଛି । ଶୁଣ ! ମୋର ଛୋଟ କଥା ଟେ ନିଅ । ଖାଲି ମା' ଙ୍କୁ ତୁମ ସାଥିରେ ନେଇ ଯାଉନ ପୁରୀ | ଦୁଇ ପରିବାର ବି ଗଲେ ଆଉ ମାନସିକ ବି ସାରିଲେ । ମାନସିକ ଯାଚିଥିବା ମାଗିଥିବା ବଖାଣିଥିବା ତୁମ ମା' ବି ବେଶି ଖୁସି ହେବେ । ନାଁ କଣ କହୁଛ ?


ମୀନୁ - ମାନିଗଲି ଦ୍ଭାଭଜ ! ଆପଣଙ୍କ ବୁଦ୍ଧି ତାରିଫ ଯୋଗ୍ୟ । କିନ୍ତୁ ମୋ ମନ ମାନୁନି ଜମା ।


ସୁତପା- ଚଳେଇ ନିଅ ଏଥର । ମୋ ସୁନା ନଣନ୍ଦ ରାଣୀ । ପୂରା ବାୟାଣୀ । ଚଳେଇ ନେବ ସେ ହେଇ ହସିଲାଣି । ( ଆଈ ଆଈ କୁହାଟ ଛାଡିଲେ - ମୀନୁ କଣ କହିବ ଡାକୁଛି )


ଆଈ - ହ୍ୟାଲୋ ମୀନୁ । କଣ କହୁଛୁ କିରେ ।

ମୀନୁ -ହ୍ୟାଲୋ ବୋଉ ! ଜୁହାର । ଭଲରେ କଣ ତୁ ତ ପୁରା ଭଲରେ ସୁସ୍ଥରେ ଥିବୁ । ଶୁଣ ! ତୋ ଜ୍ଵାଇଁ ପୁଅ କହିଛନ୍ତି ପୁରୀ ଯିବା ପାଇଁ । ପୁରୁଣା ମାନସିକ ର ରୁଦ୍ରାଭିଷେକ ହେବ । ତୁ ତୋ ପେଡି ପୋଟଳା ବ୍ୟାଗ ସବୁ ସଜାଡି ଦେ । ପୁଅ ଜଗା ଯାଇ ଠିକ୍ ସମୟରେ ତୋତେ ବାଇକ୍ ରେ ବସେଇ ନେଇ ଆସିବ । ବୁଝିଲୁ ଟି । ଏତେ ଦିନେ ଜଗାର ଡୋରୀ ଲାଗିଲା ।


ଆଈ- ( ଆଖିରେ ଲୋତକର ଲୁଚକାଳି ) ତୋ ଭାଇ କୁ ପଚାରି କହିବି । ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବ ତୁମେ । ଯୋଡଦସ୍ତ ପ୍ରସାରି ଜଗନ୍ନାଥ ସୁମରି କନକ ଆଈ ମନେ ମନେ କ'ଣ ଗୁଣୁ ଗୁଣୁ ହୋଇ ପାଗଳି ବାୟାଣୀ ପରି ହେଉଥିଲା ଯେ ଅବର୍ଣ୍ଣନୀୟ ବିଭୁଅସ୍ଥାର ଦୃଶ୍ୟକୁ ଶବ୍ଦରେ ସଜେଇ ବାକୁ ଏ ଅଧମ ଅସମର୍ଥ ।



Rate this content
Log in

Similar oriya story from Inspirational