Nityananda Sahu

Romance Tragedy Thriller

3  

Nityananda Sahu

Romance Tragedy Thriller

ମନ ମୟୂରୀ ଭାଗ-୧୫

ମନ ମୟୂରୀ ଭାଗ-୧୫

7 mins
176



ମୁଁ ଖାଇବା ସମୟ ରେ ଫୋନ ଆସିବାରୁ , ବୋଉ ଫୋନ ଋଷିଭ କରି ସାରି ଆସି ମତେ ପଚାରିଲା,

       ଏ ମାୟା କିଏ ରେ ବାବୁ ?


ସେ ମୋ କଲେଜ ର ଫ୍ରେଣ୍ଡ । ବୋଧ ହୁଏ କିଛି ନୋଟ ଦରକାର ଥିବ ସେଥିପାଇଁ ଫୋନ କରିଥିବେ ।

ହଁ , ସେ ସବୁ ଠିକ ଯେ ବାବୁ । କଲେଜ ଯାଇ ସହରରେ ରହି ତୁ କାହାକୁ ଭଲ ପାଇ ନୁ ତ ?ମୋର ତୋ ଉପରେ ସମ୍ପୂର୍ଣ୍ଣ ଭରସା ଅଛି , ତୁ କେବେ ସେ ଅବାଟ ବାଟ ରେ ପାଦ ରଖିବୁ ନାହିଁ ।

  ଦେଖ ବାବୁ ଭଲ ପାଇବା ଟା ପାପ ନୁହେଁ କିନ୍ତୁ ଆମ ପରି ଗରିବ ମଧ୍ୟବିତ୍ତ ପରିବାର ରେ ଭଲ ପାଇବାର ସ୍ୱପ୍ନ ଦେଖିବା ଉଚିତ ନୁହେଁ।


 ଜାଣିଛୁ ଏଇ କେତେ ଦିନ ତଳେ ପଡିଶା ଘର ରାଧୁଆ ପୁଅ ଗଉରା କେଉଁ ଏକ ଅଲଗା ଜାତିରେ ଭଲ ପାଇ ବିବାହ କରିବା ପାଇଁ ଯେତେବେଳେ ଘରେ ଆସି କହିଲା , ତାଙ୍କ ଘରେ କେହି ବି ରାଜି ହେଲେ ନାହିଁ ।

   ରାତି ରୁ ଲୁଚି କି ଘର ଛାଡ଼ି ସେ ଝିଅ କୁ ନେଇ ଗଉରା କୁଆଡେ ଚାଲିଗଲା କିନ୍ତୁ ତା ଭୂଲ ପାଇଁ ସମାଜ ରୁ ତା ବାପା ମାଆ ନାନା ଅପବାଦ ଶୁଣିଲେ । ତାଙ୍କୁ ଏକ ଘରିଆ କରିଦେଛନ୍ତି ଗାଁ ଲୋକ ମାନେ । ଆଜି ର ସମାଜରେ ଯୁବ ଅବସ୍ଥା ରେ ପାଦ ଖସେଇ ଦେବା ସ୍ବଭାବିକ କଥା କିନ୍ତୁ ତୋ ବାପା ସବୁ ବେଳେ କୁହନ୍ତି ମୋ ପୁଅ କେବେ ବି ସେ ବାଟ ବାଛିବ ନାହିଁ ।ଆଉ ମୁଁ ଆଶା କରୁଛି , ତୁ କେବେ ବି ସେମିତି କିଛି ଆମ ମନକୁ କଷ୍ଟ ଦେଲା ପରିକା କରିବୁ ନାହିଁ ।


ଆଉ ଯଦି ସେମିତି କଲୁ , ସତ କହୁଛି ରାଜ ରେ ତୋ ବାପା କଣ କରି ବସିବେ ମୁଁ କିଛି ବି ଭାବି ପାରିବି ନାହିଁ । ଏମିତିରେ ତାଙ୍କର ଛାତି ବେମାରି ବାହାରିଛି ଆଉ ସେ ଯେତେ ତତେ ଭଲ ପାଉଛନ୍ତି , ତୋର ଏ ସବୁ କାଣ୍ଡ କାରନାମା ଜାଣିଲେ କଣ ଯେ ହେବ ସବୁ ସେଇ ନିରାମୟଙ୍କୁ ଜଣା !


ରାଜ , ତୁ ମୋ ମୁଣ୍ଡ ଛୁଇଁ କଥା ଦେ ରେ ବାବୁ , ଯେମିତି ଆମ ଆଶା ଆଉ ବିଶ୍ୱାସ ସହ କେବେ ବି ଖେଳ ଖେଳିବୁ ନାହିଁ ?

ଆଜି ଏମିତି ଦ୍ୱନ୍ଦରେ ମୁଁ ଫସି ଯାଇଛି , ଯେଉଁଠି ମୁକୁଳିବା ଏତେ ସହଜ ନୁହେଁ ।

    ମାଆ ମନ କୁ ଆଘାତ ଦେବା ଏ ପରିସ୍ଥିତିରେ ଉଚିତ ହେବ ନାହିଁ । ବାପା ଙ୍କର ଦେହ ଖରାପ ସମୟରେ ମାଆଙ୍କୁ ସତ କହି ଆଉ ଅଧିକ ତାଙ୍କର ମନ ଦୁଃଖ କରିବା ଉଚିତ ହେବ ନି ବୋଲି ଭାବିଲି । ସବୁ ଇଛା କୁ ମାରି ଆଜି ଆଉ ଥରେ ମତେ ମମତା ର ବହୁ ମୂଲ୍ୟ ପାଖରେ ନିଜର ଖୁସି କୁ ଜଳାଞ୍ଜଳି ଦେବା କୁ ହେବ। ବାକି ଯାହା ଭଗବାନଙ୍କ ର ଇଚ୍ଛା ।

     ମାଆ ହାତ ଧରି ମୁଣ୍ଡ ଛୁଆଁଇ ରାଣ କୁହାଇ ସାରି ଥିଲେ । ଏବେ ସେ ରାଣର ମୂଲ୍ୟ କେମିତି ରଖିବି , ବୁଝି ପାରୁ ନ ଥିଲି !


  ଖାଇ ସାରିବା ପରେ ମାଆ ଙ୍କର କଥା ସବୁ ଅଧିର କରି ଦେଉଥିଲା ମୋର ସମସ୍ତ ଚେତନା କୁ । ଗାଁ ନଈ କୂଳର ବର ଗଛ ମୂଳେ ବସି ଆଜି ଆଉ ଥରେ ମୋ ସ୍ୱପ୍ନ ର ରାଣୀ ଆଉ ମୋ ପ୍ରେମ କାହାଣୀ ର କଣ ହେବ ଭବିଷ୍ୟତ ବୁଝିବା କୁ ଚେଷ୍ଟା କରୁ ଥିଲି !

 

     ମାୟା ଙ୍କର ଘର ପରିସ୍ଥିତି ଯାହା , ସେ ବି ତାଙ୍କର ସମସ୍ତ ଇଛା ମାଆ ଙ୍କ ପରି ମୋ କୋମଳ ହୃଦୟରେ ଲଦି ଦେଇଛନ୍ତି । ଆଜି ଦୋ ଛକି ର ଜୀବନ ଭିତରେ ନିଷ୍ପତି ନେବାକୁ ପ୍ରଥମ ଥର ପାଇଁ ବହୁତ କଷ୍ଟ ଲାଗୁଥିଲା ।


ରାଜ

           ପଚାରେ ନା ଆଜି ହୃଦୟ ମତେ ,

            କାହିଁକି ଭିଜିଛୁ ଲୁହରେ ଏତେ ।

          ପ୍ରେମ ରେ ପଡିଛି ପ୍ରଥମ ଥର ,

         ମାଆ ରାଣ ରେ ଶୁଣାଇଛି ନିଷ୍ପତି ତାର ।

  

          ସ୍ୱପ୍ନ ଦେଖୁଥିଲି ଯେଉଁ ପରୀ କୁ ,

          ସେ ବି ଚାହିଁଛି ମୋ ବାଟ କୁ ।

    କଥା ଦେଇଛି ଲୁହ ଦେବି ନାହିଁ ଆଖିରେ ତାର

     ମାଆ ରାଣ ଟାଣିଛି ହୃଦୟରେ ଲକ୍ଷ୍ମଣ ଗାର ।


         ପ୍ରଥମ ପ୍ରୀତି କଣ ହେଇଯିବ ଇତି ,

         ପାରିବି କେମିତି ଜୀବନେ ବଞ୍ଚି ।

          ଆଖି ଥାଉ ଅନ୍ଧ ହେବି କେମିତି ,

      ନିଜ ହାତେ କେମିତି ନିଜେ ଟାଙ୍ଗିବି ଫାଶୀ ।


         ଜୀବନ ର ଦୋ ଛକ ମୋଡ଼ରେ ,

   ଦୁଇଟି ସମ୍ପର୍କ ମୋର ବନ୍ଧା ଗୋଟେ ଡୋରରେ

          ହରେଇ ପାରିବି ନାହିଁ କେବେ କାହାକୁ ,

 ନିଷ୍ପତି ବି ନେଇ ପାରେ ନା ବାଛିବା କୁ ଜଣକୁ ।


ହେ ଭଗବାନ , ଆପଣ କିଛି ବାଟ ଦେଖାନ୍ତୁ । ଆଜି ସବୁ କିଛି ସୁଧାରିବା ଆଗରୁ , ମତେ ଜୀବନର ଅଡ଼ୁଆ ସୂତା ରେ ଛନ୍ଦି ଦେଇ , କି ଲୀଳା ଦେଖୁଛ ମହାଦେବ !

 

   କିଛି ସମୟର ନୀରବତାର ଦୁନିଆଁ ଭିତରେ ଫୋନ ରିଙ୍ଗ ରେ ବାସ୍ତବତା କୁ ଫେରି ଆସିଲି ।

  ମାୟା ଫୋନ କରିଥିଲେ .

ହାଲୋ , ହଁ କୁହ ।

କିଛି ନ ଜଣେଇ ତୁମେ କୁଆଡେ ଚାଲିଗଲ !ତୁମକୁ ଖୋଜି ଖୋଜି କେତେ ବ୍ୟସ୍ତ ହୋଇ ଗଲି । ଡରି ଯାଇଥିଲି ପୁରା। ବସ୍ତି କୁ ଯାଇ ଘର ଦେଖେ ତ ତାଲା ପଡିଛି । ଗ୍ୟାରେଜ ରୁ ବୁଝି ଜାଣିଲି ତୁମେ କଟକ ଯାଇଛ । ମୁଁ କଣ ତୁମର କେହି ନୁହେଁ ? ମତେ ଭଲ ମନ୍ଦ ତୁମର ଜଣେଇବାକୁ ଟିକେ ବି ଉଚିତ ଭାବିଲ ନାହିଁ !

ହଉ ସେ କଥା ଛାଡ , ବାପା ଏବେ କେମିତି ଅଛନ୍ତି ! ଘରେ ସବୁ କିଛି ଠିକ ତ ?


ହଁ , ସବୁ ଠିକ ଅଛି । ହେଲେ ତୁମେ ମୋ ବାପା ଙ୍କୁ କଣ ପାଇଁ ବାପା ଡାକିଲ !

ଆରେ ବୁଦୁ ମହାଶୟ , ଆଜି ନ ହେଲେ କାଲି ଡାକିବି ନା" । ସେଥିପାଇଁ ଆଗରୁ ଡାକି ଦେଲେ କଣ ଅସୁବିଧା ହୋଇଯିବ ।

    ଏଇ ,କେବେ ଆସିବ କୁହ ନା " ! ତୁମକୁ ନ ଦେଖି କିଛି ବି ଭଲ ଲାଗୁନି । କଲେଜ ବି ଯିବା କୁ ଇଛା ଆଉ ହେଉ ନାହିଁ ।

 କଣ କରିବି କୁହ ! ତୁମ ପ୍ରେମରେ ସମୋହନ କରି,ଦୂରେ ଥାଇ କେମିତି ମତେ ବିରହ ରେ ଜଳାଇ ପାରୁଛ । ଯାଅ ,ମୁଁ ରାଗିଛି ତୁମ ଉପରେ ଆଉ କଥା ଜମାରୁ ହେବି ନାହିଁ ।

ତୁମକୁ କେମିତି ବୁଝେଇ କହିବି ମୋ ମନ କଥା , ଜମାରୁ ଜାଣି ପାରୁ ନାହିଁ । ତୁମ ବିନା ହୃଦୟ ର ସ୍ପନ୍ଦନର ଗତି ଆଜି ସ୍ଥିର ହୋଇ ଯାଉଛି । ହୃଦୟ ରେ ତୁମ କଥା ଭାବିଦେଲେ , ଅଜାଣତରେ କୋହର କୂଳ ଲଂଙ୍ଘି ଆସୁଛି । ସତରେ ମୟୂରୀ , ଯେବେ ଠୁ ତୁମ ପ୍ରେମ ସାଗରେ ମୁଁ ଉବୁଟୁବୁ ,ଜାଣି ପାରୁନି କୂଳରେ ଲାଗିବି ନା ଶୁଷ୍କ ମରୁଭୂମି ର ଉତ୍ତପ୍ତ ବାଲି ରେ ତୁମ ପ୍ରେମର ଶୋଷ ବିନା ପଡି ଛଟ ପଟ ହୋଇ ଜୀବନ ମୋ ତ୍ୟାଗି ଦେବି ।

 ( ଅଧାରୁ ମୋ କଥା ଛଡେଇ ମାୟା )

ଛି ,ସେ ଅଶୁଭ କଥା ଜମାରୁ ପାଟିରେ ଧର ନି । ଠାକୁର କରନ୍ତୁ , ଯାହା ବି କରିବେ ସେ ମୋ ସହ କରି ଦିଅନ୍ତୁ ପଛେ ମୋ ଆୟୁଷ ସବୁ ନେଇ ତୁମ କୁ ଦେଇ ଦିଅନ୍ତୁ ।

  ଏ ମାୟା ଆଜି ବଂଚିଛି ତ କେବଳ ତୁମ ପାଇଁ ଆଉ କାଲି ବି ରହିଥିବ ତୁମ ର ହୋଇ । ତୁମ ଛଡା ଆଉ କାହାକୁ ତାର ହୃଦୟ ରେ ସ୍ଥାନ ଦେଇ ପାରିବ ନାହିଁ ।


      ଜାଣିଛ ମୁଁ ଜେଜେ ବାପା ଙ୍କୁ ତୁମ ବିଷୟ ରେ ସବୁ କହି ଦେଇଛି । ଆମ ଘର କୁ ତୁମକୁ ଡକେଇବା କୁ କହିଛନ୍ତି । ତୁମ କୁ ଦେଖିଲା ପରେ ଜେଜେ ଯାହା ନିଷ୍ପତି ନେବେ ।

     ପ୍ଲିଜ ତୁମେ ଆସିବ ନା ' ମୋ ରାଣ ଦେଖ ମନା କରିବ ନାହିଁ ! ପ୍ଲିଜ

ଏବେ କେମିତି ଯିବି , ମୁଁ ଘର କୁ ଆସିଛି ।ବାପା ଙ୍କର ଦେହ ଟିକେ ଭଲ ହୋଇଗଲେ , କିଛି ଦିନ ରହିଲା ପରେ ମୁଁ ଯିବି ।

ହଉ ଠିକ ଅଛି ,ତୁମ ଆସିବା ବାଟ କୁ ମୁଁ ଅପେକ୍ଷା କରିଛି ।

  ଧନ ଶୁଣ ନା' ଆଜି ତୁମ ଠାରୁ କିଛି ନୁଆଁ ରୋମାଣ୍ଟିକ କବିତା ଶୁଣିବା କୁ ଭାରି ଇଚ୍ଛା , ପ୍ଲିଜ କିଛି ଶୁଣାଅ ନା । ମୁଡ ପୁରା ଖରାପ ଅଛି ତୁମ ବିନା ।

    ପ୍ଲିଜ ଦି ଧାଡି ହେଲେ ବି ଚାଳିବ ।


ମାୟା ଙ୍କର ଅନୁରୋଧ କେମିତି ଯେ ରଖି ପାରିବି ମୋ ମନର ଉଦାସୀନତା ରେ , ଆଜି ବୁଝି ପାରୁ ନ ଥିଲି । ପ୍ରଥମ ଥର ପାଇଁ ସେ ଇଛା ପ୍ରକାଶ କରିଛନ୍ତି ମୋ କବିତା ଶୁଣିବେ ।

     ଉଦାସ ମନ କୁ ବୁଝେଇ ,ଆଜି ପ୍ରେମିକା ପାଇଁ ପ୍ରେମର ରସାୟନ କୁ ମଧୁରତା ର ଭାଵ ର ସ୍ପର୍ଶ ଦେବା କୁ ପଡିବ ।


    ରାଜ :-

               ମୋ ଆଖି ପଲକେ ତୁମ ଛବି ଦେଖି

                            ଚମକି ପଡିଲି ଉଠି ।

               ତୁମ ପ୍ରେମର ମଧୁର ଆବେଗରେ ,

                            ଆଜି ମୁଁ ଯାଇଛି ହଜି ।

              ଲିଭି ଯାଇଥିବା ଚିହ୍ନ ସବୁ ଆଜି ,

                            ପାଉଛି ତୁମଠୁ ଖୋଜି ।

              ସେଥିପାଇଁ ପରା ତୁମ ହୃଦୟରେ ,

        ହଜେଇ ଦେଇଛି ମୋ ମନ ଲକର ଚାବି।


        ଚୋରା ଚାହାଣୀ ରେ ତୁମ, କି ଯାଦୁ ଅଛି ।

                   ନିଏ ମତେ ତୁମ ପାଖକୁ ଡାକି ।

           ଦେଖିଲେ ତୁମକୁ ରୋକି ମୁଁ ପାରେନି ,

                   କହି ଦିଏ ସବୁ ନ ଭାବି କିଛି ।

           ହୃଦୟରେ ତୁମେ ଯେବେ ରହିଗଲ ,

             ଧୀରେ ଆସି ତୁମେ ମୋ ମନ ଜିତି ।

            ଆଜି ଏ ସମ୍ପର୍କ ଖୋଦିତ ରହିଲା ,

     ଦୁଇ ହୃଦୟ ର ହୋଇ ଗୋଟେ ଆତ୍ମୋଲିପି ।


ବାଃ ,ଖୁବ ସୁନ୍ଦର ମୋ ଖଡୁସ ରସିକ ନାଗର । ତୁମରି ପ୍ରେମର ଗଭୀର ସାଗର ରେ ଆଜି ଭାସେ ତୁମ ହୃଦୟ ର ମୟୂରୀ । ଲଭ ୟୁ ବାବୁ


ବାସ କର ପ୍ରିୟେ ,ଆଉ କେତେ ଜାଳିବ ତୁମର ମଧୁର ଚୁମ୍ବନ ର ଜ୍ୱାଳା ରେ । ସେଥିକି ଥାଉ , !

    ମୋର ଟିକେ ଘରେ କାମ ଅଛି , ପରେ କଥା ହେଉଛି କହି ଫୋନ କାଟି ଦେଇ , ଘର ଅଭିମୁଖେ ବାହାରି ଗଲି ।

              

          କ୍ରମଶଃ


Rate this content
Log in

Similar oriya story from Romance