Nityananda Sahu

Romance Tragedy Thriller

4  

Nityananda Sahu

Romance Tragedy Thriller

ମନ ମୟୂରୀ ଭାଗ-୧୨

ମନ ମୟୂରୀ ଭାଗ-୧୨

7 mins
355



ଜୀବନରେ ଆଉ ଏକ ଖୁସି ର ଅବସର ଥିଲା ମୋ ପାଇଁ ମାୟା ଙ୍କ ସହ ଆଜିର ଏ ରାତି । ପ୍ରଥମ ଥର ପାଇଁ ମାୟା ତାଙ୍କର ହାତରେ ଖାଦ୍ୟ ପ୍ରସ୍ତୁତ କରି ଥିଲେ ମୋର ଛୋଟ ହାଣ୍ଡିଶାଳ ଘରେ ଥିବା ଗ୍ୟାସ ରେ ।

           ବଧୂ ହୋଇ ନ ଥିଲେ ବି ସେ ଆଜି ମୋର ହୃଦୟର ରାଣୀ ହୋଇ ସାରିଥିଲେ । ତାଙ୍କ ହାତ ତିଆରି ଖାଦ୍ୟ ଖାଇବା ପରେ ଦେହ ରେ ଥିବା ଯନ୍ତ୍ରଣା ବି କମି ଆସୁ ଥାଏ । ତାଙ୍କର ପ୍ରଥମ ସ୍ପର୍ଶ ରେ ମୋର ସାରା ଶରୀର ଆଜି ଉପଶମ ପାଇ ସାରିଥାଏ ।

      ରାତି ର ନିର୍ଜନ ମୁହୂର୍ତ୍ତରେ ଦୁଇ ପ୍ରେମ ପକ୍ଷୀ ଥିଲୁ ପାଖାପାଖି । ଘର କୁ ଫେରି ଯିବା ପାଇଁ ମାୟା ରାଜି ନ ଥିଲେ । ବାଧ୍ୟ ହୋଇ ମୋ ସହ ରହିବା କୁ କହିଥିଲି ।

ଜାଣିଛ ରାଜ , ଜୀବନରେ ପ୍ରଥମ ଥର ହୃଦୟ ର ଆବେଗ କୁ ବୁଝାଇବା ପାଇଁ ମୁଁ ଖୋଜୁଥିଲି ତୁମ ପରି ଜଣେ ସରଳ ଯୁବକ କୁ । ଯିଏ କି ଆଜିକା ଦିନରେ ସଭ୍ୟ ହେବା ସହ ନାରୀ ମାନଙ୍କୁ ଉଚିତ ସମ୍ମାନ ଦେଉଥିବ । ତୁମ ପ୍ରତି ମୋର ଭଲ ପାଇବା ସେଇ ଦିନ ପ୍ରଥମ ଥର ପାଇଁ ବଢି ଯାଇଥିଲା , ଯେଉଁ ଦିନ ତୁମ ପାଇଁ ସାରା କଲେଜ ର ଝିଅ ମାନଙ୍କ ମୁହଁ ରୁ ତୁମର ପ୍ରଶଂସା ଶୁଣିବା କୁ ପାଇଥିଲି ଗାର୍ଲସ କମନ ରୁମରେ ।

     ସମସ୍ତେ ତୁମକୁ ମନର ପୁରୁଷ କରିବା କୁ ଚେଷ୍ଟା କରିଥିଲେ କିନ୍ତୁ ତୁମେ କାହା ପ୍ରତି ଆକୃଷ୍ଟ ନ ହୋଇ ସମସ୍ତ ଙ୍କର ସହ ଯେଉଁ ମଧୁର ସମ୍ପର୍କ ରଖିବା କୁ ଚେଷ୍ଟା କରୁଥିଲ କଥା ମାଧ୍ୟମରେ ବୁଝେଇ । ତାହା ମତେ ବହୁତ ଭଲ ଲାଗିଥିଲା । ଆଉ ସେଇ ମଧୁର ପରିଭାଷା ପାଇଁ ମୁଁ ବି ତୁମର ଆକର୍ଷଣ ରେ ବନ୍ଦୀ ହୋଇ ଯାଉଥିଲି ।

  

କିଏ କହିଲା ମାୟା ମୁଁ କାହାକୁ ଭଲ ପାଉ ନ ଥିଲି । କଲେଜ ରେ ଜୟନ କରିବାର ପ୍ରଥମ ଦିନରେ ଅଡିଟୋରୀୟମ ପାଖରେ ତୁମକୁ ଦେଖିଲା ପରେ ,ମୁଁ ବି ତୁମ କୁ ମନେ ମନେ ଭଲ ପାଇ ବସିଥିଲି କିନ୍ତୁ ତୁମକୁ ମୋ ମନର କଥା କହିବାର ସତ ସାହସ ନ ଥିଲା ।

  କାହିଁ ତୁମର ସୌନ୍ଦର୍ଯ୍ୟ ଆଉ ଆଭିଜାତ୍ୟ ଆଉ କାହିଁ ମୁଁ ଏକ ମାମୁଲି ଘରର ଗରିବ ବାପା ର ପୁଅ । ଆମ ଜୀବନରେ ବାସ୍ତବତାକୁ ବୁଝି ବଂଚିବା ଥିଲା ମୋ ପାଇଁ ଅପରିହାର୍ଯ୍ୟ । ବାମନ ହୋଇ ଚନ୍ଦ୍ର କୁ ପାଇବାର ସାହସ ମୋର ନ ଥିଲା ।

         ସେଥିପାଇଁ ତୁମକୁ ଦେଖିଲେ ମୋ ହୃଦୟ ଅସ୍ତିର ହୋଇ ଉଠେ । ମନ ଉପବନରେ ତୁମର ପ୍ରେମ ମୂର୍ଚ୍ଚନାର ସଙ୍ଗୀତ ଗୁଣୁ ଗୁଣୁ ହୋଇ ଗୀତ ଗାଏ । ଶରୀର ମଧ୍ୟରେ ଶିରା ପ୍ରଶିରା ରେ ତୁମର ଆକର୍ଷଣ ର ବିଜୁଳି ଦେହ ମଧ୍ୟରେ ରେ ଚୁମ୍ବକ ରେ ଖେଳି ଯାଏ ।

   କେବେ ବି ଜୀବନରେ ଆଶା କରି ନ ଥିଲି ତୁମକୁ ଏତେ ପଖା ପାଖି ମୁଁ ପାଇ ପାରିବି ବୋଲି । ଆଜି ମୋର ଅନେକ ଦିନର ସ୍ୱପ୍ନ ସାକାର ହୋଇଛି ।

   ମୋ ମନର ମୟୂରୀ , ସ୍ୱପ୍ନ ର ଅପ୍ସରୀ କୁ ମୋ ହାତ ପାଖରେ ପାଇ ।

        ରାଜ:- ପ୍ରିୟତମା ତୁମେ ,

                 ସାଜୁଥିଲ ମୋ ପ୍ରତି ରାତିର ସାଥି ,

                 ଜହ୍ନ ତାରା ମେଳେ ତୁମରି ବାହୁରେ ,

                 କେତେ ରାତି ଆଜି ଯାଏଁ ମୁଁ ନ ଝୁମିଛି ।

               ପ୍ରିୟତମା ତୁମେ ,

               ଅସ୍ତିର ହୃଦୟେ ନିତି ଜଳୁଥାଅ ସଂଜବତୀ ,

              ତୁମରି ସ୍ମୃତିରେ କି ବର୍ଷା ଖରା ହେଉ ଜଡ ଶୀତରେ

               କେତେ ଥର ହଜିଛି ତୁମରି ପ୍ରେମ ରେ ଭିଜି ।।

              ପ୍ରିୟତମା ତୁମେ ,

              ଆଜି ଆସି ନାହଁ , ମୋ ପାଖକୁ ତୁମେ

             ତୁମେ ମୋ ପ୍ରତି ଚଲା ବାଟର ସାଥି

             ସକାଳ ରୁ ସଞ୍ଜ ତୁମ କଥା ଭାବି ,

             କେତେ ରାତି ମୋ ଏମିତି ଯାଇଛି ବିତି ।।

  

            ପ୍ରିୟତମା ତୁମେ ,

           ସମୟ ସାଥିରେ ବାକି ଜୀବନ କୁ ,

           ସାଥି ହେବା ପାଇଁ ଦେଇ ପାରିବ କି ଅନୁମତି,

           ଯେତେ ବାଧା ବିଘ୍ନ ଆସିଲେ ପଛେ ,

      କେବେ ଆଖିରୁ ଝରାଇ ବାକୁ ଦେବି ନି ତୁମର ମୋତି ।।

ସତରେ ରାଜ ତୁମକୁ ମୋ ହୃଦୟରେ ପାଇ ଆଜି ମୁଁ ବହୁତ ଖୁସି । ଆମ ଭିତରେ ଥିବା ଭଲ ପାଇବା କୁ ନେଇ ମୁଁ ଆଜି ଚିନ୍ତିତ । ବାସ୍ତବତା ର ଜୀବନରେ ସାମାଜିକ ପ୍ରତିବନ୍ଧକ ରେ ମୁଁ ବି ଭବିଷ୍ୟତ ପାଇଁ ଚିନ୍ତିତ । ମୋ ଅତୀତ ବହୁତ ଯନ୍ତ୍ରଣା ଦାୟକ । ପିଲା ଟି ଦିନରୁ ବପା ମାଆ ଙ୍କୁ ହରାଇ ଅନାଥ ହୋଇ ସାରିଛି । ଆଜି ଯାଏ ଜେଜେ ମୋର ଭଲ ମନ୍ଦ ବୁଝି ଆସୁଛନ୍ତି।ତାଙ୍କରି ଭରସା ଆଉ ସାହସରେ ମୁଁ ଆଜି ଆଗେଇ ଚାଲିଛି । ତୁମକୁ ନିଜର କରିଲା ପରେ , ଡର ଲାଗୁଚି ପ୍ରଥମ ଥର କାଳେ ଭଗବାନ ମୋର ସ୍ୱପ୍ନ କୁ ଆଉ ଥରେ ଭାଙ୍ଗି ଦେବେ ନାହିଁ ତ ??

   ଧନ ସମ୍ପତ୍ତି କୁ ନେଇ ମୁଁ କେବେ ବି ଗର୍ବ କରି ନାହିଁ । ଜେଜେ ବି ସମ୍ପତି ପାଇଁ କେବେ ଲୋଭ କରନ୍ତି ନାହିଁ । ଆମ ଧନ ସମ୍ପତ୍ତି ପାଇବା କୁ କିଛି ଲୋକ ଆଜି ବି ଚକ୍ରାନ୍ତ କରି ଚାଲିଛନ୍ତି । ଆଉ ସେମାଙ୍କର ମଧ୍ୟରେ ସବୁ ଠୁ ଆଗରେ ଅଛନ୍ତି ଆକାଶ ଙ୍କର ଡାଡି , ହୃଷୀକେଶ ପ୍ରତାପ । ଆକାଶ ବି ମତେ ନିଜର କରିବା ସହ ଏ ସବୁ ସମ୍ପତି ର ଉତ୍ତରାଧିକାରୀ ହେବାକୁ ଚେଷ୍ଟା କରି ଚାଲିଛନ୍ତି । ସେଥିପାଇଁ ମତେ ପିଛା କରିବା ସହ ମୁଁ ଯେଉଁ କଲେଜରେ ପାଠ ପଢୁଛି , ସେ ମଧ୍ୟ ସେଇ କଲେଜରେ ଜୟନ କରୁଛନ୍ତି , ଜେଜେ ଙ୍କୁ ମିଛ ଭରସା ଦେଇ କି ସେ( ଆକାଶ) ମୋର କେୟାର ନେଉଛନ୍ତି ।

   ହେଲେ ତାଙ୍କର ମନରେ ଥିବା ଚକ୍ରାନ୍ତ ସବୁ ମୁଁ ଠିକ ସେ ଜାଣିଚି । ସେଥିପାଇଁ ଘରର ଅସୁବିଧା ର ଫାଇଦା ନେବା ପାଇଁ ତାଙ୍କର ବାପା ଚକ୍ରାନ୍ତ କରୁଥିବା ବେଳେ ଆକାଶ ମତେ ପାଇବା ପାଇଁ ହିଂସ୍ର ଦିନକୁ ଦିନ ହେଇ ଯାଉଛନ୍ତି ।

ମୁଁ ସବୁକିଛି ଜାଣି ବି ତାଙ୍କ ବିରୁଦ୍ଧରେ ସଠିକ ପ୍ରମାଣ ନ ପାଇବା ରୁ ଆଜି ଯାଏ ଚୁପ ଅଛି । ଆଜି ଯାଏ ବି ମୋ ବାପା ଙ୍କର ମୃତ୍ୟୁ ଏକ ରହସ୍ୟ କହିଲେ ଚଳେ । ମୁଁ ତ ଛୋଟ ଥିଲି କିନ୍ତୁ ଜେଜେ କୁହନ୍ତି , ବାପା ବହୁତ ଭଲ ଲୋକ ଥିଲେ । ତାଙ୍କର ବିଜନେସ ରେ ଡେଭଲପ ଦେଖି ତାଙ୍କର ସାଙ୍ଗ ମାନେ କିଏ ଷଡ଼ଯନ୍ତ୍ର କରି ହତ୍ୟା କରିଛନ୍ତି । ପୁଲିସ ସେ ସମୟରେ ଇଂଭେସ୍ଟିକେସନ କରି ବି କିଛି ସୁରାକ ପାଇଲା ନାହିଁ । ଆକ୍ସିଡେଣ୍ଟ ରେ ମୃତ୍ୟୁ ହୋଇଛି କହି କେସ କୁ କ୍ଲୋଜ କରି ଦେଲା ।

      ଆଜି ପର୍ଯ୍ୟନ୍ତ ଆମେ ଏକ ବନ୍ଧୀ ଜୀବନ କାଟୁଛୁ । ବାପା ଙ୍କର ମୃତ୍ୟୁ ହେବା ପୂର୍ବରୁ ତାଙ୍କର ସମସ୍ତ ସ୍ଥାବର ଅସ୍ତାବର ସମ୍ପତି ଙ୍କୁ ମୋ ବିବାହ ପରେ ଯେଉଁ ପିଲା ହେବ ତା ନାଁ ରେ ଲେଖି ଦେଇ ଯାଇଛନ୍ତି । ସେଥିପାଇଁ ହୃଷିକେଶ ଅଙ୍କଲ ଆଜି ଯାଏ ସମ୍ପତି କୁ ହଡ଼ପ କରି ପାରୁ ନାହାନ୍ତି । ଆଗରୁ ବହୁତ ଥର ଚେଷ୍ଟା କରିଛନ୍ତି କିନ୍ତୁ ସଫଳତା ପାଇ ନାହାନ୍ତି । ଶେଷରେ ଆକାଶ କୁ ସମ୍ପତି ପାଇବା ର ଜରିଆ କରି ମୋ ସହ ବିବାହ କରିବା ପାଇଁ ଚକ୍ରାନ୍ତ ଆରମ୍ଭ କରି ଦେଇ ଛନ୍ତି ।

 

   ଜେଜେ ବି କମ୍ପାନୀ ର ପରିଚାଳନା ନାମ କୁ ମାତ୍ର କରୁଛନ୍ତି। ହୃଷିକେଶ ଅଙ୍କଲ ସବୁ ବୁଝା ସୁଝା କରନ୍ତି । ତୁମକୁ ନେଇ ମୋ ମନରେ ଥିବା ଭଲ ପାଇବା କୁ ଜାଣିଲା ପରେ ଜେଜେ ସ୍ୱୀକୃତି ଦେବେ କି ନାହିଁ ଜାଣେନା କିନ୍ତୁ ତୁମ ବିନା ମୋ ଜୀବନର ପରିକଳ୍ପନା କରିବା ଅସମ୍ଭବ ।

    ତୁମ ଛଡା ଆଉ କିଏ ବି ମତେ ଠିକ ସେ ବୁଝି ପାରିବେ ନାହିଁ ।

  ମାୟା:-

            କୁଆଁରୀ ମନର ଗଭୀର ଯନ୍ତ୍ରଣା ,

             କେମିତି ବୁଝେଇ କହିବି କୁହ ।।

            ସବୁ ଖୁସି ଆଜି ଅଦିନେ ଝରୁଛି ,

             ଅନବରତ ବୋହି ଚାଲୁଛି ଆଖିରୁ ଲୁହ ।।

  

           ଭଲ ପାଏ ବୋଲି ମନ କଥା ମୋର

            କହିଲି ହୃଦୟ ଖୋଲି ,

           ଆଶା ଆକାଂକ୍ଷା ରେ ମନ ବିଚଳିତ

            ମତେ ଭୂଲ ବୁଝିବ ନି ସବୁ ଜାଣି ।

           ନିରୀମାଖୀ ମୁଁହିଁ ସ୍ନେହ କାଙ୍ଗାଳିନୀ

            ଝୁରେ ତୁମ ବାହୁର ଆଲିଙ୍ଗନ

           ଅନେକ ଦିନର ଉପେକ୍ଷିତ ଅଗ୍ନି

       ଚାହେଁ ଶାନ୍ତ ହେବାକୁ ପାଇ ତୁମ ଅଧର ଚୁମ୍ବନ ।

         ତୁମ ଦୁଃଖ ସାଥେ ମୋ ଦୁଃଖକୁ ଯୋଡି

         ଚାହେଁନା ଦେବା ପାଇଁ କଷ୍ଟ ବେଶି

          ସବୁ ଜାଣିଥିଲେ , ଆଗାମୀ ଭବିଷ୍ୟ କୁ ନେଇ,

         ଆମ ସମ୍ପର୍କ କୁ ଆଶା, ଠିକ ସେ ପାରିବ ବୁଝି ।

ତୁମ ଜୀବନର ଘଟଣା ବହୁଳ ସମସ୍ୟା କୁ ଶୁଣିଲା ପରେ ଆଜି ମୁଁ କି ସିଦ୍ଧାନ୍ତ ନେବି ବୁଝି ପାରୁ ନାହିଁ । ଭଲପାଇବାର ଲଢେଇ ରେ ତୁମ କୁ ଏକା ଛାଡି କାପୁରୁଷତା ର ଉପାଧି ବି ମୁଁ ଚାହୁଁ ନାହିଁ କିନ୍ତୁ ଏତେ ବଡ଼ ବିପଦ ରୁ ତୁମକୁ ରକ୍ଷା କରିବାର ବାଟ ବି ଖୋଜିକି ପାଇବି ନାହିଁ ।

   ଗରୀବ ଦିନ ମଜୁରିଆ ବାପର ପୁଅ ମୁଁ । ତୁମର ଆଭିଜାତ୍ୟ ଆଉ ସମ୍ମାନ ପାଇ ମୁଁ ରକ୍ତ କୁ ଶେଷ ବୁନ୍ଦା ଯାଏ ଝରେଇ ଦେଇ ପାରିବି ଖାସ ତୁମ ଓଠ ର ଟିକେ ହସ ଦେଖିବା ପାଇଁ କିନ୍ତୁ ମୋ ପାଖରେ ଲଢ଼ିବାର ଶକ୍ତି ଥିଲେ ବି ମୁଁ ମମତାର ବନ୍ଧନରେ ବନ୍ଦୀ ।

    ଲଢେଇ ଝଗଡା ପାଇ ଘରେ ଆଜି ପର୍ଯ୍ୟନ୍ତ କେହି ବି ମତେ କହି ନାହାନ୍ତି । ନିହାତି ସାଧା ସିଧା ପରିବାର ର ଯୁବକ ମୁଁ । ନା' ପକେଟରେ ଅର୍ଥ ର ବଳ ଅଛି ନା' ଅଛି ପଲିଟିସିଆନ ଙ୍କର ପାୱାର ମୋ ପାଖରେ ଏତେ ବଡ଼ ଯୁଦ୍ଧ ଲଢ଼ିବା ପାଇଁ । ଜୀବନରେ ବି ଚାହିଁବି ନାହିଁ ତୁମକୁ ହରେଇ ବାକୁ କିନ୍ତୁ କଥା ଦଉଚି ତୁମର ମାନ ସମ୍ମାନ ପାଇଁ ମୋ ଦେହ ର ଶେଷ ରକ୍ତ ବୁନ୍ଦା ଯାଏ ମୁଁ ଏ ଲଢେଇ ଲଢ଼ି ପାରିବି । ବାକି ଯାହା ଭଗବାନଙ୍କ ର ଇଛା ।

  

ସବୁ ଠିକ ଯେ ରାଜ ତୁମକୁ ଏ ଗ୍ୟାରେଜ ର କାମ ଛାଡିବା କୁ ହେବ । ତୁମର ଯାହା ବି ଖର୍ଚ୍ଚ ଦରକାର ସବୁ ମୁଁ ଦେଇ ଦେବି। ତୁମେ ଖାଲି ପାଠ ପଢ଼ାରେ ଧ୍ୟାନ ଦିଅ ।

ସେମିତି ହୋଇ ପାରିବ ନାହିଁ । ତୁମର ସାହାଯ୍ୟ ରେ ମୁଁ ପାଠ ପଢିବି ,ଏହା ଅସମ୍ଭବ ମୋ ପାଇଁ । ମୋ ନିଜ ଗୋଡ଼ରେ ଠିଆ ହୋଇ ମୁଁ ମଣିଷ ହେବା କୁ ଚାହେଁ। କାହାର ସାହାଯ୍ୟ ରେ ନୁହେଁ । ତୁମେ ମୋ ପାଇଁ ଚିନ୍ତା କର ନାହିଁ । ମୋ ଗ୍ୟାରେଜ କାମ ଆଉ ପାଠ ପଢା ରେ କିଛି ବି ଅସୁବିଧା ହେବ ନାହିଁ ।

କିନ୍ତୁ ରାଜ ମୁଁ ଚାହେଁନା ତୁମେ ଏମିତି ଗ୍ୟାରେଜ ରେ ମଜୁରୀ ଲାଗି ଖଟି ଏତେ କଷ୍ଟ ପଡ଼ି ଚଳ । ପ୍ଲିଜ ବୁଝିବାକୁ ଚେଷ୍ଟା କର ।

ପ୍ଲିଜ ମାୟା ମତେ ବାଧ୍ୟ କର ନାହିଁ । ମୁଁ ତୁମର ପ୍ରସ୍ତାବ ରେ ଏକମତ ନୁହେଁ ।

ଆଛା ହେଉ , ଯାହା ତୁମର ଇଛା । ତୁମକୁ ତ ମୁଁ ବାଧ୍ୟ କରି ପାରିବି ନାହିଁ । ତୁମେ ଯାହା ବି କରିବ ମୋର ସମ୍ପୂର୍ଣ୍ଣ ସମର୍ଥନ ତୁମକୁ ପ୍ରତି ରହିଛି ଆଉ ରହିଥିବ ।

ବହୁତ ରାତି ହେଲାଣି ମାୟା , ଏଥର ଶୋଇବା । ମୋ ଦେହ ତ ଖରାପ ଅଛି , ରାତି ଅନିଦ୍ରା ହେଲେ ତୁମର ବି ଦେହ ଖରାପ ହୋଇଯିବ । ତା ଛଡା ମୋ ରୁମ ତ ତୁମର ରାଜ ପ୍ରସାଦ ମହଲ ପରି ନୁହେଁ । ଏଠି ନିଦ ହେବା ପାଇଁ ତୁମକୁ ସମୟ ଲାଗିବ । ଆଉ ଡେରି ନ କରି ତୁମେ ଖଟ ଉପରେ ଶୋଇପଡ ଆଉ ମୁଁ ତଳେ ଶୋଇ ପଡୁଛି ।

 ମାୟାଙ୍କର ଆଉ କୌଣସି କଥା ମୁଁ ଶୁଣିବାକୁ ଚାହୁଁ ନ ଥିଲି । ଶେଷରେ ମୋ କଥାରେ ବାଧ୍ୟ ହୋଇ ମାୟା ଫିତା ଖଟ ଉପରେ ଶୋଇପଡିଲେ ଆଉ ମୁଁ ପଟି ପକେଇ ତଳେ ଶୋଇବା କୁ ଚେଷ୍ଟା କରୁଥିଲି ।

  

      କ୍ରମଶଃ


Rate this content
Log in

Similar oriya story from Romance