Aminilu Ray

Romance

1.1  

Aminilu Ray

Romance

ମନ ଖୋଜେ ମନଟିଏ

ମନ ଖୋଜେ ମନଟିଏ

5 mins
437


   ମନରେ ଅସରନ୍ତି ସ୍ୱପ୍ନର ଜୁଆର । ରାତି ପାହିଲେ ନୂଆବର୍ଷ । ହେଲେ ଏ ନିଆଁଲଗା ଆଖିକୁ ନିଦ ଆସୁନି କି ରାତି ପାହୁନି । ମନେ ମନେ ଭାରି ବିରକ୍ତ ହେଉଥିଲା ଉଷା । ବେଡ୍ରୁ ଯାଇ ଘଂଟା ଦେଖିଲା, ଗୋଟାଏ ବାଜିଛି । ଓଃ, ଆଉ ଏତେ ସମୟ ବାକି ? ଝରକା ଖୋଲି ଦେଖେ ତ ବାହାରେ କିଟିମିଟି ଅନ୍ଧାର । ଝର୍କା ଖୋଲୁ ଖୋଲୁ ହଠାତ୍ ଝଲ୍କାଏ ଶୀତୁଆ ପବନ ସୁ... ସୁ... ହୋଇ ପଶି ଆସିଲା ରୁମ୍ ଭିତରକୁ । ଚମ୍କି ପଡିଲା ସେ । ଭୟରେ ଦେହ ଶୀତେଇ ଉଠିଲା ତା’ର । ବାହାରେ କିଟିମିଟି ଅନ୍ଧାରକୁ ମେଘାଛନ୍ନ ଆକାଶ । ପୁ’ଣି ଗୋଟେ ଗୋଟେ ଯାଗାରେ, ସ୍ଟ୍ରିଟ୍ ଲାଇଟ୍ ତଳେ, ବୁଲା କୁକୁରଗୁଡାକ ଭୋ ଭୋ ହୋଇ ଏପଟ ସେପଟ ହେଉଥାନ୍ତି । ବହୁ ଦୂରରୁ ଆତସବାଜିର ଶବ୍ଦ ଭାସିଆସୁଥାଏ । ଚେୟାର୍ ଉପରେ ଥମ୍କରି ବସିପଡିଲା ସେ । ଡାଏରୀ ଖୋଲି ଗୋଲାପି ରଙ୍ଗର ଲଫାପା ଭିତରୁ ଗ୍ରୀଟିଙ୍ଗ୍ସ୍ଟିକୁ ବାହାର କରି ଆଉ ଥରେ ମନଭରି ଦେଖିବାକୁ ଲାଗିଲା । 

ନବବର୍ଷର ପହିଲି ସକାଳ ମାଟି ଛୁଉଁ ଛୁଊଁ ସେ ଅତି ଖୁସିରେ ସନତ୍ଙ୍କ ପାଖକୁ ଦୈାଡି ଯାଇ, ହସ ହସ ମୁହଁରେ, ଲାଜଭରା ଚାହାଣୀରେ, ହ୍ୟାଣ୍ଡସେକ୍ କରି କହିଲା –

-ହାପି ନିୟୁ ଇୟର୍ ।

-ସେମ୍ ଟୁ ୟୁ ।

 -ନିଅ । ତୁମ ପାଇଁ ଆଣିଥିଲି । 

-ଥ୍ୟାଙ୍କ୍ ୟୁ । ମୁଁ ବି ... ।

-ଯଲ୍ଦି ଦିଅ ।

   ଗ୍ରୀଟିଙ୍ଗ୍ସ୍ ପଢିସାରି ଆଶ୍ଚର୍ଯ୍ୟ ହେଲା ଉଷା । ସନତ୍ ତାକୁ ଏତେ ଭଲପାଆନ୍ତି, ମ୍ୟାରେଜ୍ କରିବାକୁ ଚାହାଁନ୍ତି, ଅଥଚ ସେ ଏସବୁ କଥା ଆଜି ପର୍ଯ୍ୟନ୍ତ ମୁହଁ ଖୋଲି କହି ନଥିଲେ କେମିତି ? ବୋଧହୁଏ ତାଙ୍କ ଭଲପାଇବାର ସଙ୍କେତକୁ ତା’ର ଅମାନିଆ ମନଟା ଆଦଂ ବୁଝିପାରିନଥିଲା । ସେ ନିଜକୁ ଆଉ ସମ୍ଭାଳି ପାରିଲାନି । ତା କୁଆଁରୀ ମନରେ ଧିରେ ଧିରେ କାମନାର ଝଡ ଉଙ୍କି ମାରିବାର ଅନୁଭବ କଲା ଯେମିତି । ହେଲେ ଆଉ ସାତ ଦିନ ପରେ ନିର୍ବନ୍ଧ । ସନତ୍ ଏହା ଶୁଣିବା ପରେ ନିଶ୍ଚୟ ଦୁଃଖରେ ଭାଙ୍ଗି ପଡିବେ, ଏକଥା ବୁଝିବାକୁ ତାକୁ ଅଛପା ନଥିଲା । 

   ଭାବନା ରାଜ୍ୟରେ ବୁଡିରହି ଡ୍ରଇଙ୍ଗ୍ ରୁମ୍ରେ ଉଷା କଥା ଭାବି ମନେ ମନେ ଖୁସି ହେଉଥିଲେ ସନତ୍ । ମନପକ୍ଷୀଟିଏ ହୋଇ ତା’ ହୃଦୟ ଭିତରେ ଛୋଟ ନୀଡଟିଏ ତିଆରି କରିବାକୁ ସ୍ୱପ୍ନ ଦେଖୁଥିଲେ ସେ । ଗ୍ରୀଟିଙ୍ଗ୍ସ୍ ମାଧ୍ୟମରେ ନିଜ ମନ ତଳର ଭାଷା ତାକୁ ପ୍ରଥମ କରି ଜଣାଇଥିବାରୁ , ତା’ର ପ୍ରତିକ୍ରିୟାକୁ ସେ ଚାତକ ପରି ଚାହିଁ ରହିଥିଲେ ଯେମିତି । 

ସେଦିନ ଉଭୟଙ୍କ ଘରେ, ବନ୍ଧୁବାନ୍ଧବଙ୍କ ଗହଳି ତଥା ପରିବାରର ସମସ୍ତ ସଦସ୍ୟ ନିଜ ନିଜ କାମରେ ବ୍ୟସ୍ତ ଥିଲାବେଳେ, ସନତ୍ ଉଷାକୁ ସାଥୀରେ ନେଇ ଖୁସିରେ ବୁଲିବାକୁ ଚାଲିଆସିଥିଲେ ନନ୍ଦନ୍କାନନ୍ । ଦୁହେଁ ବୁଲାବୁଲି କରିସାରି ଘରକୁ ଫେରୁଥିବା ସମୟରେ ସନତ୍ କହିଲେ-

-କ’ଣ ହେଇଛି ? କିଛି କହୁନ ଯେ ? 

-ଆଉ କିଛି କହିବାକୁ ବାକି ନାହିଁ ।

-ମାନେ ?

-ସାତ ଦିନ ପରେ ମୋ’ର ନିର୍ବନ୍ଧ ।

-ପ୍ଲିଜ୍ , ଜୋକ୍ କରନି କହୁଛି ।

-ବିଶ୍ୱାସ କର । ତୁମେ ମୋତେ ହୃଦୟର ସହ ଭଲ୍ପାଅ ବୋଲି ସତରେ ମୁଁ ଆଜି ଜାଣିଲି ।

   ଏସବୁ ଶୁଣି ସେ ଛୋଟ ପିଲାଟି ପରି କାନ୍ଦିବାକୁ ଲାଗିଲେ । ଉଷା ତାଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେ ଆଦଂ ବୁଝିବା ମୁଡ୍ରେ ନଥିଲେ । ବରଂ କହିଲେ - ମୁଁ ତୁମକୁ ନିଜଠୁ ବେଶୀ ଭଲପାଏ ବୋଲି ଛୁଟିନେଇ ଏତେ ଦୂରରୁ ଆସିଛି । ଅଥଚ ତମେ ମୋ ପାଇଁ, ଆମ ପାଇଁ, ଏତିକି କରିପାରିବନି ? ପ୍ଲିଜ୍, ତୁମ ମମିକୁ ଆମ ସମ୍ପର୍କ ବିଷୟରେ ସବୁ ସତକଥା କହିଦିଅ ।

କଲୋନୀରେ ନବବର୍ଷ ଉପଲକ୍ଷେ ସେଦିନ ସଂଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ଭୋଜିଭାତର ଆୟୋଜନ ହେଉଥାଏ । ସାଉଣ୍ଡ୍ ବକ୍ସ୍ର ଗୁରୁଗମ୍ଭିର ଶବ୍ଦରେ ସାରା କଲୋନୀଟା ଫାଟି ପଡୁଥିଲାବେଳେ ନିୟୁ ଇୟର ଉପଭୋଗ କରିବା ପାଇଁ ସମସ୍ତେ ଯେଝା ଯେଝା କାମରେ ବ୍ୟସ୍ତଥାଆନ୍ତି । ଏଭଳି ଦିନରେ ସନତ୍ର ମନ ଦୁଃଖଥିବା ଦେଖି ତନୁଜା ଦେବୀ କହିଲେ – କ’ଣ ହେଇଛି ? ଯାଉନୁ ଟିକେ ବାହାରେ ବୁଲାବୁଲି କରିଆସିବୁ, ଭଲ ଲାଗିବ । ସନତ୍ ତା’ ମମିକୁ କିଛି ନକହି ଚୁପ୍ଚାପ୍ ଚାଲିଗଲେ ଛାତ ଉପରକୁ । ଫୋନ୍ରେ ରିନୀକୁ ପାଖକୁ ଡାକି ଲୁହ ଛଳଛଳ ଆଖିରେ କହିଲେ -

-ଉଷା ଯାହା କହୁଛି, ସେସବୁ କ’ଣ ସତ ?

-ହଁ, ତା’ ମମି ତ କହୁଥିଲେ ।

ଅତିଶୟ ଦୁଃଖରେ ଭାଙ୍ଗି ପଡିଲେ ସନତ୍ । ରିନୀ ତାଙ୍କ ଅସହାୟତାକୁ ଦେଖି ନିଜକୁ ଆଉ ସମ୍ଭାଳି ନପାରି ସଙ୍ଗେ ସଙ୍ଗେ ଉଷା ପାଖକୁ ଯାଇ ଦେଖେ ତ, ସେ ବି ମନ ଦୁଃଖରେ ବସି ଲୁହ ଝରାଉଛି । କିଛି ନ ଜାଣିଲା ପରି ରିନୀ ଗେହ୍ଲେଇହୋଇ କହିଲା -

-କ’ଣ ହେଇଛି, କହିବୁନି ? 

-ପ୍ଲିଜ୍ କିଛି କ’ର । ତୁ’ ତ ଆମ ବିଷୟରେ ସବୁ ଜାଣିଛୁ ।

-ଓକେ ବାବା । ଡୋଂଟ୍ ଓରି ।

   ନବବର୍ଷ ଉପଲକ୍ଷେ ଆଲୋକମାଳାରେ ସଜ୍ଜିତ କଲୋନୀ ଅପୂର୍ବ ସୁନ୍ଦର ଦିଶୁଥାଏ । ରାତି ପ୍ରାୟ ୧୦ଟା । ଖୁସିରେ ସମସ୍ତେ ସମସ୍ତଙ୍କୁ ହାପି ନିୟୁ ଇୟର୍ ଜଣାଇବା ପରେ ଭୋଜି ଖାଉଥିଲାବେଳେ ସନତ, ରିନୀ ଓ ଉଷା ଗୋଟେ ଜାଗାରେ ଠିଆ ହୋଇ ସେମାନଙ୍କର ନିମନ୍ତ୍ରିତ ସାଙ୍ଗମାନଙ୍କ ଅପେକ୍ଷାରେ ଥାଆନ୍ତି । ଏତିକିବେଳେ ରିନୀ ବଡ ବ୍ୟସ୍ତ ଭାବେ କହିଲା –

-ଚାଲ ଖାଇବା । ମୋତେ ଲାଗୁଛି ସେମାନେ ଆଉ ଆସିବେନି ।

-ମୋତେ ଭୋକ ନାହିଁ ।

-ମୋତେ ବି ।

   ଦୁହିଁଙ୍କ କଥା ଶୁଣି ରିନୀ ସାମାନ୍ୟ ବିରକ୍ତ ହୋଇ କହିଲା –

-ମୁଁ କହିଲି ତ ସବୁ ପ୍ରୋବ୍ଲେମ୍ ସଲ୍ଭ କରିଦେବି । ତୁମର ମ୍ୟାରେଜ୍ ହେବାଟା ଫାଇନାଲ୍ । ପେସେନ୍ସ ରଖ ।

-ସତରେ ?

-ହଁ ବାବା ହଁ । ଆସ, ଖାଇବା । ଲେଟ୍ ହେଲାଣି ।

   ଉଷା, ସନତ୍ଙ୍କ ବିଷୟରେ ଭାବୁଥିଲାବେଳେ ସନତ୍ ଉଷାକୁ ମନେ ମନେ ଝୁରୁଥିଲେ । ସେ ଆଉ କିଛି ଦିନ ପରେ ତାଙ୍କ ହୃଦୟରୁ ଦୂରେଇ ଯିବ, ଏକଥା ଭାବିଲା ବେଳକୁ ତାଙ୍କ ମନ ଭିତରେ ଥିବା ପ୍ରେମଟା ଧିରେ ଧିରେ ନିସ୍ତେଜ ହୋଇ ଆସୁଥିଲା । ମନ ତଳର ଅକୁହା କଥା ନା’ ସେ କାହାକୁ କହି ପାରୁଥିଲେ, ନା’ ସେ ସହି ପାରୁଥିଲେ ।

   ଏମିତି ବି ସନତ୍ଙ୍କ ହୃଦୟର ଭାଷା ବୁଝିବା ପରଠାରୁ ଉଷାର ମନ ତାଙ୍କ ପାଖରେ ବନ୍ଧା ପଡିଯାଇଥିଲା । ହେଲେ ଏଇ କେଇ ପଦ କଥା ସେ ପୂର୍ବରୁ କହିନଥିବାରୁ, ତାଙ୍କ ଉପରେ ମନେ ମନେ ବେଶୀ ଅଭିମାନ କରିଥିଲା ସେ । ଟଙ୍କାର ଦୁଇ ପାଶ୍ୱର୍ ପରି ଏପଟେ ରାତି ପାହିଲେ ନିର୍ବନ୍ଧ, ସେପଟେ ସନତଙ୍କ ଭଲପାଇବା । କ’ଣ କରିବ, କିଛି କୂଳକିନାରା ପାଉନଥିଲା ।

ଆଖିରୁ ନିଦ ହଜିଯାଇଥିଲା ଦୁହିଁଙ୍କର । ବିଳମ୍ବିତ ରାତ୍ରୀରେ ଛାତ ଉପରକୁ ଯାଇ ମନ ଦୁଃଖରେ ଉଷା ଫୋନ୍ କଲା ସନତ୍କୁ ।  

-ହଁ ଉଷା, କୁହ ।

-ସତରେ ତୁମେ ମୋତେ ଭଲ୍ପାଅନା ?

-ସଂନ୍ଦେହ କରୁଛ ?

-ନାଇଁ । ତୁମ ଉପରେ ଅଭିମାନ କରିଛି । ଗୋଟେ କଥା ଜାଣିଛ, ରିନୀ କହୁଥିଲା- ଯିଏ ଯାହାକୁ ଜୀବନଠୁ ବେଶୀ ଭଲ ପାଉଥାଏ, ଭଗବାନ୍ ସେମାନଙ୍କୁ କେବେ ବି ଅଲଗା କରନ୍ତିନି । ମୋ ମନ କହୁଛି, ତୁମେ ମୋ ପାଇଁ ଆଉ ମୁଁ ତୁମ ପାଇଁ, ଆମେ ଜନ୍ମଜନ୍ମାନ୍ତର ପାଇଁ ।

-ତୁମ କଥା ସତ ହୁଅନ୍ତା କି ?

-ମୋର ବିଶ୍ୱାସ, ନିଶ୍ଚୟ ସତ ହେବ । ଆମର ପ୍ରକୃତ ଭଲ ପାଇବା କେବେ ବ୍ୟର୍ଥ ହେବନି । 

   ସକାଳ ହେଲାଣି, ହେଲେ ଉଷାର ଏଯାଏ ପହଡ ଭାଙ୍ଗିନି । ଅଲିଭା ଦେବୀ ତାକୁ ଟିକେ ହଲେଇଦେଇ କହିଲେ - ଆଲୋ ମା’ , ଏତେବେଳଯାଏ ଶୋଇଛୁ କ’ଣ, ଉ’ଠୁ । ସେ ନିଦ ଟଳମଳ ଆଖିରେ ଢଳି ଢଳି ପାଖକୁ ଆସି କହିଲା –

 -ମମି, ମୋ’ର କାଳେ ନିର୍ବନ୍ଧ ହେବ ?

-ତୋତେ କିଏ କହିଲା ?

   ମା’ଝିଅଙ୍କ ମଧ୍ୟରେ ଚାଲିଥିବା କଥୋପକଥନ ଟିକେ ଦୂରରୁ ଶୁଣି ରିନୀ, ନିଜକୁ ଆଉ ସମ୍ଭାଳି ନପାରି, ମନଖୋଲା ହସଟିଏ ହସି ଉଷାକୁ କହିଲା - ଆଲୋ ବୋକୀ, ପ୍ରକୃତରେ ତୋ’ର ନୂହେଁ ମୋ’ର । ଆଂଟି ଏକଥା ପୂର୍ବରୁ ଜାଣିଛନ୍ତି । ମୁଁ ତାଙ୍କୁ ମନା କରିଥିଲି ତୋତେ କହିବାକୁ । ରିଏଲି, ଆଇ ଆମ୍ ସରି ୟାର୍ । ଏସବୁ ଶୁଣି ସେ ଅଭିମାନରେ ତା’ ସହ କିଛି କଥା ନ ହୋଇ ଚୁପ୍ଚାପ୍ ଭିତରକୁ ଚାଲିଯାଉଥିବା ସମୟରେ, ରିନୀ ସଂଗେ ସଂଗେ ତା ହାତ ଧରିନେଇ କହିଲା-ଆଲୋ, ସର୍ପ୍ରାଇଜ୍ ।

                                       


Rate this content
Log in

Similar oriya story from Romance