Debaki Behera

Romance

3  

Debaki Behera

Romance

❤️ମୀରା ❤️ଭାଗ -୬

❤️ମୀରା ❤️ଭାଗ -୬

8 mins
274



ମୀରା ଆଉ କ୍ରିଷ୍ଣା ମଧ୍ୟରେ ଏକ ସମ୍ପର୍କର ଆରମ୍ଭ ହୋଇସାରିଥିଲା l ଦୁହେଁ ଏବେ ବନ୍ଧୁତ୍ୱ ସମ୍ପର୍କ ଡୋରିରେ ବାନ୍ଧି ହୋଇସାରିଥିଲେ l ମୀରା ଘର ବାହାରେ ଦୁହେଁ ଛିଡା ହୋଇଥିଲେ l କ୍ରିଷ୍ଣା ଓ ମୀରା ଭିତରେ ଆଉ କିଛି ବି ମନୋମାଳିନ୍ୟ ନଥିଲା l ତେଣୁ ଦୁହେଁ ଭଲ ବନ୍ଧୁ ହିସାବରେ ମନ ଖୋଲା କଥା ହେଉଥିଲେ l ସତ କହିବାକୁ ଗଲେ ଦୁନିଆରେ ସବୁଠାରୁ ଉତ୍ତମ ସମ୍ପର୍କ ବନ୍ଧୁତ୍ୱ ହିଁ ବୁଝାଏ l କାରଣ ଅନ୍ୟ ସବୁ ସମ୍ପର୍କ ଭଗବାନଙ୍କ ଦ୍ୱାରା ଆଗରୁ ନିଶ୍ଚିତ ହୋଇଥାଏ ହେଲେ ବନ୍ଧୁତ୍ୱ.. ହଁ.. ବନ୍ଧୁତ୍ୱ ହିଁ ଏମିତି ଏକ ସମ୍ପର୍କ ଯାହା ମଣିଷ ନିଜେ ନିଜେ ଗଢିଥାଏ l

ବହୁତ ସମୟ ପର୍ଯ୍ୟନ୍ତ କ୍ରିଷ୍ଣା ଆଉ ମୀରା ପରସ୍ପର ସହ କଥା ବାର୍ତ୍ତା ହେଲେ l ପିଲାବେଳର କିଛି ମଜାଳିଆ ସ୍ମୃତି ମୀରା ସହ ବାଣ୍ଟୁଥିଲା କ୍ରିଷ୍ଣା l ମଝିରେ ମଝିରେ କ୍ରିଷ୍ଣା ଠାରୁ ମଜାଳିଆ କଥା ଶୁଣି ମୀରା ଖିଲିଖିଲି ହୋଇ ହସି ଦେଉଥିଲା l ଆଉ ତାର ସେଇ ସୁନ୍ଦର ହସରେ କ୍ରିଷ୍ଣା ବିମୋହିତ ହେଇଯାଉଥିଲା l ସେ ମନେ ମନେ ଭଗବାନଙ୍କ ସର୍ଜନାକୁ ଧନ୍ୟବାଦ ଦେଉଥିଲା l ମୀରା ଯେତେବେଳେ ହସୁଥିଲା ତା ଗାଲର ଦୁଇ ପାଖରେ ଟିକେ ଗାତ (ଡିମ୍ପଲ) ହେଇଯାଉଥିଲା ଯାହାକି ତାର ସୁନ୍ଦରତାକୁ ଆହୁରି ଉନ୍ମୁକ୍ତ କରୁଥିଲା l କ୍ରିଷ୍ଣା ଏକଲୟରେ ମୀରାକୁ ହିଁ ଦେଖୁଥିଲା l କିଛି ସମୟ ପରେ ମୀରା ଜାଣିବାକୁ ପାଇଲା ଯେ କ୍ରିଷ୍ଣା ତାକୁ ହିଁ ଚାହିଁଛି ତ ସେ ତାର ହସକୁ ନିଜ ଅଧୀନ କରି କହିବାକୁ ଲାଗିଲା - ସାନ ବାବୁ.... ସାନ ବାବୁ...

କ୍ରିଷ୍ଣା ତ କେଉଁ ସ୍ୱପ୍ନ ରାଇଜରେ ବୁଲୁଥିଲା ତେଣୁ ତାକୁ ମୀରାର ଡାକ ଶୁଣାଯାଇନଥିଲା l ତେଣୁ ମୀରା, କ୍ରିଷ୍ଣାର ଆଖି ସାମ୍ନାରେ ହାତ ହଲେଇ ବାରୁ ସେ ବାସ୍ତବ ଦୁନିଆକୁ ଫେରିଥିଲା l

ମୀରା ତାର ଏପରି ଅବସ୍ଥା ଦେଖି କହିଲା -ସାନ ବାବୁ ଆପଣ କେଉଁ ଭାବନା ରାଇଜକୁ ବାରମ୍ୱାର ଚାଲିଯାଉଛନ୍ତି? ବାସ୍ତବ ଦୁନିଆରେ ରହିବାକୁ ଭଲ ଲାଗୁନି କି?

କ୍ରିଷ୍ଣା, ମୀରାର କଥା ଶୁଣି ଟିକେ ହସିଦେଲା ହେଲେ କିଛି କହିଲା ନାହିଁ l କିନ୍ତୁ ଏବେବି ତା ମନରେ ମୀରାର ସେଇ ସୁନ୍ଦର ହସୁଥିବା ମୁହଁଟି ନାଚିଯାଉଥିଲା l

ମୀରା କହିବାକୁ ଲାଗିଲା - ସାନ ବାବୁ ଘରକୁ ଯିବେନି କି ରାତି ବହୁତ ହେଲାଣି? ଯାଆନ୍ତୁ ମାଆ ସେଠି ଅପେକ୍ଷା କରିଥିବେ l

କ୍ରିଷ୍ଣା - ହଁ ମୁଁ ତ ଯିବି କିନ୍ତୁ ତୁମେ ଚାଲୁନ l ମାଆ ତୁମକୁ ବି ତ ଅପେକ୍ଷା କରିଥିବ ନା l ଆଜି ଦିନଯାକ ହେଲାଣି ତୁମେ ଘରକୁ ଯାଇନ l

ମୀରା - ହଁ ଯିବି ହେଲେ ଆଜି ନୁହେଁ କାଲି l ତ ଆପଣ ଏବେ ଯାଆନ୍ତୁ ମୁଁ କାଲି ସକାଳେ ନିଶ୍ଚୟ ଯିବି l

କ୍ରିଷ୍ଣା ମୀରାକୁ ଶୁଭରାତ୍ରି କହି ସେଠାରୁ ମନ ନଥିଲେ ମଧ୍ୟ ଘରକୁ ଗାଡି ବୁଲେଇ ଚାଲି ଆସିଲା ଆଉ ମୀରା ତା ଘର ଭିତରକୁ l ମୀରାର ଚେହେରାରେ ଏବେ ଅଲଗା ଏକ ଖୁସି ଥିଲା କାରଣ ସେ କ୍ରିଷ୍ଣା ପରି ଭଲ ବନ୍ଧୁଟିଏ ପାଇଥିଲା l ତା ପିଲାବେଳର ସାଥି l ସେ ଖୁସି ମନରେ ପିଲାବେଳ କଥା ଭାବି ଭାବି କେତେବେଳେ ଶୋଇଗଲା ସେ ଜାଣିନଥିଲା l ଏଣେ କ୍ରିଷ୍ଣା ଘରକୁ ଫେରିଲା l ମନରେ ଅସୁମାରୀ ଖୁସିର ଲହଡି l ସେ ଦୌଡ଼ି ଯାଇ ସୁନିତା ଦେବୀକୁ କୁଣ୍ଢେଇ ପକେଇଲା l ତାକୁ ଏମିତି ଖୁସି ଦେଖି ସୁନିତା ଦେବୀ ମଧ୍ୟ ଖୁସି ହେଇଗଲେ l କ୍ରିଷ୍ଣା ମନର କଥା ସେ ଠିକ ବୁଝିପାରୁଥିଲେ l ତେଣୁ ତାକୁ ଅଧିକା କିଛି କହିଲେ ନାହିଁ l କେବଳ ରାତି ଡିନର ଖାଇବାକୁ ଆଣି ଦେଲେ l କ୍ରିଷ୍ଣା ରାତିର ଡିନର ଶୀଘ୍ର କରି ନିଜ ରୁମରେ ଯାଇ ଶୋଇଗଲା ସକାଳର ଅପେକ୍ଷାରେ l କ୍ରିଷ୍ଣାର ଆଜି ରାତିଟି ବହୁତ ଖୁସିରେ କଟିଥିଲା l

ସକାଳ ହେବାରୁ ପ୍ରତିଦିନ ଭଳି ମୀରା, କ୍ରିଷ୍ଣା ଘରକୁ ଆସିଲା l ହେଲେ ଆଜି ଟିକେ ସେ ବଦଳିଲା ବଦଳିଲା ପରି ଲାଗୁଥିଲା l ଘରକୁ ପ୍ରବେଶ କରିବା ମାତ୍ରେ ତା ନଜର କ୍ରିଷ୍ଣାକୁ ଖୋଜିବାକୁ ଲାଗିଲା l ସୁନିତା ଦେବୀ ସେହି ସମୟରେ ନିଜ ରୁମରୁ ବାହାରକୁ ଆସୁଥିଲେ ସେ ପୁନଶ୍ଚ ମୀରାକୁ ତାଙ୍କ ଘରେ ଦେଖି ବହୁତ ଖୁସି ହୋଇଯାଇ କହିଲେ -ଆରେ ମୀରା, ତୁ କାଲି କୁଆଡେ ଯାଇଥିଲୁ?

ମୀରା, ସୁନିତା ଦେବୀଙ୍କ ଡାକରେ ଚମକି ପଡିଲା l ତାକୁ ଏମିତି ଚମକି ପଡ଼ିବାର ଦେଖି ସୁନିତା ଦେବୀ ତା ମୁଣ୍ଡରେ ହାତ ମାରି କହିଲେ - କଣ ହେଇଛି ମୀରା ତୋର? କଣ ଚମକି ପଡ଼ିଲୁ ଏମିତି?

ମୀରା, ସୁନିତା ଦେବୀଙ୍କ ଠାରୁ ନଜର ଚୋରେଇ କହିଲା - ନା, ମାଆ କିଛି ନୁହେଁ l କାଇଁ କିଛି ହେଇନି ତ ମୋର l

ସୁନିତା ଦେବୀ ତ ଆଉ ଛୋଟ ପିଲା ନୁହନ୍ତି ଯେ ସେ କିଛି ବୁଝିପାରିବେନି l ସେ ସବୁ ଜାଣିକି କି କିଛି ନ ଜାଣିଲା ଭଳି ଅଭିନୟ କରୁଥିଲେ l

ହଉ ଛାଡେ, ଚାଲେ ଚାଲେ କଣ ଟିକେ ଜଳଖିଆ ଖାଇନେବୁ l କାଲିଠୁ ହେଲାଣି କଣ ଖାଇଥିବୁ କି ନାହିଁ କେଜାଣି l - ସୁନିତା ଦେବୀ ଏତକ କହି ମୀରାକୁ ରୋଷେଇ ଘର ଆଡେ ହାତକୁ ଧରି ନେଇଗଲେ l ସୁନିତା ଦେବୀ ସେଠାରେ ହରିଆ ରୋଷେଇ କାମରେ ଲାଗିଗଲେ ଆଉ ମୀରା ତାଙ୍କୁ ରୋଷେଇରେ ସାହାଯ୍ୟ କରିବାରେ l ସୁନିତା ଦେବୀ ଚାହା ବନେଇକି ଦୁଇଟି କପରେ ଛାଣିଲେ l ମୀରା ଦୁଇଟି କପରେ ଚାହା ଦେଖି ପଚାରିଦେଲା – ମାଆ ଦୁଇଟି କପ୍ ଚାହା ଆଉ କିଏ ଘରକୁ କୁଣିଆ ଆସିଛନ୍ତି କି? (ସୁନିତା ଦେବୀଙ୍କ ଘର ଲୋକେ କେହି ବି ଚାହା ପିଅନ୍ତିନି ମୀରା ଏକଥା ବହୁତ ଭଲ ସେ ଜାଣିଥିଲା l )

ସୁନିତା ଦେବୀ - ଆରେ ଗୋଟେ କପ ତୋର ଆଉ ଆରଟି କ୍ରିଷ୍ଣାର l

କ୍ରିଷ୍ଣାର ଚାହା ପସନ୍ଦ ବୋଲି ଜାଣି ମୀରା ମନେ ମନେ ଟିକେ ହସିଦେଲା l)

ମୀରା - ସାନ ବାବୁଙ୍କର ଚାହା ପସନ୍ଦ?

ସୁନିତା ଦେବୀ - ହଁ, ବହୁତ ଯେମିତି ତୋତେ ପସନ୍ଦ l ଆଛା ତୁ ତାକୁ ସାନ ବାବୁ କଣ ଡ଼ାକୁଛୁ? ତୁମେ ଦୁହେଁ ସାଙ୍ଗ ନା ତ ତାକୁ ତା ନାଆଁ ଧରି ଡ଼ାକୁନୁ l

ମୀରା - ନାହିଁ ମା, ସାନ ବାବୁ ଡାକଟା ହିଁ ଠିକ ଅଛି ତାଙ୍କ ପାଇଁ l ଆଛା ମାଆ ମୁଁ ଏ ଚାହାଟି ନେଇକି ସାନ ବାବୁଙ୍କୁ ଦେଇଦେବି କି ?

ସୁନିତା ଦେବୀ ମୀରା ଆଡକୁ ଚାହା ଟ୍ରେଟି ବଢ଼େଇ କହିଲେ - ହଁ, ନିଶ୍ଚିତ l ତୁ ବି ସେଇଠାରେ ଯାଇକି ପିଇ ନେବୁ l

ମୀରା ଧୀରେ ହସି ଦେଇ ଚାହା ଟ୍ରେଟି ଧରି ଉପରକୁ ମାନେ କ୍ରିଷ୍ଣା ରୁମ ଆଡକୁ ଚାଲିଲା l

କ୍ରିଷ୍ଣାକୁ ଏବେ ବହୁତ ନିଦ l ସେ ତା ବେଡ଼ରେ କମ୍ବଳ ଘୋଡେଇ ହୋଇ ଶୋଇଥିଲା l ମୀରା ଚାହା ଟ୍ରେଟି ଧରି କବାଟ ପାଖରେ ପହଁଚିଲା l ସେ କବାଟକୁ ଟିକେ ଠକ୍ ଠକ୍ କଲା ଆଉ ଧୀର ସ୍ୱରରେ ଡାକିଲା - ସାନ ବାବୁ..... ସାନ ବାବୁ.....

କିନ୍ତୁ ଭିତରୁ କିଛି ଉତ୍ତର ମିଳିଲାନି l (ମିଳିବ ବା କେଉଁଠୁ? କ୍ରିଷ୍ଣା ତ ନିଘୋଡ଼ ନିଦରେ ଶୋଇଥିଲା ଆଉ ସ୍ୱପ୍ନ ଦୁନିଆରେ ବୋଧହୁଏ ଭ୍ରମଣରେ ଯାଇଥିଲା l) ଭିତରୁ କିଛି ଉତ୍ତର ନ ପାଇ ମୀରା ଧୀରେ ଧୀରେ କବାଟଟି ଖୋଲିଲା l କ୍ରିଷ୍ଣା ବେଡ଼ରେ ଶୋଇଥିବାର ଦେଖି ସେ ରୁମ ଭିତରକୁ ପ୍ରବେଶ କଲା l ସେ ଏହା ପୂର୍ବରୁ କୌଣସି ପୁଅ ସହ ଆଗରୁ କଥା ପଦେ ବି ହୋଇନଥିଲା କିନ୍ତୁ କ୍ରିଷ୍ଣା କଥା ଟିକେ ଅଲଗା ଥିଲା l ସେ ଯେହେତୁ ତା ପିଲାବେଳର ସାଙ୍ଗ ତେଣୁ ମୀରା ତାକୁ ସେଇ ଦୃଷ୍ଟିରେ ଦେଖୁଥିଲା l ମୀରା ରୁମ ଭିତରକୁ ଯାଇ ଦେଖିଲା,କ୍ରିଷ୍ଣା ଗୋଟେ ଛୋଟ ପିଲା ଭଳି ଜାକିଜୁକି ହୋଇ ଶୋଇଛି l ନିଦରେ ସେ ପୁରା ଗୋଟେ ଶାନ୍ତ ଶିଷ୍ଟ ନିଷ୍ପାପ ଶିଶୁ ଭଳି ଲାଗୁଥିଲା l ମୀରା ତାକୁ ଉଠେଇବା ବଦଳରେ କାହିଁକି କେଜାଣି ସେଇଠାରେ ହିଁ ଛିଡା ହୋଇ ତାକୁ ଦେଖିବାକୁ ଲାଗିଲା l ଏହା ଭିତରେ ଅଧ ଘଣ୍ଟା ବିତି ଯାଇଥିଲା l କିନ୍ତୁ ମୀରାକୁ ସମୟର ଆଭାସ ବି ନଥିଲା l ସେ ତ ଛାଡ........

ଏହି ସମୟରେ ହଠାତ୍ ଘଣ୍ଟାର ଆଲାର୍ମଟି ଜୋରସେ ବାଜିବାକୁ ଲାଗିଲା l ଆଲାର୍ମ ଶବ୍ଦ ଶୁଣି କ୍ରିଷ୍ଣା ଏକଦମ ଉଠିକି ବସିପଡିଲା l ଯେମିତି କୌଣସି ସ୍ୱପ୍ନ ଦେଖୁଥିଲା l ଉଠିବା ମାତ୍ରେ ତା ମୁହଁରୁ ସ୍ୱତଃ ଗୋଟିଏ ଶବ୍ଦ ବାହାରି ଆସିଲା... ମୀରା.....

ଆଲାର୍ମ ଶବ୍ଦରେ ମୀରାର ତନ୍ଦ୍ରା ବି ଭାଙ୍ଗି ସାରିଥିଲା l ଦୁହେଁ ଦୁହିଁଙ୍କ ସାମ୍ନାରେ ଥିଲେ l କ୍ରିଷ୍ଣା, ମୀରାକୁ ତା ସମ୍ମୁଖରେ ଦେଖି ସେମିତି ଚାହିଁ ରହିଥିଲା ଆଉ ମୀରା ମଧ୍ୟ କ୍ରିଷ୍ଣା ମୁହଁରୁ ତା ନା ଶୁଣି କ୍ରିଷ୍ଣାର ମୁହଁକୁ ହିଁ ଚାହିଁ ରହିଥିଲା l ଦୁହିଁଙ୍କ ଆଖି ଏବେ ଚାରି ଆଖି ହୋଇସାରିଥିଲା l କ୍ରିଷ୍ଣା ଟିକେ ଥଙ୍ଗ ଥଙ୍ଗ ହୋଇ କହିଲା - ମୀରା, ତୁମେ ଏଠି! ତୁମେ ମୋ ରୁମରେ କଣ କରୁଛ?

ମୀରା ହଡ଼ବଡ଼େଇ ଯାଇ କହିଲା - ସାନ ବାବୁ ମାଆ ଆପଣଙ୍କ ପାଇଁ ଚାହା ପଠେଇଥିଲେ l ଆଉ ମୁଁ ଚାହା ଆପଣକୁ ଦେବାକୁ ଆସିଥିଲି l

କ୍ରିଷ୍ଣା - ଓଃ, ଚାହା ହଉ ଆଣ l

କ୍ରିଷ୍ଣା,ଟ୍ରେରେ ଦୁଇଟି ଚାହା କପ ଦେଖି ଆଶ୍ଚର୍ଯ୍ୟ ହେଲା ଆଉ ପଚାରିଲା - ଆରେ ମୀରା ଦୁଇଟି କପରେ ଚାହା କ'ଣ?ଆଉ କାହାକୁ ଦେବାର ଥିଲା କି? 

ମୀରା - ନା, ମାନେ....

କ୍ରିଷ୍ଣା -କ'ଣ ନା...ମାନେ.....

ମୀରା - ଏହି ଚାହା କପଟି ମୋର l ମାଆ କହିଲେ ଯେ ଆପଣଙ୍କ ରୁମରେ ଆପଣକୁ ଚାହା ଦେଇଦେବାକୁ ଆଉ ଅନ୍ୟଟି ମୁଁ ନିଜେ ପିଇ ଦେବାକୁ l

କ୍ରିଷ୍ଣା - ଓଃ ଏମିତି କଥା ହଉ ବସ l ସାଙ୍ଗ ହେଉ ଚାହା ପିଇବା l (ପାଖରେ ଥିବା ଚ୍ୟାରଟିକୁ ମୀରା ଆଡକୁ ବଢ଼େଇ ଦେଇ )

ମୀରା ଟ୍ରେରୁ ଚାହାଟି କ୍ରିଷ୍ଣାକୁ ଦେଲା l ଯେମିତି କ୍ରିଷ୍ଣା ଚାହା କପଟି ଧରିଛି କହିଲା - ଆରେ ଏଇଟା ତ ଥଣ୍ଡା ହେଇଯାଇଛି l କେତେବେଳୁ ତୁମେ ଆସିଲଣି କି?

ମୀରା ଯିଏ କି ଏବେ ବି କ୍ରିଷ୍ଣାକୁ ଚାହିଁଥିଲା ତାର ହୋସ ଆସିଲା ଆଉ ସେ ରୁମରେ ଟଙ୍ଗା ହୋଇଥିବା ଘଣ୍ଟା ଆଡେ ଚାହିଁଲା l ୟା ଭିତରେ ଅଧଘଣ୍ଟାରୁ ଅଧିକ ସମୟ ହୋଇସାରିଥିଲା l ମୀରା ବିଚାରୀ କଣ ଆଉ କହିବ l ତାକୁ ଏମିତି ଅନ୍ୟମନସ୍କ ଥିବାର ଦେଖି କ୍ରିଷ୍ଣା କହିଲା - କ'ଣ ଭାବୁଛ ମୀରା?

ମୀରା - ନା କିଛି ନାହିଁ l ଦିଅନ୍ତୁ ଚାହା କପଟି ମୁଁ ଆଉ ଥରେ ଗରମ କରିକି ଆଣିଦେଉଛି l

କ୍ରିଷ୍ଣା - ନାହିଁ ଥାଉ l ମୁଁ ଫ୍ରେସ ହୋଇକି ତଳକୁ ଯାଉଛି ସେଇଠି ହିଁ ପିଇ ନେବି l ତୁମେ ଚିନ୍ତା କରନି l

ମୀରା ଆଉ କିଛି କହିବା ପରିସ୍ଥିତିରେ ନଥିଲା l ତେଣୁ ସେ ଚାହା କପଟି ଟ୍ରେରେ ରଖିଲା ଆଉ ବୁଲିପଡ଼ି ଆସିବାକୁ ଲାଗିଲା l ତାକୁ ଯିବାର ଦେଖି କ୍ରିଷ୍ଣା ପଛରୁ ତାକୁ ଆବାଜ ଦେଲା - ମୀରା....

ମୀରା ପଛକୁ ଫେରି ଚାହିଁଲା ଆଉ କହିଲା -କ'ଣ ହେଲା ସାନ ବାବୁ?

କ୍ରିଷ୍ଣା - ନାହିଁ କିଛି ନାହିଁ ତୁମେ ଯାଅ l

ମୀରା ସେଠାରୁ ତଳକୁ ଚାଲି ଆସିଲା l ସେ ପାହାଚରେ ତଳକୁ ଓହ୍ଲାଇଲା ବେଳେ ତା ନଜର ରାମନାରାୟଣ ବାବୁଙ୍କ ଉପରେ ପଡିଲା ଯିଏ କି ଡ୍ରଇଂ ରୁମର ସୋଫାରେ ବସି ଖବର କାଗଜ ପଢୁଥିଲେ l ମୀରା ଭଲସେ ଜାଣିଥିଲା ଯେ ରାମନାରାୟଣ ବାବୁ ତାକୁ ଜମା ବି ପସନ୍ଦ କରନ୍ତିନି l ରାମନାରାୟଣ ବାବୁ ମଧ୍ୟ ମୁଣ୍ଡ ଉଠେଇ ସାମ୍ନାକୁ ଚାହିଁଦେଲେ l ମୀରା ପାହାଚରେ ଧୀରେ ଧୀରେ ତଳକୁ ଓହ୍ଲାଉ ଥିଲା l ତାକୁ ଦେଖି ରାମନାରାୟଣ ବାବୁଙ୍କର ତ ପାରା ଯେମିତି ବଢିଗଲା ଆଉ.. ସେ ଖବର କାଗଜ ଫୋପାଡ଼ି ଦେଇ ଜୋରରେ ଚିତ୍କାର କଲେ... ସୁନିତା... ସୁନିତା....

ସୁନିତା ଦେବୀ ରୋଷେଇଘରେ କିଛି କାମ କରୁଥିଲେ l ରାମନାରାୟଣ ବାବୁଙ୍କର ଡାକ ଶୁଣି ରୋଷେଇଘରୁ ତତକ୍ଷଣାତ ବାହାରି ଆସିଲେ l ରାମନାରାୟଣ ବାବୁଙ୍କ ଚିତ୍କାରରେ କ୍ରିଷ୍ଣା ମଧ୍ୟ ନିଜ ରୁମରୁ ବାହାରି ଆସିଲା l ମୀରା ସେତେବେଳକୁ ହଲରେ ପହଞ୍ଚି ସାରିଥିଲା l ରାମନାରାୟଣ ବାବୁଙ୍କର ଏପରି ଚିତ୍କାରରେ ସେ ବହୁତ ଡରି ଯାଇଥିଲା l ସୁନିତା ଦେବୀ, ରାମନାରାୟଣ ବାବୁଙ୍କ ନିକଟକୁ ଆସି ଡରି ଡରି ଧୀର ସ୍ୱରରେ କହିଲେ - କଣ ହେଲା?

ରାମନାରାୟଣ ବାବୁ ତ ଯେମିତି ରାଗରେ ନିଆଁ ବାଣ ହେଇଯାଇଥିଲେ ଆଉ ସେଇ ରାଗରେ ସେ ସୁନିତା ଦେବୀଙ୍କୁ କହିଲେ - ମୁଁ କେତେବାର କହିଛି ଏ ଚାକରାଣୀର ଝିଅ ଆମ ଘରକୁ ଆସିବନି ବୋଲି କିନ୍ତୁ ମୋ କଥା କଣ ତୁମକୁ ଶୁଣା ଯାଉନି? ୟାର ମାଆ ଆମ ଘରର ଚାକରାଣୀ ଥିଲା l କେଉଁ ରାସ୍ତା କଡ଼ରୁ ଗୋଟେଇ ଆଣି ତାକୁ ତୁମେ l ରଖିଥିଲ ମୁଁ କିଛି କହିନଥିଲି l ଜଣା ନାହିଁ କେଉଁ ଚରିତ୍ରର ସ୍ତ୍ରୀ ଲୋକ ସେ ଥିଲା l ଆଉ ୟାର ବାପାର ଠିକଣା ଅଛି ନା କେଉଁ ଉଞ୍ଚା ଖାନଦାନର l ମୋ ପୁଅକୁ ଫସେଇବାକୁ ବସିଛି l ତା ରୁମକୁ ଚାହା ନେଇକି ଯିବାର ଅଧିକାର ତାକୁ କିଏ ଦେଲା? ସାମନ୍ତରାୟ ବଂଶର ବୋହୁ ହେବାର ସ୍ୱପ୍ନ ଦେଖୁଛି l କିନ୍ତୁ ମୁଁ ଏମିତି କେବେ ବି ହେବାକୁ ଦେବିନି l

ସୁନିତା ଦେବୀ ତାଙ୍କୁ କଥା ମଝିରେ ଅଟକେଇବାକୁ ବାର ବାର କହୁଥାନ୍ତି - ଶୁଣ, ଥରୁଟିଏ ମୋ କଥା ଶୁଣ l କିନ୍ତୁ ରାମନାରାୟଣ କିଛି ଶୁଣିବା ପରିସ୍ଥିତିରେ ହିଁ ନଥିଲେ l ତାଙ୍କ ମନକୁ ଯାହା ଆସିଲା ସେ ମୀରାକୁ ଶୁଣେଇ ଚାଲିଥିଲେ l ମୀରା ସେଇପରି ହାତରେ ଟ୍ରେଟା ଧରି ଛିଡା ହୋଇଥାଏ l ତା ଆଖିରୁ ଲୁହର ସୁଅ ଛୁଟୁ ଥାଏ l କ୍ରିଷ୍ଣା ଉପରେ ଥାଇ ଏ ସବୁ ଶୁଣୁଥାଏ l ଏତେ ସବୁ କଥା ମୀରାକୁ ତା ବାପା କହୁଥିବାର ଶୁଣି ଓ ମୀରା ଆଖିର ଲୁହ ଦେଖି ସେ ଆଉ ନିଜକୁ ସମ୍ଭାଳି ପାରିଲାନି l ସେଇଠୁ ଉପରୁ ଥାଇ ଜୋରରେ ଚିତ୍କାର କଲା ଆଉ କହିଲା - ବାପା, ବନ୍ଦ କର l ବହୁତ ହେଲା ଏବେ ବନ୍ଦ କର ନଚେତ..... ସେ ଏତକ କହି ପାହାଚରେ ତଳକୁ ଓହ୍ଲେଇ କି ଆସିଲା ଆଉ ତା ବାପା ସମ୍ମୁଖରେ ଛିଡା ହୋଇଗଲା l ରାମନାରାୟଣ ତାଙ୍କ ପୁଅର ଏପରି ରୂପ କେବେ ବି ଦେଖିନଥିଲେ l କ୍ରିଷ୍ଣା ରାଗରେ କହିବାକୁ ଲାଗିଲା - ବାପା, ତୁମେ ଯାହାକୁ ଚାକରାଣୀର ଝିଅ କହୁଛ ଅସଲରେ ସିଏ କିଏ ଜାଣିଛ?... ତା ମୁହଁରୁ ଏଇ ଦୁଇପଦ କଥା ଶୁଣି ମୀରା ମୁଣ୍ଡ ଟେକି ଚାହିଁଲା ଆଉ ଇସାରାରେ କିଛି ନ କହିବାକୁ ହାତ ଯୋଡି ନେହୁରା ହେଲା l କ୍ରିଷ୍ଣା, ମୀରାର ଇସାରା ବୁଝିପାରିଥିଲା l ତାକୁ ଏମିତି ହାତ ଯୋଡ଼ିଥିବାର ଦେଖି ତାକୁ ଦୁଃଖ ଲାଗିଲା l ରାମନାରାୟଣ ବାବୁ କ୍ରିଷ୍ଣା ଠାରୁ ଏହି ଦୁଇପଦ ଶୁଣି ପଚାରିଲେ - କିଏ, ହଁ କହ ଚୁପ କାହିଁକି ରହିଗଲୁ? କହ ଇଏ କିଏ?

କ୍ରିଷ୍ଣା କଣ ବା ଆଉ କହିବ କିଛି ବୁଝିପାରୁନଥିଲା l ସେ ଟିକେ ନିରବ ରହିଲା ଆଉ କହିଲା - ସେ ବି ଜଣେ ମଣିଷ l ତାକୁ ବି କଷ୍ଟ ହେଉଛି l ଆପଣ କାହାକୁ ଏମିତି କେମିତି କହିପାରୁଛନ୍ତି?

ମୀରା ଏତିକି କଥା ଶୁଣି ନିଜକୁ ଆଉ ସମ୍ଭାଳି ପାରିଲାନି l ପାଖରେ ପଡ଼ିଥିବା ସୋଫାରେ ଚାହା ଟ୍ରେଟି ରଖିଦେଇ ଝଡ଼ ବେଗରେ କାନ୍ଦି କାନ୍ଦି ନିମିଷକ ମଧ୍ୟରେ ଘରୁ ବାହାରି ଗଲା l

କ୍ରିଷ୍ଣା ତାକୁ ପଛରୁ ଅଟକେଇବାକୁ ଯାଇ ତା ମୁହଁରୁ ବାହାରି ଗଲା - ମୀରା, ଶୁଣ ମୀରା l

କିନ୍ତୁ ମୀରା ସେଠି ନଥିଲା l 



.....କ୍ରମଶଃ....



Rate this content
Log in

Similar oriya story from Romance