ମାୟାବିନୀ : 7
ମାୟାବିନୀ : 7
ମାୟାବିନୀ : 7
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀ " କାହାଣୀର ପୂର୍ବ ଅଧ୍ୟାୟ ଗୁଡିକୁ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ଦିଶାଙ୍କୁ ଶୁଭମ ବେଲ ପତ୍ରମାଳ କାଢି ଫିଙ୍ଗି ଦେବା ପାଇଁ କହିବାରୁ ଦିଶା ବୁଝିଗଲେ ଯେ ସେ ଶୁଭମ ନୁହଁନ୍ତି ବରଂ ସୋନା ଶୁଭମ ବେଶରେ ଆସିଛନ୍ତି।
ତାପରେ :
ଶୁଭମ ବେଶରେ ସୋନାଙ୍କୁ ଦେଖି ଦିଶା ଆଶ୍ଚର୍ଯ୍ୟ ହୋଇ ଗଲେ ଏବଂ ଶୁଭମ କୁଆଡେ ଗଲେ ବୋଲି ଚିନ୍ତିତ ହୋଇ ପଡିଲେ। ମନେ ମନେ ସେ ଭାବିଲେ ଏ ସୋନାକୁ ଏଠାରୁ ବିଦା ନ କଲେ ଶୁଭମଙ୍କ ଜୀବନ ପାଇଁ ବିପଦ। ତେଣୁ ସେ ନ ଜାଣି ପାରିଲା ଭଳି ଅଭିନୟ କରି କହିଲେ ଶୁଭ ମୁଁ ତୁମକୁ ବହୁତ ଭଲ ପାଏ.....ଆଉ ତୁମ ଠାରୁ ଅଲଗା ହୋଇ ମୁଁ ରହି ପାରିବି ନାହିଁ କହି ସେ ଶୁଭମ ବେଶରେ ଥିବା ସୋନାଙ୍କୁ ଜାକି ଧରିଲେ। ବେଲ ପତ୍ରତ୍ମାଳା ର ସ୍ପର୍ଶରେ ଆସ ସୋନା ଆଉ ରହି ପାରିଲେ ନାହିଁ ଏବଂ ନାଗୁଣୀ ହୋଇ ଗଲେ। ଆଉ ଦିଶା ଙ୍କୁ ଠେଲି ଦେଲେ।
ଦିଶା କହିଲେ ମୁଁ ଜାଣି ସାରିଛି ତୁ ସୋନା। ଯେତେବେଳେ ମୋତେ ବେଲ ପତ୍ରମାଳା ଖୋଲିବା ପାଇଁ କହିଲୁ ସେତେବେଳେ ହିଁ ମୁଁ ତୋତେ ଚିହ୍ନି ପାରିଲି।
ସୋନା ନାଗୁଣୀ ରୂପରେ ସେଠାରୁ ଚାଲିଗଲେ। ଦିଶା ଶୁଭମକୁ ଖୋଜୁ ଖୋଜୁ ସେଇ କୁଡିଆ ପାଖରେ ଥିବା ଗୋଟିଏ କୂଅ ପାଖକୁ ଗଲେ। ସେ ଦେଖିଲେ ଯେ ଶୁଭମ ସେଇ କୂଅ ପାଖରେ ଛିଡ଼ା ହୋଇଛନ୍ତି।
ଦିଶା : ଶୁଭମ ତୁମେ ଏଇଠି କଣ କରୁଛ?
ଶୁଭମ : ଏଇ କୂଅର କିଛି କଥା ମୋର ମନେ ପଡୁଛି।
ଦିଶା : କଣ ?
ଶୁଭମ : ଏଇ କୂଅରେ ଗୋଟିଏ ରହସ୍ୟମୟ ରାସ୍ତା ଅଛି। ମୁଁ ଆଉ ତୁମେ ଆଗରୁ ଏ ପଟ ଦେଇ ଯାଇଛୁ। ଆଉ ମୋତେ ଲାଗୁଛି ଯେମିତି ସୋନା ବି ଆମ ସହ ଥିଲା।
ଦିଶା ମନେ ମନେ ଖୁସି ହୋଇ ଯାଉ ଥାଆନ୍ତି।
ହଠାତ ଶୁଭମ ସେଇ କୂଅ ମଧ୍ୟକୁ ଡିଆଁ ମାରିଛନ୍ତି। ଦିଶା ତାଙ୍କ ପଛେ ପଛେ ଡିଆଁ ମାରିଛନ୍ତି। ସେ ଦୁହେଁ କୂଅ ମଧ୍ୟରେ ଥିବା ମନ୍ଦିର ପାଖରେ ପହଞ୍ଚିଲେ। ସେ କବାଟ ଆପେ ଆପେ ଖୋଲି ଗଲା। ଶୁଭମଙ୍କ ପାଟିରୁ ବାହାରି ଗଲା ଏଇଏ ତ ନାଗମଣି ଜାଗା।
ଦିଶା ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ଶୁଭମ କହିଲେ ହଁ ମୋର କିଛି କିଛି ମନେ ପଡୁଛି। ଅହ ମୋ ମୁଣ୍ଡ କଣ ହୋଇ ଯାଉଛି। ଦିଶା ମୋତେ ଅନ୍ଧାର ଦେଖା ଯାଉଛି। ଏମିତି କହୁ କହୁ ଶୁଭମଙ୍କ ଚେତା ଚାଲି ଗଲା।
ଶୁଭମ ଆଖି ଖୋଲିଲା ବେଳକୁ ସେ ସେଇ କୁଡିଆରେ ଶୋଇଛନ୍ତି। ରାତି କଥା ଠିକରେ ମନେ ପଡୁ ନ ଥାଏ।
ଦିଶା : ଶୁଭ ସକାଳ ଶୁଭ।
ଶୁଭମ : କାଲି ରାତିରେ କଣ ହେଲା ଠିକରେ ମନେ ପଡୁ ନାହିଁ।
ଦିଶା : ଏ ସବୁ ମହାଦେବଙ୍କ କୃପା। ସେ ତୁମକୁ କିଛି ମନେ ପକାଇବା ପାଇଁ ଚାହୁଁଛନ୍ତି।
ଶୁଭମ : ସେଇଟା ତ ମନେ ପଡୁ ନାହିଁ।
ଦିଶା : ଚାଲ ଆମେ ମହାଦେବଙ୍କ ମନ୍ଦିର ଆଉ ଥରେ ଯିବା।
ଶୁଭମ ଓ ଦିଶା ମହାଦେବଙ୍କ ମନ୍ଦିର ପାଖକୁ ଗଲେ।ସେଇ ସମୟରେ ଶୁଭମ ଓ ଦିଶାଙ୍କୁ ସୋନା ନାଗୁଣୀ ରୂପରେ ଆସି ଅଟକାଇବା ପାଇଁ ଚେଷ୍ଟା କରିଛନ୍ତି। ଦିଶା କେମିତି ଶୁଭମଙ୍କୁ ବଞ୍ଚାଇବେ ବୁଝି ପାରି ନାହାଁନ୍ତି। କାରଣ ସୋନା ନାଗୁଣୀ ରୂପରେ ଶୁଭମଙ୍କ ପାଖକୁ ଯାଉଛନ୍ତି। ଦିଶା କିଛି ଉପାୟ ନ ପାଇ ଶେଷରେ ଶୁଭମ ଓ ସୋନାଙ୍କ ମଧ୍ୟରେ ଆସି ଯାଇଛନ୍ତି ଏବଂ ଶୁଭମଙ୍କୁ ଠେଲି ଦେଇଛନ୍ତି। ଶୁଭମ ଯାଇ ମନ୍ଦିରରେ ପଡିଲେ। ସୋନା ଦିଶାଙ୍କୁ କିଛି କରି ପାରିବେ ନାହିଁ ବୋଲି ଜାଣି ସେଠାରୁ ପଳାଇଲେ।
ଶୁଭମ ଅଚେତ ହୋଇ ଗଲେ।ଦିଶା ମନେ ମନେ ଭାବିଲେ ମୁଁ ଜାଣେ ସୋନା ତୁ କେବେ ବି ମହଦେବଙ୍କ ମନ୍ଦିର କୁ ଆସି ପାରିବୁ ନାହିଁ। କାରଣ ତୋତେ ନାଗ ବଂଶ ଓ ଶିବ ବାବାଙ୍କ ମନ୍ଦିରରୁ ବାଛନ୍ଦ କରାଯାଇଛି।
ଶୁଭମଙ୍କ ଚେତା ଆସିଲା। ସେ କହିଲେ ଦିଶା ମୋତେ ସ୍ୱପ୍ନରେ କିଛି ଦେଖା ଦେଲା। ମୁଁ ଦେଖିଲି ଆମେ ଦୁହେଁ ନାଗ ଓ ନାଗୁଣୀ। ମୁଁ ରୁଦ୍ର ନାଗ ରାଜା ଆଉ ତୁମେ ନାଗ ରାଣୀ। ତୁମେ ଆଉ ମୁଁ ନାଗ ମଣି ର ରକ୍ଷାକର୍ତ୍ତା। ଆଉ ସୋନା ଆମର ସାଙ୍ଗ। ଆଉ କିଛି ମନେ ପଡୁ ନାହିଁ। ଏ ସବୁ କଣ ହେଉଛି ଦିଶା।
ସେଇ ସମୟରେ ମନ୍ଦିର ପୂଜାରୀ କହିଲେ ଏ ସବୁ ମହାଦେବଙ୍କ ମହିମା। ଏଇଠି କେବେ କିଛି ମିଛ ତୁମେ ଦେଖିବ ନାହିଁ। ହୁଏ ତ ଏ କଥା ତୁମ ଅତୀତ ମାନେ ଗତ ଜନ୍ମ ସହ ଜଡିତ ହୋଇ ଥିବ।
ଶୁଭମ ଓ ଦିଶା ପୂଜା କରି ଘରକୁ ଫେରୁ ଥାଆନ୍ତି। ଶୁଭମଙ୍କ ମନରେ ସେଇ କଥା ଚାଲି ଥାଏ। ଶୁଭମ ଦିଶାଙ୍କୁ କହିଲେ ମୁଁ ଜାଣେ ନାହିଁ ଆଗ ଜନ୍ମର କଥା କଣ ହେଲେ ସବୁବେଳେ ଲାଗୁଛି ଯେମିତି ମୁଁ ତୁମକୁ ବହୁତ ବର୍ଷରୁ ମାନେ ଜନ୍ମ ଜନ୍ମରୁ ଜାଣିଛି।
ଦିଶା କହିଲେ ଏ ସବୁ କଥା ଛାଡ଼। ହେଲେ ଏତିକି ତ ସତ ଏଇ ମନ୍ଦିର ଓ କୁଡିଆ ପାଇଁ ଆମେ ଦୁହେଁ ଏତେ ଜଳଦି ଏକାଠି ହୋଇ ପାରିଛୁ।
ଶୁଭମ : ହେଲେ ସେ ସାପ କିଏ? କାହିଁକି ସେ ଆମକୁ ମାରିବା ପାଇଁ ଚାହୁଁଛି?
ଦିଶା : ନନା କହିଲା ପରି ହୁଏ ତ ଏ ସବୁ ପୂର୍ବ ଜନ୍ମ ସହ ଜଡିତ ଥିବ।
ଶୁଭମ : ହଁ ତୁମେ ଠିକ କହିଲ।
ଏତିକି ବେଳେ ଗୋଟିଏ ଫୋନ ଆସିବ। ଶୁଭମ ଫୋନ ଉଠାଇଲେ ଏବଂ କହିଲେ ହଁ ମାଆ କୁହ।
ଲତା : ଆରେ ତୁମେମାନେ କେତେବେଳେ ପହଞ୍ଚିବ?
ଶୁଭମ : ଆମେ ଆଜି ଚାରିଟା ସୁଦ୍ଧା ପହଞ୍ଚି ଯିବା।
ଲତା : ଆରେ ଆଜି ଶୀତଳକୁ ଦଖିବା ପାଇଁ ପୁଅ ଘର ଆସୁଛନ୍ତି। ଯଦି ଠିକ ହୋଇ ଯାଏ ସେମାନେ ପନ୍ଦର ଦିନ ମଧ୍ୟରେ ବିବାହ କରିବେ। ପୁଅର ନାମ ରାଜୀବ। ତାର ବେଶୀ ଦିନ ଛୁଟି ନାହିଁ। ସେ ମିଲିଟାରୀ ଅଫିସର।
ମୋବାଇଲ ସ୍ପିକର ରେ ଥାଏ। ଶୁଭମ ଓ ଦିଶା ବହୁତ ବଢିଆ ମାଆ। ଆମେ ଜଲଦି ପହଞ୍ଚି ଯିବା।
ଘରେ ପହଞ୍ଚି ଦିଶା ଦଖିଲେ ଶୀତଳ ମୁହଁ ଶୁଖାଇଛନ୍ତି ।
ଦିଶା : କଣ ହୋଇଛି?
ଶୀତଳ : ନା କିଛି ନୁହେଁ। ଭାଉଜ.... ନା ନା ଥାଉ।
ଦିଶା : ଆରେ କୁହ ନା। ମୋତେ ଭାଉଜ ନ ଭାବି ସାଙ୍ଗ ବୋଲି ଭାବ।
ଶୀତଳ ଭାଉଜ କହି କାନ୍ଦିବାକୁ ଲାଗିଲେ।
ଦିଶା : କଣ ହେଲା.....ଏମିତି କାନ୍ଦୁଛ କଣ ପାଇଁ।
ଶୀତଳ : ଭାଉଜ କିଛି ମାସ ତଳେ ମୁଁ ଆମ କଲେଜ ତରଫରୁ କ୍ୟାମ୍ପସରେ ଯାଇ ଥିଲୁ। ସେଇଠି ମୁଁ ଥିବା ସମୟରେ ଦିନେଶ ବୋଲି ଗୋଟିଏ ଟୋକା ମୋ ସହ ଖରାପ ବ୍ୟବହାର କଲା ଏବଂ ଲୁଚି ଲୁଚି ମୋର କିଛି ଖରାପ ଫୋଟୋ ଉଠାଇଛି। ଆଉ ସେ ଫୋଟୋ ପାଇଁ ମୋତେ ସେ ବ୍ଳାକମେଲ କରୁଛି। ପ୍ରଥମେ ସେ ମୋତେ ଟଙ୍କା ମାଗିଲା। ଘରେ ମାଆଙ୍କୁ ଲୁଚାଇ ମୁଁ ଟଙ୍କା ଦେଲି। ତାପରେ ଏବେ ସେ ଯିଦ କରୁଛି ତା ସହ ବିବାହ କରିବା ପାଇଁ। ମୁଁ କଣ କରିବି? ମୋର ଆଉ କାହା ସହ ବିବାହ ଶୁଣିଲେ ସେ ମୋର ଫୋଟୋ ନେଟ୍ ରେ ଛାଡି ଦେବ।
ଦିଶା ଏ କଥା ଶୁଣି ପୁରା ରାଗି ଗଲେ ଏବଂ କହିଲେ ତାଙ୍କୁ ରାତିରେ ଦିନେଶ ପାଖକୁ ନେଇ ଯିବା ପାଇଁ। ଶୀତଳ ଦିନେଶ ର ଫୋଟୋ ଦେଖାଇ କହିଲେ ଏ ହେଉଛି ସେ ପିଲା।
ଦିଶା ଶୀତଳ ଙ୍କୁ ସୁନ୍ଦର ଭାବରେ ସଜାଇ ଦେଲେ।ରାଜୀବ ଓ ତାଙ୍କ ଘର ଲୋକ ଆସିଲେ। ଦିଶା ଶୀତଳଙ୍କୁ ବୁଝାଇବାରୁ ଶୀତଳ ଭୟଭୀତ ନ ହୋଇ ରାଜୀବ ଓ ତାଙ୍କ ଘର ଲୋକଙ୍କ ସାମ୍ନାକୁ ଗଲେ।ରାଜୀବ ଓ ତାଙ୍କ ଘର ଲୋକ ଶୀତଳଙ୍କୁ ଦେଖି ପସନ୍ଦ କଲେ।
ରାତିରେ ଶୀତଳ ଓ ଦିଶା ଦିନେଶଙ୍କୁ ଦେଖା କରିବାକୁ ଗଲେ। ସେଇଠିକୁ ଯାଇ ଦିଶା ଓ ଶୀତଳ ଯାହା ଦେଖିଲେ ତାଙ୍କ ମୁଣ୍ଡ ଖରାପ ହୋଇଗଲା। ଦିନେଶ ଆଉ ତାର ଦୁଇ ସାଙ୍ଗ ଏମିତି ବହୁତ ଝିଅଙ୍କ ଜୀବନ ଖରାପ କରି ସାରିଛନ୍ତି। ଆଉ ଏବେ ସେମାନେ ଶୀତଳ ଉପରେ ନଜର ରଖିଛନ୍ତି। ଶୀତଳ ଦିନେଶ କୁ ବିବାହ ନ କଲେ ସେମାନେ ଶୀତଳଙ୍କ ଜୀବନ ନଷ୍ଟ କରି ଦେବାର ଧମକ ଦେଲେ। ଦିଶା ବୁଝାଇବା ପାଇଁ ଚେଷ୍ଟା କଲେ। ହେଲେ ସେମାନେ ସେଥିରେ ସର୍ତ୍ତ ରଖିଲେ ଯଦି ଦିଶା ଗୋଟିଏ ରାତି ଦିନେଶ ଓ ତାଙ୍କ ସଙ୍ଗମାନଙ୍କର କାମନା ମେଣ୍ଟାଇବେ ତେବେ ଯାଇ ସେମାନେ ଶୀତଳଙ୍କ ଫୋଟୋ ଡିଲିଟ କରି ଦେବେ। ଏ କଥା ଶୁଣି ଦିଶା ରାଗରେ ଗର ଗର ହେଉ ଥାଆନ୍ତି। ତାଙ୍କୁ ଇଚ୍ଛା ହେଉଥାଏ ଯେ ସେ ନାଗୁଣୀ ରୂପ ନେଇ ସେମାନଙ୍କୁ ମାରି ଦେବେ। ହେଲେ ଶୀତଳ ଥିବାରୁ ସେ କିଛି କରି ପାରିଲେ ନାହିଁ ପୁଣି ତାଙ୍କର ନାଗୁଣୀ ଶକ୍ତି ବି ତ ଆସିବାରେ ଆଉ କିଛି ଦିନ ସମୟ ଅଛି। ସେ କିଛି ସମୟ ମାଗି ଚାଲି ଆସିଲେ। ସେ ଶୀତଳଙ୍କୁ ବ୍ୟସ୍ତ ହେବା ପାଇଁ ମନା କଲେ ଆଉ କହିଲେ ସେ ସବୁ ଠିକ କରି ଦେବେ। ରାତି ବାରଟା ପାଖା ପାଖି ଚୌକିଦାର ଆସି କହିଲା ଶୁଭମଙ୍କ ରୁମର ଝରକା ଦେଇ ଗୋଟିଏ ନାଗ ସାପ ସେ ରୁମରେ ପ୍ରବେଶ କରିବାର ସେ ଦେଖିଲା।ସମସ୍ତେ ଖୋଜିଲେ ହେଲେ ସାପ ପାଇଲେ ନାହିଁ।
ତାପର ଦିନ ସକାଳୁ ଶୀତଳ କଲେଜ ଗ୍ରୁପରେ ମେସେଜରେ ଦେଖିଲେ ଯେ ଦିନେଶ ଓ ତାଙ୍କ ସାଙ୍ଗ ଦୁଇ ଜଣ ଙ୍କୁ ସାପ ଦଂଶନ କରି ମାରି ଦେଲା। ଏ କଥା ଦେଖି ଶୀତଳ ଆଶ୍ଚର୍ଯ୍ୟ ହୋଇ ଗଲେ।
( ଦିନେଶ ଓ ତାଙ୍କ ସାଙ୍ଗମାନଙ୍କୁ କିଏ ମାରିଲା......? ଦିଶା କଣ ତାଙ୍କ ଶକ୍ତି ଫେରି ପାଇଲେ? ଜାଣିବା ପାଇଁ ପଢନ୍ତୁ " ମାୟାବିନୀ " କାହାଣୀ ର ଆଗାମୀ ଅଧ୍ୟାୟ। )
