ମାଟୁ
ମାଟୁ


"ମାଟୁ" ଭାରି ସରଳ ପିଲାଟିଏ । ପିଲାଟି ବେଳରୁ ମା’ ବାପା ନାହିଁ । ଜେଜେ ମା’ ବହୁତ କଷ୍ଟରେ ବଢ଼ାଉଛି, ଷାଠିଏ ବର୍ଷ ବୟସ୍କ ବୁଢ଼ୀ ଜେଜେ । ଆଘରେ ତା ଘରେ ଅଇଁଠା ବାସନ ମାଜି, ଯାହା ମିଳେ ନାତିର ଖର୍ଚ୍ଚ ଓ ଘରର ଖର୍ଚ୍ଚରେ ଲଗାଏ । ନିପଟ ମଫସଲ ଗାଁ ଦୁରିଆ ଦୁରିଆ ଘର । ସହର ଭଳି ଗୋଟାଏ ପାଖରେ ଘର ନାହିଁ । ଗୋଟାଏ ବୋଲି ଚାଳ କୁଡ଼ିଆ, ତା'ପୁଅ ଯେତେବେଳେ ବଞ୍ଚିଥିଲା ସେ ବି ବହୁତ କଷ୍ଟ କରି ପଥର ଖୋଳି, ସମତଳ କରି ଦିଟା କିଆରି ବନେଇଥିଲା, ଯୋଡି ହଳ ବି ଥିଲା,ମେଣ୍ଢି ଚାରିଟା ,ଏଇମିତି କରି ସେ ଘର ସମ୍ଭାଳି କୁଟୁମ୍ବ ପୋଷିଆସୁଥିଲା l
ଦିନେ ଭୋରୁ ଉଠି ମା’କୁ କହିଲା, ମା’! ମୁଁ କାଡି ଆଣ୍ ବାକେ ଖମନେ ଜିବିଚେ ତୁଇ ଘର ବାଟେ ଦେକ୍ । (କାଡି ଅର୍ଥ ହଳ ଦ୍ୱାରା ଖମନ୍ (ବଣ)ରୁ କାଠ ଆଣିବା)
ମେଣ୍ଡି ମନକେ ଚରେଇ ବାକେ ନେ - ମା’ ସମ୍ମତି ଜଣେଇଲା । ହଉରେ ପୁଅ ଯା’।
ସେଇ ଦିନ ଠାରୁ ଆଉ ତା ପୁଅ ଫେରିନାହିଁ । କିଏ କହିଲା ବାଘ ଖାଇଲା,କିଏ କହିଲା ଭାଲୁ,କିଏ କ’ଣ କହିଲେ, ହେଲେ ହଳ ଦୁଇଟା ସନ୍ଧ୍ୟା ବେଳକୁ ଘରକୁ ଫେରିଲେ । ପୁଅ ନାହିଁ ! କେତେ ଖୋଜା ଖୋଜି କରାଗଲା । ବୁଢ଼ୀ ଜେଜେ କେତେ ନ କାନ୍ଦିଛି ସେ ଦିନ । ହେଲେ ଇଆଡ଼େ କହଁଳିଆ ନାତିଟିଏ ତାର ମା’ କୋଳରେ ଖେଳୁଛି । ଦୁଇଦିନ ହେଲା ତା ବହୁର ଦେହ ଭଲ ନାହିଁ । ପାଖରେ ବୈଦ ଘର ନାହିଁ । ଗାଁର ଦିଶାରୀ ପାଖକୁ(ଗୁଣିଆ)ନେଇ ଝଡା ଫୁଙ୍କା କରେଇକି ଆଣିଲା । ରାତିରେ ବେଳେ ଖାଇବାକୁ ପେଜ ଦେଲା ତା ବହୁ ପେଜ ପିଇ ଆଉ ଉଠିଲା ନାହିଁ ।
ବୁଢ଼ୀ ଭାବିଲା ବହୁ ମୋର ସୋଇଛି ! ବୁଢ଼ୀ ଜେଜେ ଯେତେବେଳେ ଯାଇ ଦେଖିଲା ବହୁର ଦେହ ଛୁଇଁ, ଗରମ ଅଛି ଦେହ, ମାଟୁ ତାର ଖୀର ଖାଉଛି, ଆଉ ଗୋଟାଏ ଖୀର ସହିତ ଖେଳୁଛି । ବୁଢ଼ୀ ଖୁସିରେ କହିଲା ଯାହାହେଉ ବହୁ ମୋର ଠିକ ହୋଇଗଲା ବୋଧେ - ଭାବି ଭାବି ଜେଜେ ତାର ପାଖରେ ଛିଣ୍ଡା ଅଖାଟିଏ ପାରି ଶୋଇଗଲା ।
କିନ୍ତୁ ଏ କ’ଣ ? ବହୁ ହଠାତ ଗୋଡ଼ ହାତ ଛାଟିଲା, ପାଣି ପାଣି ରଡି କରିଲା, ଜେଜେ ଅବାକ୍ ହୋଇଗଲା,ପାଖ ପୋଡ଼ିଶାରେ କିଏ ଲୋକ ଅଛନ୍ତି, ହେଲେ ବି କିଛି ଦୂରରେ ଥିବା, ଲୋକ ରାତିର ଏ ପାଟି ଶବ୍ଦ ଶୁଣି ନିଦ ଭାଙ୍ଗି ଗଲା,ସେମାନେ ଦୌଡ଼ି ଆଇଲା ବେଳକୁ ହାତେ ଲମ୍ବର ଜିଭ କାଢ଼ିକି ବହୁର ପ୍ରାଣ ବାୟୁ ଉଡି ସାରିଲାଣି ।
ଜେଜେ ମୁଣ୍ଡ କୋଡ଼ି କାନ୍ଦିବାରେ ଲାଗିଲା, ତା କୋଲରୁ ମାଟୁକୁ ନିଜ କୋଳକୁ ଆଣି ବୁଢ଼ୀ ଜେଜେର ଛାତିରେ ହାତ ପିଟି ପିଟି ଦଇବକୁ ଡାକି ବାହିନୀ ବାହୁନୀ କାନ୍ଦିବାରେ ଲାଗିଲା, ଗାଁ ଲୋକ ସମସ୍ତେ ରୁଣ୍ଡ। ହେଲେ ବହୁକୁ ଶ୍ମଶାନଙ୍କୁ ନେଇ ପୋଡି ଦେଲେ ।
କହଁଳିଆ ମାଟୁ ସେତେବେଳକୁ ୬ ମାସର ଛୁଆ । ଆଉ କଣ କରିବ ! ଏବେ ଆଉ ମା ଖୀର ନାହିଁ, ମେଣ୍ଡି ଖୀର ଖାଇ ମାଟୁ ବଞ୍ଚୁଛି । ଗୋବର ଗୋଟେଇ, ନିଜେ ସଫା କରୁଛି ଗୁହାଳ ଜେଜେ । ମାଟୁ ପାଇଁ ପେଜ ରାନ୍ଧି ଦେଲେ ମାଟୁ ଗୋରୁ ଚରେଇବାକୁ ନିଏ । ଏବେ ଆଉ ଛୋଟ ନାହିଁ ମାଟୁ ୧୯ ବର୍ଷର ଭେଣ୍ଡିଆ ।
ବୁଢ଼ୀ ଜେଜେକୁ କିନ୍ତୁ ୬୦ ବର୍ଷ ହେବ ହେଲେ ବି ଦମ୍ ଅଛି, ଦିଣ୍ଡା ଟୋକିଙ୍କ ଭଳି କାମ କରିବ ବୁଢ଼ୀ ଜେଜେ । କିଏ ତାକୁ ପାରିବ,ଅଣ୍ଟା ଲୁଇଁ ନାଈଁ,କି ଦାନ୍ତ ଝଡ଼ିନାହିଁ !
ହୋଇରେ ମାଟୁ କୁଆଡେ ଗଲା ପିଲାଟା ! -ଜେଜେ ।
ଆଉଚି ଜେଜେ! – ମାଟୁ ।
ବାବୁରେ ବୟସ ମୋର ଆଉ ଅଛି କି କାମ କରିବାକୁ, ବୋହୂ ଗୁଟେ ଦେଖ ଜଲଦି କନିଆ ଗୁଟେ ଆଣିଲେ ,ମୋର କାମ ଶେଷ,ମୁଁ ଆଉ ପାରିବି କି କାମ କରିବାକୁ – ଜେଜେ ।
ନାଈଁ ଜେଜେ ରୋତା ଏବେ ନାଇ ଆଇଲା ବରଷକେ ଦେଖବୁ – ମାଟୁ ।
ଏଇମିତି ହସ ଖୁସିରେ ମାଟୁ ଓ ଜେଜେ ଜୀବନ ବିତେଇବାରେ ଲାଗିଲେ । ଦିନେ ସେଇ ଗାଁକୁ ସହରରୁ ଗୋଟାଏ ପରିବାର ବଣ ଭୋଜି କରିବାକୁ ଆସିଥାନ୍ତି,ବହୁତ ସୁନ୍ଦର ଝରଣା, ପାହାଡ଼, ବଣ ଭିତରେ ଏଇମିତି ବହୁତ ପର୍ଯ୍ୟଟକ ଆସନ୍ତି କିନ୍ତୁ ସେ ଦିନ ।
ଧୋବ ଫର ଫର ପୋଷାକରେ କଳା ଓଢଣୀ ପକେଇ, ଝିଅଟିଏ ସେ ଗାଁ ପାଖ ଝରଣାକୁ ଆସିଛି ତାର ବନ୍ଧୁ ପରିବାରଙ୍କ ସହିତ ଭୋଜି ରନ୍ଧା ଚାଲିଛି ଯେ ଯାହାର ବୁଲାବୁଲି,ଖେଳା ଖେଳି ଚାଲିଛି । ଠିକ୍ ଏତିକି ବେଳେ ପର୍ଯ୍ୟଟକ ମାନେ ପାଟିକଲେ । ମାଟୁ ସେଇ ପାଖ ଝରଣାକୁ ତା ଗୋରୁଙ୍କୁ ପାଣି ପିଏଇବାକୁ ନେଇଥାଏ । ତାଙ୍କ ପାଟିଶୁଣି ଗୋରୁଗାଇଙ୍କୁ ଛାଡି ଦୌଡ଼ିଲା । ଦେଖିଲା ଯେ ତାର ଓଢଣୀକୁ ଧରି ଓହଳେଇ ହୋଇ ରହିଛି ପାହାଡ଼ ଉପର ଖୋଲ ବାହାରେ ଥିବା ଶୁଖିଲା କାଠ ଉପରେ । ବହୁତ ଦିନ ପୁରୁଣା ଗଛଟିଏ (ମରି ହଲେଇ ପଡ଼ିଥିବା ଗଛ) ପ୍ରାୟ ଶହେ ଫୁଟ ଉପରେ ।
ସଭିଏଁ କେବଳ ପାଟି ହିଁ କରୁଛନ୍ତି ହେଲେ କେହି ତାକୁ ଉଦ୍ଧାର କରିବାର ପ୍ରୟାସ ବି କରୁନାହାନ୍ତି । ଆଉ କିଛି ସମୟ ରହିଲେ ଝିଅଟି ସିଧା ପଥର ଚଟାଣ ତଳେ ଖସି ପଡିବ । ମାଟୁ ଦେଖି ଆବାକ୍ ଧାଇଁଲା ମାଟୁ ସେ ଝିଅ ପଖାକୁ । ସିଧା ଚଢ଼ିଗଲା ଉପରକୁ ଓ ନିଜ ଅଣ୍ଟାରେ ସିଆଡ଼ି ଲତାଟିଏ ଆଣି ବାନ୍ଧି ଡେଇଁ ପଡିଲା । ସଳଖରେ ଆଉ ଜାବୁଡି ଧରିଲା ସେ ଝିଅର ଶରୀରକୁ ।
ତା’ ଦେହ ସେ ଝିଅର ଦେହ ସହ ମିଶି ଯାଇଥିଲା । ସେ ଝିଅର ଦେହର ଗନ୍ଧ ଅନୁଭବ କରିପାରୁଥାଏ ମାଟୁ । ହେଲେ ସେ ଯାହା ହେଉ ତାକୁ ମୁକୁଳେଇ ରକ୍ଷା କଲା ମାଟୁ । ତା’ ପରେ ମାଟୁର ପ୍ରଶଂସା କଲେ ସଭିଏଁ । ଝିଅ କିନ୍ତୁ ମାଟୁକୁ ହିଁ କେବଳ ଦେଖୁଥାଏ । ବିରାଟ କାୟା,ମାଂସ ପେଶୀ ଉନ୍ନତ ଛାତି, ଲମ୍ଭା ବାଳ, ସତେକି ତାର୍ଜନ ସିନେମାର୍ ହିରୋ ଭଳି ଆନୁଭଵ କରୁଥାଏ ଝିଅଟି ଦେଖି ମାଟୁର ଶରୀରକୁ ।
ମାଟୁ କିନ୍ତୁ ଆଉ ସେ ଦିନ କିଛି ଖାଇନି,ଖାଲି ଝିଅର ରୂପ ତାର ହୃଦୟ,ପ୍ରାଣ ଓ ନୟନରେ ଖେଳି ଯାଉଛି । କେବେ ସେ କୌଣସି ଝିଅର ଦେହ ସ୍ପର୍ଶ କରି ନାହିଁ । ଆଉ ଏତେ ସୁନ୍ଦର ସେ ଝିଅର ରୂପ,ଓଷ୍ଠ ସତେକି ବଦଲି ଫୁଲ ପ୍ରାୟ । ଆଖି ଝରଣାର ପାଣି ପରା,ବାଳ ସତେକି ଉଡି ଗଲା ମେଘ ପରା, ଆରି ତାର ଗାଗରର ବାସ୍ନା ତାର ପୋସ୍ନା(ଝାଳ)ମାଟୁର ମୁଣ୍ଡ ଖରାପ୍ ହୋଇ ଯାଉଥାଏ । ହେଲେ ଉପାୟ କିଶ ଅଛି ଯେ ତାର ଘର କୁଠି?, ତାର ନା କ’ଣ? କୁ ଗାଁର ସେ ଝିଅ କିଛି ଜାଣିନାହିଁ ମାଟୁ !
ହେ ଛାଡ଼! ମୁଁ ଗୋଟାଏ ଗାଉଁଲି ଗୋରୁଚରା ଭିକାରୀ ଆଉ ସେ ସରଗର ପରୀ । ମୁଁ ମାଟି ସେ ଆକାଶ, ମୁଁ ବା ତା ଆଗରେ ତା ପାଦ ଧୂଳି ସମ ବି ସରି ନୁହେଁ । ଏଇମିତି ଭାବି ଭାବି ,ଝରଣାର ଜଳ ଭିତରକୁ ଗୋଡି ଫପାଡି ଗୋଡି ମାରି ବସିଥାଏ ମାଟୁ । ହାଠାତ୍ ପାଚ୍ଛାଡୁ ଆସି କିଏ ତା ଖାନ୍ଦେ ହାତ ଥାପି ହଲେଇ ଦେଲା । ଚମକି ପଡିଲା ମାଟୁ, ଦେଖିଲା ଆଉ ଅବାକ୍ ହୋଇ ରହିଗଲା ।
ତା ଜେଜେ, ହାତରେ ବାଡ଼ିଟିଏ ଧରି ମାଟୁର ଠିକ୍ ପଛରେ ଠିଆ ହୋଇଛି । ବାବୁ ଏଇ ଦେଖ୍ କିଏ ? ମାଟୁ ବିଶ୍ୱାସ କରି ପାରୁ ନ ଥାଏ । ସେ ସ୍ବପ୍ନ ଦେଖୁ ନାହିଁ ତ! ସେଇ ସ୍ୱର୍ଗର ପରୀ ପୁଣି ସେଇମିତି ରୂପରେ ତା ଅଗରେ ତା ଜେଜେ ସହ । ଲାଜେଇ ଗଲା ମାଟୁ, ମୁଣ୍ଡ ତଳକୁ କରି ଠିଆ ହୋଇଗଲା । ହେଲେ ହାଠାତ୍ ସେ ଝିଅ ଦୌଡି ଦୌଡି ଆସି ମାଟୁର ଶରୀର ସହ ମିଶି ଗଲା । ତାର ବିଶାଳ ଛାତି ଉପରେ ନିଜର ମୁଣ୍ଡ ରଖି କଇଁ କଇଁ କାନ୍ଦିବାରେ ଲାଗିଲା ।
ବିଶ୍ୱାସ କରିପାରୁ ନ ଥାଏ ମାଟୁ ! ହେଲେବି ତାର ବଜ୍ର ଭଳି ବାହୁ ବାନ୍ଧିଦେଲେ ସେ ଝିଅର ଶରୀରକୁ ନିଜ ଛାତି ଭିତରକୁ ଟାଣି ନେଇଗଲା ସେ ଝିଅର ହୃଦୟକୁ । ଜେଜେ ଦେଖି ଭାରି ଖୁସି । ଏବେ ସେ ଝିଅର ପରିବାରବି ଖୁସିରେ । ଯାହା ହେଉ ଯିଏ ଜୀବନ ବଞ୍ଚେଇ ଥିଲା । ଈଶ୍ୱରଙ୍କୁ ସହଶ୍ର ମୁଣ୍ଡିଆ ଭାଙ୍ଗିଗଲା ଜୀବନ ଗଢ଼ି ଦିଅନ୍ତି ।