Prabhanjana Tripathy

Others

4.0  

Prabhanjana Tripathy

Others

ଭୂତ

ଭୂତ

2 mins
328



ଦିନକର ଘଟଣା l ମୁଁ ଆମ ଗାଁ ଠାରୁ 3km ଦୂରରେ ମୋ 3ଏକର ଜମିରେ ଧାନ କାଟିଥିଲି l ଏବେ 1 ଟଙ୍କିଆ ଚାଉଳ ପାଇଁ ଚୋର ନାହାନ୍ତି,କିନ୍ତୁ ସେଇ ସମୟର କଥା,20ବର୍ଷ ତଳର,ବିଲ ବାଡ଼ିରେ ଶୋଇବାକୁ ଲୋକେ କୁଡ଼ିଆଟେ କରୁଥିଲେ, ରାତି ପ୍ରାୟ 11 ଘଣ୍ଟ ଗାଁ ରେ ଦାସକାଠିଆ ଲାଗିଥିଲା,ଯେମିତି ଦାସକାଠିଆ ଖତମ ହେଲା ମୁଁ ଠେଙ୍ଗାଟିଏ ଓ ହାତ ଲାଇଟି ଟିଏ ଧରି ବିଲ କୁ ଯିବାକୁ ବାହାରିଲି l ଏକଲା ଜହ୍ନ ଆଲୁଅ ଅଧା ଖଣ୍ଡିଆ... ମନ ଖୁସିରେ ଦାସକାଠିଆ ଗୀତ ସବୁ ଭାବି ଭାବି ବାଟ ଚାଲିବାକୁ ଲାଗିଲି l ବେଳେ ବେଳେ ରାସ୍ତା କଡରେ ଥିବା ତେନ୍ତୁଳି ଗଛର ଛାଇ ଟିକିଏ ଅନ୍ଧାର କରିଦେଉଥିଲା ମୋ ପାଦକୁ !

କୁଆଡୁ କେଜାଣି ହଠାତ ମେଘ ଘନେଇ ଆସିଲା ଘଡ଼ଘଡି ବି ବିଜୁଳି ସହ ତାଳ ମିଳେଇ ଆକାଶ ବକ୍ଷକୁ ଚିରଫାଡ୍ କରି ପୃଥିବୀକୁ କ୍ଷଣିକ ଆଲୋକର ଝଲକ ଦେଉଥାଏ l ଏ ସବୁକୁ ଭୃକ୍ଷେପ ନ କରି ମୁଁ ଚାଲିଥାଏ କ୍ଷେତ ଆଡକୁ,ବର୍ଷ ସାରାର କମାଣି, କିଏ କାଳେ ନେଇଯିବ l ମନରେ ଅସରନ୍ତି ଭାବନା କେତେବେଳେ କେଉଁ ପ୍ରକାର l ମୋ ସ୍ତ୍ରୀ 2ପିଲାଙ୍କ ସହିତ ଘରେ,କରେଣ୍ଟ ବି ଚାଲିଯାଇଥିବ,ଏ ବର୍ଷର ଫସଲ ହେଲେ ଋଣ ବାଡ଼ି ଟିକିଏ ସୁଝି ହେଇଯିବ, ଏଇମିତି ଦୁନିଆର କଥା lମୋ ଭାଗ୍ୟରେ ଯାହାଥିବ ତାହାହିଁ ହେବ । ଦେଖିବା ଆଗକୁ ଭାଗ୍ୟ କୁଆଡେ ନେଉଛି ? ଏଇମିତି ଭାବୁ ଭାବୁ କେତେବେଳେ ଯାଇ ଖେତ ହିଡ ଉପରେ ଠିଆ ହେଇଛି ମୁଁ ଜାଣିବି ପାରିନି l ତା'ପରେ ଟର୍ଚ୍ଚ ମାରିଦେଖେ ଯେ କେହି ଜଣେ ମୋ ବିଲ ଭିତରକୁ ପଶି ଆସୁଛି l ମୁଁ ହିଡ ଦେଇ ତାପଖକୁ ଯିବାର ପ୍ରାୟଶଃ କରୁଛି କିନ୍ତୁ ଯାଇ ପାରୁନି l

କିଏ ? କିଏ ?

ନିରୁତ୍ତର ...

ବିଷମ ପରିସ୍ଥିତି, ଉଁ ନାଈଁ କି ଚୁଁ ନାଈଁ l

ବଡ଼ କଷ୍ଟ ହେଲା l କିଏ ରେ ତୁ କଅଣ କରୁଛୁ l ଯା ଏଠୁ ଏଇମିତି ସବୁ ପାଗଳାଙ୍କ ପରି ଝାଡି ହେଉ ହେଉ ମୁଁ ହିଡ ଉପରୁ ସିଧା କାଦୁଅ ଭର୍ତ୍ତି ବିଲ ଭିତରେ l ମଲି ଏତେ ରାତିରେ ବିଲକୁ କିଏ ଆସିଛି? ହଠାତ ମୋ ଟର୍ଚ୍ଚ ରେ ପାଣି ପଶିଗଲା l

ଟର୍ଚ୍ଚ ବି ବନ୍ଦ l ଉପାୟ ଶୂନ୍ୟ,ଝଲକାଏ ପବନ ଆସି ମୋ ପିଠି ଥାପୁଡ଼େଇ ଚାଲିଗଲା l ଟିପିରି ଟିପିରି ବର୍ଷା ବି ଆରମ୍ଭ,ମୋ ମୁଣ୍ଡ କାମ କଲାନି l କୁଡ଼ିଆ ପାଖକୁ ଯାଇ ଦେଖେ ମୋ ଗନ୍ଥା ଗଣ୍ଠିଲି ବି ଭିଜି ଯାଇଛି l

ମଲି ରାତିସାରା ଉଜାଗର ହେବି ନା ଘରକୁ ଯିବି l ଏଇମିତି ଭାବନା ବିତରେ ମୁଁ ସେ ଅଚିହ୍ନା ଲୋକ କିଏ ଏ ସବୁ ଭୁଲିବି ଯାଇଛି l ପୁଣି ଉପାୟ କିଛି ନାହିଁ l ଚାରିଆଡେ ଟର୍ଚ୍ଚ ବୁଲେଇ ଦେଇ ଘରକୁ ଫରିଲି l ଏବେ ସମୟ ପାହାନ୍ତି 4.30 ମିଣ୍ଟ l ହା ହା ହା ହା ହା l

ହଁ ସେଇଦିନ ମୁଁ ଭୂତ ହିଁ ଦେଖିଥିଲି l



Rate this content
Log in