Prabhanjana Tripathy

Others

2  

Prabhanjana Tripathy

Others

ପାଙ୍ଗଣାଣି

ପାଙ୍ଗଣାଣି

3 mins
413


ଦୀର୍ଘ 27 ବର୍ଷ ତଳର ଗୋଟାଏ ଅବିଶ୍ୱସନୀୟ କଥା l 

ଏଥିରେ ଯଦି ସାକ୍ଷ୍ୟ ପ୍ରମାଣ ଦରକାର ପଡେ ତାହା ହେଲେ ବି ଦେବି l (ଏହା କାଳ୍ପନିକ ବୋଲି ଚିନ୍ତା କରି ପଢିବେ)


ଆମ ଗାଁ ଆଉ ପିତା କୁମୁଲି ବୋଲି ଗାଁଟିଏ l ସେ ଧଣ୍ଡରା ଗ୍ରାମ ପଞ୍ଚାୟତର ଗୋଟିଏ ବୁଥ l ଗାଁ ପ୍ରାୟ 400 ଘର ପରିବାର ବାସ କରନ୍ତି l ସେ ଗାଁ ଆଉ ମୋ ଗାଁ ମଝିରେ ଆମ ଜମି l ଜମିର ନାଁ ଟି ଛାରଗାଁଇଆଁ ପାଟି l ଧାନ କଟା ସମୟ l ମୁଁ ସେତେବେଳକୁ ବାହା ହୋଇ ସାରିଥିଲି l ବୟସ 24 ବର୍ଷ ପ୍ରାୟ ହେବ l ନୂଆଁ ନୂଆଁ ଆମ ଜମି ଉପର ଦେଇ ରାସ୍ତାଟିଏ ଆରମ୍ଭ ହେଇଥିଲା l ମୋର ବର୍ତ୍ତମାନ ବୟସ 53ବର୍ଷ ହେଲାଣି l ହେଲେ ବି ଝାପ୍ସା ନୁହଁ ସମ୍ପୂର୍ଣ୍ଣ କଥା ମନେପଡେ l ମୁଁ ଧାନ କାଟିଥିଲି l ଏବେ ସିନା ଚୋର ଭୟ ନାହିଁ l ଏ ଟଙ୍କାକିଆ ଚାଉଳ ଚୋର ଘୁଂଚେଇ ଦେଲା l ସେତେବେଳେ ଧାନ ଚୋର ଥିଲେ l ବେଢ଼ାରେ ଜଗିବାକୁ ପଡୁଥିଲା l ହଁ ହେଲେ ଘରେ ଖାଇ କୁଡ଼ିଆରେ ଯାଇ ରାତି ଶୋଇବାକୁ ପଡେ ଓ କିଏରେ କିଏରେ ପାଟି ବି କରିବାକୁ ହୁଏ l ସେଇ ଜମି ପାଖ l ଅନ୍ୟ ଲୋକେ ବି ଧାନ କାଟିଥାନ୍ତି l ଟିକିଏ ଦୂରରେ ମାତ୍ର 300 ମିଟର ହେବ l 

ତେଣୁ ଭଲ ବି ଲାଗେ କିଏ କେତେ ପ୍ରକାର ଗୀତ ବୋଲନ୍ତି l କିଏ ତାସ ବି ଖେଳନ୍ତି l ରାତି ପ୍ରାୟ ଏକ ଘଣ୍ଟା ବାଜିଥିବ l ଏବେ ସିନା ମୋବାଇଲ ହେଲା ଯେ ମନୋରଞ୍ଜନ ମିଳିଯାଉଛି ସେତେବେଳେ ଏ ସବୁ ନ ଥିଲା l ନୂଆ ରେଡ଼ିଓଟିଏ କିଣିଥିଲି l ବୋଧହୁଏ ମୁର୍ଫି l bbc l ନ ହେଲେ all india radio

ଲଗେଇଲେ ରାତିରେ ପୁରୁଣା ଗୀତ ବାଜେ l 

ହଁ ସେ ଦିନ ବୋଧେ l ଜିହାଲ ମସ୍ତି ମକୁନ୍ଦବରଂଜିସ  l ମିଥୁନର ଗୀତ ବାଜୁଥିଲା l ମୋ ଦେହରେ ପୁରୁଣା କୋଟଟିଏ ଓ ନୂଆଁ ଜିନ ପେଣ୍ଟଟିଏ l ଗୋଟାଏ ହାତରେ ରେଡ଼ିଓ ଲାଗେଇଛି ଓ ଅନ୍ୟ ହାତରେ ଏଭରରେଡି ଟର୍ଚ୍ଚଟି ଧରି ଗୀତ ଶୁଣୁଛି l 


ଦୂରରୁ ତାସ ଖେଳାଳିଙ୍କ ପାଟି ବି ଶୁଭୁଚି l ଆମ ବଡ଼ ଭାଇ ନରସିଂହ ତ୍ରିପାଠୀ l ଆମ ଗାଁ ସୁନାରୀ ଘର ଘରଜୁଆଇଁ ଜଗନ୍ନାଥ l ଶ୍ରୀଧର ମିଶ୍ର ଡାକ ନାଁ ଜଟିଆ l ଏମାନେ ସବୁ ତାସ ଖେଳୁଥାନ୍ତି l ପ୍ରାୟ ୧.୩୦ମିଣ୍ଟ ରାତିରେ ସେଇ ପିତା କୁମୁଲି ଗାଁର ପାଖ ଗାଁ ଖଡ଼ିଆ ଗୁଡା ଆମ୍ବ ତୁଟା ପାଖରେ ଗୋଟାଏ ନୀଳ ରଙ୍ଗର ଆଲୋକ ଦେଖା ଗଲା  l ମୋ ରେଡ଼ିଆର ଗେଙ୍ଗ ବୋର୍ଡ ଉପରଦେଇ ମୋ ଆଖିକୁ l ମୁଁ ମୁଣ୍ଡ ବୁଲେଇ ଦେଖିଲି ସେଇ ଲାଇଟ l 

ହଠାତ ଆସି ବାଙ୍ଗିରି ମୁଣ୍ଡରେ l ସେଇ ଜାଗାରେ ଯୋଉ ଜାଗାରେ କି ଆମ ଆଉ ଜଣେ l (ଜୀବିତ ଅଛନ୍ତି)ଡ଼ମୁନାୟକଗୁଡା ରୁ ସଦା ଚାଲାଣ l ଙ୍କ କୁଡ଼ିଆ l 

ମୁଁ ଆଚମ୍ବିତ ହେବା ପୂର୍ବରୁ ସେ ମୋ ମୁଣ୍ଡ ପାଖରେ ଠିଆ l ମିଛ ନୁହଁ ଏ ନିରାଟ ସତ୍ୟ କଥା l ମୋ ମନରେ ଡର ବି ଥିଲା ହେଲେ ମୁଁ ଭାବିଲି ମୁଁ ଉଠି ପଡିଲେ l ପାଖ କୁଡ଼ିଆରୁ ଭାଇ ମାନେ ଦୌଡ଼ି ଆସିବେ l ସେ ଯାହାହେଉ l ଧଡ଼ ପଡ଼ ହୋଇ ଉଠି ଟର୍ଚ୍ଚ ସିଧା ସେଇ ଜୀଵ ଉପରକୁ ମୁହଁକୁ ପକେଇଲି l କି ବୀଭତ୍ସ ତାର ରୂପ l ପାଟିର ଦି ଓଠ ପୁରା ଆଗକୁ ଲମ୍ବି ଯାଇଛି l ସତେକି କିଏ ଓଠର ମୂଳକୁ ଟାଣି ଧରିଲା ପରି l ମୁଣ୍ଡ ବାଳ ପୁରା ଓଦା ପାଣି ଟପ ଟପ ଖସି ପଡୁଚି ତା ଦେହରେ l ଦେହରେ ସତେକି କିଏ ତେଲ ଢ଼ାଳି ଦେଇଛି l ଆଖି ସତେକି କେଉଁ ମଲା ବିଲେଇର ଆଖି ପରି l ପୁରା ରକ୍ତ ବର୍ଣ୍ଣ l 

ଉଦୁ ନଙ୍ଗଳା ଯୁବା ବୟସି l ସମ୍ପୂର୍ଣ୍ଣ l ଜଙ୍ଘ ସୁଢ଼ଳ l ବକ୍ଷ ଉନ୍ନତ l ବିଚିତ୍ର ସେ ରୂପ l ମୁଖ୍ୟ ଦାନ୍ତ ଦି ତା ସତେକି କେଉଁ ବାଘର ଦାନ୍ତ ଭଳି l ଲମ୍ବା ଲମ୍ବା l 

ହଁ ଏସବୁ ପରେ ବି ବର୍ଣ୍ଣନା କରିଥିଲେ ହୁଅନ୍ତା l ହଁ ମୁଁ ପାଟି କଲି ଆସରେ ଆସରେ ମତେ ପଙ୍ଗଣାଣି ଖାଇଦେଲା  l ସଭିଏଁ ଦେଖି ହସିବାର ମସଗୁଲ  l 

ହେଲେ ମୁଁ ହାରିନି ସେ ମୋ ଆଡ଼କୁ ଆସିଲେ ମୁଁ ବି ତାକୁ ଧୁପେଇ ନିଏଁ ସେ ବି ଡରେ ଆଉ ମୁଁ ବି l ଶୁଣିଥିଲି ରାସ୍ତା ଛାଡି ଦୌଡ଼ିବାକୁ ହେବନି l 

ତେଣୁ ମୁଁ ବି ରାସ୍ତା ଛାଡୁ ନ ଥାଏ l ସେ ବି ଆକ୍ରମଣ କରି ପାରୁ ନ ଥାଏ l ମୁଁ ପଡି ଉଠି ଯାଇ ପୁଣି ତାକୁ ଡ଼ରେଇବା ପ୍ରୟାସ କରେ l ଏଇଟି କେତେ ସମୟ ଲାଗିଲା ମୁଁ ଜାଣିନି ହେଲେ ଶେଷରେ ସେ ସେଇଠାରୁ ଚାଲିଗଲା l ଦେଖିଲି ରାତି 2ଟା l ଚପଲ ନୂଆ ଥିଲା ଛିଣ୍ଡି ଯାଇଛି l ଗୋଡ଼ ହାତର ଚମଡା ଛାଡି ଯାଇଛି l ରକ୍ତ ଥିପୁଚି l (ଥିପୁଛି l ର ଅର୍ଥ ଝରୁଛି) ପୁରା ହାଲିଆ ରେଡ଼ିଓ ବହୁ କଷ୍ଟରେ ମିଳିଲା l ପାଟିରୁ କଥା ବାହାରୁ ନ ଥାଏ l ବଡ଼ କଷ୍ଟରେ କୁଡ଼ିଆ ପାଖକୁ ଗଲି ଟର୍ଚ୍ଚ କିନ୍ତୁ ହାତରେ ଧରି ଥିଲି l ଆଉ ମୁଁ କିଛି ଜାଣିନି l କେବଳ ସକାଳ ସକାଳ ସଦା ଚାଲାଣ ଆସି ମତେ ଉଠେଇଲା  l ଦେଖିଲି ସକାଳ ୬ଟା ବାଜିଛି l 

ବାଃ ସେ ରାତି ସତେ ଯମ ଦ୍ୱାରରୁ ଫେରିଲା ଭଳି ଲାଗିଲା l 



Rate this content
Log in