Prabhanjana Tripathy

Fantasy

2  

Prabhanjana Tripathy

Fantasy

ସ୍ବପ୍ନ

ସ୍ବପ୍ନ

2 mins
282


ଗତିହୀନ ହୋଇ ଆଗକୁ ଆଗକୁ ମାଡି ଚାଲିଥାଏ ମୁଁ ଦିନ ତମାମ୍ । ସମୟ ସାଢ଼େ ତିନିଟା ଦିନ କ’ଣ କରିବି କୁଆଡେ ଯିବି କିଛି ଚିନ୍ତା ନାହିଁ ତାପରେ ଦେଖିଲି ମୁଁ ସୋଇଛି ବୋଧହୁଏ । ଏ ସ୍ବପ୍ନ ଥିଲା । କିନ୍ତୁ ମୁଁ ଏଠି ଶୋଇଲି କିପରି ଚାରିକାନି ବଣ ମଝିରେ ଛୋଟିଆ ଝିଲ୍ ଟିଏ । ସମୟ ଠିକ୍ ଦିନ ତିନିଟା ଆରେ ମୁଁ ବ୍ୟସ୍ତ ! ପ୍ରକୃତରେ ମୁଁ ଏଇଠି ? ମତେ ଆଚମ୍ବିତ ଅନୁଭବ ଦେଲା । ତାପରେ ମୁଁ ଉଠି ପଡିଛି ଆଉ ସେଇ ଝିଲ୍ ରୁ ପାଣି ଆଞ୍ଜୁଳାଏ ଆଣି ମୋ ମୁହଁ ଧୋଇଛି । କିନ୍ତୁ ପାଟିରେ ଦେଇ ପାରୁନିକି ଲୁଣି !

ଏଇମିତି ଜାଗା ମୁଁ କେବେ ଦେଖିନି ସେ ଯାହାହେଉ ଥୁ ଥୁ କରି ଥୁମ୍ପି ପକେଇଲି । ଆଉ ଆଗକୁ ଯିବାକୁ ବାହାରିଲି । ଯେମିତି ପ୍ରଥମ ପାଦ ପକେଇଛି ପାଦ ତଳେ ଆକାଶ ମୋ ବିସ୍ମୟର ସୀମା ଲଙ୍ଘିଲା କି ବିଚିତ୍ର ଆକାଶ ପୁଣି ପାଦ ତଳେ । ହଃ କି ଆଚମ୍ବିତ କଥା ୟେ ହଉ ଦେଖିବା । ମୁଁ ପାଦ ପକେଇ ଦେଖେ ତ ଚାଲିବି ପାରୁଛି । ଚାଲିଲି' ଚାଲୁ ଚାଲୁ ଏକ ସୁନ୍ଦର ମହଲ ମୋ ଆଖି ସାମ୍ନାରେ ବହୁତ ଉଚ୍ଚ ନୁହେଁ କି ବହୁତ ଛୋଟ ବି ନୁହେଁ । ମୁଁ ସେଇ ମହଲର ଦ୍ୱାର ପଖାକୁ ଗଲି ଧୀରେ କବାଟ ଖୋଲା ଗଲା । ଦି’ ଜଣ କୁମାରୀ ମତେ ପାଛୋଟି ନେଲେ । ମୁଁ ପୋଷା କୁକୁର ପରି ତାଙ୍କ ପଛେ ପଛେ ଚାଲିଥାଏ । କିଛି ଦୂର ମହଲ ରାସ୍ତା ଦେଇ ଆମେ ତିନି ଚାଲିଥାଉ । ହଠାତ୍ ଗୋଟାଏ ଉଡ଼ନ୍ତା ଜାନ ଆମ ଆଗରେ ଅବତରଣ କଲା । ବହୁତ ସୁନ୍ଦର ମୟୂରର ପକ୍ଷୀ ଭଳି ସାଜସଜ୍ଜା ବସିବାକୁ ବି ଆସନ ଅଛି । ମତେ ନିର୍ଦ୍ଦେଶ ଦିଆଗଲା ତା’ଭିତରକୁ ଯିବାକୁ ସେମାନେ ଯାହା କହୁଥାନ୍ତି ତାହା ମୁଁ ମାନି ନେଉଥାଏ ।

ବର୍ତ୍ତମାନ ଜାନଟି ଆକାଶର ବକ୍ଷ ଭେଦ କରି ଚାଲିଲା । କୁଆଡେ ଯାଉଛି ଏ ଜାନ ମୁଁ ପଚାରିବି ପାରୁନାହିଁ । ମନରେ ଗୁଡାଏ ପ୍ରଶ୍ନ! ସଭିଏଁ କେହି କାହାରି ମୁହଁକୁ ଅନେଇ ବି ପାରୁନାହୁଁ । କାରଣ ମୁଁ ଜାଣିନି ତାପରେ ଧୀରେ ଧୀରେ ଜାନ ଏକ ଉଜ୍ଜ୍ୱଳ ପିଣ୍ଡ ଆଡକୁ ଗତି କରିବାରେ ଲାଗିଛି । ମୁଁ ଧର୍ଯ୍ୟ ହରା କେଜାଣି କଅଣ ଯେ ହେବ ।  ଜାନ ତଳକୁ ତଳକୁ ଓହ୍ଲାଇବାରେ ଲାଗିଲା ।  ମୋ ମନରେ ଶାନ୍ତି ସେ ଯାହାହେଉ ଦେଖିବା ଆଗକୁ କଣ ହେବ । ସମୟ ଦେଖିଲି ପାଞ୍ଚଟା ବାଜିଲାଣି । କିଏ କବାଟ ଖଟ୍ ଖଟ୍ କରିବା ଆବାଜ କାନକୁ ବାଜିଲା । ହଃ କାମବାଲୀ ! ହେ କେତେ ସୁନ୍ଦର ସ୍ୱପ୍ନ ଥିଲା । ଏଇ ଚମ୍ପା ଆସି ସବୁ ଭଙ୍ଗୁର କଲା । ଆଉ ଆଜି ଯାଏଁ ସେ ସ୍ବପ୍ନ ଦେଖି ହେଉନି  ।


Rate this content
Log in

Similar oriya story from Fantasy