Prabhanjana Tripathy

Others

3  

Prabhanjana Tripathy

Others

ସେ ରାତି

ସେ ରାତି

3 mins
565


ନା ,ନା,ମୁଁ ଆଉ ପାରୁନି,ମତେ ବାଧ୍ୟ କରନା,ମୁଁ ନିଶ୍ଚିନ୍ତରେ ରହିବାକୁ ଚାହେଁ,ଦେଖିବାକୁ ଚାହେଁ,ବଞ୍ଚିବାକୁ ଚାହେଁ,,,!!!

ନୀଳ ଆକାଶର ନିଳିମାକୁ ,ଇନ୍ଦ୍ରଧନୁର ସପ୍ତମ ରଙ୍ଗକୁ ସ୍ପର୍ଶ କରିବାକୁ । ଘଡ୍ ଘଡି ର ଶବ୍ଦର ତାଳରେ ବିଜୁଳିର ଚମକ କୁ,,ମୁକ୍ତ ଆକାଶରେ ଉଡି ଜାଉଥିବା ,ସଂଖୁଆ ଚିଲ୍ଲର ଝଡୁଥିବା ସଫେଦ୍ ପରକୁ । ପାହାଡ଼ି ଝରଣାର କୁଳୁ କୁଳୁ ଶବ୍ଦର ତରଙ୍ଗକୁ । କାର୍ତ୍ତିକର କୁହୁଡ଼ିଆ ବାୟୁ କୁ ।

ବର୍ତ୍ତମାନ ନୁହେଁ ସେ ସମୟ, ପୁଣି ତ କିଛି ସପ୍ତାହ କିଛି ଦିନ,ବର୍ଷ, ମାସ ବାକି ଅଛି ।


ବାଉଳି ହୋଇ ଧଡ଼ପଡ଼ ହୋଇ ବିଛଣାରୁ ଉଠି ପଡିଛି ମୁଁ,

ଠିକ୍ ସେତିକି ବେଳକୁ ,ପହିଲି କୁକୁଡ଼ା ଡାକ ବୋଧେ ।

,ହା ହା ହା ହା ହା ହା । ହେଲେ କିଏ ମୋ ଦେହକୁ ଜାବୁଡି ଧରି ଟାଣି ଟାଣି ନେଇ ଗଲା ଭଳି ଅନୁଭବ୍ ହେଲା ।

ମତେ ଠିକ୍ ରାତ୍ର ୩ ଘଣ୍ଟ ସମୟରେ ନିଦ ଭାଙ୍ଗିଯାଏ,

ସେ ଦିନ ରାତିରେ ଟିକିଏ ଗୋଡ଼ ହାତ,ଘୋଲା ବିନ୍ଧା ହେଉଥିଲା, ବଥା ଉଷ ଗୋଟାଏ ଖାଇ ସୋଇ ପଡିଲଥିଲି,, ଯେମିତି ନିଦ ଭାଙ୍ଗିଲା,ଉଠି ବାସି ପାଣିରେ ମୁହଁ ଧୋଇ, ଘରର କବାଟର ଗାଡ଼ା ଟିକୁ ଚାପିଦେଇ, ବାହାରି ପଡ଼ିଲି ବୁଲି ଯିବାକୁ । ପ୍ରାୟତ ଏ ଆଧୁନିକ ଦୁନିଆର ରୂପ,ରାତି ୧୨ ଘଣ୍ଟ ପର୍ଯ୍ୟନ୍ତ ମୋବାଇଲ ଦେଖା ଓ ସଖାଳ ୮ ଘଣ୍ଟ ବେଳକୁ ଶଯ୍ୟାତ୍ୟାଗ । ପୁରା ସୁନସାନ୍ ରାତ୍ରି ଭଳିଆ ଲାଗୁଛି, କାହିଁ କେଉଁଆଡ଼େ ଗୋଟାଏ ବି ଲୋକ ଉଠିବାର ଜଣା ପଡୁନାହିଁ । କାଁ ଭାଁ କେଉଁ କେଉଁ ପ୍ରଧାନମନ୍ତ୍ରୀ ଆବଶ ତାଟିଦିଆ ଦୁଆରବନ୍ଧ ସେ ପଟରୁ,ରୋଗିଣା ବୃଦ୍ଧାଟିର କଫଭରା ଶ୍ୱାସ ନଳୀର ଖାସ ଶବ୍ଦ । ଆଉ ଦଳ ଦଳ ବୁଲା କୁକୁରଙ୍କ ଓଉଁ, ଭୋ ଭୋ ଶବ୍ଦ ।


ହେଲେ ମୋର ଅଭ୍ୟାସ ହେଲାଣି,,

ଏ ସବୁ ମୋର ନୀତି ଦିନିଆ ବେଉଷା,


ଗାଁ ର ନୂଆରେ ତିଆରି ହୋଇ ଥିବା ପିଚୁରାସ୍ତା ଉପରକୁ,

ଗାଁ କଡ଼ ଲାଇଟ ଖମ୍ବରେ ଚାଇନିଜ୍ ଏଲ୍ ଇ ଡି ବଲ୍ପ ର ଝାଳସାଇ ଦେବା ଆଲୋକ ,ପୁରା ସଫା ଦେଖା ଯାଉଛି ।


ଏଇମିତି ଭାବନା ,ଇଆଡୁ ସିଆଡୁ ଗୁଡାଏ,

ତାପରେ କିସ,ତାପରେ କଣ । ଏଇମିତି ଚାଲୁ ଚାଲୁ ଗାଁ ର ଶେଷ ମୁଣ୍ଡରେ ଥିବା ବୁଢା ଆମ୍ବ ତୋଟା ପର୍ଯ୍ୟନ୍ତ ଚାଲି ଚାଲି,ପହଞ୍ଚିଗଲି ମୁଁ ଜାଣି ପାରିନାହିଁ । ହଠାତ୍ ପକ୍ଷୀଟିଏ ଫଡ୍ ଫଡ୍ ହୋଇ ମୋ ଆଡ଼କୁ ଉଡି ମୋ ମୁଣ୍ଡକୁ ଛୁଇଁଦେଇ କେଉଁ ଆଡେ ଉଡ଼ିଗଲା । ମତେ ଆଚମ୍ବିତ ଲାଗିଲା,ଆଜି କାହିଁକି ମନ ବିଚଳିତ ଲାଗୁଛି ଆତ୍ମା ଭିତରେ ଟିକିଏ ଭାରି ଭାରି ଲାଗୁଛି । ତାପରେ ମୁଁ ମୋ ମୋବାଇ କାଢ଼ି ଦେଖିଲି,,ଇ ମା,ବାପରେ,

ରାତି ୧ ଘଣ୍ଟ,ମୁଁ ତ ଭାବିଥିଲି ପାହାନ୍ତିଆ ୩ଘଣ୍ଟ ବୋଲି ଏତେ ରାତିରେ ମୁଁ ବାଉଳିହେଉ ହେଉ ଏତେ ଦୂରକୁ ଚାଲି ଆସିଲି ।


ଉପାୟ ଆଉ ନାହିଁ କଅଣ କରିବି , ମୁଣ୍ଡ ଖରାପ ଲାଗିଲା,ପାଦ ଆଉ ଆଗକୁ ନ ବଢ଼ାଇ ପଛକୁ ବୁଲିବାକୁ ପ୍ରାୟଶ କରୁକରୁ ହଡ୍ ବଡ୍ ହୋଇ ତଳେ ପଡ଼ିଗଲି ।

ମୁଣ୍ଡ ବୁଲେଇ ଗଲା,ପଡି ଉଠି ପୁଣି ଚାରି ଆଡକୁ ଦେଖିଲି,

ଦୁଇଟା ଲାଇଟ୍ ମୋ ଆଡ଼କୁ ମାଡି ଆସୁଛି,ଭାବିଲି ବୋଧେ ମଟର ସାଇକେଲ୍ ର ଚାଇନିଜ୍ ଏଲ୍ ଇ ଡି ବୋଳ୍ପ ଵାଲା ଲାଇଟ୍ ହେଇଥିବ,। କିନ୍ତୁ ନୁହେଁ ସେ ଗୋଟାଏ ହେଟା ବାଘ,,ହୁଁ ହୁଁ କରି ମାଡି ଆସୁଛି। ଏତେ ଅନ୍ଧାର ନାଈଁ ପାଖ ବିଜୁଳି ଘର ଆଲୋକ ପଡୁଛି ରାସ୍ତା ଉପରେ ,ମୋ ଧୋର୍ଯ୍ୟ ରହିଲା ନାହିଁ । ଉପାୟ କଅଣ ଯଦି ଆଉକିଛି ହେଇଥିବ,ମୋ ପ୍ରାଣ ଗଲା,,ଏଇମିତି ଭାବୁ ଭାବୁ ହାଠାତ୍ ଅନ୍ୟ ଦିଗରୁ ଗୋଟାଏ ଜିପ୍ କି ବୋଲେରର ଆଲୋକ ଦେଖାଗଲା, ପାଖକୁ ଆସିଲା ହଠାତ୍ ମୋ ହାତ ଉଠିଗଲା ତାକୁ ରଖିବାକୁ, । ଆହାଃ ଗାଡି ଠିକ୍ ମୋ ପାଖରେ ଆସି ରହିଗଲା,ବୋଧେ ମତେ ଜାଣିଛି ସେ ଡ୍ରାଇଭର,,

ଭାଇନା,,ଏତେ ରାତିରେ କୁଆଡେ ଯାଉଛ,ଡ୍ରାଇଭର ସିଟ୍ ରୁ , ତାପରେ ଦେଖିଲି ଯେ ସେ ମୋର ଶିଷ୍ୟ ଯାହାକୁ ମୁଁ ମୋର ଅତୀତରେ ମୋ ବସ୍ ର କ୍ଲିନେର୍ କରି ରଖି ତାକୁ ଗାଡି ଚଲେଇବା ଶିଖାଇଥିଲି । ଆଶ୍ୱସ୍ଥ ହେଲି,,

ମତେ ପୁଣି ଗାଡି ଭିତରକୁ ଡାକି ବସାଇଲା, ତାକୁ ସେ ସମୟର ସବୁକଥା କହିଲି । ମୋ ଘରେ ମତେ ଛାଡ଼ିଦେଇ ଗଲା । ଆଉ ସେ ଭୁଲ୍ ମୋର ହେଉନି । ଏହା ମୋର ଅଙ୍ଗେ ଲିଭା କଥା ।


Rate this content
Log in